ନଳକୂପ ଖନନରେ ହେରାଫେରି ମାମଲା: ଆଜି ଲୋକାୟୁକ୍ତରେ ଚୂଡ଼ାନ୍ତ ଶୁଣାଣି

ଯାଜପୁର ଅଫିସ,୯ା୧: ଧର୍ମଶାଳା ବ୍ଲକ ସୁନ୍ଦରିଆ ପଞ୍ଚାୟତ ହରଦେଈପୁର ଗ୍ରାମରେ ଏକ ପାନୀୟ ଜଳ ପ୍ରକଳ୍ପ(ନଳକୂପ) ଖନନରେ ବ୍ୟାପକ ହେରାଫେରି ଅଭିଯୋଗ ଉପରେ ଗୁରୁବାର ଲୋକାୟୁକ୍ତରେ ଶୁଣାଣି କରାଯିବ। ଏଥିପାଇଁ ଧର୍ମଶାଳା ବିଡିଓ ଓ ଅଭିଯୋଗକାରୀଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ, ସୁନ୍ଦରିଆ ପଞ୍ଚାୟତ ହରଦେଈପୁର ଗ୍ରାମରେ ୨୦୧୬-୧୭ ଆଥିକ ବର୍ଷରେ ଚତୁର୍ଦ୍ଦଶ ଅର୍ଥ କମିଶନ ଅନୁଦାନରୁ ୨ଲକ୍ଷ ଟଙ୍କା ବ୍ୟୟରେ ଏକ ପାନୀୟ ଜଳ ପ୍ରକଳ୍ପ ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରା ଜାଣିବାକୁ ପାଇଥିଲେ। ଏନେଇ ସମିତି ସଭ୍ୟା ରିଲୁ ବେହୁରା ଧର୍ମଶାଳା ବିଡିଓଙ୍କ ସମେତ ଯାଜପୁର ଜିଲାପାଳ ଓ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଜଣାଇଥିଲେ। ହେଲେ କେହି ଏହି ଅଭିଯୋଗ ଉପରେ ତଦନ୍ତ କରି ନ ଥିଲେ। ବାଧ୍ୟ ହୋଇ ବେହୁରା ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଥିଲେ। ଏନେଇ ଲୋକାୟୁକ୍ତଙ୍କ କୋର୍ଟରେ ଏଲ୍‌ୱାଇ ୪୧୪/୨୦୧୯ରେ ଏକ ମାମଲା ରୁଜୁ ହୋଇ ଶୁଣାଣି ଆରମ୍ଭ ହୋଇଥିଲା। ତେବେ ଗତ ନଭେମ୍ବର ମାସ ୨୮ ତାରିଖରେ ଧର୍ମଶାଳା ବିଡିଓ, ପିଇଓ, କନିଷ୍ଠ ଯନ୍ତ୍ରୀ ଓ ସରପଞ୍ଚଙ୍କୁ ବ୍ୟକ୍ତିଗତ ଭାବେ ହାଜର ହୋଇ ନିଜ ନିଜ ପକ୍ଷ ରଖିବାକୁ ସମନ ହୋଇଥିଲା। ତେବେ ବ୍ଲକ ପ୍ରଶାସନ ପକ୍ଷରୁ ସହକାରୀ ଯନ୍ତ୍ରୀ ଲୋକାୟୁକ୍ତରେ ହାଜର ହୋଇ ଉକ୍ତ ପ୍ରକଳ୍ପରେ ୬୫ମିଟର ବୋରିଂ କରାଯାଇ ସେଥିରେ ନଳକୂପ ଲଗାଯାଇଛି ବୋଲି ପକ୍ଷ ରଖିଥିଲେ। ହେଲେ ଅଭିଯୋଗକାରିଣୀ ବେହୁରା ଦୃଢ ଭାବେ ଖଣ୍ଡନ କରି ଉକ୍ତ ନଳକୂପରୁ କେହି ବି ଏଯାଏ ପାଣି ବ୍ୟବହାର କରି ନାହାନ୍ତି ବୋଲି ସୂଚନା ଦେଇଥିଲେ। ଏହାପରେ ଉକ୍ତ ନଳକୂପ ପ୍ରକଳ୍ପର ଗଭୀରତା ଉପରେ ନୀରିକ୍ଷଣ କରି ରିପୋର୍ଟ ପ୍ରଦାନ କରିବାକୁ ଲୋକାୟୁକ୍ତଙ୍କ ପକ୍ଷରୁ ନିର୍ଦ୍ଦେଶ ହୋଇଥିଲା। ଏହିକ୍ରମରେ ୯ା୧୨ା୨୦୧୯ରେ ସହକାରୀ ଯନ୍ତ୍ରୀ ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ ଯେ, ୬୫ ମିଟର ବଦଳରେ ୩୬.୪୦ ମିଟର ଖନନ ହୋଇଛି। ଏହାପରେ ଗତ ୨୮ା୧୨ା୨୦୧୯ରେ ଧର୍ମଶାଳା ବିଡିଓ ଲୋକାୟୁକ୍ତଙ୍କ ନିକଟରେ ସବିଶେଷ ତଦନ୍ତ ରିପୋର୍ଟ ଦାଖଲ କରିଥିଲେ। ରିପୋର୍ଟରେ ସୁନ୍ଦରିଆ ପଞ୍ଚାୟତର ପିଇଓ ମାନଗୋବିନ୍ଦ ବରାଳ ଏହି ପ୍ରକଳ୍ପର କାର୍ଯ୍ୟକାରୀ କରାଇଥିଲେ। ତତ୍‌କାଳୀନ ଜିପିଟିଏ ତଥା ରସୁଲପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ପୁଷ୍ପାଞ୍ଜଳି ସାହୁ ପ୍ରକଳ୍ପର ମାପିବା ପ୍ରକ୍ରିୟା ସମ୍ପାଦନ କରିଥିଲେ। ତତ୍‌କାଳୀନ ଧର୍ମଶାଳା ସହକାରୀ ନିର୍ବାହୀ ଯନ୍ତ୍ରୀ ଦେବଦତ୍ତ ରାୟ(ବର୍ତ୍ତମାନ ପୁରୀ ପୌରାଞ୍ଚଳର ସହକାରୀ ନିର୍ବାହୀ ଯନ୍ତ୍ରୀ) ଏହି କାର୍ଯ୍ୟର ନୀରିକ୍ଷଣ କରି ହସ୍ତାକ୍ଷର କରିଥିଲେ। ସୁନ୍ଦରିଆ ସରପଞ୍ଚ ଗାୟତ୍ରୀ ପରିଡା ଏହି ପ୍ରକଳ୍ପର ପ୍ରଶାସନିକ ପ୍ରାଧିକାରିଣୀ ରହିଥିଲେ। ଜିପିଟିଏ ପୁଷ୍ପାଞ୍ଜଳି ସାହୁଙ୍କୁ କାରଣଦର୍ଶାଅ ନୋଟିସ ଜାରି ହୋଇଥିଲା। ଏହାସହ ଆରଡବ୍ଲ୍ୟୁଏସ୍‌ଏସ୍‌ର ନିର୍ବାହୀ ଯନ୍ତ୍ରୀଙ୍କୁ ସବିଶେଷ ନୀରିକ୍ଷଣ ରିପୋର୍ଟ ଦେବାକୁ ଅନୁରୋଧ କରାଯାଇଥିଲା ବୋଲି ବିଡିଓ ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ। ଏହିସବୁ ରିପୋର୍ଟକୁ ଭିତ୍ତିକରି ଗୁରୁବାର ଲୋକାୟୁକ୍ତଙ୍କ ଶୁଣାଣି ବହୁ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ଗଣେଶ ପୂଜା ପାଇଁ ଗଞ୍ଜାମ ଏସ୍‌ପିଙ୍କ କଡ଼ା ନିର୍ଦ୍ଦେଶ: ରାତି ୧୦ଟା ପରେ ବାଜିବନି ଲାଉଡସ୍ପିକର, ଜୋରଜବରଦସ୍ତ ଚାନ୍ଦା ଆଦାୟ ମନା

ଛତ୍ରପୁର,୮।୯(ଦିଲ୍ଲୀପ ସାମଲ): ଆଗାମୀ ଗଣେଶ ପୂଜା ସମେତ ପୂଜା ପାର୍ବଣ ସମୟରେ ଆଇନ ଶୃଙ୍ଖଳା ରକ୍ଷା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ଛୁଟିରେ ଘରକୁ ଆସି ଆଖି ବୁଜିଲେ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ BSF ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବାଗଡା ଗ୍ରାମର ବିଏସଏଫ୍ (BSF) ସିନିୟର ହାବିଲଦାର ବି. କାନା (୫୩)ଙ୍କ ଆକସ୍ମିକ ମୃତ୍ୟୁ…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri