ନୂଆ ଶୀତଳଯୁଦ୍ଧ

ଦକ୍ଷିଣ ଚାଇନା ସାଗର ବା ସାଉଥ୍‌ ଚାଇନା ସି’ ହେଉଛି ପ୍ରଶାନ୍ତ ମହାସାଗରର ଏକ ଅଂଶ। ବିଶ୍ୱର ଏକ ତୃତୀୟାଂଶ ଜାହାଜ ଏହି ବାଟ ଦେଇ ଯିବାଆସିବା କରିଥାଏ। ଫଳରେ ପ୍ରତ୍ୟେକ ବର୍ଷ ୩ ଟ୍ରିଲିୟନ ଆମେରିକୀୟ ଡଲାରର ବାଣିଜି୍ୟକ କାରବାର ଏହାର ଜଳରାଶି ଦେଇ ହୋଇଥାଏ। ଚାଇନା, ତାଇଓ୍ବାନ, ଫିଲିପାଇନ୍ସ, ବ୍ରୁନେଇ, ମାଲେସିଆ, ଇଣ୍ଡୋନେସିଆ, ସିଙ୍ଗାପୁର ଓ ଭିଏଟ୍‌ନାମ ଭଳି ଦେଶ ଏହାର ଚାରିକଡ଼େ ରହିଛନ୍ତି। କିନ୍ତୁ ଚାଇନା ଅନ୍ୟ ଦେଶ ଅପେକ୍ଷା ସେଠାରେ ନିଜର ଆଧିପତ୍ୟ ବିସ୍ତାର କରିଚାଲିଛି। ଅନ୍ତର୍ଜାତୀୟ ସାମୁଦ୍ରିକ ଆଇନକୁ ଚାଇନା ନ ମାନି ସେଠାରେ ନୌଜାହାଜ ମୁତୟନ କରିବା ସହ ସମୁଦ୍ର ଗର୍ଭରୁ ବାଲି ଉଠାଇ କେତୋଟି କ୍ଷୁଦ୍ର ଦ୍ୱୀପ ସୃଷ୍ଟି କରିଥିବାର ଅସମର୍ଥିତ ସୂତ୍ରରୁ ଖବର ମିଳୁଛି। ଏଥିସହିତ ଅନ୍ୟ ଦେଶର ଜାହାଜକୁ ଦୂରେଇ ଦେଉଥିବାରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଯେହେତୁ ଚାଇନା ଅନ୍ତର୍ଜାତୀୟ ଆଇନକୁ ଉଲ୍ଲଂଘନ କରୁଛି, ଆମେରିକା ସେଠାରେ ମଧ୍ୟସ୍ଥ ଭୂମିକା ଗ୍ରହଣ କରି ଉକ୍ତ ଜଳରାଶିରେ ଅନ୍ୟାନ୍ୟ ଦେଶର ଜାହାଜଗୁଡ଼ିକ କିଭଳି ମୁକ୍ତ ଆତଯାତ କରିବେ ତାହା ଉପରେ ଗୁରୁତ୍ୱ ଦେଇଆସୁଛି। ଆମେରିକାର ଏଭଳି ହସ୍ତକ୍ଷେପକୁ ବେଜିଂ ବିରୋଧ କରୁଛି। ଅନ୍ୟପକ୍ଷରେ ଚାଇନାର ବିରୋଧୀ ରାଷ୍ଟ୍ରଗୁଡ଼ିକୁ ଏକତ୍ରିତ କରି ଆମେରିକା ସେଠାରେ ସାମରିକ ବଳକୁ ସୁଦୃଢ଼ କରୁଥିବାରୁ ଏବେ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଚରମସୀମାରେ ପହଞ୍ଚିଛି। ପରିସ୍ଥିତି ଯେଭଳି ଉଗ୍ର ହେବାରେ ଲାଗିଛି ତାହା ଆଉ ଏକ ଶୀତଳଯୁଦ୍ଧକୁ ଜନ୍ମ ଦେଉଛି ବୋଲି ବିଶେଷଜ୍ଞମାନେ ଆଶଙ୍କା କଲେଣି।
ଚାଇନାର ଉହାନରୁ ବାହାରିଥିବା କରୋନା ଭାଇରସ୍‌ ଏବେ ବିଶ୍ୱବ୍ୟାପୀ ଲୋକଙ୍କୁ କଲବଲ କରିଦେଇଛି। ଅନ୍ତର୍ଜାତୀୟ ସ୍ତରରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ଆମେରିକା। ସେଠାରେ ପାଖାପାଖି ଏକ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିସାରିଲାଣି। ୟୁରୋପୀୟ ଦେଶ ସହ ଏସିଆ ମହାଦେଶରେ ଏହାର ପ୍ରାଦୁର୍ଭାବ ବଢ଼ିଚାଲିଥିବାରୁ ସମସ୍ତେ ଚାଇନା ଉପରେ ଖଡ୍ଟହସ୍ତ। ଏଭଳିସ୍ଥଳେ ଚାଇନାର ଖୁଣ ଖୋଜିବାରେ କେତେକ ରାଷ୍ଟ୍ର ଲାଗି ପଡ଼ିଛନ୍ତି। ଆଉ କିଛି ରାଷ୍ଟ୍ର ଚାଇନାକୁ ଏକଘରକିଆ କରିଦେବା ପାଇଁ ମସୁଧା ଚଳାଇଛନ୍ତି। ତା’ ସହ ବାଣିଜି୍ୟକ କାରବାର ବନ୍ଦ କରିଦିଆଯିବା ଉଚିତ ବୋଲି ଅନେକ ଦେଶ ମତଦେଲେଣି। ହେଲେ ଚାଇନା ବିଚଳିତ ହେଉଥିବା ଦେଖାଯାଉ ନାହିଁ। କାରଣ ବିଶ୍ୱ ଅର୍ଥନୀତିରେ ବେଜିଂର ପଲା ଭାରି ରହିଛି। ବିଭିନ୍ନ ଦେଶକୁ ବାଣିଜି୍ୟକ ରପ୍ତାନି କରିବାରେ ଆଗରେ ରହିବା ସହ ଅନ୍ୟ ଦେଶରେ ତିଆରି ହେଉଥିବା ଅନେକ ସାମଗ୍ରୀ ପାଇଁ ଚାଇନା କଞ୍ଚାମାଲ ଯୋଗାଇଆସୁଛି। ଭାରତ ସମେତ ବହୁ ରାଷ୍ଟ୍ରର ଫାର୍ମାସ୍ୟୁଟିକାଲ କ୍ଷେତ୍ରରେ ଔଷଧ ପ୍ରସ୍ତୁତି ଲାଗି ସକ୍ରିୟ ଉପାଦାନ ବା ଏପିଆଇ ଚାଇନାରୁ ଆମଦାନୀ କରାଯାଇଥାଏ। ସେହିଭଳି ଶସ୍ତା ଶ୍ରମଶକ୍ତି ଯୋଗୁ ଚାଇନା ପ୍ରଚୁର ସାମଗ୍ରୀ ପ୍ରସ୍ତୁତ କରି ତାହାକୁ ବିଶ୍ୱବ୍ୟାପୀ ଖେଳେଇ ଦେଇଛି। ତେଣୁ ଏଭଳି ଏକ ଶକ୍ତିଶାଳୀ ରାଷ୍ଟ୍ର ବିରୋଧରେ ପ୍ରତିଶୋଧ ନେଲା ଭଳି ଅନ୍ୟ ଦେଶଗୁଡ଼ିକ ସହଜରେ ରାଜି ହେବେ ବୋଲି ବିଶ୍ୱାସ ହେଉନାହିଁ। ଏପରିସ୍ଥଳେ ଆମେରିକା ସାଉଥ୍‌ ଚାଇନା ସି’କୁ ଆଳକରି ବେଜିଂ ବିରୋଧରେ ଶୀତଳଯୁଦ୍ଧ ଆରମ୍ଭ କରିବାକୁ ଯାଉଛି ବୋଲି କୁହାଯାଉଛି। ଚାଇନା ମଧ୍ୟ ସେଥିଲାଗି ପ୍ରସ୍ତୁତ ଥିବା ମନେହେଉଛି। ଏପଟେ ଦେଖିଲେ ଲଦାଖ ଅଞ୍ଚଳରେ ଚାଇନା ଓ ଭାରତୀୟ ସେନା ମୁହଁାମୁହଁି ଅବସ୍ଥାରେ ଅଛନ୍ତି। କେବଳ ସେତିକି ନୁହେଁ, ଭାରତର କେତେକ ସୈନ୍ୟଙ୍କୁ ଅନେକ ସମୟ ପର୍ଯ୍ୟନ୍ତ ଚାଇନାର ଲାଲ୍‌ ସେନା ଅଟକ ମଧ୍ୟ ରଖିଦେଇଥିଲା। ଏଭଳି ଅନ୍ତର୍ଜାତୀୟ ଆଇନ ଉଲ୍ଲଂଘନକାରୀକୁ ଜବାବ ଦେବାକୁ ଭାରତର କ୍ଷମତା ନାହିଁ। ଏଭଳି ପ୍ରଚ୍ଛଦପଟରେ ଖବର ମିଳିଛି ଯେ, ଚାଇନା ସରକାର ତା’ର ନାଗରିକଙ୍କୁ ତୁରନ୍ତ ଭାରତ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେଇଛି। ୨୭ ମେ’ ସୁଦ୍ଧା ଦୂତାବାସରେ ପଞ୍ଜୀକୃତ ହୋଇ ଭାରତରୁ ଚାଲିଯିବାର ଯେଉଁ ନିର୍ଦ୍ଦେଶ ଦିଆଯାଇଛି, ସେଥିପାଇଁ କୋଭିଡ୍‌-୧୯ର ଦ୍ୱାହି ଦିଆଯାଇଥିଲେ ମଧ୍ୟ ଉଦ୍ଦେଶ୍ୟ ଭିନ୍ନ ଥିବା ଭଳି ମନେହେଉଛି। ଆଜିର ଭାରତ ସରକାର କେବଳ ପାକିସ୍ତାନକୁ ଶତ୍ରୁ ଭାବି ସେହି ଦେଶ ପ୍ରତି ସତର୍କ ଥିବା ବେଳେ ବାସ୍ତବ ଶତ୍ରୁ ଭାବେ ଚାଇନା ଉଭା ହୋଇଛି।
ଏବେ ହଂକଂରେ ଚାଇନା ନିରାପତ୍ତା ଆଇନ ଲାଗୁ କରି ତାହାକୁ ଡରାଇ ଦେଇଛି। ଆମେରିକା ଯଦି ଭାରତ ସମେତ ଅନ୍ୟାନ୍ୟ ଦେଶକୁ ଚାଇନା ବିରୋଧରେ ଏକଜୁଟ କରିବାକୁ ଚାହିଁବ, ତାହା ହେଲେ ଅନ୍ୟମାନେ ଭାବିଚିନ୍ତି ନିଷ୍ପତ୍ତି ନେବେ। ତେବେ କୋଭିଡ୍‌-୧୯ ସଙ୍କଟକୁ ଖାତିର ନ କରି ଚାଇନା ଆମେରିକା ସହ ମୁହଁାମୁହିଁ ହେଲେ ବିଶ୍ୱବ୍ୟାପୀ ଆଉ ଏକ ବିପଦ ଦେଖାଦେବ। କରୋନା ଭୂତାଣୁ ଦ୍ୱାରା ଭୀତତ୍ରସ୍ତ ଥିବା ଦୁନିଆଯାକର ଲୋକଙ୍କ ପାଇଁ ଚାଇନା-ଆମେରିକା ଶୀତଳଯୁଦ୍ଧ ଅଧିକ ବିପଦ ଆଣିପାରେ ବୋଲି ଆଶଙ୍କା ସୃଷ୍ଟି ହେଲାଣି। ଏଭଳି ସ୍ଥଳେ ଏହାକୁ ସାମ୍ନା କରିବା ପୃଥିବୀ ପାଇଁ ଏକ କଷ୍ଟକର ବ୍ୟାପାର ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri