ନୂତନ ନଜିର

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌
କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ (କ୍ୟାଟ୍‌)ର ନୂତନ ନିର୍ଦ୍ଦେଶନାମା ଅନୁସାରେ ବିଦେଶରେ ଅବସ୍ଥାପିତ ଯେଉଁ ବାବୁମାନେ ଡ୍ୟୁଟି ସମ୍ପର୍କରେ ନିଜ କ୍ୟାଡର ରାଜ୍ୟକୁ ରିପୋର୍ଟ କରୁ ନ ଥିବେ, ସେମାନେ ସ୍ବେଚ୍ଛାକୃତ ଅବସର ଯୋଜନାରେ ଅବସର ନେବା ବା ପେନସନ ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ। ସ୍ବେଚ୍ଛାକୃତ ଅବସର ନେଇ ପେନସନ ସୁବିଧା ପାଇବା ପାଇଁ ଆବେଦନ କରିଥିବା ଜଣେ ପୂର୍ବତନ ଆଇଏଏସ୍‌ ଅଫିସର ସଞ୍ଜୀବ ସିଂ ଆଲୁଓ୍ବାଲିଆଙ୍କ ମାମଲାକୁ ଟ୍ରିବ୍ୟୁନାଲ ଖାରଜ କରିଦେଇଛନ୍ତି। ଆଲୁଓ୍ବାଲିଆ ହେଉଛନ୍ତି ୧୯୮୦ ବ୍ୟାଚ୍‌ ଉତ୍ତରପ୍ରଦେଶ କ୍ୟାଡର ଅଫିସର। ୨୦୦୫ ମସିହାରେ ସେ କେନ୍ଦ୍ରୀୟ ଡେପୁଟେଶନରେ ଯାଇ ଅର୍ଥ ମନ୍ତ୍ରଣାଳୟର ପୁଞ୍ଜି ବିନିବେଶ ବିଭାଗରେ ଯୁଗ୍ମ ସଚିବ ପଦରେ ଅବସ୍ଥାପିତ ହୋଇଥିଲେ। ଡେପୁଟେଶନ ଅବଧି ପୂରିବା ପୂର୍ବରୁ ତାଙ୍କ ଅନୁରୋଧରେ ତାଙ୍କୁ ନିଜ ରାଜ୍ୟକୁ ଫେରାଇ ଦିଆଯାଇଥିଲା। ପରେ ପରେ ବାବୁଙ୍କୁ ଏକ ବିଶ୍ୱବ୍ୟାଙ୍କ ଚାକିରି ପାଇଁ ଅନୁମତି ମିଳିଗଲା ଏବଂ ବିଶ୍ୱବ୍ୟାଙ୍କ ଅଫିସର ଭାବେ ସେ ସେପ୍ଟେମ୍ବର ୧୮, ୨୦୦୫ରୁ ସେପ୍ଟେମ୍ବର ୧୭, ୨୦୦୬ ପର୍ଯ୍ୟନ୍ତ ସୁଦାନରେ ରହିଲେ। ତେବେ ବିଦେଶରେ ଏହି ବର୍ଷିକିଆ ଚାକିରିର ଅବଧି ପୂରିଯିବା ପରେ ଏ ସମ୍ପର୍କରେ ସେ ନିଜ କ୍ୟାଡର ରାଜ୍ୟକୁ ଜଣାଇଲେ ନାହିଁ। ତା’ପରେ ସେ ଏପ୍ରିଲ ୨୦୧୦ରେ ସର୍ବଭାରତୀୟ ସେବା ଆଇନରେ ଥିବା ପ୍ରାବଧାନ ଅନୁଯାୟୀ ସ୍ବେଚ୍ଛାକୃତ ଅବସର ନେବା ପାଇଁ ଦରଖାସ୍ତ ପଠାଇଲେ। କେନ୍ଦ୍ର ସରକାର ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଦେଲେ କାରଣ ବର୍ଷିକିଆ ଅବଧି ପୂରିଯିବା ପରେ ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରାଯାଇ ନ ଥିଲା ଏବଂ ସେ ମଧ୍ୟ ଉକ୍ତ ଅବଧି ପୂରିବା ପରେ କ’ଣ କରୁଥିଲେ ସେ ବିଷୟରେ ସରକାରଙ୍କୁ ରିପୋର୍ଟ କରି ନ ଥିଲେ। ଟ୍ରିବ୍ୟୁନାଲ କହିଛନ୍ତି ଯେ, ବିନା ଅନୁମତିରେ ବାବୁ ଜଣକ ଛଅବର୍ଷ ଏକମାସ ଅନୁପସ୍ଥିତ ରହିଛନ୍ତି। ଟ୍ରିବ୍ୟୁନାଲ ପୁଣି କହିଛନ୍ତି ଯେ, ନିୟମ ଅନୁସାରେ ଜଣେ ବାବୁଙ୍କ ବୈଧ ଛୁଟି ପାଞ୍ଚବର୍ଷରୁ ଅଧିକ ହେଲେ ମଧ୍ୟ ତାକୁ କାର୍ଯ୍ୟରୁ ଇସ୍ତଫା ବୋଲି ଧରି ନିଆଯାଇପାରିବ। ତେଣୁ ଯିଏ ବିନା ଅନୁମତିରେ ଛଅବର୍ଷରୁ ଅଧିକ କାଳ ଅନୁପସ୍ଥିତ ରହିଛନ୍ତି, ତାଙ୍କୁ ସ୍ବେଚ୍ଛାକୃତ ଅବସର ଓ ଅବସରକାଳୀନ ସୁବିଧା ଦିଆଯାଇପାରିବ ନାହିଁ। ଏପରି ରାୟ ଦେଇ କ୍ୟାଟ୍‌ ଏ କ୍ଷେତ୍ରରେ ଏକ ନୂତନ ନଜିର ସୃଷ୍ଟି କରିଛନ୍ତି।
ପିଏମ୍‌ଓରେ ଅସ୍ଥିରତା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ନିର୍ବାଚନରେ ଜିତି ଯଦି ଦ୍ୱିତୀୟ ବାର କ୍ଷମତାସୀନ ହୁଅନ୍ତି, ତେବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ରୁ ବହୁ ବାବୁ ବିଦାୟ ନେଇପାରନ୍ତି। ପିଏମ୍‌ଓର ଅନେକ ବରିଷ୍ଠ ବାବୁ ସଅଳ ଅବସର ବା ବଦଳି ପାଇଁ ଆବେଦନ କରିଥିବା ଜଣାପଡ଼ିଛି। ଜାଣିବା ଶୁଣିବା ମହଲରୁ ଶୁଣିବାକୁ ମିଳୁଛି ଯେ, ଅନ୍ୟ ମନ୍ତ୍ରଣାଳୟଗୁଡ଼ିକରେ ବି କାର୍ଯ୍ୟରତ ଅନେକ ବାବୁ ବିଦାୟ ନେବାକୁ ଚାହୁଁଛନ୍ତି। ଏହାର କାରଣ ହେଉଛି ପ୍ରଧାନମନ୍ତ୍ରୀ ତଥା ସରକାରୀ ନୀତି ନିୟାମକ ଛୋଟ ଛୋଟ ଉପଦେଷ୍ଟା ମଣ୍ଡଳୀ ସହ ଏହି ବାବୁମାନଙ୍କର ତାଳମେଳ ରହୁନାହିଁ। କିନ୍ତୁ କେତେକେ ଭାବୁଛନ୍ତି ପ୍ରଧାନମନ୍ତ୍ରୀଙ୍କ କଡ଼ା କାର୍ଯ୍ୟସୂଚୀ ବାବୁମାନଙ୍କୁ ଦଣ୍ଡ ଦେଲା ପରି ଲାଗୁଥିବାରୁ ଅଧିକାଂଶ ଏ ନେଇ ଅସନ୍‌ୁଷ୍ଟ ଅଛନ୍ତି। ତାଙ୍କର ଉପରୁ-ତଳ ଆଭିମୁଖ୍ୟ ନିୟମିତ ବାବୁ ଓ ନେତାଙ୍କ ମଧ୍ୟରେ କଣ୍ଟା ସୃଷ୍ଟି କରିଛି। ଅବଶ୍ୟ ଏପରି ଘଟଣା ବିଶେଷତଃ ଗୋଟିଏ ସରକାରର ଅନ୍ତ ଓ ଆଉ ଗୋଟିଏ ସରକାରର ଆରମ୍ଭ ସମୟରେ ଯେ ଆଗରୁୁ କେବେ ଘଟିନାହିଁ ସେ କଥା ନୁହେଁ। ତେବେ ମୋଦି ଶାସନକଳକୁ ଶୃଙ୍ଖଳିତ କରିବାରେ ସଫଳ ହେବେ କି ବାବୁମାନେ ପୁରୁଣା ଅଭ୍ୟାସରେ ଆତ୍ମସନ୍ତୁଷ୍ଟ ରହିବେ, ତାହା ଆଗାମୀ ଦିନରେ ଜଣାପଡ଼ିବ।
ବରିଷ୍ଠତା ପ୍ରସଙ୍ଗ
ଆନ୍ଧ୍ରପ୍ରଦେଶ ଦୁଇଭାଗ ହୋଇ ତେଲେଙ୍ଗାନା ରାଜ୍ୟ ଗଠିତ ହେବାର ଇତିମଧ୍ୟରେ ପ୍ରାୟ ପାଞ୍ଚବର୍ଷ ବିତିଗଲାଣି। କିନ୍ତୁ ଦୁଇ ରାଜ୍ୟର ବାବୁମାନଙ୍କ ମଧ୍ୟରେ ଅନେକ ପ୍ରସଙ୍ଗ ଏବେ ବି ଅସମାହିତ ରହିଛି। ନିକଟରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ (ଏମ୍‌ଏଚ୍‌ଏ) ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର ରାଜ୍ୟ-ପୁନର୍ଗଠନ ଶାଖାକୁ ଉଭୟ ରାଜ୍ୟର ବିଭିନ୍ନ ବିଭାଗର ମୁଖ୍ୟମାନଙ୍କ ସହ ପରାମର୍ଶ କରି ପୋଲିସ ଇନ୍ସପେକ୍ଟର (ସିଭିଲ)ମାନଙ୍କ ବରିଷ୍ଠତା ତାଲିକାରେ ରହିଥିବା ବିସଙ୍ଗତି ଦୂର କରିବାକୁ ନିର୍ଦ୍ଦେଶ ଦେଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଅନୁସଚିବ ଆର୍‌. ଭେଙ୍କଟେଶନ୍‌ ଦୁଇ ରାଜ୍ୟକୁ ଲେଖିଥିବା ଚିଠିରେ ବରିଷ୍ଠତାକୁ ନେଇ ଦେଖାଦେଇଥିବା ବିବାଦର ସମାଧାନ କରିବାକୁ ପରାମର୍ଶ ଦିଆଯାଇଛି। ଏହି ଘଟଣାକୁ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି କାରଣ ପୋଲିସ ବାବୁମାନଙ୍କର ସଂଶୋଧିତ ବରିଷ୍ଠତା ତାଲିକା ଗୃହୀତ ନୀତିର ବିରୋଧୀ ବୋଲି ତେଲେଙ୍ଗାନା କରିଥିବା ଅଭିଯୋଗର ସମାଧାନ ପାଇଁ ଏଥିରେ ଚେଷ୍ଟା କରାଯାଇଛି। ଏହା ପୂର୍ବରୁ ତେଲେଙ୍ଗାନା ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ଲେଖିଥିବା ଏକ ଚିଠିରେ ଆନ୍ଧ୍ରପ୍ରଦେଶ ସରକାର ନିକଟରେ ପ୍ରକାଶ କରିଥିବା ସଂଶୋଧିତ ବରିଷ୍ଠତା ତାଲିକା ବିରୋଧରେ ଅଭିଯୋଗ କରିଥିଲା। ବିଭିନ୍ନ ବର୍ଗର କର୍ମଚାରୀଙ୍କ ତାଲିକାରେ ଦୁଇ ରାଜ୍ୟ ମଧ୍ୟରେ ଗୃହୀତ ପଦ୍ଧତିର ଅନୁସରଣ କରାଯାଇ ନାହିଁ ବୋଲି ଏଥିରେ ଦାବି କରାଯାଇଥିଲା।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ବୈଦିକ ସମାଜର ସ୍ୱରୂପ

ଖ୍ରୀଷ୍ଟପୂର୍ୱ ୧୫୦୦ରୁ ୧୦୦୦ ମଧ୍ୟରେ ସିନ୍ଧୁନଦୀର ଉପନଦୀ ସପ୍ତ-ସିନ୍ଧୁ କୂଳରେ ବୈଦିକ ଲୋକେ ବସବାସ କରୁଥିଲେ, ଯାହା ଏବେ ପଞ୍ଜାବ ନାମରେ ଜଣାଶୁଣା। ଏହା ହେଉଛି ଋକ୍‌-ବୈଦିକ…

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

ବିଦ୍ୟାଳୟ ଶିକ୍ଷାରେ ଡ୍ରପ୍‌ଆଉଟ୍‌ ସମସ୍ୟା

ନିକଟରେ ଅନେକ ଦୈନିକ ଓଡ଼ିଆ ସମ୍ବାଦପତ୍ରରେ ଆଦିବାସୀ ଅଧ୍ୟୁଷିତ ଜିଲାଗୁଡ଼ିକରେ ଅଧାରୁ ପାଠ ଛାଡ଼ୁଥିବା ଶିଶୁଙ୍କ ସଂଖ୍ୟା ଉଦ୍‌ବେଗଜନକ ବୋଲି ପ୍ରକାଶ ପାଇଛି। ପ୍ରଶାସନିକ ସ୍ତରରେ ମଧ୍ୟ…

ହଙ୍ଗେରୀ: ସମ୍ମାନ ଓ ସ୍ବାଧୀନତା

କେନ୍ଦ୍ରୀୟ ୟୁରୋପୀୟ ରାଷ୍ଟ୍ର ହଙ୍ଗେରୀ ଦୀର୍ଘ ୧୬ ବର୍ଷ ପରେ ନୂଆ ଶାସକ ଦେଖିବାକୁ ଯାଉଛି। ଉଗ୍ର ଦକ୍ଷିଣପନ୍ଥୀ ରାଜନୀତି ଚଳାଇ ଆସିଥିବା ଭିକ୍ଟର ଓର୍ବାନ୍‌ଙ୍କୁ ଦେଶବାସୀ…

ନୂଆବର୍ଷ ପାଇଁ ନୂଆ ଆଶା- ଏକ ଭାରତର ମାନସିକତା

ବୈଶାଖୀ, ରଙ୍ଗୋଲି ବିହୁ, ମହାବିଷୁବ ପଣା ସଂକ୍ରାନ୍ତି, ପୋଇଲା ବୈଶାଖ, ବିଷୁ ଏବଂ ତାମିଲ ପୁଥାଣ୍ଡୁ ଅବସରରେ ଭାରତ ତଥା ସାରା ବିଶ୍ୱରେ ଯେଉଁ ପାରମ୍ପରିକ ନୂଆ…

ବିପଦରେ ଐତିହ୍ୟ

ସାମ୍ପ୍ରତିକ ସମୟରେ ଆମେ ଉନ୍ନତି ପଥରେ ଦୌଡ଼ିଲା ବେଳେ ପଛରେ ରହିଯାଉଛି ଆମର ଐତିହ୍ୟ ଓ ସ୍ମୃତି। ଏହି ଐତିହ୍ୟ କେବଳ ପଥରର ସ୍ଥାପତ୍ୟ ଏବଂ ଦୁର୍ଗ…

ଏବେ ତୁର୍କୀ ଓ କ୍ୟୁବା

ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ଆକ୍ରମଣ ଏବଂ ନିକଟରେ ପାକିସ୍ତାନ ରାଜଧାନୀ ଇସ୍‌ଲାମାବାଦରେ ଶାନ୍ତି ଆଲୋଚନା ବିଫଳ ହେବା ପରେ ମଧ୍ୟପ୍ରାଚ୍ୟ ପୁନର୍ବାର ଅଶାନ୍ତ। ଇରାନ୍‌କୁ…

ଏଇ ଭାରତରେ

ସଡ଼କ ପଥରେ ଯାତ୍ରୀଙ୍କ ସୁରକ୍ଷା ନିଶ୍ଚିତ କରିବା ପାଇଁ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ। ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri