ନିଶା ବେପାରୀଙ୍କ ଉପରେ ପୋଲିସର କଡା ଆଭିମୁଖ୍ୟ:  ଚାର୍ଜଶିଟ୍‌ରେ ଯୋଡ଼ା ହେବ ସମ୍ପତ୍ତି ତାଲିକା

କଟକ ଅଫିସ୍‌, ୧୦ା୭: ରାଜ୍ୟରେ ଦିନକୁଦିନ ବେଆଇନ ନିଶା କାରବାର ବୃଦ୍ଧି ପାଉଛି। ବିଶେଷ କରି ବେଆଇନ ଗଞ୍ଜେଇ, ବ୍ରାଉନସୁଗାର କାରବାର ପୋଲିସ ପାଇଁ ଚିନ୍ତାର ବିଷୟ ପାଲଟିଛି। ପୋଲିସ ବିଭିନ୍ନ ସମୟରେ ଚଢାଉ କରି ବେଆଇନ ନିଶା କାରବାର କରୁଥିବା ବେପାରୀଙ୍କୁ ଗିରଫ କରୁଥିଲେ ମଧ୍ୟ ସେମାନଙ୍କ ଉପରେ କିଛି ପ୍ରଭାବ ପଡୁନାହିଁ। ସେମାନେ ଜାମିନରେ ଜେଲରୁ ଫେରି ପୂର୍ବଭଳି ପୁଣି କାରବାର ଚଳାଉଛନ୍ତି। ତେଣୁ ଏହି କାରବାରକୁ ବନ୍ଦ କରିବାକୁ ନିଶା ବେପାରୀଙ୍କ ଉପରେ କଡା ଆଭିମୁଖ୍ୟ ଗ୍ରହଣ କରିଛି ପୋଲିସ। ଏଣିକି ଏନ୍‌ଡିପିଏସ୍‌ ଆକ୍ଟରେ ଗିରଫ ହେଉଥିବା ଅଭିଯୁକ୍ତମାନଙ୍କର ସମ୍ପତ୍ତି ତାଲିକା ଚାର୍ଜସିଟ୍‌ରେ ଉଲ୍ଲେଖ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ମଙ୍ଗଳବାର କ୍ରାଇମବ୍ରାଞ୍ଚ ପକ୍ଷରୁ ସମସ୍ତ ପୋଲିସ ଜିଲାର ଏସ୍‌ପି ଏବଂ କମିଶନରେଟ ପୋଲିସର ଡିସିପିଙ୍କୁ ନୋଟିସ୍‌ ଜାରି କରାଯାଇଛି ।
ପୂର୍ବରୁ ଏନ୍‌ଡିପିଏସ୍‌ ଆକ୍ଟରେ ଗିରଫ ହେଉଥିବା ଅଭିଯୁକ୍ତମାନଙ୍କ ବିରୋଧରେ ପୋଲିସ ସେମାନଙ୍କ ଅପରାଧିକ କାର୍ଯ୍ୟକଳାପ, ସେମାନଙ୍କ କାରବାର ଓ ସହଯୋଗୀମାନଙ୍କ ଉପରେ ତଦନ୍ତ କରୁଥିଲା। ପରେ ଏହା ଉପରେ ଚାର୍ଜସିଟ୍‌ ତିଆରି କରି କୋର୍ଟକୁ ପଠାଉଥିଲା ପୋଲିସ। ହେଲେ ଏବେ ଏନ୍‌ଡିପିଏସ୍‌ ଆକ୍ଟରେ ଗିରଫ ହେଉଥିବା ଅଭିଯୁକ୍ତମାନଙ୍କର ସମ୍ପତ୍ତି ତାଲିକା, ବ୍ୟାଙ୍କ ବାଲାନ୍ସ ଓ ଅନ୍ୟ ସମ୍ପତ୍ତି ଉପରେ ସୂଚନା ଦେବାକୁ ତଦନ୍ତକାରୀ ଅଫିସର(ଆଇଓ)ମାନଙ୍କୁ କୁହାଯାଇଛି। ବେଆଇନ ନିଶା କାରବାର କରି କମାଇଥିବା ସମ୍ପତ୍ତି ସମ୍ପର୍କରେ ଚାର୍ଜସିଟ୍‌ରେ ଉଲ୍ଲେଖ କରିବାକୁ କୁହାଯାଇଛି। ତେବେ ଏହି ମାମଲାଗୁଡିକର ତଦନ୍ତ କ୍ଷେତ୍ରରେ ସହାୟତା ପାଇଁ ଆବଶ୍ୟକ ପଡିଲେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଳ୍ୟୁ)ର ସହଯୋଗ ନେବାକୁ କୁହାଯାଇଛି। ଇଓଡବ୍ଲ୍ୟୁର ଅଭିଜ୍ଞ ଅଫିସରମାନଙ୍କୁ ଏ କ୍ଷେତ୍ରରେ ଆଇଓମାନଙ୍କୁ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଅଭିଯୁକ୍ତମାନଙ୍କ ସମ୍ପତ୍ତି ତାଲିକା ବିଷୟରେ ଜାଣିବା ପାଇଁ ଆଇଓମାନଙ୍କୁ ସେମାନଙ୍କ ପରିବାର ବର୍ଗ, ସମ୍ପକୀୟ, ତହସିଲ, ଆରଟିଓ, ମ୍ୟୁନିସିପାଲିଟି, ଷ୍ଟକ୍‌ ଏକ୍ସଚେଞ୍ଜ, ଇନ୍‌ସ୍ୟୁରାନ୍ସ କମ୍ପାନୀ ଆଦି କମ୍ପାନୀରେ ପଚରାଉଚରା କରିବାକୁ କୁହାଯାଇଛି।
କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ବେଆଇନ ନିଶା କାରବାର କରୁଥିବା ଅଭିଯୁକ୍ତମାନଙ୍କ ପାଖରେ ଟଙ୍କାର ଅଭାବ ରହୁନାହିଁ। ଜାମିନରେ ଆସିବା ପରେ ସେମାନେ ପୁଣି କାରବାର ଚଳାଉଛନ୍ତି। ଏବେ ଚାର୍ଜସିଟ୍‌ରେ ତାଙ୍କର ବେଆଇନ ସମ୍ପତ୍ତିର ତାଲିକା ଉଲ୍ଲେଖ ରହିବ। ପରେ କୋର୍ଟ ଏହି ମାମଲାର ବିଚାର କରି ଅଭିଯୁକ୍ତଙ୍କର ସମ୍ପତ୍ତି ବାଜ୍ୟାପ୍ତ କରିପାରିବେ। ଏହାଦ୍ୱାରା ସେମାନଙ୍କ ଅର୍ଥନୈତିକ ଅବସ୍ଥା ପ୍ରଭାବ ପଡିବ। ଫଳରେ ସେମାନେ ଆଉ ଏଭଳି କାରବାର କରିବାକୁ ମନ ବଳାଇବେ ନାହିଁ। ହେଲେ ଏହି କାରବାରରୁ ଯଦି ତାଙ୍କର କୌଣସି ପରିବାର ଲୋକ ଲାଭ ପାଉଛନ୍ତି, ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବନାହିଁ ବୋଲି ସେ କହିଛନ୍ତି ।
ସୂଚନାଯୋଗ୍ୟ, ୨୦୧୮ରେ ପୋଲିସ ୮୫୦ କୁଇଣ୍ଟାଲରୁ ଅଧିକ ଗଞ୍ଜେଇ ଏବଂ ୧ କେଜିରୁ ଅଧିକ ବ୍ରାଉନସୁଗାର ଜବତ କରିଥିଲା। ସେହିପରି ଏନ୍‌ଡିପିଏସ୍‌ ଆକ୍ଟରେ ୧୨୦ ଜଣଙ୍କୁ ଗିରଫ କରିଥିଲା। ଏନ୍‌ଡିପିଏସ୍‌ ଆକ୍ଟରେ ଗିରଫ ହେଉଥିବା ଅଭିଯୁକ୍ତମାନଙ୍କର ୧୦ ବର୍ଷ ଜେଲ କାଟିବାର ବ୍ୟବସ୍ଥା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri