ନିର୍ମାଣ ନ ସରୁଣୁ ଫାଟିଲା କଂକ୍ରିଟ୍‌

ରୂପ୍‌ସା, ୧୩।୧୨(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ୬୦ନଂ. ଜାତୀୟ ରାଜପଥରୁ ମୟୂରଭଞ୍ଜର ୧୮ନଂ. ଜାତୀୟ ରାଜପଥର ବୈଶିଙ୍ଗାକୁ ସଂଯୋଗ ହୋଇଥିବା ରାସ୍ତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗମନାଗମନ କ୍ଷେତ୍ରରେ ଉଭୟ ଜିଲାବାସୀ ଏହି ରାସ୍ତା ଉପରେ ନିର୍ଭରଶୀଳ। ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାର ରୂପ୍‌ସା ବସ୍‌ଷ୍ଟାଣ୍ଡଠାରୁ ଗେଟ ବଜାର ପର୍ଯ୍ୟନ୍ତ ଥିବା ପୁରୁଣା ରାସ୍ତାର ସମ୍ପ୍ରସାରଣ ଓ ପୁନଃ ନିର୍ମାଣ ପାଇଁ ବ୍ୟୟବରାଦ କରିଥିଲେ। ତଦନୁସାରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ନିମ୍ନମାନର ରାସ୍ତା ନିର୍ମାଣକୁ ନେଇ ଅସନ୍ତୋଷ ଦେଖାଦେଇଛି। ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିବାବେଳେ କଂକ୍ରିଟ୍‌ ଫାଟି ଆଁ ହୋଇଥିବା ଦେଖିବାକୁ ମିଳିଛି। ଫଳରେ କୋଟି କୋଟି ଟଙ୍କାର ପ୍ରକଳ୍ପ ବରବାଦ ହେବାର ଆଶଙ୍କା ଦେଖାଦେଇଥିବା ଜନସାଧାରଣ ଅଭିଯୋଗ କରିଛନ୍ତି।
ରୂପ୍‌ସା ବସ୍‌ଷ୍ଟାଣ୍ଡଠାରୁ ଗେଟ୍‌ ବଜାର ପର୍ଯ୍ୟନ୍ତ ୪କି.ମି. ରାସ୍ତାର ପ୍ରଶସ୍ତୀକରଣ ସହ ପୁନଃ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କ ୱାର୍ଡ଼ ଡିପାର୍ଟମେଣ୍ଟ ତରଫରୁ ୪କୋଟି ୮୦ଲକ୍ଷ ୫ହଜାର ୫୦୪ ଟଙ୍କା ବ୍ୟୟ ଅଟକଳ ମଞ୍ଜୁରୀ ହୋଇଥିଲା। ତଦନୁଯାୟୀ ଆର ଆଣ୍ଡ ବି ବାଲେଶ୍ୱର ଡିଭିଜନ ୨ ଦ୍ୱାରା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ନିର୍ମାଣ ସ୍ଥାନଠାରୁ ୧୫କି.ମି. ଦୂର ନହରପାଟଣା ନିକଟସ୍ଥ ଏକ ବ୍ଲିଚିଂ ପ୍ଲାଣ୍ଟରୁ କଂକ୍ରିଟ୍‌, ବାଲି, ସିମେଣ୍ଟ ଗୋଳାଯାଇ ମିଶ୍ରିତ ମସଲାକୁ ଟ୍ରାନ୍‌ଜିଟ୍‌ ମିକ୍ସର ଗାଡ଼ି ଯୋଗେ ଅଣାଯାଇ ରାସ୍ତା ନିର୍ମାଣ ହେଉଛି। ମାତ୍ର ଚିପ୍‌ସ, ବାଲି, ସିମେଣ୍ଟ ଭାଗ ମାପରେ ଅନିୟମିତତା ଯୋଗୁ କଳିଙ୍ଗ ଗ୍ରାମ୍ୟ ବ୍ୟାଙ୍କ ସମ୍ମୁଖରେ ରାସ୍ତା ଫାଟିଯାଇଛି। ଏଥିସହ ଗତ ୧୦ତାରିଖ ସନ୍ଧ୍ୟାରେ ଏସ୍‌ବିଆଇ ଏଟିଏମ୍‌ ପାଖରେ ଛୋଟ ଛୋଟ ଚିପ୍‌ସ ମସଲାରେ ରାସ୍ତା ନିର୍ମାଣକୁ ଷ୍ଟେଶନ ବଜାର କମିଟି ସଭାପତି ପ୍ରଦୀପ ପଟ୍ଟନାୟକ, ଉପସଭାପତି ରବୀନ୍ଦ୍ର ପରିଡ଼ା, ବ୍ୟବସାୟୀ ନିତ୍ୟାନନ୍ଦ ପଟ୍ଟନାୟକ, ବବି ରାୟ, ସୁଶାନ୍ତ ବେହେରା ପ୍ରମୁଖ ବିରୋଧ କରିଥିଲେ। ଫଳରେ ୨ଟି ଟ୍ରାନ୍‌ଜିଟ୍‌ ମିକ୍ସର ଗାଡ଼ିରେ ଥିବା ମସଲାକୁ ଫେରାଇ ଦିଆଯାଇଥିଲା। ନିମ୍ନମାନର ନିର୍ମିତ ୩ ମିଟର ରାସ୍ତାକୁ କଟର ଯୋଗେ ସମ୍ପୂର୍ଣ୍ଣ କାଟି ଗୁରୁବାର ପୁଣି ନିର୍ମାଣ ହୋଇଥିଲା। ଘଟଣାସ୍ଥଳରେ ବସ୍ତା ଆର୍‌ ଆଣ୍ଡ ବି ଏସ୍‌ଡ଼ିଓ ମନୋରଞ୍ଜନ ବେହେରା, ସହକାରୀ ଯନ୍ତ୍ରୀ ଚିତ୍ତରଞ୍ଜନ ନାୟକ ପହଞ୍ଚତ୍ କାର୍ଯ୍ୟ ତଦାରଖ କରିଥିଲେ। ନିମ୍ନମାନର ନିର୍ମାଣ ରାସ୍ତାକୁ ସମ୍ପୂର୍ଣ୍ଣ କାଟି ଦେଇ ନୂତନ ଭାବେ ନିର୍ମାଣ ପାଇଁ ଠିକାଦାରଙ୍କୁ କହିଥିଲେ। ତେବେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ସଲାସୁତୁରାରେ ନିମ୍ନମାନର କଂକ୍ରିଟ୍‌ ରାସ୍ତା ନିର୍ମାଣ ହେଉଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ଏସ୍‌ଡ଼ିଓ ବେହେରାଙ୍କୁ ପଚରାଯିବାରୁ ସେ କହିଲେ, ପ୍ଲାନ, ଏଷ୍ଟିମେଟ ମୁତାବକ ରାସ୍ତା ନିର୍ମାଣ ପାଇଁ ଠିକାଦାରଙ୍କୁ କୁହାଯାଇଛି । ନିମ୍ନମାନର ନିର୍ମାଣ କାର୍ଯ୍ୟ ବିରୋଧରେ ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

ଆସନ୍ତା ଶିକ୍ଷାବର୍ଷରୁ ୨ଥର ହୋଇପାରେ ବୋର୍ଡ ପରୀକ୍ଷା

ଭୁବନେଶ୍ୱର, ୨୬।୪(ଅସମାପିକା ସାହୁ) – ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ(ସିବିଏସ୍‌ଇ) ପକ୍ଷରୁ ପରିଚାଳିତ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ଆସନ୍ତା ୨୦୨୫-୨୬...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri