ନୃସିଂହ ଚତୁର୍ଦ୍ଦଶୀରେ କଣଗୁଜ ଅନୁକୂଳ ହେଲାନି

ପୁରୀ ଅଫିସ, ୬ା୫: ବୁଧବାର ଥିଲା ପବିତ୍ର ନୃସିଂହ ଚତୁର୍ଦ୍ଦଶୀ। ଏହି ତିଥିରେ ପରମ୍ପରା ଅନୁଯାୟୀ ରଥଖଳାରେ ତିନିରଥର କଣଗୁଜ ଅନୁକୂଳ ହୋଇଥାଏ। କିନ୍ତୁ ଏଥର ନୃସିଂହ ଚତୁର୍ଦ୍ଦଶୀରେ କଣଗୁଜ ଅନୁକୂଳ ହୋଇପାରିଲା ନାହିଁ। କେତେଜଣ ରୂପକାର ସେବକ ରଥଖଳାକୁ ଆସିଥିଲେ। କିନ୍ତୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନ ଥିବାରୁ ସେମାନେ ଫେରିଯାଇଥିଲେ।
ତାଳଧ୍ୱଜ ରଥର ରୂପକାର ପଞ୍ଚାନନ ମହାପାତ୍ର କହିଛନ୍ତି, ନୃସିଂହ ଚତୁର୍ଦ୍ଦଶୀରେ ତିନିରଥର ମୁଖ୍ୟ ବିଶ୍ୱକର୍ମା ମହାପ୍ରଭୁଙ୍କ ଲାଗି ମାଳ, ମାହାର୍ଦ୍ଦ ଲଡୁ କଣଗୁଜ ପାଇଁ ଥିବା ୩ ଖଣ୍ଡ କାଠରେ ରଖି ପୂଜାର୍ଚ୍ଚନା କରି ନଡ଼ିଆ ଭାଙ୍ଗିଥାନ୍ତି। ଏହାପରେ ମହାରଣାମାନେ ସେହି କାଠକୁ ଚଉପଟ କରନ୍ତି। କାଠ ଚଉପଟ ସରିବା ପରେ ମୁଖ୍ୟ ବିଶ୍ୱକର୍ମା ତିନିରଥର ରୂପକାର ସେବକଙ୍କୁ ଏହାକୁ ହସ୍ତାନ୍ତର କରିଥାନ୍ତି। ଏହାପରେ ତିନିରଥର ମୁଖ୍ୟ ରୂପକାର ସେହି କାଠ ଉପରେ ମାହାର୍ଦ୍ଦ ମାଳ ରଖି କଣଗୁଜ ଅନୁକୂଳ କରିଥାନ୍ତି। ରୂପକାରମାନେ କଣଗୁଜରେ ପାରମ୍ପରିକ ରୀତିରେ ସିଂହ ବିରାଳ ଖୋଦେଇ କରିଥାନ୍ତି। ପ୍ରଥମେ ଚିତ୍ର ଆଙ୍କି ନିହଣ ଓ ମୁଗୁର ଦ୍ୱାରା ସେମାନେ ଖୋଦେଇ କରିଥାନ୍ତି। ତାଳଧ୍ୱଜ ଓ ନନ୍ଦିଘୋଷରେ ୧୬ଟି ଲେଖାଏ କଣଗୁଜ ଏବଂ ସୁଭଦ୍ରାଙ୍କ ରଥରେ ୧୨ଟି କଣଗୁଜ ରହିଥାଏ। ସେହିପରି ନନ୍ଦିଘୋଷ ଓ ତାଳଧ୍ୱଜ ରଥରେ ୧୨ଟି ଲେଖାଏ ପଟାଗୁଜ ରହୁଥିବାବେଳେ ସୁଭଦ୍ରାଙ୍କ ରଥରେ ୮ଟି ପଟାଗୁଜ ରହିଥାଏ। ଭଉଁରୀ ପରେ ପଟାଗୁଜ କାମ ଆରମ୍ଭ ହୁଏ। ଏଥିରେ ଗଜ ବିରାଳ, ନର ବିରାଳ, ଗଜ-ସିଂହ ବିରାଳ ଅଙ୍କନ କରାଯାଏ। ଏହାବ୍ୟତୀତ ଦୁଆରବେଢା ତଳେ ୮ଟି ଲେଖାଏ ନାଟଗୋଡ ହୋଇଥାଏ। ତିନିରଥ ପାଇଁ ମୋଟ ୨୪ଟି ନାଟଗୋଡ଼ ହୁଏ। ଶେଷରେ ତିନିଠାକୁରଙ୍କ ପଛପଟ ପ୍ରଭା କାମ ରୂପକାର ସେବକମାନେ ଖୋଦେଇ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri