ନେତା, ନିବେଶକଙ୍କ ଉପରେ ଗୁପ୍ତଚରଗିରି

ଲଣ୍ଡନ/ଓ୍ବାଶିଂଟନ,୧୦ା୬: ଭାରତର ଏକ ଅଳ୍ପ ଜଣାଶୁଣା ଆଇଟି ଫାର୍ମ ନିଜ କ୍ଲାଏଣ୍ଟମାନଙ୍କୁ ୧୦,୦୦୦ରୁ ଊର୍ଦ୍ଧ୍ୱ ଇମେଲ୍‌ ଆକାଉଣ୍ଟ ଉପରେ ୭ ବର୍ଷରୁ ଅଧିକ ସମୟ ଧରି ସାହାଯ୍ୟ କରିବା ପାଇଁ ହ୍ୟାକିଂ ସେବା ପ୍ରଦାନ କରିଥିଲା। ନୂଆଦିଲ୍ଲୀର ବେଲ୍‌ଟ୍ରୋକ୍ସ ଇନ୍‌ଫୋଟେକ୍‌ ସର୍ଭିସ ନାମକ ଏହି ସଂସ୍ଥା ୟୁରୋପର ସରକାରୀ ଅଧିକାରୀ, ବାହାମାସ୍‌ର ଗାମ୍ବଲିଂ ଟାଇକୁନ୍ସ ଏବଂ ଆମେରିକାର ଜଣାଶୁଣା ନିବେଶକମାନଙ୍କୁ ଟାର୍ଗେଟ କରିଥିଲା। ଘରୋଇ ଇକ୍ୱିଟି ଜାଏଣ୍ଟ କେକେଆର୍‌ ଏବଂ ଶର୍ଟ ସେଲର୍‌ ମୁଡି ଓ୍ବାଟର୍ସ ମଧ୍ୟ ଏହାର ଗୁପ୍ତଚରଗିରିର ଶିକାର ହୋଇଥିବା ତିନିଜଣ ପୂର୍ବତନ କର୍ମଚାରୀ, କ୍ଷେତ୍ର ଗବେଷକଙ୍କ ତଥ୍ୟ ଓ ଏକ ଅନ୍‌ଲାଇନ୍‌ ପ୍ରମାଣର ଟ୍ରାଏଲ୍‌ରୁ ଜଣାପଡ଼ିଛି।
ବେଲ୍‌ଟ୍ରୋକ୍ସର ହ୍ୟାକରମାନେ କ’ଣ ସବୁକୁ ନେଇ ଟାର୍ଗେଟ କରିଛନ୍ତି, ସେ ସମ୍ପର୍କରେ ଆମେରିକାର ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକ ତନାଘନା ଚଳାଇଛନ୍ତି। ଏହି ବିଷୟ ସମ୍ପର୍କରେ ଜ୍ଞାନ ଥିବା ୫ ଜଣ ବ୍ୟକ୍ତି ଏନେଇ ସୂଚନା ଦେଇଛନ୍ତି। ଆମେରିକାର ନ୍ୟାୟ ବିଭାଗ ଏହା ଉପରେ ମନ୍ତବ୍ୟ ଦେବାକୁ ମନାକରିଦେଇଛି। ବେଲ୍‌ଟ୍ରୋକ୍ସର କ୍ଲାଏଣ୍ଟମାନଙ୍କ ପରିଚୟ ଜଣାପଡ଼ିନାହିଁ। ବେଲ୍‌ଟ୍ରୋକ୍ସକୁ କିଏ ହାୟର କରିଥିଲା ସେ ନେଇ କିଛି ପ୍ରଘଟ କରିବା ପାଇଁ କମ୍ପାନୀ ମାଲିକ ସୁମିତ୍‌ ଗୁପ୍ତା ମନାକରିଦେଇଛନ୍ତି। ସେମାନେ କିଛି ଭୁଲ୍‌ କରି ନ ଥିବା ସେ କହିଛନ୍ତି। ମୁଡି ଓ୍ବାଟର୍ସ ପ୍ରତିଷ୍ଠାତା କାର୍ସୋନ ବ୍ଲକ୍‌ କହିଛନ୍ତି, ସେ ଏହାକୁ ନେଇ ନିରାଶ, କିନ୍ତୁ ବିସ୍ମିତ ହୋଇନାହାନ୍ତି। ସେହିପରି କେକେଆର୍‌ ଏନେଇ କିଛି ମନ୍ତବ୍ୟ ଦେବାକୁ ମନା କରିଦେଇଛି।
ହ୍ୟାକର୍ସଙ୍କ ଦ୍ୱାରା ବ୍ୟବହୃତ ଭିତ୍ତିଭୂମିର ମ୍ୟାପିଂ କରିବାରେ ୨ ବର୍ଷରୁ ଅଧିକ ସମୟ ବିତାଇଥିବା ଇଣ୍ଟରନେଟ୍‌ ଓ୍ବାଚ୍‌ଡଗ୍‌ ଗ୍ରୁପ୍‌ ସିଟିଜେନ୍‌ ଲାବ୍‌ର ଗବେଷକମାନେ ମଙ୍ଗଳବାର ଏକ ରିପୋର୍ଟ ଜାରି କରିଛନ୍ତି। ଏହି ଗୁପ୍ତଚରଗିରି ଅଭିଯାନ ପଛରେ ବେଲ୍‌ଟ୍ରୋକ୍ସର କର୍ମଚାରୀମାନେ ଅଛନ୍ତି ବୋଲି ଦୃଢ଼ବିଶ୍ୱାସ ରହିଥିବା ସେମାନେ ଏଥିରେ ଉଲ୍ଲେଖ କରିଛନ୍ତି। ସିଟିଜେନ୍‌ ଲାବ୍‌ ଗବେଷକ ଜନ୍‌ ସ୍କଟ ରେଲଟନ କହିଛନ୍ତି, ଏହା ହେଉଛି ବର୍ତ୍ତମାନ ଯାଏ ପ୍ରଘଟ ହୋଇଥିବା ଗୁପ୍ତଚରଗିରିର ଅନ୍ୟତମ ବୃହତ୍‌ ହାୟର ଅପରେଶନ। ଯଦିଓ ସରକାର ପ୍ରାୟୋଜିତ ଗୁପ୍ତଚର ଗୋଷ୍ଠୀ ବା ଶିରୋନାମା ମଣ୍ଡନକାରୀ ଚୋରି ଉପରେ ଧ୍ୟାନ ଦେବା ପାଇଁ ସେମାନଙ୍କୁ କୁହାଯାଇଛି, ତେବେ ସାଇବର ମର୍ସେନେରି (ଭଡ଼ା) ସେବାଗୁଡ଼ିକ ବ୍ୟାପକ ଭାବେ ବ୍ୟବହାର କରାଯାଉଛି। କୌଣସି ସେକ୍ଟରକୁ ଛଡ଼ାଯାଇ ନ ଥିବା ତଦନ୍ତରୁ ଜଣାପଡ଼ିଛି। ରିଭ୍ୟୁ କରାଯାଇଥିବା କେତେକ ଡାଟାର କେଚ୍‌କୁ ଦେଖିଲେ ଅପରେଶନ୍‌ ସମ୍ପର୍କରେ ବୁଝିହେଉଛି।
ଟାର୍ଗେଟ ବ୍ୟକ୍ତିମାନଙ୍କୁ ଧୋକା ଦେବା ପାଇଁ ମନ୍ଦ ଉଦ୍ଦେଶ୍ୟ ଥିବା ଲକ୍ଷ ଲକ୍ଷ ମେସେଜ୍‌ ପ୍ରସ୍ତୁତ କରାଯାଇଥିଲା। ୨୦୧୩ରୁ ୨୦୨୦ ମଧ୍ୟରେ ବେଲ୍‌ଟ୍ରୋକ୍ସ ପକ୍ଷରୁ ପଠାଯାଇଥିବା ପାସ୍‌ଓ୍ବାଡ୍‌ଗୁଡ଼ିକୁ ଛାଡ଼ିଦେବା ପାଇଁ ସେମାନଙ୍କୁ କୁହାଯାଇଥିଲା। ସେମାନଙ୍କ ପ୍ଲାଟଫର୍ମରେ ଅସ୍ବାଭାବିକ କାର୍ଯ୍ୟକଳାପ ଚାଲିଥିବା ନେଇ ଫାର୍ମଗୁଡ଼ିକୁ ଆଲର୍ଟ କରାଯିବା ପରେ ହ୍ୟାକର୍ସଙ୍କ ଦ୍ୱାରା ବ୍ୟବହୃତ ଏହି ତଥ୍ୟ ଅନ୍‌ଲାଇନ୍‌ ସେବା ପ୍ରଦାନକାରୀ ନାମ ଗୋପନ ରଖିବା ସର୍ତ୍ତରେ ଦେଇଥିଲେ। କିଏ ଓ କେବେ ଟାର୍ଗେଟ ହୋଇଥିଲେ ଏହି ତଥ୍ୟ ହେଉଛି ତାକୁ ପ୍ରଭାବୀ ଢଙ୍ଗରେ ସୂଚାଉଥିବା ଏକ ଡିଜିଟାଲ ହିଟ୍‌ ଲିଷ୍ଟ। ଏହାର ଶିକାର ହୋଇଥିବା ବ୍ୟକ୍ତି ବା ସଂସ୍ଥାକୁ ଆସିଥବା ଇମେଲ୍‌ଗୁଡ଼ିକୁ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ପକ୍ଷରୁ ଯାଞ୍ଚ କରାଯିବା ପରେ ଉକ୍ତ ତଥ୍ୟକୁ ବୈଧ ବୋଲି ଦର୍ଶାଯାଇଛି। ବେଲ୍‌ଟ୍ରୋକ୍ସର ଟାର୍ଗେଟ ହୋଇଥିବା ହଜାର ହଜାର ଲୋକଙ୍କ ତାଲିକାରେ ଦକ୍ଷିଣ ଆଫ୍ରିକାର ବିଚାରପତିମାନେ, ମେକ୍ସିକୋର ରାଜନେତା, ଫ୍ରାନ୍ସର ଆଇନଜୀବୀ ଏବଂ ଆମେରିକାର ପରିବେଶ ଉପରେ କାର୍ଯ୍ୟରତ କେତେକ ଗୋଷ୍ଠୀ ରହିଛନ୍ତି। ଏମାନେ ଏହି ପ୍ରସଙ୍ଗ ଉପରେ ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି କିମ୍ବା ମେସେଜ୍‌ର ଉତ୍ତର ଦେଇନାହାନ୍ତି।
୨୦୧୫ରେ ବେଲ୍‌ଟ୍ରୋକ୍ସ ମାଲିକ ସୁମିତ୍‌ ଗୁପ୍ତାଙ୍କ ବିରୋଧରେ ଅଭିଯୋଗ ଆସିଥିଲା। ମାର୍କେଟିଂ ଏକ୍‌ଜିକ୍ୟୁଟିଭ୍‌ମାନଙ୍କ ଆକାଉଣ୍ଟ ହ୍ୟାକ୍‌ କରିବା ପାଇଁ ଆମେରିକାର ଦୁଇଜଣ ଘରୋଇ ତଦନ୍ତକାରୀ ସୁମିତଙ୍କୁ ଅର୍ଥ ଦେଇଥିବା ସ୍ବୀକାର କରିବା ପରେ ୨୦୧୭ରେ ତାଙ୍କୁ ପଳାତକ ଘୋଷଣା କରାଯାଇଥିଲା। ତେବେ ଏହି ମାମଲାର ବର୍ତ୍ତମାନ ସ୍ଥିତି କିମ୍ବା ସୁମିତଙ୍କ ବିରୋଧରେ ପ୍ରତ୍ୟର୍ପଣ ପାଇଁ ଅନୁରୋଧ କରାଯାଇଛି କି ନାହିଁ ତା’ ଉପରେ ଆମେରିକାର ନ୍ୟାୟ ବିଭାଗ ମୁହଁ ଖୋଲିବାକୁ ମନା କରିଦେଇଛି। ଦିଲ୍ଲୀ ପୋଲିସ ଓ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ମଧ୍ୟ ଏନେଇ କିଛି ମନ୍ତବ୍ୟ ଦେଇନାହିଁ। ନୂଆଦିଲ୍ଲୀସ୍ଥିତ ନିଜ ବାସଭବନରୁ ଫୋନ୍‌ ଯୋଗେ ସୁମିତ କହିଛନ୍ତି, ହ୍ୟାକିଂ କରାଯାଇ ନାହିଁ। ତାଙ୍କୁ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକ ପକ୍ଷରୁ ଯୋଗାଯୋଗ କରାଯାଇ ନାହିଁ। ଘରୋଇ ତଦନ୍ତକାରୀମନେ ତାଙ୍କୁ ଲଗ୍‌ଇନ୍‌ ଡିଟେଲ୍ସ ଦେବା ପରେ ସେ କେବଳ ଇମେଲ୍‌ ଇନ୍‌ବକ୍ସରୁ ମେସେଜ୍‌ ଡାଉନ୍‌ଲୋଡ୍‌ କରିବାରେ ସାହାଯ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ରାଲିରେ ଟ୍ରମ୍ପ୍‌ଙ୍କ ବଡ଼ ଦାବି, ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ…

ଓ୍ବାଶିଂଟନ,୨୪ା୧୦: ଆମେରିକାରେ ମଧ୍ୟବର୍ତ୍ତିକାଳୀ ନିର୍ବାଚନ ପାଇଁ ପ୍ରଚାର ଜୋର୍‌ ଧରିଥିବା ବେଳେ ସେଥିରେ ଅପରେଶନ ସିନ୍ଦୂର ସ୍ଥାନ ପାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଉଚ୍ଚ ଟାରିଫ୍‌ ଧମକ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ତିଲକ ବର୍ମା, ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବନିଲେ ନମ୍ବର ୧…

ନୂଆଦିଲ୍ଲୀ, ୨୪।୧୦: ଭାରତୀୟ ଯୁବ କ୍ରିକେଟର୍ ତିଲକ ବର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଶନିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ…

ଭୁବନେଶ୍ୱର କୁମାରଙ୍କ ଜର୍ସି ନମ୍ବର ‘୮୭’ର ରହସ୍ୟ, କ୍ରିକେଟର୍‌ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୨୪।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ଯାଦୁ ଦେଖିବାକୁ ମିଳିନାହିଁ। ଦୀର୍ଘ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ…

ବୋମା ଖାଇ ୨ ଗୋରୁ ଗୁରୁତର, ତଦନ୍ତ ନିର୍ଦ୍ଦେଶ

ଖମାର,୨୪।୧୦(ରଜନୀକାନ୍ତ ମହାରଣା): ଅନୁଗୋଳ ଜିଲା ଖମାର ଥାନା ଅନ୍ତର୍ଗତ ରଜଡ଼ଙ୍ଗ ଗାଁ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ଜଙ୍ଗଲରେ ବିଛାଯାଇଥିବା ବୋମା ଖାଇ ୨ଟି ଗୋରୁ ଶୁକ୍ରବାର…

ବରଗଡ଼ ମୁଖ୍ୟ କେନାଲରେ ୨ମାସ ଆସିବନି ପାଣି: ଏହି ଦିନଠାରୁ ଯୋଗାଣ ବନ୍ଦ, ଚିନ୍ତାରେ ଚାଷୀ

ବରଗଡ଼, ୨୪।୧୦ (ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲରେ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଦୀର୍ଘ ୨ ମାସ…

ନଦୀରେ ଭାସୁଥିଲା ଅଖା, ଭିତରୁ ଯାହା ମିଳିଲା…

କାଲିମେଳା, ୨୪।୧୦ (ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅଧୀନ ଏମଭି-୬୪/୧୦ ଗ୍ରାମ ନିକଟସ୍ଥ ପଟେରୁ ନଦୀରୁ ଏକ ଗଳିତ ମୃତଦେହ ଶନିବାର ମିଳିଛି।…

ରାଜ୍ୟ ସ୍ତରୀୟ ସୁଟିଙ୍ଗ ପ୍ରତିଯୋଗିତା: କଳାହାଣ୍ଡିକୁ ମିଳିଲା ୯ ପଦକ

ଲାଞ୍ଜିଗଡ଼,୨୪।୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ୬୧ତମ ବାର୍ଷିକ ସୁଟିଙ୍ଗ ପ୍ରତିଯୋଗିତାରେ ଭାଗ ନେଇ ୪ଟି ସ୍ବର୍ଣ୍ଣ, ୨ଟି ରୌପ୍ୟ ଏବଂ…

ମା’ଙ୍କ ଶ୍ରାଦ୍ଧ ଲାଗି ଛୁଟିରେ ଗାଁକୁ ଆସିଥିଲେ, ଦୁର୍ଘଟଣାରେ ଚାଲିଗଲା ଯବାନଙ୍କ ଜୀବନ

କୋକସରା,୨୪।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦେଶ ସେବାରେ ନିୟୋଜିତ ଥିବା ଆସାମ ରାଇଫଲ୍ସ ହାବିଲଦାର ସରୋଜ କୁମାର ଶବରଙ୍କୁ ଶନିବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?