ନେସ୍କୋ ଆଦାୟ କଲା ୮କୋଟି ୮୪ଲକ୍ଷ ୩୮ହଜାର

ବାଲେଶ୍ୱର ଅଫିସ, ୨୫।୨-ବାଲେଶ୍ୱର ନେସ୍କୋ ୟୁଟିଲିଟି ପକ୍ଷରୁ ଗତ ୧୬ ତାରିଖଠାରୁ ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର ଜିଲାର ୧୨୦ଟି ସ୍ବତନ୍ତ୍ର ସ୍କ୍ବାଡ୍‌ ଦ୍ୱାରା ବକେୟା ବିଦ୍ୟୁତ୍‌ ବିଲ ଆଦାୟ ଓ ସଂଯୋଗ ବିଚ୍ଛିନ୍ନ ଅଭିଯାନ ଆରମ୍ଭ କରାଯାଇଛି। ରବିବାର ସୁଦ୍ଧା ୮ ଦିନରେ ୨୯, ୧୨୨ ବିଦ୍ୟୁତ୍‌ ଉପଭୋକ୍ତାଙ୍କଠାରୁ ୮କୋଟି ୮୪ଲକ୍ଷ ୩୮ହଜାର ଟଙ୍କା ଆଦାୟ ହୋଇଛି। ୬୩୫୪ଜଣ ଉପଭୋକ୍ତାଙ୍କର ୧୦କୋଟି ୧୫ଲକ୍ଷ ୮ହଜାର ଟଙ୍କା ବାକି ପଡ଼ିଥିବାରୁ ସେମାନଙ୍କୁ ବିଦ୍ୟୁତ୍‌ ବିଚ୍ଛିନ୍ନ କରାଯାଇଛି। ସେହିପରି ୮୦୯ଜଣ ଉପଭୋକ୍ତାଙ୍କ ଠାରୁ ୪୪ଲକ୍ଷ ୯୨ହଜାର ଟଙ୍କା ଆଦାୟ କରାଯାଇ ପୁନଃ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିବା ବିଭାଗ ପକ୍ଷରୁ ସୋମବାର ଏକ ପ୍ରେସ୍‌ ବିବୃତିରେ ଜଣାଇ ଦିଆଯାଇଛି।
ବାଲେଶ୍ୱର ଜିଲାର ୩୪ ସ୍କ୍ବାଡ୍‌ ମାଧ୍ୟମରେ ୬୧୫୩ ବିଦ୍ୟୁତ୍‌ ଉପଭୋକ୍ତାଙ୍କଠାରୁ ୧କୋଟି ୭୧ଲକ୍ଷ ଟଙ୍କା ଆଦାୟ ହୋଇଛି। ୨୦୨୧ ଉପଭୋକ୍ତାଙ୍କର ୨କୋଟି ୨୮ଲକ୍ଷ ୧୯ହଜାର ଟଙ୍କା ବାକି ପଡ଼ିଥିବାରୁ ସେମାନଙ୍କ ବିଦ୍ୟୁତ୍‌ ବିଚ୍ଛିନ୍ନ କରାଯାଇଛି। ସେହିପରି ଭଦ୍ରକରେ ୧୯ଟି ସ୍କ୍ବାଡ଼୍‌ ମାଧ୍ୟମରେ ୨୮୫୨ ବିଦ୍ୟୁତ୍‌ ଉପଭୋକ୍ତାଙ୍କଠାରୁ ୧କୋଟି ୨୩ଲକ୍ଷ ୩୭ହଜାର ଟଙ୍କା ଆଦାୟ ହୋଇଛି। ୧୧୦୭ ଉପଭୋକ୍ତାଙ୍କର ୨କୋଟି ୨୧ଲକ୍ଷ ୧୫ହଜାର ଟଙ୍କା ବାକି ପଡ଼ିଥିବାରୁ ସେମାନଙ୍କ ବିଦ୍ୟୁତ୍‌ ବିଚ୍ଛିନ୍ନ କରାଯାଇଛି। ଯାଜପୁରରେ ୨୦ଟି ସ୍କ୍ବାଡ଼ ମାଧ୍ୟମରେ ୨୪୯୫ ବିଦ୍ୟୁତ୍‌ ଉପଭୋକ୍ତାଙ୍କଠାରୁ ୧ କୋଟି ୫୮ଲକ୍ଷ ୮୯ହଜାର ଟଙ୍କା ଆଦାୟ ହୋଇଛି। ୪୫୦ ଉପଭୋକ୍ତାଙ୍କର ୧କୋଟି ୬ଲକ୍ଷ ୪୩ହଜାର ଟଙ୍କା ବାକି ପଡ଼ିଥିବାରୁ ସେମାନଙ୍କ ବିଦ୍ୟୁତ୍‌ ବିଚ୍ଛିନ୍ନ କରାଯାଇଛି। ମୟୂରଭଞ୍ଜରେ ୨୭ଟି ସ୍କ୍ବାଡ଼୍‌ ମାଧ୍ୟମରେ ୧୨୭୪୨ ବିଦ୍ୟୁତ୍‌ ଉପଭୋକ୍ତାଙ୍କଠାରୁ ୨କୋଟି ୯୩ଲକ୍ଷ ୧୮ହଜାର ଟଙ୍କା ଆଦାୟ ହୋଇଛି। ୧୦୭୪ ଉପଭୋକ୍ତାଙ୍କର ୨କୋଟି ୮ଲକ୍ଷ ୬୮ହଜାର ଟଙ୍କା ବାକି ପଡ଼ିଥିବାରୁ ସେମାନଙ୍କ ବିଦ୍ୟୁତ୍‌ ବିଚ୍ଛିନ୍ନ କରାଯାଇଛି। କେନ୍ଦୁଝରରେ ୨୦ଟି ସ୍କ୍ବାଡ଼ ମାଧ୍ୟମରେ ୪୮୭୭ ବିଦ୍ୟୁତ୍‌ ଉପଭୋକ୍ତାଙ୍କଠାରୁ ୧କୋଟି ୩୭ଲକ୍ଷ ୯୪ହଜାର ଟଙ୍କା ଆଦାୟ ହୋଇଛି। ୧୭୦୨ ଉପଭୋକ୍ତାଙ୍କର ୨କୋଟି ୫୧ଲକ୍ଷ ୩୫ହଜାର ଟଙ୍କା ବାକି ପଡ଼ିଥିବାରୁ ସେମାନଙ୍କ ବିଦ୍ୟୁତ୍‌ ବିଚ୍ଛିନ୍ନ କରାଯାଇଥିବା ବିଭାଗୀୟ ଲୋକସମ୍ପର୍କ ଅଧିକାରୀ ଚିତ୍ତରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri