ନଳିତା,ଧନିଚା ବିହନ ନାହିଁ, ଚାଷୀ ହତାଶ

କେନ୍ଦ୍ରାପଡା ଅଫିସ, ୨୬ା୬- ତନ୍ତୁଜାତୀୟ ଫସଲ ପାଇଁ କେନ୍ଦ୍ରାପଡ଼ାର ସୁନାମ ରହିଛି। ୨୦୦୫ରେ କେନ୍ଦ୍ରାପଡ଼ା ବ୍ଲକ ଅଞ୍ଚଳରେ ମୋଟ ୨୧୫୨ ହେକ୍ଟର ଅଞ୍ଚଳରେ ଚାଷ ହୋଇଥିଲା ା ନଳିତା ଓ ମେସ୍ତା ପାଇଁ ଏଠରେ ଉପଯୁକ୍ତ ଭିତ୍ତିଭୂମିଥିବାରୁ ୨୦୧୦ ବେଳକୁ ଏହାର ପ୍ରସାର ଘଟି ପ୍ରାୟ ୮ ହଜାର ହେକ୍ଟର ଅଞ୍ଚଳରେ ଚାଷ ହୋଇଥିଲା ା ଏହାକୁ ଲକ୍ଷ୍ୟ କରି ସହର ନିକଟସ୍ଥ ଜଜାଙ୍ଗଠାରେ ୪୬ ଏକର ଜମି ଉପରେ ଝୋଟ ଗବେଷଣା କେନ୍ଦ୍ର ପତିଷ୍ଠା କରାଯାଇଥିଲା ା ମାତ୍ର ଚଳିତ ବର୍ଷ ତନ୍ତୁଜାତୀୟ ଫସଲ ଚାଷ ପାଇଁ କେନ୍ଦ୍ରାପଡ଼ାର ଚାଷୀଙ୍କୁ ସରକାରୀ ଭାବେ ନଳିତା, ମେସ୍ତା ଓ ଧନିଚା ଆଦି ବିହନ ଯୋଗାଇ ଦିଆଯାଇନାହିଁ ା ଚାଷୀ ବଜାର ମୂଲ୍ୟରେ ବିହନ କିଣି ବ୍ୟବହାର କରୁଥିଲେ ମଧ୍ୟ ତାହା ନିମ୍ନମାନର ବୋଲି ଅଭିଯୋଗ ହୋଇଛି। ଏସମ୍ବନ୍ଧରେ କୃଷି ଉପନିର୍ଦ୍ଦେଶକ ମିତ୍ରୋଦୟ ଦାସ କୁହନ୍ତି, ୨୦୧୫ରେ ଓଡ଼ିଶା ସିଡ଼ ସପ୍ଲାଏ କର୍ପୋରେଶନ (ଓଏସ୍‌ଏସ୍‌ସି) ପକ୍ଷରୁ ନଳିତା, ମେସ୍ତା ଓ ଧନିଚା ବିହନ ଯୋଗାଇ ଦିଆଯାଇଥିଲା ା ଏହି ବିହନକୁ ପ୍ରାୟ ୭ ହଜାର ଚାଷୀ କ୍ରୟ କରି ଖେତରେ ଚାଷ କରିଥିଲେ ା ତେବେ ଚଳିତ ବର୍ଷ ନଳିତା ଓ ମେସ୍ତା ବିହନ କର୍ପୋରେଶନକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଛି। ଫଳରେ ଚାଷୀଙ୍କୁ ବିହନ ଯୋଗାଇବା ସମ୍ଭବ ହେଉନାହିଁ ା ସେହିପରି ଚଳିତ ବର୍ଷ ପାଇଁ ୧୧୫ କୁଇଣ୍ଟାଲ ଧନିଚା ବିହନ ପାଇଁ ଚିଠା ଯାଇଥିଲେ ମଧ୍ୟ ଜିଲାର ଗୋଦାମକୁ ଅଦ୍ୟାବଧି ପହଞ୍ଚତ୍ ନ ଥିବା ସେ ସୂଚନା ଦେଇଛନ୍ତି ା
କେନ୍ଦ୍ରାପଡା ବ୍ଲକ କଂସାର ପଞ୍ଚାୟତର ଚାଷୀ ନିରଞ୍ଜନ ପରିଡ଼ା କହିଛନ୍ତିିଯେ, କେନ୍ଦ୍ରପଡ଼ାର ମାଟି ନଳିତା ଓ ମେସ୍ତା ପାଇଁ ଉପଯୁକ୍ତ ା ଏହି ଚାଷ କରି ଝୋଟ ବିକିବା ସହ ବିଭିନ୍ନ ସମୟରେ ମିଠା ନଳିତା ପତ୍ର ଓ ଦିପାବଳୀରେ କାଉଁରିଆ କାଠି ବିକି ବେଶ କିଛି ପଇସା ହାତକୁ ଆସୁଥିଲା ା ମାତ୍ର କୃଷି ବିଭାଗର ଅପାରଗତା ହେତୁ ଚଳିତ ବର୍ଷ ବିହନ ମିଳିବା ନେଇ ଆଶଙ୍କା ସୃଷ୍ଟି ହୋଇଛି ା କୃଷକ ନେତା ଗୟାଧର ଧଳ କୁହନ୍ତିଯେ, ଧାନ ଫସଲରେ ଧନିଚାର ମହତ୍ତ୍ୱ ଅଧିକ ା ଏକ ସମୟରେ ଧନିଚା ଓ ଧାନ ବୁଣିଥିଲେ ମଧ୍ୟ ଖୁବ୍‌ ଅଳ୍ପଦିନ ମଧ୍ୟରେ ଝଙ୍କାଳିଆ ହୋଇ ଧନିଚା ଗଛ ବଢ଼ିଥାଏ ା ଚାଷୀ କ୍ଷେତରେ ପ୍ରଥମ ଗାର ଦେବାବେଳେ ଏହି ଗଛଗୁଡ଼ିକ ମାଟିରେ ମିଶି ଉର୍ବରତା ସୃଷ୍ଟି କରିଥାଏ ା ଫଳରେ ରାସାୟନିକ ସାର ପକାଇବା ଆବଶ୍ୟକ ପଡ଼େନାହିଁ ା ସେହିପରି ଏହି ଧନିଚା ଗଛ ପିତା ହେତୁ ଧାନ ଗଛରେ ପୋକ ଲାଗିବା ବନ୍ଦ ହୋଇଥାଏ ା ତେବେ କୃଷି ବିଭାଗ ଅକ୍ଷୟ ତୃତୀୟା ପୂର୍ବରୁ ଧାନ ସହିତ ଧନିଚା ବିହନ ଚାଷୀଙ୍କୁ ଯୋଗାଇ ଦେବାକୁ ଥିବା ବେଳେ ଧନିଚା ମଞ୍ଜି ନ ଆସିବା ଦୁର୍ଭାଗ୍ୟ ଜନକ ବୋଲି ସେ କହିଛନ୍ତି ା ଡେରାବିଶ ବ୍ଲକ ଚାଟରାଚକଡ଼ାର ଚାଷୀ ମହେଶ୍ୱର ସେଠୀ କୁହନ୍ତିଯେ, ୨୦୧୫ ରେ ସରକାରୀ ଭାବେ ନଳିତା ମଞ୍ଜି କିଲୋ ପ୍ରତି ୪୦ ଟଙ୍କାରେ କିଣିଥିଲୁ ା ତେବେ ଚଳିତ ବର୍ଷ ଏହି ବିହନର ଦାମ ୬୫ ଟଙ୍କା ହୋଇଛି ା ସେହିପରି ପାରିପଙ୍ଗରାସ୍ଥିତ ଝୋଟ କୁଟିର ଶିଳ୍ପର ମହିଳା ସଦସ୍ୟମାନେ କୁହନ୍ତି, ଝୋଟ ସୁଲଭ ମୂଲ୍ୟରେ ମିଳିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଚାଷର ଆବଶ୍ୟକତା ରହିଛି। ଚଳିତ ବର୍ଷ ସରକାରୀ ବିହନ ନ ଯୋଗାଇବା ଫଳରେ ନିଜ ଉତ୍ପାଦ ପାଇଁ ବାହାର ସ୍ଥାନରୁ ଝୋଟ କିଣିବାକୁ ପଡ଼ିବ ା ଫଳରେ ଉତ୍ପାଦିତ ଦ୍ରବ୍ୟର ମୂଲ୍ୟ ବଢ଼ିଯିବ ା ତୁରନ୍ତ ନଳିତା ଚାଷ ପାଇଁ ସରକାର ସ୍ବତନ୍ତ୍ର ନୀତି ପ୍ରସ୍ତୁତ କରନ୍ତୁ ବୋଲି ଚାଷୀମାନେ ଦାବି କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ବିଳମ୍ବିତ ରାତିରେ ପୂଜା ପାଆନ୍ତି ମା’ ରକ୍ଷାକାଳୀ, ୬୮ ବର୍ଷ ପୂର୍ବେ ଲୋକେ…

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ୧୯୪୯, ୫୦, ୫୧ ଓ ୫୨ ମସିହାଠାରୁ ଅନେକ ବଙ୍ଗୀୟ ଶରଣାର୍ଥୀ ପରିବାରଙ୍କୁ ଉଭୟ କେନ୍ଦ୍ର…

କଲେଜରୁ ଫେରୁଥବା ବେଳେ ଯୁବତୀଙ୍କୁ ଅପହରଣ: କାର ଭିତରକୁ ନେଇ..

ପାଟକୁରା,୬।୪(ରବୀନ୍ଦ୍ର ନାଥ ବାରିକ): କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଳକ ଅଧୀନ କୁଳତୁଠୀ ଅରକ୍ଷିତ ଦାସଙ୍କ ମନ୍ଦିର ନିକଟ ନଦୀ ବନ୍ଧଗଡା ନିକଟର ଜଣେ ଯୁବତୀଙ୍କୁ ଅପହରଣ କରାଯାଇଛି।…

କେନାଲରୁ ମିଳିଲା ଶୁଭଲକ୍ଷ୍ମୀଙ୍କ ମୃତଦେହ, ହତ୍ୟା ସନ୍ଦେହ, ପଡ଼ୋଶୀ ଘରକୁ ପଶିଲା ସନ୍ଧାନୀ କୁକୁର

ରାଜନଗର, ୪ା୪(ଭାସ୍କର ରାଉତରାୟ): ନିଖୋଜ ଥିବା ଶୁଭଲକ୍ଷ୍ମୀଙ୍କ ମୃତଦେହ ଶୁକ୍ରବାର କେନାଲରୁ ମିଳିଛି। ଗାଁ ନିକଟ କେନାଲରେ ଖୋଜାଖୋଜି ପୂର୍ବରୁ ମୃତଦେହ ଭାସି ଆସିଥିବା ଦେଖିବାକୁ ମିଳିଥିଲା।…

ଠାକୁରଘରେ ପଶିିଯିବାରୁ ଦଳିତ ବୃଦ୍ଧାଙ୍କୁ ଆକ୍ରମଣ, ଥାନାର ଦ୍ୱାରସ୍ଥ ହେବା ପରେ…

ପଟ୍ଟାମୁଣ୍ଡାଇ,୪ା୪(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିନ ଖଣତା ଗ୍ରାମର ଜଣେ ଦଳିତ ମାନସିକ ବିକାରଗ୍ରସ୍ତ ବୃଦ୍ଧାଙ୍କୁ ଗୁରୁବାର ଆକ୍ରମଣ ହୋଇଛି। ଗ୍ରାମର ଜଣଙ୍କ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

ମାମୁଁ ଘରକୁ ଆସିଥିଲେ: କେନାଲରୁ ମିଳିଲା ନାବାଳିକାଙ୍କ ମୃତଦେହ

ରାଜନଗର,୩।୪: କେନ୍ଦ୍ରପଡ଼ା ଜିଲା ରାଜନଗର ଥାନା ଚାନ୍ଦିବାଉଁଶମୂଳ ପଞ୍ଚାୟତ ଅଞ୍ଚଳରୁ ଶୁକ୍ରବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ କେନାଲରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri