ନୂଆ ବର୍ଷ ଲାଗି ଟ୍ରାଫିକ ବ୍ୟବସ୍ଥା କଡ଼ାକଡ଼ି

ପୁରୀ ଅଫିସ,୩୧ା୧୨- ନୂତନ ବର୍ଷରେ ଶ୍ରୀକ୍ଷେତ୍ରରେ ପ୍ରବଳ ଜନସମାଗମ ହେବ। ଏ ନେଇ ପୁରୀ ପୋଲିସ ପକ୍ଷରୁ ଟ୍ରାଫିକ ନିିୟନ୍ତ୍ରଣ ଓ ପାର୍କିଂ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ି ପାର୍କିଂ ପ୍ରବେଶ ଏବଂ ପ୍ରସ୍ଥାନ ସମୟରେ ଅସୁବିଧା ନ ହେବ ସେଥିଲାଗି ଦୃଷ୍ଟି ଦିଆଯିବ। ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରଣ ଲାଗି ସହରରେ ୨୨ଟି ଅସ୍ଥାୟୀ ପୋଲିସ କ୍ୟାମ୍ପ, ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ ବ୍ୟବସ୍ଥା ରହିବ। ୩୧ ତାରିଖ ମଧ୍ୟରାତ୍ରିରୁ ଜାନୁୟାରୀ ୧ ପର୍ଯ୍ୟନ୍ତ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯାଇଛି ବୋଲି ସୋମବାର ଏସପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।

ମାର୍କେଟ କମ୍ପ୍ଲେକ୍ସରେ ରହିବ ଦୁଇଚକିଆ:

ଟ୍ରାଫିକ ନିୟନ୍ତ୍ରଣ ଦୃଷ୍ଟିରୁ ସିଂହଦ୍ୱାର ନିକଟକୁ ସମସ୍ତ ଯାନବାହନ ଚଳାଚଳ ଉପରେ କଟକଣା କରାଯାଇଛି। ମାର୍କେଟ କମ୍ପ୍ଲେକ୍ସ ଉଚ୍ଛେଦ ପରେ ଏହାକୁ ଦୁଇ ଚକିଆ ଯାନର ପାର୍କିଂସ୍ଥଳ କରାଯାଇଛି। ଏହି ସ୍ଥାନ ଫୁଲ ହେବା ପରେ ମୋଚିସାହି ଛକରେ ଅନ୍ୟ ଏକ ପାର୍କିଂ ବ୍ୟବସ୍ଥା କରାଯିବ। ସମସ୍ତ ଦୁଇ ଚକିଆ ଯାନ ମେଡିକାଲ ଛକରୁ ଝାଡେଶ୍ୱରୀ ଛକ, ଟାଉନ ହଲ ଛକ ଦେଇ ଏଠାରେ ରହିବେ। ବେଳାଭୂମି ଦିଗବାରେଣୀ ପାର୍କିଂ ଏବଂ ଯାତ୍ରୀକାଠାରେ ପାର୍କିଂ କରିପାରିବେ।

ଚାରିଚକିଆ ଯାନ ପାର୍କିଂ:

ଶ୍ରୀମନ୍ଦିରକୁ ଆସୁଥିବା ଚାରିଚକିଆ ଯାନ ଲାଗି ଜଗନ୍ନାଥ ବଲ୍ଲଭ, ପୁରୁଣା ଜେଲ ପଡିଆରେ ବ୍ୟବସ୍ଥା ରହିଛି। ଏହି ସ୍ଥାନ ପୂର୍ଣ୍ଣ ହେବା ପରେ ଗୁଣ୍ଡିଚା ମନ୍ଦିର, ଶରଧାବାଲି, ମଙ୍ଗଳାଘାଟ ଦେଇ ଫ୍ଲୋରିସ ଇଣ୍ଡିଆ ଓ ଯାତ୍ରିକାରେ ପାର୍କିଂ କରାଯିବ। ଗୁଣ୍ଡିଚା ମନ୍ଦିର ପାର୍କିଂ ଫୁଲ ହେଲେ ତାଳବଣିଆ ଇନଡୋର ଷ୍ଟାଡିିୟମ ଏବଂ ଆଇଟିଆଇ ଛକରେ ଯାନବାହନ ପାର୍କିଂ କରିବେ। ଏହି ସ୍ଥାନ ବ୍ୟତୀତ ଅନ୍ୟ କୌଣସି ଭିଡ଼ ସ୍ଥାନରେ ପାର୍କିଂ ପାଇଁ ଅନୁମତି ନ ଦେବା ଲାଗି ପୌର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

ପାସେଞ୍ଜର, ଟୁରିଷ୍ଟ ବସ୍‌ ଯାତାୟାତ :

ଭୁବନେଶ୍ୱରରୁ ପୁରୀ ଆସୁଥିବା ଦୈନିକ ଘରୋଇ ବସ ଅଠରନଳା, ନବକଳେବର ରୋଡ ଦେଇ ମ୍ୟୁନିସିପାଲିଟି ବସଷ୍ଟାଣ୍ଡରେ ପ୍ରବେଶ କରିବେ। ବ୍ରହ୍ମଗିରି ପଟୁ ଆସୁଥିବା ଘରୋଇ ବସ ଜଟିଆ ବାବାଜୀ ଛକ ପର୍ଯ୍ୟନ୍ତ ଆସିବେ, ସେହି ରୁଟ ଦେଇ ଫେରିବେ। ସେହିପରି କୋଣାର୍କ ପଟୁ ଆସୁଥିବା ଗ୍ରୀଡ ଛକ ବାଲିଘାଟ, ମାଟିଆପଡା ଛକ ଦେଇ ବସଷ୍ଟାଣ୍ଡରେ ପ୍ରବେଶ କରିବେ। ସେହିଭଳି ବାହାର ରାଜ୍ୟର ଟୁରିଷ୍ଟ ବସ ମାଲତିପାଟପୁର ଟୁରିଷ୍ଟ ବସଷ୍ଟାଣ୍ଡରେ ରଖିବେ। ସେଠାରୁ ପର୍ଯ୍ୟଟକମାନେ ଅଟୋ ଓ ମିନିବସ ଯୋଗେ ଶ୍ରୀମନ୍ଦିର ଆସିପାରିବେ। କୋଣାର୍କରୁ ଆସୁଥିବା ଟୁରିଷ୍ଟ ବସ ତୋଷାଳି ପ୍ଲାଜା ଛକ, ବାଇଦାସ ନଗର, ଆରଓବି ଦେଇ ମାଳତିପାଟପୁରରେ ପାର୍କିଂ କରିବେ। ଭୁବନେଶ୍ୱର ପଟୁ ସାତପଡା ଚିଲିକା ଲାଗି ଆସୁଥିବା ଟୁରିଷ୍ଟ ବସ ବାଟଗଁା ମଙ୍ଗଳାଘାଟ ବାଇପାସ ଦେଇ ଜାତୀୟ ରାଜପଥ ଦେଇ ସାତପଡା ଯିବେ। ଭାରିଯାନ ଯଥା ଟ୍ରକ, ଟ୍ରାକ୍ଟର, ମାଲ ବୋଝେଇ ଟ୍ରକ ଆଦିର ସହରରେ ପ୍ରବେଶ ଉପରେ କଟକଣା ରହିବ। ଏହା ୩୧ ଓ ୦୧ ତାରିଖ ଦୁଇଦିନ ଧରି ବଳବତ୍ତର ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ୨୮ଦିନିଆ ନୁହେଁ ୩୦ଦିନ ରହିବ ରିଚାର୍ଜ ପ୍ଲାନ! ସରକାର ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍‌ଲୀ,୨୭।୯: ଦେଶର କୋଟି କୋଟି ମୋବାଇଲ ଉପଭୋକ୍ତାଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (TRAI) ନିୟମରେ ଏକ…

AIକୁ ନେଇ ବିଲ ଗେଟ୍ସଙ୍କ ଚେତାବନୀ, କହିଲେ ‘କୋଟି କୋଟି ଲୋକଙ୍କର ହେବ ମୃତ୍ୟୁ’, ଚିନ୍ତାରେ ସାରା ବିଶ୍ୱ!

ଓ୍ବାଶିଂଟନ,୨୭।୯: କୃତ୍ରିମ ବୁଦ୍ଧିମତ୍ତା (AI)ର ଦ୍ରୁତ ବୃଦ୍ଧି ପାଉଥିବା ଶକ୍ତି ଏବଂ ଏହାର ବିପଦପୂର୍ଣ୍ଣ ପରିଣାମ ସମ୍ପର୍କରେ ସାରା ବିଶ୍ୱରେ ପୁଣି ଥରେ ଏକ ବଡ଼ ବିତର୍କ…

ପିତୃ ପକ୍ଷରେ ଚମକିବ ଏହି ୫ ରାଶିର ଭାଗ୍ୟ, ଧନ ସହ ମିଳିବ କ୍ୟାରିୟରରେ ବଡ଼ ସଫଳତା

ଜ୍ୟୋତିଷୀୟ ମାନ୍ୟତା ଅନୁସାରେ, ପିତୃ ପକ୍ଷର ସମୟ ପିତୃପୁରୁଷଙ୍କ ତର୍ପଣ ଏବଂ ଶ୍ରାଦ୍ଧ ପାଇଁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ପିତୃ ପକ୍ଷ ୨୬ ସେପ୍ଟେମ୍ୱରରୁ…

ନାବାଳକଙ୍କୁ ହତ୍ୟା କରି ଦୁଇ କୋଠା ମଝିରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ସମ୍ବଲପୁର,୨୭ା୯(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଢିପାପଡ଼ା ଅଞ୍ଚଳରେ ରବିବାର ସକାଳେ ଏକ ନାବାଳିକଙ୍କ ମୃତଦେହକୁ ଠାବ କରିଛି ପୋଲିସ। ଉଦ୍ଧାର ମୃତଦେହଟି ଓ୍ବାନ୍‌ ଆର୍‌ କଲୋନୀର…

ଯାଜପୁରରୁ ଭାସି ଆସି ପଟ୍ଟାମୁଣ୍ଡାଇରୁ ଉଦ୍ଧାର ହେଲେ ବୃଦ୍ଧା, ପ୍ରବଳ ସ୍ରୋତ ସତ୍ତ୍ୱେ…

ପଟ୍ଟାମୁଣ୍ଡାଇ,୨୭ା୯(କଳ୍ପତରୁ ): କଥାରେ ଅଛି ରଖେ ହରି ତ ମାରେ କିଏ। ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି ଜଣେ ୮୦ ବର୍ଷୀୟା ବୃଦ୍ଧା। ନଦୀର ପ୍ରଖର ସ୍ରୋତରେ…

ଗୁରୁ-ଚନ୍ଦ୍ରଙ୍କ ଯୁତିରେ ଗଜକେଶରୀ ରାଜଯୋଗ: ଅଧିକ ଫାଇଦାରେ ରହିବେ ମୀନ ରାଶି; ଆଉ ୩ ରାଶିଙ୍କୁ ଚାକିରିରେ ମିଳିବ…

ଚନ୍ଦ୍ର ୪ ଅକ୍ଟୋବର ୨୦୨୬ ସଂଧ୍ୟା ୬ଟା ୩୧ ମିନିଟରେ କର୍କଟ ରାଶିରେ ପ୍ରବେଶ କରିବେ। ଏହି ରାଶିରେ ପୂର୍ୱରୁ ହିଁ ବୃହସ୍ପତି (ଗୁରୁ) ବିରାଜମାନ ଅଛନ୍ତି।…

ମାଛ ଧରିବାକୁ ଯାଇ ନାଳରେ ବୁଡ଼ିଗଲେ ବୃଦ୍ଧ, ମୃତଦେହ ଉଦ୍ଧାର କରି…

ବାରିପଦା,୨୭ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମାଛ ଧରିବାକୁ ଯାଇ ନାଳର ଗଭୀର ପାଣିରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ…

CJP ବିକ୍ଷୋଭର ଉଦାହରଣ ଦେଇ ସରକାରଙ୍କ ଉପରେ ବର୍ଷିଲେ ସୋନମ ୱାଙ୍ଗଚୁକ

ନୂଆଦିଲ୍ଲୀ,୨୭।୯: ପରିବେଶ କର୍ମୀ ସୋନମ ୱାଙ୍ଗଚୁକ ୨୦୨୫ ସେପ୍ଟେମ୍ବର ୨୪ରେ ଲଦାଖରେ ଘଟିଥିବା ହିଂସାକାଣ୍ଡ ଏବଂ ପୋଲିସ ଗୁଳିଚାଳନା ଘଟଣାର ପ୍ରଥମ ବାର୍ଷିକୀ ଅବସରରେ ଅନେକ ପ୍ରଶ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?