Posted inଫୁରସତ

ନିଜ ପାଇଁ ପୋଖରୀ ତିଆରି କରୁଥିବା ବେଙ୍ଗ

ପୃଥିବୀର ସବୁଠାରୁ ବଡ଼ ବେଙ୍ଗ ହେଉଛି ଗୋଲିଆଥ୍‌। ୩୪ ସେ.ମି. ଲମ୍ବ ଓ ୩.୨ କି.ଗ୍ରା ଓଜନ ବିଶିଷ୍ଟ ଏହି ବେଙ୍ଗ କେବଳ କାମେରୁନ୍‌ ଓ ଇକ୍ୱାଟୋରିଆଲ୍‌ ଗୁଏନାରେ ଦେଖିବାକୁ ମିଳନ୍ତି। ଏମାନେ ଝରଣା ନିକଟରେ ବସବାସ କରନ୍ତି। ଏହା ଏକ ବିଲୁପ୍ତପ୍ରାୟ ପ୍ରାଣୀ। କାରଣ ମାଂସ ପାଇଁ ଏହାକୁ ଶିକାର କରାଯାଇଥାଏ। ତେବେ ଏହି ବେଙ୍ଗର ଏକ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ, ବେଙ୍ଗଟି ରହିବା ପାଇଁ ନିଜେ ଏକ ପୋଖରୀ ତିଆରି କରିଥାଏ। ସେ ପୁଣି ଝରଣା କୂଳରେ ଅବା କମ୍‌ ପାଣି ଥିବା ଝରଣା ପାଣି ଭିତରର ପଥରକୁ ନିଜେ ଆଡେଇ ପୋଖରୀ ତିଆରି କରେ। ବିରାଟକାୟ ଶରୀର ଥିବାରୁ ବେଙ୍ଗଟି ୨ କି.ଗ୍ରା. ପର୍ଯ୍ୟନ୍ତ ଓଜନର ପଥରକୁ ଟେକି ଅନ୍ୟ ସ୍ଥାନରେ ରଖିପାରେ। ବୟସ୍କ ବେଙ୍ଗ ଏହି ପୋଖରୀ ତିଆରି କରିବା ସହ ଜଗିଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୃଥିବୀରେ ମାଡ଼ ହେବ ଭୟଙ୍କର ଆଷ୍ଟ୍ରୋଏଡ, ବୈଜ୍ଞାନିକ କହିଦେଲେ ତାରିଖ; ୨୨ଟି ପରମାଣୁ ବୋମା ଭଳି ଘଟିବ ପ୍ରଳୟ !

ନୂଆଦିଲ୍ଲୀ,୪।୮: ପୃଥିବୀରେ ମାଡ଼ ହେବ ବିରାଟ ଆଷ୍ଟ୍ରୋଏଡ୍ । ଧ୍ୱଂସ ହୋଇଯିବ ସବୁ କିଛି । ଛାରଖାର ହୋଇଯିବ ପୃଥିବୀ। ଯାହାକୁ ନେଇ ବୈଜ୍ଞାନିକମାନେ ଛାନିଆ ହେଲେଣି…

ବୁଧବାର ଚନ୍ଦ୍ରରେ ହେବ ଭୟଙ୍କର ବିସ୍ଫୋରଣ, ପ୍ରଚଣ୍ଡ ଶବ୍ଦରେ ହୋଇଯିବ ଛାରଖାର!

ନୂଆଦିଲ୍ଲୀ,୪।୮: ଆସନ୍ତା ୫ ତାରିଖ ବୁଧବାରରେ ସ୍ପେସ୍ ଏକ୍ସ ରକେଟର ୩,୯୦୦ କି.ଗ୍ରା ଓଜନର ଏକ ଟୁକୁଡା ଚନ୍ଦ୍ରପୃଷ୍ଠରେ ବିସ୍ଫୋରଣ ହେବ। ୨୦୨୫ ଜାନୁଆରୀ ୧୫ରେ ସ୍ପେସ…

ଶ୍ରାବଣରେ ମାଛ-ମାଂସ ଖାଇବାକୁ କାହିଁକି ମନା କରାଯାଏ? କେବଳ ଧାର୍ମିକ ନୁହେଁ ରହିଛି ବୈଜ୍ଞାନିକ କାରଣ

ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି । ହିନ୍ଦୁ ଧର୍ମରେ ଏହି ମାସକୁ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ । ଶହ ଶହ ବର୍ଷରୁ ଏହା ସାଧାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri