ନିଶାଣ, ମହତାପରେ ପୁରୁଣା ପରମ୍ପରା ଛାପ

କଟକ ଅଫିସ : ଆସନ୍ତା ଅକ୍ଟୋବର ୪ ତାରିଖରେ ମହାଷଷ୍ଠୀ। ଦଶହରା ଆରମ୍ଭକୁ କିଛି ଦିନ ରହିଲା। ତେବେ କଟକର ପ୍ରସିଦ୍ଧ ଦଶହରା କିଛି ନିର୍ଦ୍ଦିଷ୍ଟ କାରଣ ପାଇଁ ଭିନ୍ନ ଓ ଅନନ୍ୟ। ଏଠାରେ କେତେକ ସ୍ବତନ୍ତ୍ର ପରମ୍ପରା ଦେଖିବାକୁ ମିଳେ, ଯାହା ପ୍ରଥମ ଥର ଏହି ସହରରେ ଆରମ୍ଭ ହୋଇଥିଲା। ଗୋଟିଏ ହେଉଛି ନିଶାଣ ଓ ଅନ୍ୟଟି ହେଉଛି ମହତାପ ବାଣ। ୧୮୬୦ ମସିହାରେ କଟକରୁ ପ୍ରକାଶିତ ଏକ ପ୍ରଶ୍ନୋତ୍ତର ମୂଳକ ପତ୍ରିକାରେ ଉକ୍ତ ଦୁଇଟି ନାମ ଉଲ୍ଲେଖ ରହିଥିବା ଜଣାପଡ଼େ। ତେଣୁ ଉକ୍ତ ଦୁଇଟି ବିଶେଷ ପରମ୍ପରାର ଆରମ୍ଭ ପ୍ରାୟ ୧୮୦୦ ମସିହାରୁ ହୋଇଥିବା କୁହାଯାଏ।
ଭସାଣି ଯାତ୍ରା ବେଳେ ମେଢ଼ ଆଗରେ ପତାକା ଯାଏ। ବାଉଁଶରେ ବନ୍ଧା ହୋଇଥିବା ଏହି ପତାକାକୁ ‘ନିଶାଣ’ କୁହାଯାଏ। ରାଜରାଜୁଡ଼ା ଅମଳରୁ ନିଶାଣର ବ୍ୟବହାର ହୋଇଆସୁଛି। ରାଜା କିମ୍ବା ତାଙ୍କର କୌଣସି ଶୋଭାଯାତ୍ରା ଯିବାବେଳେ ନିଶାଣ ଆଗରେ ଯାଏ। ନିଶାଣରେ ସ୍ବତନ୍ତ୍ର ଚିହ୍ନ ଥାଏ। ଯେଉଁଥିରୁ ଜଣାପଡ଼େ ଯେ କେଉଁ ରାଜା ଆସୁଛନ୍ତି। କଟକରେ ଅନେକ ରାଜାଙ୍କ କୋଠା ଥିବାରୁ ଏଠାରେ ବହୁ ରାଜପରିବାର ରହୁଥିଲେ। ପ୍ରତ୍ୟେକ ରାଜାଙ୍କର ଭିନ୍ନ ଭିନ୍ନ ନିଶାଣ। ଏହି ପରମ୍ପରା ଦଶହରା ଭସାଣି ଯାତ୍ରାରେ ଯୋଡ଼ି ହୋଇଛି। ଏବେ କଟକରେ ୧୫୯ ପୂଜା କମିଟି। ପ୍ରତ୍ୟେକ ପୂଜା କମିଟି ଭସାଣି ଯାତ୍ରାରେ ଯିବାବେଳେ ନିଶାଣକୁ ଆଗରେ ନିଅନ୍ତି ଓ ନିଶାଣ ଦେଖି ହିଁ ଲୋକେ ଜାଣିପାରନ୍ତି କେଉଁ ପୂଜା କମିଟିର ମେଢ଼ ଆସୁଛି। ରଙ୍ଗ ଓ କିଛି ଚିହ୍ନକୁ ନେଇ ନିଶାଣର ଭିନ୍ନତା ଜଣାପଡ଼େ। ହଜାର ବର୍ଷର ସହର ପରିଚୟ ପାଇଥିବା କଟକରେ ଏହି ପରମ୍ପରା ଏବେ ବି ପ୍ରଚଳିତ।
ଆଉ ଗୋଟିଏ ନିଆରା ପରମ୍ପରା ଏଠାରେ ଦେଖିବାକୁ ମିଳେ, ତାହା ହେଲା ମହତାପ ବାଣ। ମହତ୍‌ ତାପ ଶବ୍ଦରୁ ଆସିଛି ମହତାପ। ବିନା ଶବ୍ଦରେ ଫୁଟୁଥିବା ଏହି ବାଣ ବେଶ୍‌ ଆକର୍ଷଣୀୟ। ବାଣରେ ନିଆଁ ଲାଗିଲେ କିଛି ମିନିଟ ଧରି ସ୍ଥାନୀୟ ପରିବେଶ ରଙ୍ଗମୟ ହୋଇଯାଏ। ଏଥିରୁ ରଙ୍ଗିନ ଧୂଆଁ ଉଠୁଥିବା ଦେଖିବାକୁ ମିଳେ। ବାରୁଦ ଓ କିଛି ରାସାୟନିକ ସାମଗ୍ରୀକୁ ନେଇ ଏହା ତିଆରି ହୋଇଥାଏ। ଏହି ବାଣ କଟକର ଦଶହରା ସହିତ ବହୁ ଆଗରୁ ଯୋଡ଼ି ହୋଇ ରହିଛି। ପୂର୍ବରୁ ହାତଗଣତି ଚାନ୍ଦିମେଢ଼ ଥିବା ବେଳେ ଅଧିକାଂଶ ଜରି ମେଢ଼ ରହୁଥିଲା। ଏଣୁ ସେ ସମୟରେ ଯେଉଁ ମହତାପ ବାଣ ବ୍ୟବହାର କରାଯାଉଥିଲା ସେ ସବୁରୁ କମ୍‌ ଧୂଆଁ ବାହାରୁଥିଲା। ଏବେ ପୁରୁଣା କ୍ବାଲିଟିର ମହତାପ ବାଣ ନାହିଁ। କ୍ବାଲିଟି ଖରାପ ହେଲାଣି ବୋଲି ସହରର ଜଣେ ପୁରୁଖା ବ୍ୟକ୍ତି କହିଛନ୍ତି। ଏହି ବାଣ ନିମଚୌଡ଼ି ଅଞ୍ଚଳରେ ତିଆରି ହୁଏ। ବିଭିନ୍ନ ରଙ୍ଗର ମହତାପ ବାଣ ରହିଥିବା ବେଳେ ନାଲି ରଙ୍ଗର ବାଣ ଅଧିକ ବ୍ୟବହାର ହେଉଥିବା ଦେଖିବାକୁ ମିଳେ।


Enter your email to get our daily news in your inbox.

All Right Reserved By Dharitri.Com

ବଢ଼ିଲା କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ଅଡୁଆ, ହାଇକୋର୍ଟ ଦେଲେ ଏହି ନିର୍ଦ୍ଦେଶ

କଟକ,୨୫।୮(ପ୍ରଭୁକଲ୍ୟାଣ ପାଲ୍): କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ହାଇକୋର୍ଟ ବିରକ୍ତ ପ୍ରକାଶ କରି…

LPG ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌: ଶୀଘ୍ର କରନ୍ତୁ ଏହି କାମ, ନହେଲେ ବନ୍ଦ ହୋଇଯିବ ଗ୍ୟାସ ସପ୍ଲାଏ!

ନୂଆଦିଲ୍ଲୀ,୨୫।୮: ଘରେ LPG ଗ୍ୟାସ କନେକ୍ସନ ଥିଲେ ଆପଣଙ୍କ ପାଇଁ ରହିଛି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଖବର। ପ୍ରଥମେ, LPG e-KYC କରିବାର ଶେଷ ତାରିଖକୁ ତେଲ କମ୍ପାନୀଗୁଡ଼ିକ…

ଆଜି ଚିତ୍ରା ନକ୍ଷତ୍ରରେ ଶୁକ୍ରଙ୍କ ପ୍ରବେଶ: ଏହି ୫ ରାଶିଙ୍କ ଉପରେ ଧନବର୍ଷା, ହେବେ ମାଲାମାଲ୍‌

ଜ୍ୟୋତିଷଶାସ୍ତ୍ର ଅନୁସାରେ, ଐଶ୍ୱର୍ଯ୍ୟ, ସୁଖ-ସୁବିଧା ଓ ଧନର କାରକ ଭାବେ ପରିଚିତ ଶୁକ୍ର ଗ୍ରହ ମଙ୍ଗଳଙ୍କ ନକ୍ଷତ୍ର ଚିତ୍ରାରେ ପ୍ରବେଶ କରିଛନ୍ତି। ଜ୍ୟୋତିଷବିଦଙ୍କ ମତରେ, ଶୁକ୍ରଙ୍କ ଏହି…

ମଣିଷ ମସ୍ତିଷ୍କ କୋଷରେ ଚାଲିବ ସୁପର କମ୍ପ୍ୟୁଟର: ତିଆରିହେଲା ବିଶ୍ୱର ପ୍ରଥମ ‘ଜୀବନ୍ତ ସୁପର କମ୍ପ୍ୟୁଟର’

ସିଙ୍ଗାପୁର,୨୫ା୮:କମ୍ପ୍ୟୁଟର ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ଷେତ୍ରରେ ବିଜ୍ଞାନ ପ୍ରକୃତରେ ଏକ ଚମତ୍କାର କରି ଦେଖାଇଛି। ଏଣିକି କେବଳ ସିଲିକନ୍‌ ଚିପ୍‌ ନୁହେଁ, ବରଂ ମଣିଷ ମସ୍ତିଷ୍କର…

ଗୋରଙ୍କ ବୟାନକୁ ନେଇ ହଇଚଇ, ମୋଦି-ଟ୍ରମ୍ପ୍‌ ପ୍ରେସ୍‌ମିଟ୍‌ରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ନ ରଖିବାକୁ ଭାରତ…

ନୂଆଦିଲ୍ଲୀ,୨୫ା୮: ଫ୍ରାନ୍ସରେ ଜି୭ ସମିଟ୍‌ ଅବସରରେ ଗତ ଜୁନ୍‌ ୧୭ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ ହୋଇଥିଲା। ଏହା ପରେ…

ସରକାରଙ୍କ ବଡ଼ ଘୋଷଣା: ଏହି ୫ ସହରରେ ମିଳିବ ୩୫ ଟଙ୍କା କିଲୋରେ ପିଆଜ

ନୂଆଦିଲ୍ଲୀ,୨୫।୮: ପର୍ବପର୍ବାଣୀ ଋତୁ ଆସୁଥିବା ବେଳେ ଦେଶରେ ବଢ଼ୁଥିବା ପିଆଜ ଦରକୁ ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାର ନିଜର ବଫର ଷ୍ଟକ୍‌କୁ ପିଆଜ ବଜାରକୁ ଛାଡ଼ିବା ଆରମ୍ଭ…

ଚିନି ଦର ବଢ଼ିବା ଭିତରେ ସରକାର ନେଲେ ବଡ଼ ନିଷ୍ପତ୍ତି, ୨ ମାସ ଭିତରେ…

ନୂଆଦିଲ୍ଲୀ,୨୫ା୮: ଦେଶରେ ଚିନିର ବଢ଼ୁଥିବା ଦର ଉପରେ ଲଗାମ ଲଗାଇବାକୁ କେନ୍ଦ୍ର ସରକାର ଆମଦାନୀ ସମ୍ପର୍କିତ ନିୟମକୁ ଆହୁରି କଡ଼ା କରିଛନ୍ତି । ଏବେ ଟାରିଫ୍ ରେଟ୍…

ମୌଳିକ ସୁବିଧା ଅପହଞ୍ଚ ଗାଁ କମାରଖୋଲ: କୂଅ-ଝରଣା ପାଣି ଉପରେ ନିର୍ଭର

ନୂଆପଡ଼ା,୨୫ା୮ (ମକାରୁ ବେମାଲ):ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ନୂଆପଡ଼ା ଜିଲା ବୋଡେନ ବ୍ଲକ ଖଇରା ପଞ୍ଚାୟତ କମାରଖୋଲ ଗାଁରେ ମୌଳିକ ସୁବିଧା ଅପହଞ୍ଚ ହୋଇରହିଛି। ଗାଁରେ ୨୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri