ବିନା ଦୋଷରେ ଜେଲ କାଟିଲେ ବାପପୁଅ

ବାରିପଦା ଅଫିସ/ ରାଇରଙ୍ଗପୁର, ୨୯।୭(ଡି.ଏନ୍‌.ଏ.) ମୟୂରଭଞ୍ଜ ଜିଲା ବାଦାମପାହାଡ ଥାନା ପୋଲିସ ୩ ମାସ ତଳେ ମୃତ ଘୋଷଣା କରିଥିବା ରାଇମଣି ନାଏକ ନାମ୍ନୀ ଜଣେ ମହିଳାଙ୍କୁ ଜୀବନ୍ତ ଅବସ୍ଥାରେ ଶନିବାର କୋର୍ଟରେ ହାଜର କରିଛି। ତାଙ୍କ ବୟାନ ରେକର୍ଡ ପରେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଇମଣିଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହୋଇଥିବା ସ୍ବାମୀ ସଞ୍ଜୟ ନାଏକ ଏବଂ ଶ୍ୱଶୁର ମଙ୍ଗଳ ନାଏକଙ୍କୁ ରବିବାର ରାଇରଙ୍ଗପୁର ଜେଲରୁ ଖଲାସ କରାଯାଇଛି। ତେବେ ବିନା ଦୋଷରେ ଦୀର୍ଘ ଅଢ଼େଇମାସରୁ ଊର୍ଦ୍ଧ୍ୱ ସଞ୍ଜୟ ଏବଂ ମଙ୍ଗଳଙ୍କୁ ଜେଲଦଣ୍ଡ ଦିଆଯିବାରେ ପୋଲିସକୁ ସମ୍ପୂର୍ଣ୍ଣ ମାତ୍ରାରେ ଦାୟୀ କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ। ଏହି ଘଟଣା ପୋଲିସର ଦାୟିତ୍ୱହୀନ ତଦନ୍ତ ଏବଂ ତ୍ରୁଟିପୂର୍ଣ୍ଣ ଆଇନ ବ୍ୟବସ୍ଥା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଉଲ୍ଲେଖନୀୟ ଯେ, ବାଦାମପାହାଡ ଥାନା ଅଧୀନ ପୁରୁଣାପାଣି ଗ୍ରାମର ରାଇମଣି କିଛି ମାସ ପୂର୍ବରୁ ଘରୁ ଚାଲିଯାଇ କଟକରେ ରହି କାମଧନ୍ଦା କରୁଥିଲେ। ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ପାଇ ନ ଥିଲେ। ଘଟଣା କ୍ରମେ ଗତ ଏପ୍ରିଲ ୨୭ ତାରିଖରେ ବାଦାମପାହାଡ ଥାନା ଅଧୀନ ପାହାଡପୁର ଜଙ୍ଗଲରୁ ଜଣେ ମହିଳାଙ୍କ ଗଳିତ ମୃତଦେହ ମିଳିଥିଲା। ପୋଲିସ ଏହାର ତଦନ୍ତ କଲାବେଳେ ମୃତଦେହ ନିଖୋଜ ରାଇମଣିଙ୍କର ବୋଲି ତାଙ୍କ ଆତ୍ମୀୟସ୍ବଜନ ସନ୍ଦେହ ପ୍ରକାଶ କରିଥିଲେ। ଏହି ପରିପ୍ରେକ୍ଷୀରେ ରାଇମଣିଙ୍କୁ ଜଙ୍ଗଲରେ
ହତ୍ୟା କରାଯାଇଥିତ୍ବା ଦର୍ଶାଇ ପୋଲିସ ତାଙ୍କ ସ୍ବାମୀ ସଞ୍ଜୟ ଓ ଶ୍ୱଶୁର ମଙ୍ଗଳଙ୍କୁ ଗିରଫ କରିିଥିଲା। ମୃତଦେହକୁ ବ୍ୟବଚ୍ଛେଦ କରାଯାଇ ଥାନାରେ ଏକ ହତ୍ୟା ମାମଲା(ନଂ.୧୮/୧୯) ରୁଜୁ କରାଯାଇଥିଲା। ଗିରଫ ସଞ୍ଜୟ ଓ ତାଙ୍କ ବାପା ବିନା ଦୋଷରେ ସେବେଠାରୁ ଜେଲରେ ଦିନ କାଟୁଥିଲେ। ଗତ ସପ୍ତାହରେ ରାଇମଣି କଟକରୁ ଘରକୁ ଫେରି ଆସିବା ପରେ ଘଟଣା ଭିନ୍ନମୋଡ଼ ନେଇଥିଲା। ରାଇମଣିଙ୍କ ନିଖୋଜ ରହସ୍ୟ ଉପରୁ ପର୍ଦ୍ଦା ଉଠିବାରୁ ପୋଲିସକୁ ଅପଦସ୍ଥ ହେବାକୁ ପଡିଥିଲା। ଏଭଳି ସ୍ଥିତିରେ ପୋଲିସ ସତର୍କତାର ସହ ରାଇମଣିଙ୍କୁ ଏକ ଗୁପ୍ତ ସ୍ଥାନରେ ରଖି ପଚରାଉଚରା କରି ଶନିବାର ରାଇରଙ୍ଗପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଇଥିଲା। ସେଠାରେ ତାଙ୍କ ବୟାନ ରେକର୍ଡ ପରେ ପରିବାର ଲୋକଙ୍କ ହେପାଜତରେ ଛଡାଯାଇଛି।
ଅପରପକ୍ଷରେ ରାଇମଣିଙ୍କ ଏବେ ପତ୍ତା ମିଳିଥିବାରୁ ପାହାଡପୁର ଜଙ୍ଗଲରୁ ଉଦ୍ଧାର ହୋଇଥିବା ମହିଳାଙ୍କ ମୃତଦେହ କାହାର ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ପ୍ରସଙ୍ଗରେ ପୋଲିସ ହରଡଘଣାରେ ପଡ଼ିଯାଇଛି। ଏଭଳି ସମ୍ବେଦନଶୀଳ ଘଟଣାରେ କାହାର ଭୁଲ ରହିଛି ସେ ନେଇ ତଦନ୍ତ ଚାଲିଛି। ରାଇରଙ୍ଗପୁର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଶୋକ ପଟ୍ଟନାୟକଙ୍କୁ ଏହି ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଛି ବୋଲି ଜିଲା ଆରକ୍ଷୀ ଅଧୀକ୍ଷକ ଅବିନାଶ କୁମାର ସୂଚନା ଦେଇଛନ୍ତିି। ବିନା ଦୋଷରେ ହତ୍ୟା ମାମଲାରେ ଗିରଫ ହୋଇ ସଜା କାଟୁଥିବା ସଞ୍ଜୟ ଓ ତାଙ୍କ ବାପା ମଙ୍ଗଳ ଜେଲରୁ ଖଲାସ ହୋଇ ଘରକୁ ଫେରିଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪୫ ଡେଇଁବ ପାରଦ! ସାରା ରାଜ୍ୟକୁ ସିଭିୟର ହିଟ୍‌ ଓ୍ବେଭ ଆଲର୍ଟ

ଭୁବନେଶ୍ୱର,୨୪।୪:ତାତିରୁ ମିଳିବନି ତ୍ରାହି । ୫ ଦିନ ଧରି କଲବଲ କରିବ ଗ୍ରୀଷ୍ମ ପ୍ରବାହ । ବିଶେଷ କରି ୨୭ ଓ ୨୮ ତାରିଖରେ ଜଳିବ...

ମେ’ ପ୍ରଥମ ସପ୍ତାହରୁ ଓଜେଇଇ ପରୀକ୍ଷା

ଭୁବନେଶ୍ୱର,୨୪।୪: ଓଜେଇଇ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି। ଚଳିତ ମେ’ ୬ରୁ ଏହା ଆରମ୍ଭ ହୋଇ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ଭିତରେ...

ଛୁଟିଦିନ ପାଇଁ ପିଲାଙ୍କୁ ମିଳିବ ଶୁଖିଲା ରାଶନ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ଛୁଟିଦିନ ପାଇଁ ଛାତ୍ରୀଛାତ୍ରଙ୍କୁ ପିଏମ୍‌ ପୋଷଣ ଯୋଜନାରେ ଚାଉଳ ଏବଂ ଅନ୍ୟାନ୍ୟ ସାମଗ୍ରୀ ଦିଆଯିବ। ମୋଟ ୧୨ଦିନର ମଧ୍ୟାହ୍ନ ଭୋଜନ ବାବଦକୁ ଶୁଖିଲା...

ଚମକାଇଲା ଅନୁଭବଙ୍କ ପୋଷ୍ଟ, ନବୀନଙ୍କୁ ମାଗିଲେ ଆର୍ଶୀବାଦ…

ଭୁବନେଶ୍ୱର,୨୪।୪: ଅନୁଭବ ମହାନ୍ତିଙ୍କ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବଢିଲା ଚର୍ଚ୍ଚା। ଗତ କିଛିଦିନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ହେଲେ ବୁଧବାର...

ଲୁଙ୍ଗିକୁ ନେଇ ରାଜ୍ୟ ରାଜ୍ୟନୀତିରେ ଚହଳ, ନବୀନ ପିନ୍ଧିଲେ ବୋଲି…

ଭୁବନେଶ୍ୱର,୨୪।୦୪: ନିର୍ବାଚନ ପୂର୍ବରୁ ଓଡ଼ିଶା ରାଜନୀତିରେ ରୋଚକ ଘଟଣା ଦେଖିବାକୁ ମିଳିଛି। ନବୀନଙ୍କ ଲୁଙ୍ଗି ପିନ୍ଧା ଘଟଣାକୁ ନେଇ ବିଜେଡି-ଭାଜପା ଭିତରେ ବାକଯୁଦ୍ଧ ଆରମ୍ଭ ହୋଇଛି।...

ଗ୍ରୀଷ୍ମଛୁଟିରେ ରୋଷ୍ଟର ଡ୍ୟୁଟି କରିବେ ଶିକ୍ଷକ

ଭୁବନେଶ୍ୱର, ୨୪।୪(ଅସମାପିକା ସାହୁ):ରାଜ୍ୟରେ ଆସନ୍ତା ୨୫ ତାରିଖଠାରୁ ଗ୍ରୀଷ୍ମ ଛୁଟି ଆରମ୍ଭ ହେବ। ସମସ୍ତ ସରକାରୀ ଏବଂ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକ ଆଗୁଆ ଗ୍ରୀଷ୍ମ ଛୁଟି କରିବାକୁ...

ନିର୍ବାଚନ ଲଢିପାରିବେନି ମୋକିମ, ମଇଦାନକୁ ଓହ୍ଲାଇଲେ ଝିଅ!

ଭୁବନେଶ୍ୱର,୨୪।୪: ନିର୍ବାଚନ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେଉଛି ରାଜ୍ୟ ରାଜନୀତି। ତେବେ ଲୋକ ସଭା ନିର୍ବାଚନକୁ ଆଉ ଦିନ କେଇଟା ବାକି ଥିବାବେଳେ...

କନଫ୍ୟୁଜରେ ସୁର, ବଡ଼ପୁଅ ନା ସାନପୁଅ ପାଇଁ କରିବେ ପ୍ରଚାର

ଭୁବନେଶ୍ୱର,୨୪।୪: ରୋଚକ ମୋଡ ନେଇଛି ସୁରଙ୍କ ଫ୍ୟାମିଲି ପଲିଟିକ୍ସ । ସାନ ପୁଅ ବିଜେଡି ଟିକେଟ ନେଇ ମଇଦାନକୁ ଓହ୍ଲାଇଥିବା ବେଳେ ବଡ଼ ପୁଅକୁ ନିମାପଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri