ନାରୀ ସ୍ବାଧୀନତା ଓ ସୁରକ୍ଷା

ପ୍ରଦୀପ୍ତ ନାୟକ
ସଦ୍ୟ ପ୍ରକାଶିତ ଏନ୍‌ସିଆର୍‌ବି ରିପୋର୍ଟ ଅନୁଯାୟୀ ମହିଳାମାନଙ୍କ ଉପରେ ହେଉଥିବା ହିଂସାକୁ ତର୍ଜମା କଲେ ନାରୀ ସୁରକ୍ଷା ତଥା ସ୍ବାଧୀନତା ଆମ ଦେଶ ତଥା ରାଜ୍ୟରେ ନାହିଁ ବୋଲି ପ୍ରତୀୟମାନ ହୁଏ। ଆଉ ସବୁଠାରୁ ଚିନ୍ତାଜନକ ଓ ଲଜ୍ଜାକର ବିଷୟ ହେଲା, ଆମ ରାଜ୍ୟ ଓଡ଼ିଶାରେ ମହିଳା ହିଂସା ଦେଶରେ ସବୁଠାରୁ ଅଧିକ ବୋଲି ଉକ୍ତ ରିପୋର୍ଟରେ ପ୍ରକାଶ ପାଇଛି। ୨୦୧୭ ମସିହା ପର୍ଯ୍ୟନ୍ତ ଅପରାଧ ଚିଠା ପ୍ରସ୍ତୁତ କରିଥିବା ଏହି ଜାତୀୟ ଅନୁଷ୍ଠାନ କହିଛି, ଓଡ଼ିଶାରେ ଉକ୍ତ ବର୍ଷ ୨୦,୦୯୮ଟି ମହିଳା ହିଂସା ଓ ପାଶବିକ ଅତ୍ୟାଚାର ସଂଘଟିତ ହୋଇଛି। ଏହି ସଂଖ୍ୟା ୨୦୧୬ରେ ୧୭,୮୩୭ ଥିବାବେଳେ ଆମ ପୋଲିସ ବିଭାଗ ନାରୀ ଅତ୍ୟାଚାର ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ସରକାରୀ ଭାବରେ ଏହି ପରିସଂଖ୍ୟାନ ଆମର ହସ୍ତଗତ ହୋଇଛି। ମାତ୍ର ଯଦି ବାସ୍ତବ ସ୍ଥିତି ପରଖିବା, ତେବେ ଆମକୁ ବର୍ତ୍ତମାନ ‘ମୋ ସରକାର’ ତଥା ‘୫-ଟି’ ଚାଲିଥିବା ଥାନାଗୁଡ଼ିକୁ ପରିଦର୍ଶନ କରିବାକୁ ପଡ଼ିବ। ରାଜ୍ୟରେ ସବୁଠାରୁ ଶୃଙ୍ଖଳିତ ସୁଦୃଢ଼ ପୋଲିସ ବ୍ୟବସ୍ଥା ଥିବା କୁହାଯାଉଥିବା ଭୁବନେଶ୍ୱର-କଟକ କମିଶନରେଟ ପୋଲିସ ଥାନାଗୁଡ଼ିକରେ ପରୀକ୍ଷଣ କଲେ ବୁଝାପଡ଼ିବ, କେତେ ମହିଳା ହିଂସା ମାମଲା ଥାନାକୁ ଆସୁଛି ଆଉ ପୋଲିସ ତ୍ୱରିତ ହିଂସା ରୋକିବାରେ କି କି ପଦକ୍ଷେପ ନେଉଛି। କିଭଳି ଭାବରେ ପୋଲିସ ବାବୁମାନେ ପୀଡ଼ିତା ଓ ତା’ର ପରିବାରବର୍ଗଙ୍କୁ ବ୍ୟବହାର କରୁଛନ୍ତି।
ଯାହା ସରକାର ପ୍ରଚାର କରୁଛନ୍ତି ବାସ୍ତବ ସ୍ଥିତି ତା’ର ଓଲଟା। ଅଧିକାଂଶ ଥାନାରେ ପୀଡ଼ିତାଙ୍କୁ ନ୍ୟାୟ ମିଳିବା ଦୂରର କଥା, ସମବେଦନା ଜଣାଇବାକୁ ମଧ୍ୟ ପୋଲିସ ବାବୁ କୁଣ୍ଠାବୋଧ କରନ୍ତି। ପୀଡ଼ିତାମାନେ ଲାଞ୍ଛିତ ଓ ଅପମାନିତ ହୁଅନ୍ତି, କାରଣ ସାଧାରଣତଃ ସେମାନେ ସବୁ ଦରିଦ୍ର, ଅନୁସୂଚିତ ଜାତି କି ଜନଜାତି ବର୍ଗର ହୋଇଥାନ୍ତି, ମଧ୍ୟବିତ୍ତ ଓ ଧନିକ ଘରର ମହିଳାମାନଙ୍କ ପ୍ରତି ଅପେକ୍ଷାକୃତ କମ୍‌ ହିଂସା ଓ ପାଶବିକ ଅତ୍ୟାଚାର ହୋଇଥାଏ। ଆଉ ସେଭଳି ପରିବାରର ପୀଡ଼ିତା ଯଦି ଥାନାକୁ ନ୍ୟାୟ ପାଇଁ ଯାଉଛି ହୁଏତ କିଛି ପରିମାଣରେ ସହାୟତା ପାଉଛି। ଏନ୍‌ସିଆରବି ତାଲିକାରେ ପୁଣି କୁହାଯାଇଛି ଯେ, ପ୍ରମାଣିତ ହୋଇ ମାମଲା ଚାଲୁଥିବା ମହିଳା ଅତ୍ୟାଚାର ଘଟଣାରେ ମଧ୍ୟ ଓଡ଼ିଶା ୨୦୧୭ ମସିହାରେ ଦେଶରେ ସବୁଠାରୁ ଆଗରେ ଓ ମାମଲା ସଂଖ୍ୟା ୨,୪୫୭। ତା’ ତଳକୁ ଭାଜପାଶାସିତ ରାଜ୍ୟ ଉତ୍ତରପ୍ରଦେଶରେ ଏହି ସଂଖ୍ୟା ୧୬୦୦ ଏବଂ ପଶ୍ଚିମବଙ୍ଗରେ ୯୫୪। ଉପରୋକ୍ତ ଘଟଣାଗୁଡ଼ିକରେ ପୋଲିସ କହୁଛି ମହିଳାମାନଙ୍କୁ ଭିଡ଼ହିଂସା, ଗ୍ୟାଙ୍ଗରେପ୍‌ ତଥା ସର୍ବସାଧାରଣ ସ୍ଥଳରେ ଯୌନଗତ ହିଂସା ଇତ୍ୟାଦିର ସାମ୍‌ନା କରିବାକୁ ପଡୁଛି। ଦେଶରେ ତିନି ପାରଙ୍ଗମ ରାଜ୍ୟରେ ନାରୀମାନେ ଅସୁରକ୍ଷିତ ବୋଲି ସରକାରୀ ତଥ୍ୟ କହୁଛି। ଦେଖାଯାଉଛି ମଦର ପ୍ରାବଲ୍ୟ ମହିଳା ହିଂସା ବଢ଼ାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି। ଏହା ସତ୍ତ୍ୱେ ଓଡ଼ିଶାରେ ପ୍ରତ୍ୟେକ ଗ୍ରାମପଞ୍ଚାୟତରେ ସରକାରୀ ମଦ ଦୋକାନ ଖୋଲୁଛି।
ଯଦି ମହିଳାମାନେ ଆଜିର ଦିନରେ ସମାଜରେ ନିରାପଦରେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟକ୍ରମ ବା ଦାୟିତ୍ୱ ସମ୍ପାଦନ କରିପାରିବେ ନାହିଁ ତେବେ ନାରୀ ସ୍ବାଧୀନତା, ସମାନତା ଓ ସହଭାଗିତା କଥା ଆମେ କିପରି ଆଶା କରିବା? ଝିଅଟିଏ ସ୍କୁଲ୍‌ କଲେଜ କିମ୍ବା ବାହାରକୁ ତା’ର କାମ ପାଇଁ ଯାଇ ଯେପର୍ଯ୍ୟନ୍ତ ନିରାପଦରେ ଘରକୁ ନ ଫେରିଛି, ବାପାମା’ ସେପର୍ଯ୍ୟନ୍ତ ଚିନ୍ତାରେ ରହୁଛନ୍ତି। ସିସି ଟିଭି କ୍ୟାମେରା, ମୋବାଇଲ୍‌ ଫୋନ୍‌ ଓ ଯାତାୟାତ ବ୍ୟବସ୍ଥାରେ ଯେତେ ଉନ୍ନତି ହେଲେ ମଧ୍ୟ ମହିଳାମାନଙ୍କର ନିସ୍ତାର ନାହିଁ। ଏପରି ହେଉଛି କାହିଁକି? ଏ ବିଷୟରେ ଯଦି ଗବେଷଣା କରାଯାଏ ତେବେ ନିଶ୍ଚିତ ବୁଝାପଡ଼ିବ ଏଥିପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥାର ଅଭାବ। ରାଜ୍ୟ ତଥା ଦେଶରେ ଚରମ ଦାରିଦ୍ର୍ୟ, ବେକାରି, ବେରୋଜଗାର, ନିରକ୍ଷରତା, ଆଇନ ସଚେତନତାର ଅଭାବ, ଲଗାମଛଡ଼ା ମଦ ବେପାର, ସର୍ବୋପରି ଏକ ଶୃଙ୍ଖଳିତ ସମାଜ ବ୍ୟବସ୍ଥା ଓ ଶାସନ ବ୍ୟବସ୍ଥାର ଅଭାବ ଯୋଗୁ ନାରୀ ଅତ୍ୟାଚାର, ଘରୋଇ ହିଂସା, କର୍ମକ୍ଷେତ୍ରରେ ହିଂସା ସଂଘଟିତ ହେଉଛି। ସରକାରୀ ଆଇନ କାନୁନ ସବୁ ପାଣିର ଗାର ହୋଇଯାଉଛି। ସେଥିପାଇଁ ନା ସରକାରଙ୍କ ନିଘା ଅଛି ନା ଆମ ଲୋକମାନଙ୍କର କିଛି ଚିନ୍ତା। ଆପେ ବଞ୍ଚତ୍ଲେ ବାପର ନାଁ ନ୍ୟାୟରେ ସମସ୍ତେ ଚୁପ୍‌, ମାତ୍ର ଯେତେବେଳେ ନିଜ ଉପରେ କେବେ ବିପଦ ଆସୁଛି ସେଠି ପିଠିରେ ପଡ଼ିବାକୁ କେହି ନାହିଁ।
ଓଡ଼ିଶାରେ ବିବାହ ଓ ଜୀବିକା ନିର୍ବାହ ନାମରେ ଶିଶୁକନ୍ୟା ଚାଲାଣ ବହୁଳ ଭାବରେ ହେଉଛି। ପେଟ ପୋଷିବା ପାଇଁ ସୁଦୂର ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, କର୍ନାଟକ, ଦିଲ୍ଲୀ, ବମ୍ବେ ଇତ୍ୟାଦି ସ୍ଥାନକୁ ଯାଇ ମହିଳାଟିଏ ଯୌନ ଶୋଷଣ, ରୋଗ ଓ ଅତ୍ୟାଚାରର ଶିକାର ହୋଇ ଘରକୁ ଫେରୁଛି। ବର୍ଷ ବର୍ଷ ଧରି ବାରମ୍ବାର ଏପରି ଘଟି ଚାଲିଥିଲେ ମଧ୍ୟ ସରକାର ସ୍ଥିତି ସମ୍ଭାଳିବାରେ ଅସମର୍ଥ। ରାଜ୍ୟରେ ଲକ୍ଷ ଲକ୍ଷ ଲୋକ କାମ ନ ପାଇ ବାହାର ରାଜ୍ୟକୁ ଯାଉଛନ୍ତି। ଆମ ସରକାର ନିରୁପାୟ। ରାଜ୍ୟରେ ୪ କୋଟି ୧୯ ଲକ୍ଷ ୪୭ ହଜାର ୩୫୮ଲୋକଙ୍କୁ ସୁରକ୍ଷା ଦେବା ପାଇଁ ମାତ୍ର ୬୧୨ଟି ଥାନା ଓ ୭୨ ହଜାର ୧୪୫ ପୋଲିସ ଅଫିସର ଏବଂ ସିପାହି ପଦବୀ ରହିଛି। ପରିତାପର ବିଷୟ ଯେ, ହଜାର ହଜାର ପଦବୀ ଖାଲି ପଡ଼ିଛି। କେବଳ ଭୁବନେଶ୍ୱର-କଟକ କମିଶନରେଟ ପୋଲିସରେ ୨୦୦ ଅଫିସର ଓ ୪୦୦ ସିପାହି ପଦବୀ ଖାଲି ପଡ଼ିଛି। ଯଦି ରାଜ୍ୟର ଦୁଇ ପ୍ରମୁଖ ସହରର ଆଇନଶୃଙ୍ଖଳା ରକ୍ଷା କରିବାରେ ପୋଲିସର ଏପରି ଦୟନୀୟ ଅବସ୍ଥା, ତେବେ ରାଜ୍ୟର ଗ୍ରାମାଞ୍ଚଳ ଓ ଉପାନ୍ତ ଅଞ୍ଚଳରେ କି ଅବସ୍ଥା ଥିବ ଅନୁମାନ କରାଯାଇପାରେ। ଅଯଥା ରାଜନୈତିକ ହସ୍ତକ୍ଷେପ ପୋଲିସର କର୍ତ୍ତବ୍ୟ ପାଳନରେ ଅନ୍ତରାୟ ସୃଷ୍ଟି କରୁଛି। ନାରୀଶିକ୍ଷାର ବିକାଶ ନ ହେବାରୁ ମଧ୍ୟଯୁଗୀୟ ସାମାଜିକ ପ୍ରଥା, ଗୁଣିଗାରେଡ଼ି, ଅନ୍ଧବିଶ୍ୱାସ ମଧ୍ୟ ନାରୀ ଅତ୍ୟାଚାର ବଢ଼ାଉଛି। ଏପରି କ୍ଷେତ୍ରରେ ନାରୀ ସମାଜ କିପରି ବା ସୁରକ୍ଷିତ ହେବ!
ଟିକରପଡ଼ା, କାକଟପୁର, ପୁରୀ, ମୋ- ୯୪୩୭୦୫୩୩୨୯


Enter your email to get our daily news in your inbox.

All Right Reserved By Dharitri.Com

ବୈଜ୍ଞାନିକ ଦୃଷ୍ଟିକୋଣ

ବିଜ୍ଞାନ ଯୁଗର ବୈଜ୍ଞାନିକମାନଙ୍କୁ ଦେଖିଲେ ଆମେ ବିଜ୍ଞାନଠାରୁ ଅନେକ ଦୂରରେ ରହିଲା ପରି ମନେହୁଏ। ଆମେ ଭାବୁ, ବିଜ୍ଞାନ କେବଳ ବୈଜ୍ଞାନିକର ସମ୍ପତ୍ତି। କାହିଁକି ନା ବିଜ୍ଞାନ…

ମାତୃଭାଷା ଓ ସାମଗ୍ରିକ ପ୍ରଗତି

ଜଗତୀକରଣ, ପ୍ରଯୁକ୍ତି ବିପ୍ଳବ ଓ ଆର୍ଥିକ ପ୍ରତିସ୍ପର୍ଦ୍ଧାର ଏହି ଯୁଗରେ ଭାଷା ପ୍ରଶ୍ନ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଉଠିଛି। ସରକାରଙ୍କ ଶିକ୍ଷାନୀତି, ଶିକ୍ଷିତ ଅଭିଭାବକଙ୍କ ଏଥିପ୍ରତି ଅନାଶକ୍ତି,…

ଡିଜିପି ନିଯୁକ୍ତିରେ ବିଳମ୍ବ

ସୁପ୍ରିମକୋର୍ଟ ‘କାର୍ଯ୍ୟକାରୀ ଡିଜିପି’ ସଂସ୍କୃତିକୁ ଏକ ଗୁରୁତର ସାଙ୍ଗଠନିକ ତ୍ରୁଟି ଭାବରେ ସୂଚିତ କରିବା ପରେ ବି ପଞ୍ଜାବ ଏବେ ନିୟମିତ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତ…

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri