Posted inଫୁରସତ

ନେତାଜୀ ସ୍ତ୍ରୀଙ୍କୁ ଶ୍ରଦ୍ଧାରେ ଡାକନ୍ତି…

ବିପ୍ଳବୀ ସ୍ବାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ବୀରପୁତ୍ର ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ କଟକର ଓଡ଼ିଆ ବଜାରରେ ୧୮୯୭ ମସିହା ଜାନୁୟାରୀ ୨୩ରେ ହୋଇଥିଲା। ପିତା ଜାନକୀ ନାଥ ବୋଷ ଏବଂ ମା’ ପ୍ରଭାବତୀ। ତାଙ୍କ ପିତା ଥିଲେ ଜଣେ ଆଇନଜୀବୀ। ସେ କଟକର ରେଭେନ୍ସା କଲିଜିଏଟ୍‌ ସ୍କୁଲରେ ପାଠ ପଢ଼ିଥିଲେ। କଲିକତାର ପ୍ରେସିଡେନ୍ସି କଲେଜରୁ ବିଏ ପାସ୍‌ କରିବା ପରେ ୧୯୧୯ରେ ବ୍ରିଟେନ୍‌ ଚାଲିଯାଇଥିଲେ। ସେଠାରେ ଅଷ୍ଟ୍ରିଆର ଯୁବତୀ ଏମିଲି ଶଙ୍କେଲଙ୍କ ସହ ୧୯୩୪ରେ ସାକ୍ଷାତ ହୋଇଥିଲା। ଦୁଇଜଣ ମିଶି ଗୋଟିଏ ସ୍ଥାନରେ ଚାକିରି କରୁଥିଲେ। ୧୯୩୬ରେ ଅଷ୍ଟ୍ରିଆ ଏବଂ ଚେକୋସ୍ଲୋଭାକିଆ ରହିବା ସମୟରେ ଦୁଇଜଣଙ୍କ ମଧ୍ୟରେ ସମ୍ପର୍କ ମଧୁର ହେବାରେ ଲାଗିଲା। ୧୯୧୦ ଜାନୁୟାରୀ ୨୬ରେ ଅଷ୍ଟ୍ରିଆର ଏକ କ୍ୟାଥ୍‌ଲିକ୍‌ ପରିବାରରେ ଜନ୍ମିତ ଏମିଲିଙ୍କ ପିତା ଚାହୁଁ ନ ଥିଲେ ତାଙ୍କ ଝିଅ ଜଣେ ଭାରତୀୟଙ୍କ ସହ ମିଳାମିଶା କରୁ ବୋଲି। କିନ୍ତୁ ସୁଭାଷଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ ଜାଣିବା ପରେ ବିବାହ ଦେବାକୁ ରାଜି ହୋଇ ଯାଇଥିଲେ। ୧୯୩୭ ଡିସେମ୍ବର ୨୭ରେ ଏମିଲିଙ୍କ ସହ ସୁଭାଷଙ୍କ ବିବାହ ଅଷ୍ଟ୍ରିଆରେ ସମ୍ପନ୍ନ ହୋଇଥିଲା। ସେଦିନ ଏମିଲିଙ୍କ ୨୭ତମ ଜନ୍ମଦିବସ ଥିଲା। ବିବାହ ସମୟରେ ସେ ଏମିଲିଙ୍କ ମଥାରେ ଭାରତୀୟ ପରମ୍ପରା ଅନୁସାରେ ସୁଭାଷ ସିନ୍ଦୂର ଲଗାଇଥିଲେ। ଏହି ବିବାହ ସମ୍ପୂର୍ଣ୍ଣ ଗୋପନୀୟ ଥିଲା। କାରଣ ସୁଭାଷ ଚାହୁଁ ନ ଥିଲେ ଜଣେ ବିଦେଶିନୀଙ୍କୁ ବିବାହ କରି ଦେଶରେ ଏହାର କିଛି ପ୍ରଭାବ ପଡୁ। ତେଣୁ ବିବାହକୁ ଗୁପ୍ତ ରଖିଥିଲେ। ସେ ଏମିଲିଙ୍କୁ ଶ୍ରଦ୍ଧାରେ ବାଘୁଣୀ ବୋଲି ଡାକୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ICUରେ ଆନ୍ନା ହଜାରେ: ଗୁରୁତର ଭାଇରାଲ ସଂକ୍ରମଣ ପରେ…

ନୂଆଦିଲ୍ଲୀ,୩୧।୮: ସାମାଜିକ କର୍ମୀ ଆନ୍ନା ହଜାରେଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ମୁମ୍ବାଇର ବମ୍ବେ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁତର ଭାଇରାଲ ସଂକ୍ରମଣ ଏବଂ…

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ରାଷ୍ଟ୍ରପତିଙ୍କ ପାଖରେ ଛାଇ ଭଳି ରହୁଥିବା ମେଜର ରିଷଭ ହଠାତ୍‌ ନେଲେ ଅବସର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୩୧।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ସରକାରୀ ଓ ଆଧିକାରିକ କାର୍ଯ୍ୟକ୍ରମରେ ନଜର ଆସି ଚର୍ଚ୍ଚାରେ ଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଏବେ…

ଅମରନାଥଙ୍କୁ ପିଟିଲା କାର୍‌, ଚାଲିଗଲା ଜୀବନ

ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…

ଦମ୍‌ଦାର ଜବାବ ଦେଲେ ବୈଭବ ସୂର୍ଯ୍ୟବଂଶୀ: କିଛି କହିବା ପୂର୍ବରୁ ୧୦୦୦ ଥର ଭାବିବେ କ୍ରିକେଟ ପଣ୍ଡିତ!

ନୂଆଦିଲ୍ଲୀ, ୩୧।୮: ଦୁଲୀପ ଟ୍ରଫି ଡେବ୍ୟୁ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୮ ରନ କରି ଆଉଟ ହେବା ପରେ ତାଙ୍କ ରେଡ ବଲ ଟେମ୍ପରାମେଣ୍ଟକୁ ନେଇ…

ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କଲେ ଲିଓନେଲ ମେସି: କହିଲେ- ଏହି କାରଣ ପାଇଁ…

ନୂଆଦିଲ୍ଲୀ, ୩୧।୮: ଫୁଟବଲ ଜଗତର ପ୍ରଶଂସକଙ୍କ ପାଇଁ ଆସିଛି ବଡ଼ ଖବର। ଆର୍ଜେଣ୍ଟିନାର ମହାନ ଫୁଟବଲର୍‌ ଲିଓନେଲ ମେସି ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କରିଛନ୍ତି। ଏଣିକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri