Posted inTrending, ଖେଳ

ବୈଭବଙ୍କ ଦ୍ୱିଶତକ ପରେ ଗମ୍ଭୀରଙ୍କୁ ଏମିତି ପରାମର୍ଶ ଦେଲେ ପୂର୍ବତନ କ୍ରିକେଟର, ଉଠାଇଲେ ବଡ଼ ପ୍ରଶ୍ନ

ନୂଆଦିଲ୍ଲୀ, ୨୫।୧୧: ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ରେ ୟୁଏଇ ବିପକ୍ଷରେ ଦ୍ୱିଶତକ ହାସଲ କରିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ସେ ମାତ୍ର ୫୩ଟି ବଲରେ ୨୦୪ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ୨୮ଟି ଛକା ସାମିଲ ଥିଲା। ବୈଭବଙ୍କ ଏହି ଧୂଆଁଧାର ପାଳି ପରେ ଅନେକ କିମ୍ବଦନ୍ତୀ କ୍ରିକେଟରଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ବୈଭବ ଭାରତୀୟ ଟି-୨୦ ଅନ୍ତର୍ଜାତୀୟ ଦଳର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ହୋଇଥିଲେ ମଧ୍ୟ ତାଙ୍କୁ ନିୟମିତ ଖେଳିବାର ସୁଯୋଗ ମିଳୁନାହିଁ। ତାଙ୍କୁ ପ୍ରାୟତଃ ଚୂଡ଼ାନ୍ତ ଏକାଦଶରୁ ବାଦ ଦିଆଯାଉଛି। ଏହାକୁ ନେଇ ଏବେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ପ୍ରଶ୍ନ ଉଠାଇଛନ୍ତି। ବୈଭବଙ୍କୁ ସୁଯୋଗ ଦେବା ପାଇଁ ସେ ଗୌତମ ଗମ୍ଭୀରଙ୍କୁ ପରାମର୍ଶ ଦେଇଛନ୍ତି।

ୟୁଏଇ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଇନିଂସ ପରେ ମହମ୍ମଦ କୈଫ ଏକ ବଡ଼ ବୟାନ ଦେଇଛନ୍ତି। ସେ ବୈଭବଙ୍କୁ ‘ରେକର୍ଡ ବ୍ରେକର୍‌’ ଆଖ୍ୟା ଦେବା ସହ ୧୫ ବର୍ଷୀୟ ଏହି ଯୁବ ତାରକାଙ୍କୁ ନିୟମିତ ସୁଯୋଗ ଦେବାକୁ ଟିମ ମ୍ୟାନେଜମେଣ୍ଟକୁ ପରାମର୍ଶ ଦେଇଛନ୍ତି।

କୈଫ କହିଛନ୍ତି, ବୈଭବ ସୂର୍ଯ୍ୟବଂଶୀଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳୁନାହିଁ। କୁହାଯାଉଛି ଯେ ବୈଭବଙ୍କୁ ମାତ୍ର ୧୫ ବର୍ଷ ହୋଇଛି ଏବଂ ତାଙ୍କୁ ଏବେ ପ୍ରସ୍ତୁତ କରାଯାଉଛି। କିନ୍ତୁ ସେ ଏପର୍ଯ୍ୟନ୍ତ କ’ଣ ହାସଲ କରିଛନ୍ତି, ତାହା ମୁଁ କହିଦେଉଛି। ସେ ଜଣେ ରେକର୍ଡ ବ୍ରେକର୍। ଏତେ କମ ବଲ୍ରେ ଏତେ ଅଧିକ ରନ କେହି କେବେ କରିନାହାନ୍ତି। ସେ ୫୩ଟି ବଲରେ ୨୦୪ ରନ କରିଛନ୍ତି। ଏହା ପୂର୍ବରୁ ମଧ୍ୟ ସେ ଲିଷ୍ଟ-ଏ କ୍ରିକେଟରେ ମାତ୍ର ୧୧ଟି ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ଏହି ରେକର୍ଡ ମଧ୍ୟ ଭାଙ୍ଗିସାରିଛି।

ଅନେକ ପ୍ରଶଂସକଙ୍କ ମତରେ ବୈଭବ ସୂର୍ଯ୍ୟବଂଶୀ କେବଳ ଦୁର୍ବଳ ଦଳ ବିପକ୍ଷରେ ରନ କରୁଛନ୍ତି। ଏହି ସମାଲୋଚକଙ୍କୁ ଜବାବ ଦେବାକୁ ଯାଇ ମହମ୍ମଦ କୈଫ ଆଇପିଏଲରେ ବୈଭବଙ୍କ ଅରେଞ୍ଜ କ୍ୟାପ ଜିତିବାର ଉଦାହରଣ ଦେଇଛନ୍ତି। ସେ କହିଛନ୍ତି, ଆଇପିଏଲରେ ମଧ୍ୟ ସେ ବହୁତ ରନ କରିଛନ୍ତି। ଯଶପ୍ରୀତ ବୁମ୍ରା, ଭୁବନେଶ୍ୱର କୁମାର, ଜୋଶ ହାଜେଲଉଡ ଏବଂ ମିଚେଲ ଷ୍ଟାର୍କଙ୍କ ଭଳି ବୋଲରଙ୍କ ସାମ୍ନା କରିଛନ୍ତି। ଆଇପିଏଲରେ ବିଶ୍ୱର ଅନେକ ଶ୍ରେଷ୍ଠ ବୋଲର ଖେଳିଥାନ୍ତି।

ଦ୍ୱିଶତକ ହାସଲ କରିବା ପରେ ଅନ୍ତତଃ ପକ୍ଷେ ଏବେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଚୂଡ଼ାନ୍ତ ଏକାଦଶରେ ନିୟମିତ ସ୍ଥାନ ଦେବା ନେଇ ବିଚାର କରାଯିବ ବୋଲି ମହମ୍ମଦ କୈଫ ଆଶା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ସେ ଏପରି ଖେଳାଳିଙ୍କ ମଧ୍ୟରୁ ନୁହନ୍ତି, ଯାହାଙ୍କୁ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି। ସେ ଆଗରୁ ହିଁ ପ୍ରସ୍ତୁତ ହୋଇସାରିଛନ୍ତି। ସେ ଖେଳିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଏବଂ ନିୟମିତ ଭାବେ ଭଲ ପ୍ରଦର୍ଶନ କରିଆସୁଛନ୍ତି। ରେକର୍ଡ ଭାଙ୍ଗିବା ଏବଂ ନୂଆ ଇତିହାସ ରଚିବାର ସୱତନ୍ତ୍ର ପ୍ରତିଭା ତାଙ୍କ ପାଖରେ ରହିଛି। ମୋର ଆଶା, ଖୁବ୍‌ଶୀଘ୍ର ତାଙ୍କୁ ଭାରତୀୟ ଚୂଡ଼ାନ୍ତ ଏକାଦଶରେ ନିୟମିତ ସୁଯୋଗ ମିଳିବ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ଘରର ତାଲା ଭାଙ୍ଗି ସୁନା ଓ ଟଙ୍କା ଲୁଟ୍‌ : ୨ ଗିରଫ

ଛତ୍ରପୁର, ୨୫ା୧୧ (ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ଅଧୀନ ପୁରୁଣା ଛତ୍ରପୁର ଗ୍ରାମରେ ବନ୍ଦ ଘରର ତାଲା ଭାଙ୍ଗି ସୁନା ଓ ଟଙ୍କା ଲୁଟ୍‌ ଘଟଣାରେ ପୁଲିସ…

ଚାମେଲିଙ୍କୁ ପୁଣି ହାଇକୋର୍ଟ ଝଟ୍‌କା

କଟକ/ମହାକାଳପଡ଼ା,୨୫।୧୧(ପ୍ରଭୁକଲ୍ୟାଣ ପାଲ୍/ପ୍ରତାପ ଚନ୍ଦ୍ର ସ୍ୱାଇଁ):କେନ୍ଦ୍ରାପଡ଼ା ଜିଲା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ପାଇଁ ବଢ଼ିଲା ଅଡ଼ୁଆ। ଚାମେଲିଙ୍କ ସମେତ ସମସ୍ତ ପ୍ରତିପକ୍ଷଙ୍କୁ ନୋଟିସ ଜାରି କଲେ ହାଇକୋର୍ଟ।…

ବୈଭବ ସୂର୍ଯ୍ୟବଂଶୀଙ୍କୁ ସମ୍ପୂର୍ଣ୍ଣ ନିଆରା ଢଙ୍ଗରେ ପ୍ରଶଂସା କରିଛନ୍ତି ରବୀନ୍ଦ୍ର ଜାଡେଜା; ଏହି ପୋଷ୍ଟ ଦେଖିଲେ ହସକୁ ଅଟକାଇ ପାରିବେ ନାହିଁ

ନୂଆଦିଲ୍ଲୀ,୨୫।୧୧: ମଙ୍ଗଳବାର ଦୋହା ଠାରେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ୟୁଏଇ (UAE) ବିପକ୍ଷରେ ଧ୍ୱଂସଲୀଳା ଚଳାଇଥିଲେ। ମାତ୍ର ୫୩ଟି ବଲରୁ ୨୦୪ ରନ ସଂଗ୍ରହ କରି…

‘ସମଗ୍ର ବିହାର ଗର୍ବିତ’: ବୈଭବ ସୂର୍ଯ୍ୟବଂଶୀଙ୍କ ଉଚ୍ଚ ପ୍ରଶଂସା କଲେ BCA ସଭାପତି

ନୂଆଦିଲ୍ଲୀ,୨୫।୧୧: ମଙ୍ଗଳବାର ଦୋହାରେ ଅନୁଷ୍ଠିତ ‘ଏସିସି ପୁରୁଷ ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬’ (ACC Men’s Asia Cup Rising Stars 2026) ରେ, ୟୁନାଇଟେଡ…

ମହମ୍ମଦ ସିରାଜଙ୍କୁ ଦଳରେ ସାମିଲ ନକରିବା ନିଷ୍ପତ୍ତି ଉପରେ ମୁହଁ ଖୋଲିଲେ ରାଜୀବ ଶୁକ୍ଲା; ଜାଣନ୍ତୁ ସେ କ’ଣ କହିଲେ

ନୂଆଦିଲ୍ଲୀ,୨୫।୧୧: ୱେଲିଙ୍ଗଟନରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଇଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଡ୍ରରେ ଶେଷ ହୋଇଥିଲା। ଦ୍ରୁତ ବୋଲର ମହମ୍ମଦ ସିରାଜ ଏହି ମ୍ୟାଚର…

Jio ୟୁଜର୍ସଙ୍କ ପାଇଁ ଖୁସି ଖବର: ୧୫ ଟଙ୍କାରେ 5G ଡାଟା, ୩୯୯ ରୁ ୩,୯୯୯ ଟଙ୍କା ଯାଏ ଆସିଲା ନୂଆ ପ୍ଲାନ

ଯଦି ଆପଣ Jioର ସିମ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଅଛି। କମ୍ପାନୀ ତାହାର ଗ୍ରାହକମାନଙ୍କ ପାଇଁ ’Happy New Year…

ଆଜି ଛାଡ଼ଖାଇ, ଆମିଷ ବଜାରରେ ପ୍ରବଳ ଭିଡ଼: ଜୀଅନ୍ତା କଙ୍କଡ଼ା ,ଛଟପଟ ମାଛ

ଭୁବନେଶ୍ବର,୨୫।୧୧: ଛାଡ଼ଖାଇକୁ ନେଇ ଆଜି ସବୁଠି ଉତ୍ସାହ। ଦୀର୍ଘଦିନର ଆମିଷ ବର୍ଜନ ପରେ ଛାଡ଼ଖାଇରେ ଆମିଷ ଖାଇବା ପାଇଁ ଲୋକଙ୍କ ମଧ୍ୟରେ ଦେଖାଦେଇଛି ବେଶ୍ ଆଗ୍ରହ। ଏହାକୁ…

ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଏକାଠି ନାମ ପଞ୍ଜୀକରଣ କରିଛନ୍ତି ପିତା-ପୁତ୍ର

ନୂଆଦିଲ୍ଲୀ,୨୫।୧୧: ୨୦୨୭ ଇଣ୍ଡିଆନ ପ୍ରିମିୟର ଲିଗ (IPL) ପାଇଁ ଖେଳାଳି ନିଲାମ ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଯାଉଛି। ଆଗାମୀ ସିଜିନ ପାଇଁ ଏହା ଏକ ‘ମିନି-ନିଲାମ’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?