ନନ୍ଦନକାନନ: ୩ ଦିନରେ ୧୨ ଜନ୍ତୁ ମୃତ

ବାରଙ୍ଗ,୨୧ା୩ (ଡି.ଏନ୍‌.ଏ.): ରାଜ୍ୟରେ କରୋନାକୁ ନେଇ ଭୟର ବାତାବରଣ ସୃଷ୍ଟି ହୋଇଥିବାବେଳେ ନନ୍ଦନକାନନରେ ଜୀବଜନ୍ତୁମାନଙ୍କ ମୃତ୍ୟୁହାର କମିବାର ନଁ। ଧରୁ ନାହିଁ। ଗତ ବୁଧବାରଠାରୁ ଶୁକ୍ରବାର ୩ଦିନ ମଧ୍ୟରେ ୧୨ଟି ଜନ୍ତୁଙ୍କ ମୃତ୍ୟୁ ଘଟିଥିବାବେଳେ ୯ଟି ଜନ୍ମ ଗ୍ରହଣ କରିଛନ୍ତି। ମୃତ୍ୟୁ ନେଇ ବନ୍ୟଜନ୍ତୁମାନଙ୍କ ମଧ୍ୟରେ ହରିଣମାନଙ୍କ ସଂଖ୍ୟା ଅଧିକ ଥିବା ଜଣାପଡିଛି। ତେବେ ଜନ୍ମ ଅପେକ୍ଷା ମୃତ୍ୟୁ ପରିମାଣ ବଢିବାରେ ଲାଗିଛି। ବୁଧବାର ନନ୍ଦନକାନନର ଅନ୍ୟତମ ଆକର୍ଷକ କଲରାପତରିଆ ବାଘର ମୃତ୍ୟୁ ଘଟିଛି। ଏହିଦିନ ୬୮ନଂ ଏନକ୍ଲୋଜରରେ ଥିବା ଚାରୋଟି ଚିତ୍ରାହରିଣ, ୪୫ସି ଏନ୍‌କ୍ଲୋଜରରେ ଥିବା ଗୋଟିଏ କୁଜିହରିଣରର ମୃତ୍ୟୁ ହୋଇଛି। ଏହିଦିନ ଜନ୍ମ ପରିମାଣ ମଧ୍ୟ ୯ଟି ରହିଛି। ସେଥିମଧ୍ୟରେ କ୍ୱାରାଣ୍ଟାଇନରେ ଥିବା ଓ ଏନକ୍ଲୋଜରରେ ଥିବା ବିଲୁଆ ୭ଟି ଛୁଆ ଜନ୍ମ କରିଛି ଓ କଟାସ ଦୁଇଟି ଛୁଆ ଜନ୍ମ ଦେଇଛି। କିନ୍ତୁ ଗତ୧୨ ତାରିଖଠାରୁ ହରିଣ ଜାତୀୟ ପ୍ରାଣୀମାନଙ୍କର ମୃତ୍ୟୁର ତାଣ୍ଡବ ନନ୍ଦନକାନନରେ ଦେଖାଦେଇଛି। ଦିନକୁଦିନ ମୃତ୍ୟୁହାର ବୃଦ୍ଧିପାଇବାରେ ଲାଗିଥିବାର ଦେଖିବାକୁ ମିଳିଛି। ଗୁରୁବାର ଚିତ୍ରାହରିଣ ଦୁଇ, ଗୋଟିଏ କୁଜିହରିଣ ଓ ଶୁକ୍ରବାର ତିନଟି ଚିତ୍ରାହରିଣ ମୃତ୍ୟୁ ଘଟଣା ଜନ୍ତୁବିଭାଗ ଦାୟିତ୍ୱରେ ଥିବା ଅଧିକାରୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀ ଜଗନ୍ନାଥ ମନ୍ଦିର ଘଣ୍ଟ ଚୋରି କରି ନେଇଥିଲେ, ସିସିଟିଭି ଫୁଟେଜ୍‌ରୁ ଚିହ୍ନଟ କରି ଅଭିଯୁକ୍ତଙ୍କୁ ଗିରଫ, କୋର୍ଟ ଚାଲାଣ ପରେ…

ଦିଗପହଣ୍ଡି, ୨୩ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜବାଟି ପରିସରରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରୁ ଘଣ୍ଟ ଚୋରି ହୋଇଥିବା ମାମଲାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ…

ଶର୍ଟ ସର୍କିଟରୁ ମୁଖ୍ୟମନ୍ତ୍ରୀ ବସ୍‌ରେ ଲାଗିଲା ନିଆଁ, ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ୨୦ ଯାତ୍ରୀଙ୍କ ଜୀବନ

ବେଲଗୁଣ୍ଠା, ୨୩ା୭(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗୁରୁବାର ବେଲଗୁଣ୍ଠା ବ୍ଲକ ଅଞ୍ଚଳରେ ଏକ ବଡ଼ ଧରଣର ବସ ଦୁର୍ଘଟଣା ଅଳ୍ପକେ ଟଳିଯାଇଛି। ଡ୍ରାଇଭରଙ୍କ ସମୟୋଚିତ ପଦକ୍ଷେପ ଯୋଗୁଁ ବସରେ…

ପୁଣି ଚମକିଲେ ବୈଭବ ସୂର୍ଯ୍ୟବଂଶୀ… ଟି-୨୦ରେ ଏମିତି କରି ପାଲଟିଲେ ବିଶ୍ୱର ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୩।୭: କ୍ରିକେଟ ଜଗତରେ ନିରନ୍ତର ନୂତନ ରେକର୍ଡ ସୃଷ୍ଟି ହେଉଛି, କିନ୍ତୁ ଯେତେବେଳେ ଜଣେ ୧୫ ବର୍ଷୀୟ ବାଳକ ଅଭିଜ୍ଞ ବୋଲରମାନଙ୍କୁ ଅନ୍ତର୍ଜାତୀୟ ମଞ୍ଚରେ ସଫା କରିବାକୁ…

ବିଜେଡ଼ିରେ ଥାଇ ବିଜେଡ଼ି ମଙ୍ଗ ଧରିବାକୁ ପଛଘୁଞ୍ଚା: ଛତ୍ରପୁର ସାଙ୍ଗଠନିକ ବୈଠକକୁ ନେଇ ଚର୍ଚ୍ଚା ଜୋର

ଛତ୍ରପୁର, ୨୩ା୭(ଦିଲ୍ଲୀପ ସାମଲ / ଦ୍ଵାରକା ପଟ୍ଟନାୟକ): ବିଗତ ଦିନର ସର୍ବବୃହତ ଆଞ୍ଚଳିକ ରାଜନୈତିକ ଦଳ ଭାବେ ବେଶ୍ ପରିଚିତ ଥିବା ବିଜୁ ଜନତା ଦଳ (ବିଜେଡ଼ି)ରେ…

‘ସରକାର ବହୁତ ଅହଂକାରୀ ହୋଇଗଲାଣି…’, ଜନ୍ତର ମନ୍ତର ପହଞ୍ଚି କାହିଁକି ଏମିତି କହିଲେ ମେହବୁବା ମୁଫତି? CJPକୁ କଲେ ସମର୍ଥନ

ନୂଆଦିଲ୍ଲୀ,୨୩।୭: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଗୁରୁବାର (୨୩ ଜୁଲାଇ) ଦିଲ୍ଲୀର ଜନ୍ତର ମନ୍ତରରେ CJP ଦ୍ୱାରା ଆୟୋଜିତ ଏକ ପ୍ରତିବାଦକୁ…

ଘରକୁ ଫେରିବା ବେଳେ ଫରେଷ୍ଟରଙ୍କ ସ୍କୁଟିକୁ ଧକ୍କା ଦେଲା ଟ୍ରକ, ଘଟଣାସ୍ଥଳରେ…

ଭବାନୀପାଟଣା,୨୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଚଞ୍ଚରାବାଡି ଛକ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଟ୍ରକ ଧକ୍କାରେ…

ଗଞ୍ଜାମରେ ଅସାମାଜିକ ଯୁବକଙ୍କ ଆତଙ୍କ, ହସ୍ପିଟାଲରେ ପଶି ଭାଙ୍ଗିଦେଲେ…

ଗଞ୍ଜାମ,୨୩।୭(ବିଦ୍ୟାଧର ସାହୁ ): ଗୁରୁବାର ମଧ୍ୟାହ୍ନରେ ଗଞ୍ଜାମ ବଡବଜ଼ାର ଠାରେ ଥିବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ତଥା ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଅସାମାଜିକ ଯୁବକଙ୍କ ଗୁଣ୍ଡାରାଜ ଦେଖିବାକୁ…

ସୁନାବେଶକୁ ନେଇ ବଡ଼ ସୂଚନା, ସବୁଠୁ ବଡ଼ ଚ୍ୟାଲେଞ୍ଜ ହେବ…

ପୁରୀ,୨୩।୭: ଶୁକ୍ରବାର ପବିତ୍ର ବାହୁଡ଼ାଯାତ୍ରା। ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପମଣ୍ଡପରେ ଲୀଳାଖେଳା ସାରି ଶ୍ରୀମନ୍ଦିରକୁ ବାହୁଡ଼ିବେ ଦାରୁଦିଅଁ। ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ରଥଯାତ୍ରା ପରିଚାଳନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri