Posted inକଟକ

ନିରତାରରେ କ୍ୱାରାଣ୍ଟାଇନ ବ୍ୟବସ୍ଥା ନ କରିବାକୁ କେନ୍ଦ୍ରୀୟ ସଚିବଙ୍କ ଅନୁରୋଧ

କଣ୍ଟାପଡା,୨୬ା୩(ଡି.ଏନ୍‌.ଏ.)- କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଅଧୀନରେ କଟକ ଜିଲାର ଓଲଟପୁରଠାରେ ଥିବା ଏସ୍‌ ଭି ନିରତାର ଦିବ୍ୟାଙ୍ଗ ସ୍ବାସ୍ଥ୍ୟ ଓ ଗବେଷଣା କେନ୍ଦ୍ରରେ କ୍ୱାରାଣ୍ଟାଇନ କ୍ୟାମ୍ପ ନ କରିବାକୁ କେନ୍ଦ୍ରୀୟ ବିଭାଗୀୟ ସଚିବ ଶକୁନ୍ତଳା ଡି କ୍ୟାମଲିନ ଚିଠି ଲେଖି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କୁ ବୁଧବାର ଅନୁରୋଧ କରିଛନ୍ତି। ଗତ ମଙ୍ଗଳବାର କଟକ ଜିଲାପାଳ ଭବାନୀ ଶଙ୍କର ଚଇନି, କଟକ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସତ୍ୟବ୍ରତ ଛୋଟରାୟ ଓ ଅଡ଼ଶପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ନିରତାରରେ ପହଞ୍ଚି ଏକ ବୈଠକ କରିଥିଲେ। ରାଜ୍ୟରେ କରୋନା ସଂକ୍ରମିତ ରୋଗୀ ସଂଖ୍ୟା ବଢ଼ୁଥିବାରୁ କ୍ୱାରାଣ୍ଟାଇନ ଓ୍ବାର୍ଡ ସଂଖ୍ୟା କମ ଥିବାରୁ ନିର୍‌ତାରରେ ଏକ ଅସ୍ଥାୟୀ କ୍ୟାମ୍ପ କରିବା ପାଇଁ ଯୋଜନା କରାଯାଇଥିଲା। ଏଥିପାଇଁ ଆସିଥିବା ଅଧିକାରୀମାନେ ନିରତାର ବୈଷୟିକ ଉପନିର୍ଦ୍ଦେଶକ ଡା. କିଶୋରଚନ୍ଦ୍ର ମହାପାତ୍ର ଓ ପିଏମ୍‌ଆର୍‌ଡି ମୁଖ୍ୟ ଡା. ପବିତ୍ର ମୋହନ ସାହୁଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ପରେ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ସହଯୋଗ ପାଇଁ ପ୍ରତିଶ୍ରୁତି ଦେବାସହ ବୁଧବାର ଏଥିପାଇଁ ୬ଟି ୱାର୍ଡ ଖାଲି କରିଥିଲେ। ମାତ୍ର ଦିବ୍ୟାଙ୍ଗଙ୍କ ଚିକିତ୍ସା ପାଇଁ ଏହି ଅନୁଷ୍ଠାନ ଏକମାତ୍ର ବିକଳ୍ପ ହୋଇଥିବାରୁ କ୍ୱାରାଣ୍ଟାଇନ କ୍ୟାମ୍ପ କରାଗଲେ ସେମାନଙ୍କ ଚିକିତ୍ସା ଓ ଥଇଥାନ ସମ୍ପୂର୍ଣ୍ଣ ବ୍ୟାହତ ହେବାର ସମ୍ଭାବନା ରହିଛି ବୋଲି କେନ୍ଦ୍ରୀୟ ସଚିବ କ୍ୟାମଲିନ ନିରତାର କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଦିବ୍ୟାଙ୍ଗମାନଙ୍କ ସ୍ବାର୍ଥକୁ ଆଖି ଆଗରେ ରଖି ଏହି ବ୍ୟବସ୍ଥାରୁ ନିରତାରକୁ ବାଦ ଦେବାପାଇଁ ସେ ଚିଠିରେ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

ଟ୍ରେଲର୍‌କୁ ପଛପଟୁ ଧକ୍କା ଦେଲା ଘରୋଇ ବସ୍‌; ୫ରୁ ଅଧିକ ଯାତ୍ରୀ ଆହତ

ଚୌଦ୍ୱାର, ୮।୭:  କଟକ ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ନିର୍ଗୁଣ୍ଡି ନିକଟ ଜାତୀୟ ରାଜପଥ–୧୬ରେ ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣାରେ ଘରୋଇ ଯାତ୍ରୀବାହୀ ବସ୍‌ ଏକ ଟ୍ରେଲର୍‌କୁ…

କଟକରେ ଦୁର୍ଘଟଣା; ବାଇକ୍‌ ଆରୋହୀଙ୍କ ଉପରେ ଚଢ଼ିଗଲା ଆମ ବସ୍‌, ତାପରେ…

କଟକ,୯।୭(ପ୍ରଭୁକଲ୍ୟାଣ ପାଲ୍): ପୁଣି ଦୁର୍ଘଟଣା କଲା ଆମ ବସ୍ । କଟକ ବାଦାମବାଡ଼ି ମଲାଚଣ୍ଡିଆ ଛକ ନିକଟରେ ଏକ ବାଇକ ଉପରେ ଚଢ଼ିଲା ଆମ ବସ୍ ।…

ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଖୋଜାଖୋଜି ଜାରି

ବାଙ୍କୀ, ୭।୭: କଟକ ଜିଲା ବାଙ୍କୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖସ୍ଥ ମହାନଦୀ ଘାଟରେ ଏକ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣି ସ୍ରୋତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri