ନିମ୍ନମାନର ରାସ୍ତାକାମ, ବନ୍ଦ କଲେ ଗ୍ରାମବାସୀ

ଅମରପାଲି, ୧୧।୭(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ମୁଖ୍ୟ ଛକଠାରୁ ରେଢ଼ାଖୋଲ- ବୀରମହାରାଜପୁର ସୀମାବର୍ତ୍ତୀ ଅମରପାଲି ପର୍ଯ୍ୟନ୍ତ ହେଉଥିବା ରାସ୍ତା କାମ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି। ଗୁରୁବାର ଅମରପାଲି ଗ୍ରାମବାସୀ କାମକୁ ବନ୍ଦ କରି ପ୍ରତିବାଦ ଜଣାଇଛନ୍ତି । ବିଭାଗୀୟ ଯନ୍ତ୍ରୀ ଓ ଏସଡିଓ ନ ଆସିବା ପର୍ଯ୍ୟନ୍ତ କାମ ଆରମ୍ଭ କରାଇ ଦିଆଯିବ ନାହିଁ ବୋଲି ସେମାନେ କହିଛନ୍ତି । ଉକ୍ତ ରାସ୍ତାଟି ଗତବର୍ଷଠାରୁ ପୂର୍ତ୍ତ ବିଭାଗକୁ ଯାଇଛି। ଉକ୍ତ ରାସ୍ତାକୁ ପୁର୍ନ ନିର୍ମାଣ ପାଇଁ ପ୍ରାୟ ୨୬ କୋଟି ୨୯ ଲକ୍ଷ ୩୮ ହଜାର ୭୧୦ ଟଙ୍କା ଅଟକଳ ହୋଇ କାର୍ଯ୍ୟ ଆରମ୍ଭ ମଧ୍ୟ ହୋଇସାରିଛି । ୨୩ କିମି ୫୫୦ ମିଟର ଦୀର୍ଘ ଉକ୍ତ ରାସ୍ତାର କାମକୁ ବ୍ରିଲିଏଣ୍ଟ ଇନଫ୍ରା ପ୍ରୋଜେକ୍ଟ ପ୍ରାଇଭେଟ ଲିମିଟେଡ ନାମକ ଏକ ସଂସ୍ଥା କାମ କରୁଛି । ଏବେ ରାସ୍ତାର ଉଭୟ ପାର୍ଶ୍ୱରେ ମାଟି ଖୋଳି ବାଲି ଓ ଚିପ୍ସ ଦିଆ ଯାଉଛି। ମାତ୍ର ଉଭୟ ପାର୍ଶ୍ୱରେ ଆବଶ୍ୟକୀୟ ଗଭୀର ପର୍ଯ୍ୟନ୍ତ ମାଟି ଖୋଳାଯାଉ ନାହିଁ । ସେଥିରେ ନାମକୁ ମାତ୍ର ବାଲି ଦିଆଯାଉଛି । ଚିପ୍ସ ଓ ଡଷ୍ଟ ଆବଶ୍ୟକ ପରିମାଣ ଅନୁଯାୟୀ ଦିଆ ନ ଯାଇ ମାତ୍ରାଧିକ ଡଷ୍ଟ ଦେଇ କାଁ ଭାଁ ଚିପ୍ସ ଦିଆଯାଉଛି । ଉଭୟ ପାର୍ଶ୍ୱକୁ ସମାନ ପରିମାଣର ଓସାର କରାଯାଉ ନାହିଁ । କେତେକ ସ୍ଥାନରେ ଲୋକଙ୍କୁ ଅନୁଗ୍ରହୀତ ହୋଇ ସେହି ସ୍ଥାନ ମାନଙ୍କରେ ଓସାର କରାଯାଉ ନଥିବା ଅଭିଯୋଗ ହୋଇଛି । ରାସ୍ତାର ଉଭୟ ପାର୍ଶ୍ୱରେ ମୋରମ ବଦଳରେ ମାଟି ଓ ନିମ୍ନମାନର ମୋରମ ଦିଆଯାଉଛି। କାମ କରୁଥିବା ବେଳେ କାର୍ଯ୍ୟରତ କର୍ମଚାରୀଙ୍କୁ କହିଲେ ମଧ୍ୟ ସେମାନେ କାହାରି କଥା ଶୁଣୁ ନାହାନ୍ତି । କାର୍ଯ୍ୟ ତଦାରଖ କରୁଥିବା କେତେକ ଅସାଧୁ କର୍ମଚାରୀ ମୋରମ ବଦଳରେ ମାଟି ଦେଲେ ମଧ୍ୟ ବିଭାଗୀୟ ଯନ୍ତ୍ରୀ କିଛି କହିବେ ନାହିଁ ବୋଲି କହୁଛନ୍ତି। ଏନେଇ ବିଭାଗୀୟ ଯନ୍ତ୍ରୀ ମହେଶ୍ୱର ପାଶାଙ୍କୁ ପଚାରିବାରୁ ସେ କହିଲେ ଯେ, ମୁଁ ଶୁକ୍ରବାର ଯାଇ କାମ ତଦାରଖ କରିବି । ବହଲପଦର ସମିତି ସଭ୍ୟ ପୀତାମ୍ବର ସାହୁଙ୍କ ନେତୃତ୍ୱରେ ଗ୍ରାମର ସୁଶୀଲ ସାହୁ, ଜନ୍ମେଜୟ ପଧାନ, ପ୍ରଫୁଲ୍ଲ ସାହୁ, ଦଫା ସାହୁ, ବିକ୍ରମ ସେ, ଭଗବତ ପଧାନ, ସୁରେଶ ସାହୁ, ବାଞ୍ଝା ଅଙ୍ଗ୍ରିଆ, ଲକ୍ଷୀନ୍ଦ୍ର ପଧାନ ପ୍ରମୁଖ ଅମରପାଲିଠାରେ କାମକୁ ବନ୍ଦ କରି ପ୍ରତିବାଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri