ନୂତନ ଭିନ୍ନକ୍ଷମ ଅଧିକାର ଆଇନ

ଡ. ବିରଜା ରାଉତରାୟ

୨୦୧୧ ମସିହା ଜନଗଣନା ଅନୁସାରେ ଭାରତବର୍ଷରେ ବାସ କରୁଥିବା ସମୁଦାୟ ଜନସଂଖ୍ୟାର ୨.୧ ପ୍ରତିଶତ ଭିନ୍ନକ୍ଷମ। ଏମାନେ କୌଣସି ନା କୌଣସି ପ୍ରକାର ଏକ ବା ଏକାଧିକ ଭିନ୍ନତାର ଶିକାର ହୋଇଛନ୍ତି। ଭାରତର ଜଣେ ନାଗରିକ ଭାବରେ ସେମାନେ ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାରକୁ ଉପଭୋଗ କରିଥାନ୍ତି ସତ; ମାତ୍ର ଜୀବନ ନିର୍ବାହରେ ଯାବତୀୟ କଠିନତାର ସମ୍ମୁଖୀନ ହୋଇଥାନ୍ତି। ସେଥିପାଇଁ ପ୍ରଥମକରି ୧୯୯୫ ମସିହାରେ ଏକ ଭିନ୍ନକ୍ଷମ ଆଇନର ପ୍ରଣୟନ କରାଯାଇଥିଲା। ଏହି ଆଇନରେ ଅନ୍ୟ ନାଗରିକଙ୍କ ପରି ଭିନ୍ନକ୍ଷମ ବା ଦିବ୍ୟାଙ୍ଗମାନଙ୍କୁ ସମାନତା ଓ ଆତ୍ମସମ୍ମାନପୂର୍ଣ୍ଣ ଜୀବନ ନିର୍ବାହ କରିବା ପାଇଁ ସୀମିତ ଭାବେ ନିୟମ ପ୍ରଣିତ ହୋଇଥିଲା। ଏତଦ୍‌ ବ୍ୟତୀତ, ଏହି ଆଇନରେ ଦିବ୍ୟାଙ୍ଗମାନଙ୍କ ଅଧିକାରକୁ ସୁନିଶ୍ଚିତ କରାଇବାର କୌଣସି ବଳିଷ୍ଠ ପଦକ୍ଷେପ ନିଆଯାଇ ନ ଥିଲା। ଫଳରେ ବିଭିନ୍ନ ଭିନ୍ନକ୍ଷମ ସଙ୍ଗଠନ ଓ ସାମାଜିକ କର୍ମୀ ଏହାକୁ ବିରୋଧ କରିଥିଲେ। ସେମାନଙ୍କ ମତରେ ଏହି ଭିନ୍ନକ୍ଷମ ଆଇନ ପ୍ରଭାବଶାଳୀ ହୋଇ ନ ଥିବାରୁ ଏହାଦ୍ୱାରା ସେମାନେ ନ୍ୟାଯ୍ୟ ଅଧିକାର ପାଇବାରୁ ବଞ୍ଚିତ ହେବେ। ସେମାନଙ୍କୁ ଏହି ଅଧିକାର ଦେବାକୁ ହେଲେ ଏକ ଉତ୍ତରଦାୟୀ ବଳିଷ୍ଠ ଅଧିନିୟମର ଆବଶ୍ୟକତା ରହିଛି।
୨୦୦୬ ଡିସେମ୍ବର ୧୩ରେ ଅନୁଷ୍ଠିତ ମିଳିତ ଜାତିସଂଘର ସାଧାରଣ ଅଧିବେଶନରେ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ଅଧିକାର ଆଧାରିତ ପ୍ରସ୍ତାବମାନ ଗୃହୀତ ହୋଇଥିଲା। ଭାରତ ଉକ୍ତ ସମ୍ମିଳନୀର ଏକ ସ୍ବାକ୍ଷରକାରୀ ଦେଶ ଭାବେ ଉକ୍ତ ସୁପାରିସଗୁଡ଼ିକୁ କାର୍ଯ୍ୟକାରୀ କରାଇବା ଲକ୍ଷ୍ୟରେ ସଂସଦର ଉଭୟ ଗୃହରେ ୨୦୧୬ ରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଅଧିକାର ଅଧିନିୟମ ବିଧେୟକକୁ ପାରିତ କରାଯାଇଥିଲା; ଯାହା ଏକ ସ୍ବତନ୍ତ୍ର ଅଧିନିୟମ ରୂପେ ୨୦୧୬ ଡିସେମ୍ବର ୨୭ଠାରୁ ମହାମହିମ ରାଷ୍ଟ୍ରପତିଙ୍କ ସ୍ବୀକୃତିପ୍ରାପ୍ତ ହୋଇ ଆଇନରେ ପରିଣତ ହୋଇଛି।
ଏହି ନୂତନ ଭିନ୍ନକ୍ଷମ ଆଇନରେ ୧୯୯୫ ମସିହାରେ ପ୍ରଦତ୍ତ ଆଇନଠାରୁ ଅଧିକ ବିସ୍ତୃତ ଭାବରେ ପ୍ରତ୍ୟେକ ଦିଗ ଯେପରି ଶିକ୍ଷା, ସାମାଜିକ ସୁରକ୍ଷା, ନିଯୁକ୍ତି ଓ ସ୍ବତନ୍ତ୍ର ଯୋଜନା ତଥା ବିକାଶମୂଳକ କାର୍ଯ୍ୟକ୍ରମ ପ୍ରଭୃତି କ୍ଷେତ୍ରରେ ସୁନିଶ୍ଚିତ ଆରକ୍ଷଣର ବ୍ୟବସ୍ଥା କରାଯାଇ ବିଭିନ୍ନ ବର୍ଗ ପାଇଁ ସଂରକ୍ଷଣର ପ୍ରତିଶତକୁ ସୁନିର୍ଦ୍ଦିଷ୍ଟ କରାଯାଇଛି। ବିଶେଷକରି ଦିବ୍ୟାଙ୍ଗ ମହିଳା ଓ ଶିଶୁଙ୍କ ନିମନ୍ତେ ସ୍ବତନ୍ତ୍ର ପଦକ୍ଷେପର ପ୍ରାବଧାନ କରାଯାଇ ସେମାନଙ୍କର ଅଧିକାରକୁ ସୁରକ୍ଷିତ କରାଯାଇଛି। ସର୍ବୋପରି ଏହି ନୂତନ ଆଇନରେ ଥିବା ଖିଲାପକାରୀ ଓ ଦୋଷୀମାନଙ୍କ ନିମନ୍ତେ ଦଣ୍ଡବିଧାନର ବ୍ୟବସ୍ଥା ଏହାକୁ ଏକ ମଜଭୁତ ଓ ଶକ୍ତିଶାଳୀ ଆଇନରେ ପରିଣତ କରିଛି।
ଯଦି ଦିବ୍ୟାଙ୍ଗ ବ୍ୟକ୍ତିବିଶେଷମାନେ ଏହି ନୂତନ ଭିନ୍ନକ୍ଷମ ଆଇନ ୨୦୧୬ରେ ଥିବା ସେମାନଙ୍କ ଅଧିକାର ସମ୍ପର୍କିତ ପ୍ରାବଧାନ ସମ୍ପର୍କରେ ଅବଗତ ହୋଇପାରିବେ, ତେବେ ସେମାନେ ସେମାନଙ୍କ ନ୍ୟାୟିକ ଅଧିକାର ପାଇବା ସହ ଏହି ଆଇନର ଉଦ୍ଦିଷ୍ଟ ଲକ୍ଷ୍ୟସାଧନ ହୋଇପାରିବ। ଅଧିକନ୍ତୁ, ସରକାରୀ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ ତରଫରୁ ଏହି ନୂତନ ଭିନ୍ନକ୍ଷମ ଅଧିକାର ଆଇନ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବା ସହ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମର ସହାୟତା ମଧ୍ୟ ସମାଜର ଏହି ଅବହେଳିତ ତଥା ଅସହାୟ ଭିନ୍ନକ୍ଷମ ବର୍ଗଙ୍କୁ ଏକ ଭେଦଭାବହୀନ ସମ୍ମାନଜନକ ଜୀବନ ନିର୍ବାହର ସୁଯୋଗ ମିଳିବା ସହିତ ଏକ ଯଥାର୍ଥ ଅନ୍ତର୍ଭୁକ୍ତୀ ସମ୍ମିଳିତ ସମାଜର ବାସ୍ତବାୟନ ସମ୍ଭବପର ହୋଇପାରିବ।
୨୦୧୬ ମସିହାରେ ପ୍ରଣିତ ଏହି ଯୁଗାନ୍ତକାରୀ ନୂତନ ଆଇନରେ ସମୁଦାୟ ୧୭ ଗୋଟି ଅଧ୍ୟାୟ ରହିଥିବା ବେଳେ ୧୦୨ ଗୋଟି ଧାରାକୁ ଏଥିରେ ସନ୍ନିବେଶିତ କରାଯାଇଛି। ସଂକ୍ଷେପରେ ସେଗୁଡ଼ିକ ହେଉଛି, ଯଥା – ପ୍ରଥମ ଅଧ୍ୟାୟ – ଭିନ୍ନକ୍ଷମତାର ସଂଜ୍ଞା ଓ ପରିସର ,ଦ୍ୱିତୀୟ ଅଧ୍ୟାୟ – ଅଧିକାର ଓ ହକ୍‌ ,ତୃତୀୟ ଅଧ୍ୟାୟ – ଶିକ୍ଷା,ଚତୁର୍ଥ ଅଧ୍ୟାୟ – ଦକ୍ଷତା ବିକାଶ ଓ ନିୟୋଜନ,ପଞ୍ଚମ ଅଧ୍ୟାୟ – ସାମାଜିକ ସୁରକ୍ଷା, ସ୍ବାସ୍ଥ୍ୟ, ପୁନର୍ବାସ ଏବଂ ଅବସର ବିନୋଦନ, ଷଷ୍ଠ ଅଧ୍ୟାୟ – ନିର୍ଣ୍ଣାୟକ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ ବିଶେଷ ବ୍ୟବସ୍ଥା,ସପ୍ତମ ଅଧ୍ୟାୟ – ଅଧିକ ସହାୟତା ଆବଶ୍ୟକ କରୁଥିବା ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ ବିଶେଷ ବ୍ୟବସ୍ଥା।,ଅଷ୍ଟମ ଅଧ୍ୟାୟ – ସମୁଚିତ ସରକାରଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ, ନବମ ଅଧ୍ୟାୟ – ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ କାର୍ଯ୍ୟ କରୁଥିବା ଅନୁଷ୍ଠାନଗୁଡ଼ିକର ପଞ୍ଜୀକରଣ ଓ ସେପରି ଅନୁଷ୍ଠାନଗୁଡ଼ିକୁ ଅନୁଦାନ।,ଦଶମ ଅଧ୍ୟାୟ – ନିର୍ଦ୍ଦିଷ୍ଟ ଧରଣର ଭିନ୍ନକ୍ଷମମାନଙ୍କ ପ୍ରମାଣୀକରଣ,ଏକାଦଶ ଅଧ୍ୟାୟ – ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ କେନ୍ଦ୍ରୀୟ ଓ ରାଜ୍ୟ ପରାମର୍ଶଦାତା ମଣ୍ଡଳୀ ଓ ଶିକ୍ଷାସ୍ତରୀୟ କମିଟି, ଦ୍ୱାଦଶ ଅଧ୍ୟାୟ – ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ ମୁଖ୍ୟ ଆୟୁକ୍ତ ଓ ରାଜ୍ୟ ଆୟୁକ୍ତ, ତ୍ରୟୋଦଶ ଅଧ୍ୟାୟ – ସ୍ବତନ୍ତ୍ର ନ୍ୟାୟାଳୟ, ଚତୁର୍ଦ୍ଦଶ ଅଧ୍ୟାୟ – ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ପାଣ୍ଠି , ପଞ୍ଚଦଶ ଅଧ୍ୟାୟ – ଭିନ୍ନକ୍ଷମଙ୍କ ପାଇଁ ରାଜ୍ୟ ପାଣ୍ଠି, ଷୋଡ଼ଶ ଅଧ୍ୟାୟ – ଅପରାଧ ଓ ଶାସ୍ତି , ସପ୍ତଦଶ ଅଧ୍ୟାୟ – ବିବିଧ।
ଏହି ଆଇନର ଅନ୍ୟ ଏକ ବିଶେଷତ୍ୱ ହେଉଛି ଏଥିରେ ପୂର୍ବରୁ ଥିବା ଭିନ୍ନକ୍ଷମତାର ପରିସରକୁ ବୃଦ୍ଧି ଓ ବ୍ୟାପକ କରାଯାଇ ୧୯୯୫ ଆଇନରେ ପ୍ରଚଳିତ ୭ ପ୍ରକାରରୁ ୨୧ ପ୍ରକାର ଭିନ୍ନକ୍ଷମତାକୁ ଅନ୍ତର୍ଭୁକ୍ତ କରାଯାଇଛି ଏବଂ ଆବଶ୍ୟକ ସମୟରେ ପରବର୍ତ୍ତୀ କାଳରେ କେନ୍ଦ୍ର ସରକାର କୌଣସି ନୂତନ ଭିନ୍ନକ୍ଷମତାକୁ ଏହି ତାଲିକାରେ ସଂଯୋଗ କରିବାର କ୍ଷମତାଭୁକ୍ତ ହୋଇଛନ୍ତି। ଅଧିକନ୍ତୁ, ୧୯୯୫ରେ ଥିବା ଭିନ୍ନକ୍ଷମ ଆଇନଟି ଜମ୍ମୁ ଓ କଶ୍ମୀର ବ୍ୟତୀତ ସାରା ଭାରତବର୍ଷରେ ପ୍ରଯୁଜ୍ୟ ଥିବାବେଳେ ୨୦୧୬ ମସିହାରେ ପ୍ରଣିତ ଆଇନର ପରିସରରେ ଜମ୍ମୁ ଓ କଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟ ଅନ୍ତର୍ଭୁକ୍ତ ।
ମୁଖ୍ୟ ଉପଦେଷ୍ଟା, ପୁନର୍ବାସ
ମୋ: ୯୬୫୮୮୧୦୨୪୪


Enter your email to get our daily news in your inbox.

All Right Reserved By Dharitri.Com

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

ତଥ୍ୟ ଅସୁରକ୍ଷିତ

ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ବାରମ୍ବାର ଅପବ୍ୟବହାର କରାଯାଉଥିବାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଛି। ବିଶେଷକରି ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିଥିବାରୁ ତଥ୍ୟକୁ ନେଇ ସର୍ବଦା…

ଏଇ ଭାରତରେ

ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ପିଲାମାନେ ସ୍କୁଲ ଯାଉ ନ ଥିବା ଲକ୍ଷ୍ୟ କରିଥିଲେ ଶ୍ରେୟା ରାଓ୍ବତ। ସ୍କୁଲ ବେଶି ଦୂରରେ ଥିବାରୁ, ଜଳବାୟୁ ଜନିତ ବିପର୍ଯ୍ୟୟ…

ପ୍ରଶ୍ନ ଏକ, ଉତ୍ତର ଅନେକ

ରାଜ୍ୟର ରାଜା ପାତ୍ର-ମନ୍ତ୍ରୀମାନଙ୍କ ସହ ରାଜଉଆସ ପରିସରରେ ଥିବା ପୋଖରୀ କୂଳରେ ବସି ରାଜ୍ୟର ହାଲ୍‌ଚାଲ୍‌ ବିଷୟରେ ଆଲୋଚନା କରୁଥାଆନ୍ତି। ସମସ୍ତ ପଦାଧିକାରୀ ନିଜ ନିଜର ପାରିବାପଣିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri