ନିର୍ବାଚନ ଫଳ ଦେଖିବା ପାଇଁ ଏଲ୍‌ଇଡି ସ୍କ୍ରିନ୍‌ ବ୍ୟବସ୍ଥା: ପ୍ରସାରଣରେ ବାଧା

ଭୁୁବନେଶ୍ୱର,୨୪।୫(ବ୍ୟୁରୋ)-ସାଧାରଣ ନିର୍ବାଚନ ଫଳାଫଳକୁ ଭୁବନେଶ୍ୱରବାସୀ ପାର୍କ ଏବଂ ଟ୍ରାଫିକ୍‌ରେ ଦେଖିବାକୁ ପାଇଛନ୍ତି। ବିଜୁ ପଟ୍ଟନାୟକ ପାର୍କ ସହ ହକି ବିଶ୍ୱକପ୍‌ ସମୟରେ ସହରର ବିଭିନ୍ନ ଟ୍ରାଫିକ୍‌ରେ ଲାଗିଥିବା ଏଲ୍‌ଇଡି ସ୍କ୍ରିନ୍‌ରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଥିଲା। ଏହାସହ ବିଜୁ ପଟ୍ଟନାୟକ ପାର୍କରେ ମଧ୍ୟ ୪୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ବସିବା ସହିତ ଅଧିକ ପାନୀୟ ଜଳର ବ୍ୟବସ୍ଥା ହୋଇଥିଲା। ତେବେ ଲୋକେ ବିଭିନ୍ନ ଟ୍ରାଫିକ୍‌ରେ ଛିଡ଼ା ହୋଇ ନିର୍ବାଚନ ଫଳାଫଳ ଦେଖିବାକୁ ଉତ୍ସାହିତ ଥିବାବେଳେ ଅଧିକାଂଶ ଟ୍ରାଫିକ୍‌ ସିଗ୍‌ନାଲରେ କିନ୍ତୁ ଏଲ୍‌ଇଡି ବନ୍ଦ ହୋଇ ପଡ଼ିରହିଥିଲା। ମୁଖ୍ୟତଃ କଳ୍ପନା ଓ ରୂପାଲି ଟ୍ରାଫିକ୍‌ରେ ଦିନର ଅଧିକାଂଶ ସମୟ ତାହା ବନ୍ଦ ପଡ଼ିଥିଲା। ସେହିପରି ଆଉ କେତେକ ଟ୍ରାଫିକ୍‌ରେ ମଧ୍ୟ ସମାନ ଅବସ୍ଥା ଥିଲା।
ବିଡିଏ ଆଇଟି ବିଭାଗର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ପୂର୍ବରୁ ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷମାନେ ସେମାନଙ୍କୁ କିଛି ଜଣାଇ ନ ଥିଲେ। ଗୋଟିଏ ଦିନ ପୂର୍ବରୁ ସେମାନଙ୍କୁ ଜଣାଇଲେ ସେମାନେ କ’ଣ କରିପାରିବେ। ହକି ବିଶ୍ୱକପ୍‌ ସମୟରେ ଯେଉଁ କେତୋଟି ଏଲ୍‌ଇଡି ଲଗାଯାଇଥିଲା, ସେଥିରେ ପ୍ରସାରଣ କରିବାକୁ ସ୍ଥିର କରାଯିବା ପରେ ସେମାନେ କର୍ମଚାରୀମାନଙ୍କୁ ସେଠାରେ ନିୟୋଜିତ କରି ଆବଶ୍ୟକ ଉପକରଣ ପଠାଇଥିଲେ। କିନ୍ତୁ ଅଧିକାଂଶ ସମୟରେ ଇଣ୍ଟରନେଟ୍‌ ସଂଯୋଗ ଠିକ୍‌ ନ ରହିବାରୁ ପ୍ରସାରଣରେ ବାଧା ସୃଷ୍ଟି ହେଲା। ହେଲେ ବିଜୁ ପଟ୍ଟନାୟକ ପାର୍କ ଓ ଲିଙ୍ଗରାଜ ମନ୍ଦିର ନିକଟରେ ଡିସ୍‌ ଆଣ୍ଟିନା ସହ ଏଲ୍‌ଇଡି ସଂଯୋଗ କରାଯାଇଥିବାରୁ ସେଠାରେ ଲୋକେ ବସି ଫଳାଫଳ ଦେଖିପାରିଲେ। ଏଲ୍‌ଇଡିରେ ଫଳାଫଳ ଦେଖୁଥିବା ଜଣେ ଦର୍ଶକ କମଲ ଚରଣ ଦାସ କହିଥିଲେ, ବିଡିଏ ପକ୍ଷରୁ କରାଯାଇଥିବା ଏହି ବ୍ୟବସ୍ଥା ଅତ୍ୟନ୍ତ ପ୍ରଶଂସନୀୟ। ଭୁବନେଶ୍ୱରରେ ବାସ କରୁଥିବା ଗରିବ ଶ୍ରେଣୀର ଲୋକଙ୍କ ଘରେ ଟେଲିଭିଜନ ନାହିଁ। ସେମାନେ ଏଠାରେ ବସି ନିର୍ବାଚନ ଫଳ ଦେଖିପାରୁଛନ୍ତି, ଯାହାକି ବହୁତ ଭଲ କଥା। ସେହିପରି ବିଜୁ ପଟ୍ଟନାୟକ ପାର୍କକୁ ସାନ୍ଧ୍ୟ ଭ୍ରମଣ ପାଇଁ ଆସିଥିବା କଳ୍ପନାର ଜନ୍ମେଜୟ ଦାସ କହିଥିଲେ, ପାର୍କକୁ ସାଧାରଣତଃ ଆମେ ଜଗିଂ ଓ ବ୍ୟାୟାମ କରିବାକୁ ଆସୁ। କିନ୍ତୁ ସେହି ସମୟ ମଧ୍ୟରେ ପାର୍କରେ ନିର୍ବାଚନ ଫଳ ଜାଣିବାକୁ ପାଇବା ଏକ ସ୍ବତନ୍ତ୍ର କଥା। ଏକା ସାଙ୍ଗରେ ୨ଟି କାମ ହୋଇଗଲା ଓ ମୋବାଇଲ ଫୋନ୍‌ରେ ଇଣ୍ଟରନେଟ ଆଉ ବ୍ୟାଟେରି ବି ବଞ୍ଚିଗଲା।
ସୂଚନାଯୋଗ୍ୟ, ବିଡିଏ ପକ୍ଷରୁ କଳ୍ପନା ଛକ, କଳିଙ୍ଗ ହସ୍ପିଟାଲ ଛକ, ରୂପାଲୀ ଛକ, ଲିଙ୍ଗରାଜ ମନ୍ଦିର ଆଦି ନିକଟରେ ସ୍ବତନ୍ତ୍ର ଭାବେ ୨୦ଫୁଟ୍‌ ଲମ୍ବ ଓ ୧୦ଫୁଟ୍‌ ଓସାରର ଏଲ୍‌ଇଡି ସ୍କ୍ରିନ୍‌ ଲଗାଯାଇଥିଲା। ଜନସାଧାରଣ ଗୋଟିଏ ସ୍ଥାନରେ ଉପସ୍ଥିତ ରହି କିପରି ନିର୍ବାଚନ ଫଳାଫଳ ଦେଖିପାରିବେ, ସେଥିପ୍ରତି ବିଡିଏ ଧ୍ୟାନ ଦେଇଥିଲା। ତେବେ କେତେକ ସ୍ଥାନରେ ଏଲ୍‌ଇଡି ପ୍ରସାରଣ ମଝିରେ ମଝିରେ ଅଟକି ଯାଉଥିଲା। ଏ ସବୁଥିରେ ଏକ ଜାତୀୟ ଗଣମାଧ୍ୟମ ଚ୍ୟାନେଲ ସହ ଦୁଇ ଓଡ଼ିଆ ନ୍ୟୁଜ୍‌ ଚ୍ୟାନେଲ ଲଗାଯାଇଥିଲା। ସକାଳ ୮ଟାରୁ ଫଳାଫଳ ବାହାରିବା ପର୍ଯ୍ୟନ୍ତ ପ୍ରସାରଣ ଜାରି ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଉଦ୍ୟୋଗୀଙ୍କ ପାଇଁ ‘ଉଦ୍ୟମୀ ଶକ୍ତି’ ଜାତୀୟ ସେମିନାର

ଭୁବନେଶ୍ୱର, ୨୧।୮: ମହିଳା ଉଦ୍ୟୋଗୀଙ୍କୁ ବଜାର ସହ ଯୋଡ଼ିବା, ଡିଜିଟାଲ ପ୍ଲାଟଫର୍ମରେ ସୁଯୋଗ ସୃଷ୍ଟି କରିବା ଏବଂ ସରକାରୀ ଯୋଜନାର ଲାଭ ପହଞ୍ଚାଇବା ଲକ୍ଷ୍ୟରେ ‘ଉଦ୍ୟମୀ ଶକ୍ତି’…

ବରିଷ୍ଠ IPS ସ୍ତରରେ ଅଦଳବଦଳ: ଜାଣନ୍ତୁ କାହାକୁ କେଉଁ ଦାୟିତ୍ୱ

ଭୁବନେଶ୍ୱର,୨୧।୮: ରାଜ୍ୟ ସରକାର ବରିଷ୍ଠ IPS ସ୍ତରରେ ଅଦଳବଦଳ କରିଛନ୍ତି। ପୋଲିସ ପ୍ରଶାସନକୁ ଅଧିକ ସୁଦୃଢ଼ ଓ ସକ୍ରିୟ କରିବା ଲକ୍ଷ୍ୟରେ ବରିଷ୍ଠ IPS ଅଧିକାରୀମାନଙ୍କୁ ବିଭିନ୍ନ…

୨୭ ନା ୨୮ କେବେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ କ’ଣ କହିଲେ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର,୨୧ା୮: ଚଳିତ ବର୍ଷ ରକ୍ଷାବନ୍ଧନ ପର୍ବକୁ ନେଇଥିବା ଦ୍ୱନ୍ଦ୍ୱ ଦୂର ହୋଇଛି। ୨୭ରେ ରକ୍ଷାବନ୍ଧନ ପର୍ବ ପାଳନ କରାଯିବାକୁ ଥିବାବେଳେ ରାଖୀପୂର୍ଣ୍ଣିମା ୨୮ରେ। ତେଣୁ ଏହି ଦିନ…

ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର,୨୧ା୮: ଓଡ଼ିଆ ସଙ୍ଗୀତ ଜଗତର ସୁନାମଧନ୍ୟ ତଥା ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ପରଲୋକ ଘଟିଛି। ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଶୁକ୍ରବାର ପୂର୍ବାହ୍ନରେ ପରଲୋକ ଘଟିଛି।…

ଖାଉଟିଙ୍କୁ ମହଙ୍ଗା ମାଡ଼: ହୁ ହୁ ହୋଇ ବଢୁଛି ଚିନି ଦର

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ):ରାଜ୍ୟରେ ଗତ କିଛିଦିନ ଧରି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଓ ପନିପରିବା ଦର ହୁ ହୁ ହୋଇ ବଢ଼ିଚାଲିଛି। ପିଆଜ, ରସୁଣ, ଅଦା ଓ…

ଅସମ୍ଭାଳ ସ୍ଥିତିରେ ଝାରପଡ଼ା ଜେଲ: ଡ୍ରାଇଭର ଗିରଫ ପରେ…

ଭୁବନେଶ୍ୱର,୨୧।୮(ତ୍ରିନାଥ ମହାନ୍ତି):ମାଷ୍ଟରକ୍ୟାଣ୍ଟିନ ହିଂସା ଘଟଣାରେ ୧୧୩ ଜଣ ଅନ୍‌ଲାଇନ୍‌ ଅଟୋ ଡ୍ରାଇଭର ଗିରଫ ହୋଇ ଜେଲ ଯାଇଛନ୍ତି। ଜେଲ ଯିବା ପରେ ଏବେ ଝାରପଡ଼ା ଜେଲ କର୍ତ୍ତୃପକ୍ଷଙ୍କ…

କିମ୍ସ ଡାକ୍ତରଙ୍କୁ ବଡ଼ ସଫଳତା: ୧୦ ମାସ ଶିଶୁର ଖାଦ୍ୟ ନଳୀରୁ ବାହାରିଲା ପିନ୍‌

ଭୁବନେଶ୍ୱର, ୨୧ା୮:ରାଉରକେଲାର ଜଣେ ୧୦ ମାସର ଶିଶୁ ଭୁଲ୍‌ବଶତଃ ଏକ ଧାତବ ପିନ୍‌ ଗିଳିଦେବା ପରେ ତାହା ଖାଦ୍ୟନଳୀରେ ଅଟକିଯାଇଥିଲା। ଭୁବନେଶ୍ୱରସ୍ଥିତ କିମ୍ସ ହସ୍ପିଟାଲରେ ଡାକ୍ତରମାନେ ଆଡ୍‌ଭାନ୍ସ…

ଆସୁଛି ଆଉ ଏକ ଲଘୁଚାପ: ଆଜିଠୁ ସପ୍ତାହେ ଯାଏ ବର୍ଷା

ଭୁବନେଶ୍ୱର, ୨୧ା୮:ରାଜ୍ୟରେ ଏବେ ବର୍ଷା ଓ ବନ୍ୟା ଦୁର୍ଦ୍ଦଶା ଜାରି ରହିଥିବା ବେଳେ ଆସୁଛି ଆଉ ଏକ ଲଘୁଚାପ। ତିନିଦିନ ହେବ ଶୁଖିଲା ପାଗ ସହ ଖରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri