କପ୍ତିପଦା,୨୬ା୭(ଡି.ଏନ.ଏ)- ମୟୁରଭଞ୍ଜ ଜିଲା କପ୍ତିପଦା ବ୍ଲକ୍ ଶରତ ଥାନା ଅଧୀନ ଲାବଣ୍ୟଦେଇପୁର ପଞ୍ଚାୟତ କଟୁରିଆ ଗ୍ରାମରେ ଗୁରୁବାର ଅପରାହ୍ନରେ ଡିବିରି ନିଆଁରୁ ପୋଡ଼ି ହୋଇ ୩ ମହିଳା ଗୁରୁତର ଆହତ ହୋଇଛନ୍ତି। ଆହତ ମହିଳାମାନେ ହେଲେ ସେହି ଗ୍ରାମର ମାନୀ ଦେଓଗାମ (୩୨), ଶାନ୍ତି ଦେଓଗାମ (୧୯) ଓ ଚିର୍ତ୍ତୀ ପୂର୍ର୍ତ୍ତି (୩୭)। ଗୁରୁବାର ପରିବାରରେ ଏକ ଶୁଦ୍ଧିକ୍ରିୟା ଥିଲା। ସେମାନେ ଏକ ଡିବିରିରେ କିରୋସିନ ଭର୍ତ୍ତି କରୁଥିବା ବେଳେ ହଠାତ ଜଣଙ୍କ ଶାଢୀରେ ଲାଗି ନିଆଁ ଲାଗି ଯାଇଥିଲା। ଅନ୍ୟ ଦୁଇ ଜଣ ତାଙ୍କୁ ଉଦ୍ଧାର କରିବାକୁ ଯାଇ ଗୁରୁତର ଆହତ ହୋଇଥିଲେ। ପରିବାର ଲୋକ ଓ ପଡୋଶୀଙ୍କ ସହାୟତାରେ ସେମାନଙ୍କୁ ଚିକିତ୍ସା ପାଇଁ ପ୍ରଥମେ ଉଦଳା ଡାକ୍ତରଖାନା ଓ ପରେ ଅବସ୍ଥା ଗୁରୁତର ହେବାରୁ ବାରିପଦା ସ୍ଥିତ ପିଆରଏମ ମେଡିକାଲରେ ଭର୍ତ୍ତି କରାଯାଇଛି। ଏଥିନେଇ ଶରତ ଥାନା ଓଆଇସି ରୀନା ବକ୍ସଲଙ୍କୁ ପଚାରିବାରୁ ମହିଳା ୩ ଜଣ ଡିବିରି ନିଆଁରେ ପୋଡ଼ି ହୋଇଥିବା ମୁଁ ସୂଚନା ପାଇଛି , କିନ୍ତୁ ଥାନାରେ କୌଣସି ଅଭିଯୋଗ ହୋଇନାହିଁ ବୋଲି କହିଛନ୍ତି।
ଘର ପିଣ୍ଡାରେ ଛିଡା ହୋଇଥିଲେ ରବିନ୍ଦ୍ର, ମାରିଲା ଘଡ଼ଘଡ଼ି; ଆଉ ତା’ପରେ…
ମୋରଡା,୨୦।୭(ସ୍ମାରକ ମାଜୀ): ବଜ୍ରପାତ ମାରିବାରୁ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଞ୍ଚଳର ଜଣେ ଯୁବକ ଓ଼ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି…
ଟୋଲ୍ ଗେଟ୍ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ବାପ-ପୁଅ: ପେଟରୁ ବାହାରି ପଡ଼ିଲା ଅନ୍ତବୁଜୁଳା, ଉଭୟ…
ବୈଶିଙ୍ଗା, ୧୮।୭ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ପଦ୍ମନାଭପୁର ଟୋଲ୍ ଗେଟ୍ରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଗାଡ଼ି…
ରାସ୍ତା ଜଳମଗ୍ନ ଯୋଗୁ ଉତ୍ତେଜନା: ଯୁଗପୁରା ବଜାରଠାରେ ଟାୟାର ଜାଳି ରାସ୍ତାରୋକ, ଯାନବାହାନ ଚଳାଚଳ ବାଧାପ୍ରାପ୍ତ
ବୈଶିଙ୍ଗା, ୧୮।୭ (ରତନ ଦାଶ): ଲଗାଣ ବର୍ଷା ଯୋଗୁ ସୃଷ୍ଟି ହୋଇଥିବା ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ଦାବି କରି ଶନିବାର ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା…
Archives

