ନେତା ଚୟନର ଶାସ୍ତ୍ରୀୟ ବିଧି

ଡ. ଭାରତ ଭୂଷଣ ରଥ
ରାଜତନ୍ତ୍ର ଏବଂ ଗଣତନ୍ତ୍ରକୁ ନେଇ ବିଶ୍ୱର ଶାସନ ବ୍ୟବସ୍ଥା ପ୍ରଚଳିତ। କେତେକ ଦେଶରେ ଏବେ ବି ରାଜତନ୍ତ୍ର ଚାଲିଛି। ତେବେ ଭାରତ ଗଣତନ୍ତ୍ରକୁ ଆଦରି ନେଇଛି। ତା’ ସତ୍ତ୍ୱେ ସ୍ବାଧୀନତାର ୭୨ ବର୍ଷ ପରେ ମଧ୍ୟ ଭାରତ ପୃଥିବୀର ଅନେକ ଦେଶ ତୁଳନାରେ ପଛରେ ରହିଯାଇଛି। ଏହା ପଛରେ ନେତା ଚୟନରେ ତ୍ରୁଟି ଅନ୍ୟତମ କାରଣ। ଏବେ ନିର୍ବାଚନ ଶେଷ ହୋଇଯାଇଛି ଏବଂ ଆମେ କେତେଦୂର ଯୋଗ୍ୟ ନେତାଙ୍କୁ ବାଛିପାରିଛୁ, ନିମ୍ନୋକ୍ତ ଆଲୋଚନାରୁ ତାହା ଜାଣିପାରିବା।
ଜଣେ ନେତାଙ୍କ ପାଖରେ ଯଦି ନିମ୍ନୋକ୍ତ ଗୁଣଗୁଡ଼ିକ ରହିଥିବ ସେ ଜଣେ ଉଚ୍ଚକୋଟୀର ଲୋକପ୍ରତିନିଧି ହୋଇପାରିବେ। ସେଗୁଡ଼ିକ ହେଲା: ବିନୟୀ, ପ୍ରିୟଦର୍ଶୀ, ତ୍ୟାଗୀ, ଦକ୍ଷ, ପ୍ରିୟଭାଷୀ, ଲୋକପ୍ରିୟ, ପବିତ୍ର, ବାଗ୍ମୀ, ପ୍ରସିଦ୍ଧ ବଂଶୋଦ୍ଭବ, ସ୍ଥିର, ଶାସ୍ତ୍ରଚକ୍ଷୁ ଓ ଧାର୍ମିକ। ରାମାୟଣ, ମହାଭାରତ, ମନୁସ୍ମୃତି ତଥା ଅନେକ ଶାସ୍ତ୍ରୀୟ ଗ୍ରନ୍ଥରେ ଦେଶଶାସନ ପ୍ରକ୍ରିୟା ତଥା ଶାସକଙ୍କର ସ୍ବଭାବ ବିଷୟରେ ଉପଦେଶ ଦିଆଯାଇଛି। ଏ କ୍ଷେତ୍ରରେ ଦଶରୂପକ ଗ୍ରନ୍ଥକାର ଧନଞ୍ଜୟ କହିଛନ୍ତି, ”ନେତା ବିନୀତୋ ମଧୁରସ୍ତ୍ୟାଗୀ ଦକ୍ଷଃ ପ୍ରିୟଂବଦଃ। ରକ୍ତଲୋକଃ ଶୁର୍ଚିବାଗ୍ମୀ ଉଚ୍ଚବଂଶଃ ସ୍ଥିରୋ ଯୁବା।ା ବୁଦ୍ଧ୍ୟୁତ୍ସାହସ୍ମୃତିପ୍ରଜ୍ଞାକଳାମାନସମଣ୍ଡିତଃ। ଶୂରୋ ଦୃଢ଼ଶ୍ଚ ତେଜସ୍ବୀ ଶାସ୍ତ୍ରଚକ୍ଷୁଶ୍ଚ ଧାର୍ମିକଃ।ା“ ତେବେ ଉପରୋକ୍ତ ଅନେକ ଗୁଣ ମଧ୍ୟରୁ ଦଶଗୋଟି ଗୁଣକୁ ପ୍ରାଧାନ୍ୟ ଦିଆଯାଏ। ସେହି ଅମୃତତତ୍ତ୍ୱଗୁଡ଼ିକୁ ଯେଉଁ ରାଜନୈତିକ ବ୍ୟକ୍ତି ଏବଂ ରାଜନୈତିକ ଦଳ ନିଜର ଲକ୍ଷ୍ୟ ରୂପରେ ଗ୍ରହଣ କରିବେ ସେମାନେ ନିଶ୍ଚୟ ସଫଳତାର ଶିଖର ସ୍ପର୍ଶ କରିବେ। ଯଥା- ୧. ସର୍ବପ୍ରଥମେ ଜଣେ ରାଜନେତା ବିନୟୀ ହେବା ଆବଶ୍ୟକ। ଯେଉଁ ଜନସାଧାରଣଙ୍କର ପରମ କୃପାଭିକ୍ଷା ପାଇ ଜଣେ ବ୍ୟକ୍ତି ରାଜନୈତିକ ପଦ ମଣ୍ଡନ କରନ୍ତି, ସେ ଜୀବନର ଅନ୍ତିମ କ୍ଷଣ ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଖରେ ବିନୟୀ ରହିବା ଆବଶ୍ୟକ। ୨. ମଧୁର ଅର୍ଥାତ୍‌ ମିଷ୍ଟସ୍ବଭାବଯୁକ୍ତ। ୩. ତ୍ୟାଗ। ତ୍ୟାଗ ରୂପକ ସଦ୍‌ଗୁଣଟି ନେତାଙ୍କୁ ଜୀବିତ କାଳରେ ଯେତିକି ସମ୍ମାନ ଦିଏ ମୃତ୍ୟୁ ପରେ ବି ସେତିକି ସମ୍ମାନ ଦିଏ। ଭଗବାନ ଶ୍ରୀରାମଚନ୍ଦ୍ର ଅଯୋଧ୍ୟା ଶାସନ କରୁଥିବା ସମୟରେ ଏକ ତ୍ୟାଗପୂର୍ଣ୍ଣ ଜୀବନ ଅତିବାହିତ କରିଥିଲେ, ଯାହା ତାଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ ଉପାଧିରେ ବିଭୂଷିତ କରିଥିଲା। ଜଣେ ପ୍ରକୃତ ନେତା ସମାଜ ପାଇଁ ବଞ୍ଚିରହନ୍ତି ଏବଂ ସମାଜ ମଙ୍ଗଳ ପାଇଁ ରାଜନୀତି କରନ୍ତି। ୪. ଦକ୍ଷତା। ଦେଶ ବା ରାଜ୍ୟ ଶାସନରେ ନେତା ଖୁବ୍‌ ଦକ୍ଷତାସମ୍ପନ୍ନ ହେବା ଆବଶ୍ୟକ। ଦେଶର ଜନସାଧାରଣଙ୍କର ଦୈନନ୍ଦିନ ସମସ୍ୟା, ଅର୍ଥନୀତି, ସୁରକ୍ଷା, ଶିକ୍ଷା, ସ୍ବାସ୍ଥ୍ୟ ଏବଂ ବହୁବିଧ ଜାତୀୟ ତଥା ଅନ୍ତର୍ଜାତୀୟ ପ୍ରସଙ୍ଗକୁ ନେତା ବିଚକ୍ଷଣ ବୁଦ୍ଧି ପ୍ରୟୋଗପୂର୍ବକ ସମାଧାନ କରିପାରୁଥିବା ଦରକାର। ନେତା ଯେତେ ଦକ୍ଷ ହେବେ ଦେଶ ସେତେ ବିକଶିତ ହେବ। ୫. ପ୍ରିୟଭାଷୀ ହେବା ନେତାଙ୍କର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଗୁଣ। ପ୍ରତ୍ୟେକ ନେତା ନିଜର ବାଣୀ ଉପରେ ଖୁବ୍‌ ନିୟନ୍ତ୍ରଣ ରଖିବା ଆବଶ୍ୟକ। ୬. ନେତାଙ୍କ ପାଖରେ ଲୋକପ୍ରିୟ ଗୁଣ ରହିବା ଆବଶ୍ୟକ, ଯାହାଫଳରେ ଲୋକେ ତାଙ୍କ ପ୍ରତି ଅନୁରକ୍ତ ହେବେ। ୭. ଶୁଚି ବା ପବିତ୍ର ଶବ୍ଦଟିରେ ଅନେକ କିଛି ଗୂଢ ଅର୍ଥ ନିହିତ ଅଛି। ଏହା ମନର ଏବଂ ହୃଦୟର ନିର୍ମଳତାକୁ ପ୍ରତିପାଦନ କରେ। ନେତାଙ୍କର ମନ ସର୍ବଦା କାମନା ବାସନାଠାରୁ ଦୂରେଇ ରହିବା ଦରକାର। ସେ ସବୁ ପ୍ରକାର ଦୁର୍ନୀତିଠାରୁ ଦୂରରେ ରହିବା ଉଚିତ। ୮. ବାଗ୍ମିତା ପ୍ରତ୍ୟେକ ନେତାଙ୍କର ଏକ ବିଶିଷ୍ଟ ଗୁଣ। ବାଗ୍ମୀର ଅର୍ଥ ହେଲା ଭାଷଣରେ ନିପୁଣତା। ତେବେ ଜଣେ ବ୍ୟକ୍ତି ସେତେବେଳେ ଭାଷଣ ଦେବାରେ ନିପୁଣ ହୋଇପାରିବେ ଯେତେବେଳେ ସେ ଅନେକ କିଛି ଅଧ୍ୟୟନ କରିଥିବେ। ବିଦ୍ୟା, ବୁଦ୍ଧି ଏବଂ ଅନୁଭବକୁ ପାଥେୟକରି ଜଣେ ବ୍ୟକ୍ତି ବାଗ୍ମୀ ହୋଇପାରିବେ। ଯେଉଁ ରାଜ୍ୟ ବା ଦେଶର ନେତା ଯେତେ ବାଗ୍ମୀ ସେ ଦେଶ ବିଶ୍ୱରେ ସେତେ ପ୍ରଭାବଶାଳୀ ହୋଇପାରିବ। ୯. ପ୍ରସିଦ୍ଧ ବଂଶର ନେତା ଯଦି ରାଜନୀତିରେ ପ୍ରବେଶ କରନ୍ତି ଜନସାଧାରଣ ଖୁବ୍‌ଶୀଘ୍ର ତାଙ୍କୁ ଗ୍ରହଣ କରିନିଅନ୍ତି। ତେବେ ପ୍ରସିଦ୍ଧ ବଂଶର ବ୍ୟକ୍ତି ଜଣକ ରାଜନୀତିରେ ପ୍ରବେଶ କରି ନିଜର ବଂଶମର୍ଯ୍ୟାଦାକୁ ଦ୍ୱିଗୁଣିତ କରିବା ଆବଶ୍ୟକ। ୧୦. ସ୍ଥିରତା ବା ଧୀରତା ବା ଧୈର୍ଯ୍ୟ ପ୍ରତ୍ୟେକଟି ରାଜନୈତିକ ବ୍ୟକ୍ତିବିଶେଷଙ୍କର ଏକ ବିଶିଷ୍ଟ ଗୁଣ। ସ୍ଥିର ଗୁଣସମ୍ପନ୍ନ ବ୍ୟକ୍ତି ହିଁ ଦେଶରେ ସ୍ଥିର ଶାସନ ଦେବାରେ ସମର୍ଥ ହୁଅନ୍ତି। ନିଜର ବାଣୀ, ମନ ଏବଂ କାର୍ଯ୍ୟକଳାପରେ ସ୍ଥିରତାକୁ ପ୍ରକାଶ କରିବା ପ୍ରତ୍ୟେକ ରାଜନୈତିକ ବ୍ୟକ୍ତିଙ୍କର ଆୟୁଧ ହେବା ଆବଶ୍ୟକ। ଏହାଛଡ଼ା ନେତା ବୁଦ୍ଧି, ଉତ୍ସାହ, ସ୍ମୃତି, ପ୍ରଜ୍ଞା ଓ କଳାମାନସମଣ୍ଡିତ ହେବା ସହ ସେ ବୀର, ଦୃଢ଼, ତେଜସ୍ବୀ, ଶାସ୍ତ୍ରଚକ୍ଷୁ (ଶାସ୍ତ୍ର ଓ ସମ୍ବିଧାନ ସାହାଯ୍ୟରେ ଯେ ଦେଖନ୍ତି) ଓ ଧାର୍ମିକ ହେବା ଆବଶ୍ୟକ।
ଯେଉଁ ନେତାଙ୍କର ଉପରୋକ୍ତ ଗୁଣ ରହିଥାଏ ସେ ନିଶ୍ଚୟ ଜନସାଧାରଣଙ୍କ ହୃଦୟରେ ଚିରକାଳ ପାଇଁ ବଞ୍ଚିରହନ୍ତି। ସେ ହୋଇଯାନ୍ତି ରାଜନୀତି ଜଗତର ବାଦଶାହା। ପରାଜୟର ଭୟ ତାଙ୍କୁ ସ୍ପର୍ଶ ମଧ୍ୟ କରିପାରେ ନାହିଁ। ସେହି ରାଜନୀତିଜ୍ଞ ହିଁ ଏକ ସ୍ବଚ୍ଛ ଓ ସ୍ଥିର ଶାସନ ଦେବାରେ ସମର୍ଥ ହୁଅନ୍ତି।
ମୋ-୮୮୯୭୪୨୬୨୪୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?