ନିଆରା କ୍ରୀଡ଼ା ପ୍ରତିଭା ମଧୁସ୍ମିତା

ବନ୍ତ, ୨୯।୭ (ଡି.ଏନ.ଏ.)- ଭଦ୍ରକ ଜିଲା ବରପଦାସ୍ଥିତ ବିଆଇଇଟି କଲେଜର ଡିପ୍ଲୋମା କମ୍ପ୍ୟୁଟର ସାଇନ୍ସର ୩ୟ ବର୍ଷର ଛାତ୍ରୀ ମଧୁସ୍ମିତା ମିଶ୍ର(୧୮) ହ୍ୟାଣ୍ଡବଲ, ସାଇକେଲ ପୋଲୋ, ନେଟ୍‌ବଲ୍‌, ରଗ୍‌ବୀ ଫୁଟବଲ, ଥ୍ରୋବଲ, ସିପକ୍‌ ଟାକ୍ର, ଆତିଆପାତିଆ ଭଳି ବିଭିନ୍ନ କ୍ରୀଡ଼ାରେ ପ୍ରତିଭା ପ୍ରଦର୍ଶନ କରି ଚର୍ଚ୍ଚାକୁ ଆସିଛନ୍ତି। ଏଯାଏ ୪ଟି ଜାତୀୟ, ୧୦ଟି ରାଜ୍ୟସ୍ତରୀୟ ଓ ୧୬ଟି କଲେଜସ୍ତରୀୟ ପ୍ରତିଯୋଗିତାରେ ଭାଗନେଇ ବହୁ ପ୍ରମାଣପତ୍ର ହାସଲ କରିପାରିଛନ୍ତି। ପିଲାବେଳେ ଖୋଖୋ ଓ ଦୌଡ଼ ପ୍ରତି ରୁଚି ରଖି କ୍ରୀଡ଼ା ଅଭ୍ୟାସ ଆରମ୍ଭ କରିଥିଲେ। ସୁଯୋଗ ମିଳିଲେ ସେ ଆଗକୁ ଫୁଟବଲ ଓ ହକି ଖେଳି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି।
ପାଠପଢ଼ା ଓ ଖେଳକୁ ସମାନ ଗୁରୁତ୍ୱ ଦେଇ ଆଗକୁ ବଢ଼ିଚାଲିଛନ୍ତି ମଧୁସ୍ମିତା। ହାଇସ୍କୁଲଠାରୁ କଲେଜ ପର୍ଯ୍ୟନ୍ତ ସବୁ ପରୀକ୍ଷାରେ ସେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଆସୁଛନ୍ତି। କ୍ରୀଡ଼ାଭ୍ୟାସ ପାଇଁ ଯଥେଷ୍ଟ ସୁଯୋଗ ମିଳୁ ନ ଥିଲେ ବି ନିଜକୁ ଫିଟ୍‌ ରଖିବା ସକାଶେ ପ୍ରତିଦିନ ରାସ୍ତାରେ ଦୌଡ଼ ଅଭ୍ୟାସ ଜାରି ରଖିଛନ୍ତି। ଝିଅର କ୍ୟାରିୟର ନେଇ ମା’ ଉଷାରାଣୀ ଓ ବାପା ନାରାୟଣ ମିଶ୍ର ବହୁ ଆଶାବାଦୀ। ମଧୁସ୍ମିତା ଏକ ସାକ୍ଷାତକାରରେ କହିଛନ୍ତି, ଶିକ୍ଷାନୁଷ୍ଠାନ ପରିସରରେ କ୍ରୀଡ଼ାଭ୍ୟାସ ଆରମ୍ଭ କରି ସେ ରାଜ୍ୟ ଓ ଜାତୀୟ ସ୍ତରରେ ପହଞ୍ଚି ପାରିଛନ୍ତି। ଏହି ସମୟରେ ସେ ଜାତୀୟ ଖେଳାଳି ଦୂତୀ ଚାନ୍ଦ ଓ ଅନ୍ତର୍ଜାତୀୟ ରଗ୍‌ବୀ ଖେଳାଳି ଶୁଭଲକ୍ଷ୍ମୀ ବାରିକଙ୍କ ସମେତ ସୁନାମ ଅର୍ଜନ କରିଥିବା ବହୁ ଖେଳାଳିଙ୍କ ସଂସ୍ପର୍ଶରେ ଆସିଛନ୍ତି। ଜିଲା କ୍ରୀଡ଼ା ବିଭାଗ ପକ୍ଷରୁ ତାଙ୍କୁ ଏଯାଏ କୌଣସି ପ୍ରୋତ୍ସାହନ ମିଳି ନାହିଁି। ପରିବାରର ଆର୍ଥିକ ସ୍ଥିତି ଭଲ ନ ଥିବାରୁ ପାଠପଢ଼ା ସାଙ୍ଗକୁ କ୍ରୀଡ଼ାଭ୍ୟାସ କରିବା କଷ୍ଟକର ହୋଇପଡୁଛି।
କ୍ରୀଡ଼ା ପ୍ରତିଭା ମଧୁସ୍ମିତାଙ୍କ ଘର ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ ଗ୍ରାମରେ। ସେ ହରିହର ନୋଡାଲରୁ ପ୍ରାଥମିକ ଶିକ୍ଷା ଗ୍ରହଣ କରି ନିଳୋକ ହାଇସ୍କୁଲରେ ପାଠ ପଢ଼ିଥିଲେ। କ୍ରୀଡ଼ା ଶିକ୍ଷକ ଦେବାଶିଷ ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ସେ ଜିଲାସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ସଫଳତା ପାଇଥିଲେ। ପରେ ଜାଗୁଳାଇ ହାଇସ୍କୁଲର କ୍ରୀଡ଼ା ଶିକ୍ଷକ ନାରାୟଣ ଚନ୍ଦ୍ର ବାରିକଙ୍କ ତତ୍ତ୍ବାବଧାନରେ ସେ ରାଜ୍ୟସ୍ତରୀୟ କ୍ରୀଡ଼ାରେ ଭାଗ ନେଇଥିଲେ। ୨୦୧୫ ପରଠାରୁ ଏଯାଏ ବିଭିନ୍ନ ଜିଲା, ରାଜ୍ୟ ଓ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଇ ସଫଳତା ପାଇଥିବାରୁ ଏହା ତାଙ୍କୁ ଉତ୍ସାହିତ କରିଛି। ହ୍ୟାଣ୍ଡବଲ ହେଉ କି ନେଟ୍‌ବଲ କିମ୍ବା ରଗ୍‌ବୀ ସବୁ ଖେଳରେ ସେ ଆଗୁଆ ରହି ପ୍ରତିଭା ପ୍ରଦର୍ଶନ କରିବାକୁ ଚେଷ୍ଟା କରି ଆସିଛନ୍ତି। ୨୦୧୭ରେ ତେଲେଙ୍ଗାନା ରାଜ୍ୟର ହାଇଦ୍ରାବାଦସ୍ଥିତ ଲାଲବାହାଦୁର ଷ୍ଟାଡିୟମଠାରେ ଅନୁଷ୍ଠିତ ୨୭ତମ ସିନିୟର ଜାତୀୟ ଆତିଆପାତିଆ ଚାମ୍ପିୟନଶିପ୍‌, ରାଜସ୍ଥାନର ଡୁନ୍‌ଡୁନ୍‌ଠାରେ ଜାତୀୟ ସାଇକେଲ ପୋଲୋ ଓ ୨୦୧୮ରେ ପୁରୀଠାରେ ଆୟୋଜିତ ରାଜ୍ୟସ୍ତରୀୟ ସିପକ୍‌ଟାକ୍ର ପ୍ରତିଯୋଗିତାରେ ଭାଗ ନେବା ତାଙ୍କ ଲାଗି ଭିନ୍ନ ଅନୁଭବ ଆଣି ଦେଇଛି। ବରପଦାସ୍ଥିତ ବିଆଇଇଟି କଲେଜରେ ଦୁଇବର୍ଷ ଧରି ଆଥ୍‌ଲେଟିକ୍‌ରେ ଚାମ୍ପିୟନ ହୋଇଆସୁଛନ୍ତି। ଗ୍ରାମାଞ୍ଚଳ ପରିବେଶରେ ପାଠପଢ଼ି କ୍ରୀଡ଼ା କ୍ଷେତ୍ରରେ ଆଗକୁ ବଢ଼ି ମଧୁସ୍ମିତା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଉପଯୁକ୍ତ କୋଚିଂ ଓ କ୍ରୀଡ଼ାଭ୍ୟାସର ସୁଯୋଗ ମିଳିଲେ ସେ ଆଗକୁ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri