ନଳକୂପ ଖନନରେ ହେରାଫେରି ମାମଲା: ଆଜି ଲୋକାୟୁକ୍ତରେ ଚୂଡ଼ାନ୍ତ ଶୁଣାଣି

ଯାଜପୁର ଅଫିସ,୯ା୧: ଧର୍ମଶାଳା ବ୍ଲକ ସୁନ୍ଦରିଆ ପଞ୍ଚାୟତ ହରଦେଈପୁର ଗ୍ରାମରେ ଏକ ପାନୀୟ ଜଳ ପ୍ରକଳ୍ପ(ନଳକୂପ) ଖନନରେ ବ୍ୟାପକ ହେରାଫେରି ଅଭିଯୋଗ ଉପରେ ଗୁରୁବାର ଲୋକାୟୁକ୍ତରେ ଶୁଣାଣି କରାଯିବ। ଏଥିପାଇଁ ଧର୍ମଶାଳା ବିଡିଓ ଓ ଅଭିଯୋଗକାରୀଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ, ସୁନ୍ଦରିଆ ପଞ୍ଚାୟତ ହରଦେଈପୁର ଗ୍ରାମରେ ୨୦୧୬-୧୭ ଆଥିକ ବର୍ଷରେ ଚତୁର୍ଦ୍ଦଶ ଅର୍ଥ କମିଶନ ଅନୁଦାନରୁ ୨ଲକ୍ଷ ଟଙ୍କା ବ୍ୟୟରେ ଏକ ପାନୀୟ ଜଳ ପ୍ରକଳ୍ପ ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରା ଜାଣିବାକୁ ପାଇଥିଲେ। ଏନେଇ ସମିତି ସଭ୍ୟା ରିଲୁ ବେହୁରା ଧର୍ମଶାଳା ବିଡିଓଙ୍କ ସମେତ ଯାଜପୁର ଜିଲାପାଳ ଓ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଜଣାଇଥିଲେ। ହେଲେ କେହି ଏହି ଅଭିଯୋଗ ଉପରେ ତଦନ୍ତ କରି ନ ଥିଲେ। ବାଧ୍ୟ ହୋଇ ବେହୁରା ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଥିଲେ। ଏନେଇ ଲୋକାୟୁକ୍ତଙ୍କ କୋର୍ଟରେ ଏଲ୍‌ୱାଇ ୪୧୪/୨୦୧୯ରେ ଏକ ମାମଲା ରୁଜୁ ହୋଇ ଶୁଣାଣି ଆରମ୍ଭ ହୋଇଥିଲା। ତେବେ ଗତ ନଭେମ୍ବର ମାସ ୨୮ ତାରିଖରେ ଧର୍ମଶାଳା ବିଡିଓ, ପିଇଓ, କନିଷ୍ଠ ଯନ୍ତ୍ରୀ ଓ ସରପଞ୍ଚଙ୍କୁ ବ୍ୟକ୍ତିଗତ ଭାବେ ହାଜର ହୋଇ ନିଜ ନିଜ ପକ୍ଷ ରଖିବାକୁ ସମନ ହୋଇଥିଲା। ତେବେ ବ୍ଲକ ପ୍ରଶାସନ ପକ୍ଷରୁ ସହକାରୀ ଯନ୍ତ୍ରୀ ଲୋକାୟୁକ୍ତରେ ହାଜର ହୋଇ ଉକ୍ତ ପ୍ରକଳ୍ପରେ ୬୫ମିଟର ବୋରିଂ କରାଯାଇ ସେଥିରେ ନଳକୂପ ଲଗାଯାଇଛି ବୋଲି ପକ୍ଷ ରଖିଥିଲେ। ହେଲେ ଅଭିଯୋଗକାରିଣୀ ବେହୁରା ଦୃଢ ଭାବେ ଖଣ୍ଡନ କରି ଉକ୍ତ ନଳକୂପରୁ କେହି ବି ଏଯାଏ ପାଣି ବ୍ୟବହାର କରି ନାହାନ୍ତି ବୋଲି ସୂଚନା ଦେଇଥିଲେ। ଏହାପରେ ଉକ୍ତ ନଳକୂପ ପ୍ରକଳ୍ପର ଗଭୀରତା ଉପରେ ନୀରିକ୍ଷଣ କରି ରିପୋର୍ଟ ପ୍ରଦାନ କରିବାକୁ ଲୋକାୟୁକ୍ତଙ୍କ ପକ୍ଷରୁ ନିର୍ଦ୍ଦେଶ ହୋଇଥିଲା। ଏହିକ୍ରମରେ ୯ା୧୨ା୨୦୧୯ରେ ସହକାରୀ ଯନ୍ତ୍ରୀ ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ ଯେ, ୬୫ ମିଟର ବଦଳରେ ୩୬.୪୦ ମିଟର ଖନନ ହୋଇଛି। ଏହାପରେ ଗତ ୨୮ା୧୨ା୨୦୧୯ରେ ଧର୍ମଶାଳା ବିଡିଓ ଲୋକାୟୁକ୍ତଙ୍କ ନିକଟରେ ସବିଶେଷ ତଦନ୍ତ ରିପୋର୍ଟ ଦାଖଲ କରିଥିଲେ। ରିପୋର୍ଟରେ ସୁନ୍ଦରିଆ ପଞ୍ଚାୟତର ପିଇଓ ମାନଗୋବିନ୍ଦ ବରାଳ ଏହି ପ୍ରକଳ୍ପର କାର୍ଯ୍ୟକାରୀ କରାଇଥିଲେ। ତତ୍‌କାଳୀନ ଜିପିଟିଏ ତଥା ରସୁଲପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ପୁଷ୍ପାଞ୍ଜଳି ସାହୁ ପ୍ରକଳ୍ପର ମାପିବା ପ୍ରକ୍ରିୟା ସମ୍ପାଦନ କରିଥିଲେ। ତତ୍‌କାଳୀନ ଧର୍ମଶାଳା ସହକାରୀ ନିର୍ବାହୀ ଯନ୍ତ୍ରୀ ଦେବଦତ୍ତ ରାୟ(ବର୍ତ୍ତମାନ ପୁରୀ ପୌରାଞ୍ଚଳର ସହକାରୀ ନିର୍ବାହୀ ଯନ୍ତ୍ରୀ) ଏହି କାର୍ଯ୍ୟର ନୀରିକ୍ଷଣ କରି ହସ୍ତାକ୍ଷର କରିଥିଲେ। ସୁନ୍ଦରିଆ ସରପଞ୍ଚ ଗାୟତ୍ରୀ ପରିଡା ଏହି ପ୍ରକଳ୍ପର ପ୍ରଶାସନିକ ପ୍ରାଧିକାରିଣୀ ରହିଥିଲେ। ଜିପିଟିଏ ପୁଷ୍ପାଞ୍ଜଳି ସାହୁଙ୍କୁ କାରଣଦର୍ଶାଅ ନୋଟିସ ଜାରି ହୋଇଥିଲା। ଏହାସହ ଆରଡବ୍ଲ୍ୟୁଏସ୍‌ଏସ୍‌ର ନିର୍ବାହୀ ଯନ୍ତ୍ରୀଙ୍କୁ ସବିଶେଷ ନୀରିକ୍ଷଣ ରିପୋର୍ଟ ଦେବାକୁ ଅନୁରୋଧ କରାଯାଇଥିଲା ବୋଲି ବିଡିଓ ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ। ଏହିସବୁ ରିପୋର୍ଟକୁ ଭିତ୍ତିକରି ଗୁରୁବାର ଲୋକାୟୁକ୍ତଙ୍କ ଶୁଣାଣି ବହୁ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୫୫ ବର୍ଷ ପରେ କ୍ରିକେଟ୍‌ରେ ଘଟିଲା ଚମତ୍କାର: ବଡ଼ କାରନାମା କଲେ ଏହି କ୍ରିକେଟର୍‌

ଲାହୋର,୨୬।୧୦: ଖରାପ ଫର୍ମ ଦେଇ ଗତି କରୁଥିବା ପାକିସ୍ତାନ କ୍ରିକେଟ ଦଳକୁ ଟ୍ରାଇ ସିରିଜ୍ରେ ମିଳିଛି ବଡ଼ ଆଶ୍ୱସ୍ତି। ସୋମବାର ଖେଳାଯାଇଥିବା ମୁକାବିଲାରେ ପାକିସ୍ତାନ ଇଂଲଣ୍ଡକୁ ମାତ୍ର…

ମାଡ଼ି ଆସୁଛି ବାତ୍ୟା ଅର୍ଣ୍ଣବ, ୮ ଟ୍ରେନ୍‌ ବାତିଲ କଲା SCoR

ଭୁବନେଶ୍ୱର, ୨୬ା୧୦: ବାତ୍ୟା ‘ଅର୍ଣ୍ଣବ’ ପାଇଁ ୮ଟି ଟ୍ରେନ ବାତିଲ କରାଯାଇଛି । ସେହିପରି ୨ଟି ଟ୍ରେନର ଗତିପଥ ବଦଳାଇ ଦିଆଯାଇଛି । ଏନେଇ ସାଉଥ୍‌ କୋଷ୍ଟ…

ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରଶଂସା ପୋତିପକାଇଲେ ଶୁଭେନ୍ଦୁ ଅଧିକାରୀ: କଲେ ଏମିତି ଅନୁରୋଧ

କୋଲକାତା,୨୬।୧୦: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଖୋଲାଖୋଲି ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ରେଳମନ୍ତ୍ରୀ କେବଳ କଥାରେ ନୁହେଁ, ବରଂ କାମରେ ବିଶ୍ୱାସ…

ଦୁର୍ଭାଗ୍ୟଶାଳୀ ଏହି ୩ ଭାରତୀୟ ବ୍ୟାଟର: ୧୦ ବର୍ଷ ମଧ୍ୟରେ ୩ ଥର ଘଟିଛି ଏଭଳି ଘଟଣା

ନୂଆଦିଲ୍ଲୀ,୨୬।୧୦:ଭାରତ-ଏ ଓ ନ୍ୟୁଜିଲାଣ୍ଡ-ଏ ମଧ୍ୟରେ ପ୍ରଥମ ଅନୌପଚାରିକ ଟେଷ୍ଟ ମ୍ୟାଚ ଖେଳାଯାଉଛି। ନ୍ୟୁଜିଲାଣ୍ଡ ମାଟିରେ ଚାଲିଥିବା ଏହି ମୁକାବିଲାରେ ଭାରତୀୟ ବ୍ୟାଟର ଦେବଦତ୍ତ ପଡିକଲ ଦ୍ୱିଶତକଠାରୁ ମାତ୍ର…

E100 ଇନ୍ଧନକୁ ସରକାରଙ୍କ ମଞ୍ଜୁରୀ, ଏହି ଗାଡ଼ିରେ ହେବ ବ୍ୟବହାର

ନୂଆଦିଲ୍ଲୀ,୨୬।୧୦: ଭାରତରେ ଇଥାନଲ୍‌ ମିଶ୍ରିତ ଇନ୍ଧନର ବ୍ୟବହାରକୁ ଆହୁରି ବଢ଼ାଇବା ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ…

ମହିଳା କର୍ମଚାରୀଙ୍କ ଏମିତି କଥା ଶୁଣି ହସିଲେ ମୋଦି: କହିଲେ, ଯୋଗୀ ଜୀଙ୍କୁ ଧନ୍ୟବାଦ ଦିଅ’, ଜାଣନ୍ତୁ କ’ଣ ଘଟିଲା

ବାରାଣସୀ,୨୬।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ବାରାଣସୀ ଗସ୍ତରେ ଯାଇ ଅରବିନ୍ଦ ଲିମିଟେଡ୍‌ର ନୂତନ ପୋଷାକ ନିର୍ମାଣ ୟୁନିଟ୍‌ର ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ…

ରାୟଗଡ଼ାରେ ଜନନୀ ଯନ୍ତ୍ରଣା, ମୃତ ସନ୍ତାନ ଜନ୍ମ ଦେଲେ ପ୍ରସୂତି

କାଶୀପୁର,୨୬।୧୦(ଜଗନ୍ନାଥ ଗୌଡ଼): ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ପୁଣି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି। ୫ଦିନ ମଧ୍ୟରେ ୨ଟି ଘଟଣା ଜିଲାର ସ୍ବାସ୍ଥ୍ୟ ସେବାର ଚିତ୍ରକୁ ସ୍ପଷ୍ଟ…

୪ ହଜାର କୋଟି ଟଙ୍କାର ଫିଲ୍ମ କରିବାକୁ ଏମିତି ପନ୍ଥା ଆପଣାଇଥିଲେ ସାଇ ପଲ୍ଲବୀ: ଖୋଲିଲେ ସିକ୍ରେଟ୍‌

ନୂଆଦିଲ୍ଲୀ,୨୬।୧୦: ପାଖାପାଖି ୪ ହଜାର କୋଟି ବଜେଟ୍‌ରେ ନିର୍ମିତ ଆଗାମୀ ଚଳଚ୍ଚିତ୍ର ‘ରାମାୟଣ’ରେ ମାତା ସୀତାଙ୍କ ଚରିତ୍ରରେ ନଜର ଆସିବେ ଅଭିନେତ୍ରୀ ସାଇ ପଲ୍ଲବୀ। ଏହି ଭୂମିକାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?