ନିଖୋଜ ଶୁଭେନ୍ଦୁଙ୍କ ମୃତଦେହ ମିଳିଲା: ବ୍ୟବଚ୍ଛେଦ ପାଇଁ ଛାଡୁନାହାନ୍ତି ପରିବାରବର୍ଗ

ରାଇକିଆ,୬।୨(ଡି.ଏନ୍‌.ଏ.) : ଜାନୁୟାରୀ ୧୫ରୁ ନିଖୋଜ ଥିବା କନ୍ଧମାଳ ଜିଲା ରାଇକିଆ କନ୍ୟାଶ୍ରମ ସାହିର ଶୁଭେନ୍ଦୁ ମଲିକଙ୍କ ମୃତଦେହ ଗୁରୁବାର ଡଲାମାହା ପାହାଡ଼ରୁ ଉଦ୍ଧାର କରାଯାଇଛି। ସକାଳୁ ପାହାଡ଼ ନିକଟରେ ଏକ ମୃତଦେହ ପଡ଼ିଥିବା ଏବଂ ତାହା ପଚି ଗନ୍ଧ ବାହାରୁଥିବା ନେଇ ପୋଲିସ କୌଣସି ସୂତ୍ରରୁ ଖବର ପାଇବା ପରେ ମୃତକଙ୍କ ପରବାରବର୍ଗଙ୍କୁ ଖବର ଦେଇଥିଲା। ପରିବାର ଲୋକେ ମୃତଦେହ ଦେଖି ଚିହ୍ନଟ କରିଥିଲେ। ଅନ୍ୟପକ୍ଷରେ ଶୁଭେନ୍ଦୁ ୨୨ଦିନ ହେଲା ନିଖୋଜ ହୋଇଥିଲେ ମଧ୍ୟ କୌଣସି ପତ୍ତା ମିଳୁ ନ ଥିଲା ା ଏପରିକି ପୋଲିସରେ ଅଭିଯୋଗ ପରେ ମଧ୍ୟ କୌଣସି ସନ୍ଧାନ ମିଳି ନ ଥିଲା। ହତ୍ୟା ହୋଇଥିବା ନେଇ ସନ୍ଦେହ କରି ପୋଲିସକୁ ସୂଚନା ଦିଆଯାଇଥିଲେ ହେଁ ପୋଲିସ ତାକୁ ଗ୍ରହଣ କରି ନ ଥିଲା ବୋଲି ମୃତକଙ୍କ ଭାଇ କହିଛନ୍ତି। ଏହାର ପ୍ରତିବାଦ କରି ସୋମବାର ପରିବାର ଲୋକେ ଏବଂ ସାହିବାସିନ୍ଦା ରାଇକିଆ-ଜି.ଉଦୟଗିରି-ବାଲିଗୁଡ଼ା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ରାସ୍ତା ଅବରୋଧ କରୁଥିବା ଏବଂ ଆଇନ ଶୃଙ୍ଖଳା ଭଙ୍ଗ କରୁଥିବା ଦର୍ଶାଇ ପୋଲିସ ୨୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ା ବୁଧବାର ଗିରଫ ସାହି ବାସିନ୍ଦା ଜାମିନ ପାଇ ଫେରିଥିବା ବେଳେ ଗୁରୁବାର ସକାଳୁ ମୃତଦେହ ମିଳିଥିଲା ା ଖବର ଲେଖା ହେବା ପର୍ଯ୍ୟନ୍ତ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ପରିବାର ଲୋକେ ବ୍ୟବଚ୍ଛେଦ ପାଇଁ ମୃତଦେହ ନିକଟକୁ ପୋଲିସକୁ ଛାଡ଼ୁନାହାନ୍ତି ା ପୋଲିସର ଅବହେଳା ଅଭିଯୋଗ କରି ଉଚ୍ଚ ପଦାଧିକାରୀ ଆସିଲେ ଛଡ଼ାଯିବ ବୋଲି ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri