ନିୟମ ଉଲ୍ଲଂଘନ ଅଭିଯୋଗ: ୪ ଦୋକାନ ସିଲ୍‌

ବ୍ରହ୍ମପୁର ଅଫିସ,୧୫ା୫-କରୋନା ପାଇଁ ଲକ୍‌ଡାଉନ୍‌ ଜାରି ରହିଛି। ଏହାକୁ ଉଲ୍ଲଂଘନ ଅଭିଯୋଗରେ ଗୁରୁବାର ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ୪ ଦୋକାନ ସିଲ୍‌ କରାଯାଇଛି। ଏଥିସହ ସାମାଜିକ ଦୂରଦ୍ୱ ନିୟମ ଉଲ୍ଲଂଘନ ଓ ମାସ୍କ ବ୍ୟବହାର ନ କରିବା ଅଭିଯୋଗରେ ୪୧ ଦୋକାନୀଙ୍କଠାରୁ ୬୭୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିବା ବିଏମ୍‌ସି ପକ୍ଷରୁ ସୂଚନା ମିଳିଛି ା ସହରର ବଜାର ଅଞ୍ଚଳରେ ଥିବା ସପିଂମଲ, ମାର୍କେଟ କମ୍ପ୍ଲେକ୍ସ ଖୋଲିବା ସମୟରେ ପରିବର୍ତ୍ତନ କରାଯାଇଛି ା ଏଥିସହ ସାମାଜିକ ଦୂରତ୍ୱ ରକ୍ଷା କରିବା, ପ୍ରତ୍ୟେକ ଦୋକାନରେ ମାସ୍କ ବ୍ୟବହାର ବାଧ୍ୟତାମୂଳକ ଥିବା ନେଇ ବିଏମ୍‌ସି ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ା ଏହାସତ୍ତ୍ବେ ବ୍ରହ୍ମପୁରରେ ଅନେକ ଦୋକାନୀ ଏହାକୁ ଉଲ୍ଲଂଘନ କରୁଥିବା ଅଭିଯୋଗ ହୋଇଥିଲା ା ତେବେ ଏ ନେଇ ଗୁରୁବାର ବିଏମ୍‌ସି ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ପକ୍ଷରୁ ସାନବଜାର, ବଡବଜାର, ଟାଟାବେଞ୍ଚ ଛକ, ରାମଲିଙ୍ଗମ୍‌ ବନ୍ଧ, ଟାଉନ୍‌ହଲ ରୋଡ ଓ ସୁବାରାଓ ଛକ ଆଦି ସ୍ଥାନରେ ଥିବା ମାର୍କେଟ, ଦୋକାନରେ ଚଢାଉ କରାଯାଇଥିଲା। ଚଢାଉବେଳେ ୪ ଦୋକାନ ଲକ୍‌ଡାଉନ୍‌ ନିୟମାବଳୀ ଉଲ୍ଲଂଘନ କରିଥିବା ଦୃଷ୍ଟିକୁ ଆସିଥିଲା। ବନ୍ଦ ନିର୍ଦ୍ଦେଶ ସତ୍ତ୍ବେ ୱାନ୍‌ୱେ ଟ୍ରାଫିକ୍‌ ରୋଡରେ ଖୋଲିଥିବା ଦୁଇଟି ସେଲୁନ ସମେତ ଜନାନା ହସ୍‌ପିଟାଲ ଆଗରେ ପାର୍ସଲ ପରିବର୍ତ୍ତେ ଖାଇବାକୁ ଦେଉଥିବା ଏକ ହୋଟେଲକୁ ସିଲ୍‌ କରାଯାଇଥିଲା ା ସେହିପରି ବିଏମ୍‌ସି ଦ୍ୱାରା ନିର୍ଦ୍ଧାରିତ ସମୟ ପୂର୍ବରୁ ଖୋଲିଥିବା ଶ୍ରୀଟାୱାରସ୍ଥିତ ଏକ ଡ୍ରେସ୍‌ ଦୋକାନକୁ ମଧ୍ୟ ସିଲ କରାଯାଇଥିଲା ା ଏହାବ୍ୟତୀତ ସହରର ବିଭିନ୍ନ ଅଞ୍ଚଳରେ ସାମାଜିକ ଦୂରତ୍ୱ ନିୟମ ଉଲ୍ଲଂଘନ ଓ ମାସ୍କ ବ୍ୟବହାର କରୁ ନ ଥିବା ୪୧ ଦୋକାନୀଙ୍କଠାରୁ ୬୭୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିବା ବିଏମ୍‌ସି ପକ୍ଷରୁ କୁହାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଝିଅ ପାଇଁ ଘରଡିହ ବିକିଲେ ପୂର୍ବତନ ବିଧାୟକ

ଆଳି,୧୯ା୪(ବନମାଳୀ ସେନାପତି):କେନ୍ଦ୍ରାପଡ଼ା ଲୋକ ସଭା ଆସନ ମଧ୍ୟରେ ଆଳି ବିଧାନସଭା ଆସନଟି ପ୍ରତ୍ୟେକ ନିର୍ବାଚନ ସମୟରେ ଚର୍ଚ୍ଚା ମଧ୍ୟରେ ରହିଥାଏ। ଚଳିତ ନିର୍ବାଚନରେ ମଧ୍ୟ ଏକ...

ବିଜେଡି, କଂଗ୍ରେସର ଛିଣ୍ଡୁନି ଟିକେଟ ଅଙ୍କ

ଯାଜପୁର,୧୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାର ଅନ୍ୟତମ ବିଧାନସଭା ନିର୍ବାଚନମଣ୍ଡଳୀ ବଡ଼ଚଣା। ବୁଧବାର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ସୀତାକାନ୍ତ ମହାପାତ୍ରଙ୍କ ପୁଅ ରାଜନାରାୟଣ ବିଜେଡିରେ ଯୋଗଦେଇ...

ଆତ୍ମସମର୍ପଣ ପରେ ତାରାପ୍ରସାଦ ବାହିନୀପତିଙ୍କୁ ମିଳିଲା ଜାମିନ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ):କୋରାପୁଟ ଜିଲା ବୋରିଗୁମ୍ମାା ଥାନା ଅଞ୍ଚଳରେ ୨୦୧୬ରେ ଦେଶୀ ମଦଭାଟି ପୋଡ଼ି ଓ ଟଙ୍କା ଲୁଟ୍‌ ଘଟଣାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ...

ସାମାନ୍ୟ ବଚସାରୁ ୧୬ଥର ଛୁରି ଭୁସି ହତ୍ୟା

କେନ୍ଦ୍ରାପଡ଼ା,୧୯ା୪(ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ଟାଉନ ବଳରାମପୁର ହନୁମାନ ମନ୍ଦିର ନିକଟରେ ଗୁରୁବାର ଅପରାହ୍ନରେ ସାମାନ୍ୟ ବଚସାରୁ ଜଣେ ଯୁବକ ଅନ୍ୟ ଜଣେ ଯୁବକଙ୍କୁ...

ସାଙ୍ଗଙ୍କୁ ପଥରରେ ଛେଚି ମାରିଦେଲେ

କେନ୍ଦୁଝର,୧୯ା୪(ଦୀପକ ମିଶ୍ର/ ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ଟାଉନ ଥାନା କାଶିପୁର ମୁଣ୍ଡା ସାହିରେ ସାମାନ୍ୟ ବଚସାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଯାଇଛି। ନିଶାସକ୍ତ ଅବସ୍ଥାରେ...

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri