ନନ୍ଦନକାନନକୁ ଚଡ଼କ: ଶେଷ ହେଲା ନୀଳଗିରି ବାନର ବଂଶ

ବାରଙ୍ଗ,୨୪।୯(ଡି.ଏନ.ଏ.): ଗତ କିଛିଦିନ ହେବ ନନ୍ଦନକାନନରେ ଦୁଃଖଦ ଘଟଣା ବଢ଼ିବାରେ ଲାଗିଛି। ଗୋଟିଏ ପରେ ଗୋଟିଏ ଜୀବଜନ୍ତୁ ଦିନକୁ ଦିନ କମିବାରେ ଲାଗିଛନ୍ତି। ରବିବାର ଗୋଟିଏ ବେଲେରା ମୂଷାର ମୃତ୍ୟୁ ହୋଇଥିବାବେଳେ ସୋମବାର ସକାଳେ ଏକ ମାଈ ନୀଳଗିରି ବାନରର ମୃତ୍ୟୁ ହୋଇଛି। ଏକମାତ୍ର ଥିବା ଏହି ନୀଳଗିରି ବାନରର ମୃତ୍ୟୁ ପରେ ଏମାନଙ୍କର ବଂଶ ଲୋପପାଇଛି। ଗତ ୨୦ତାରିଖରୁ ଏକୁଟିଆ ଥିବା ମାଈ ବାନରଟି ଅସୁସ୍ଥ ରହିଥିଲା। ଖାଇବା କମାଇବା ସହ ଫଳ ଆହର ସମ୍ପୂର୍ଣ୍ଣ ରୂପେ ତ୍ୟାଗ କରିଥିଲା। ଏପରିକି ଝାଡ଼ା ଓ ପରିଶ୍ରା ମଧ୍ୟ ହୋଇ ନ ଥିଲା। ସୁସ୍ଥଭାବେ ବିଚରଣ କରୁଥିବା ବାନରଟିର ହଠାତ ଏଭଳି ଅସୁସ୍ଥ ହୋଇପଡିବା ଘଟଣା ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଖବରପାଇ ନନ୍ଦନକାନନର ଡାକ୍ତରମାନେ ଆସି ତା’ର ଚିକିତ୍ସା ଆରମ୍ଭ କରିଥିଲେ ମଧ୍ୟ ସ୍ବାସ୍ଥ୍ୟରେ ଉନ୍ନତି ଘଟି ନ ଥିଲା। ଫଳରେ ବାନରକୁ ରବିବାର ଏନ୍‌କ୍ଲୋଜର ୬୮ରୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତରମାନଙ୍କ ନଜରବନ୍ଦିରେ ରଖି ଚିକିତ୍ସା ସତ୍ତ୍ୱେ ସୋମବାର ତା’ର ମୃତ୍ୟୁ ଘଟିଛି। ତେବେ ମୃତ୍ୟୁର କାରଣ ଜଣାପଡି ନାହିଁ। ଏମାନେ ପ୍ରାୟତଃ ଦକ୍ଷିଣଭାରତର ପଶ୍ଚିମଘାଟ ପର୍ବତମାଳାର ନୀଳଗିରି ପାହଡି ଜଙ୍ଗଲରେ ଦେଖାଯାଆନ୍ତି। ଚିକ୍କଣ, କଳାଲୋମଯୁକ୍ତ ଏହି ବାନରଟି ଦଳବଦ୍ଧ ହୋଇ ରହିବାକୁ ଭଲପାଇଥାଏ। ବର୍ଷର ଆରମ୍ଭ ଓ ଶେଷ ସମୟରେ ସନ୍ତାନ ଜନ୍ମ କରିବା ଏମାନଙ୍କର ବିଶେଷତ୍ୱ ରହିଥାଏ। ୨୦୧୭ ସେପ୍ଟେମ୍ବର ୨୬ରେ ଚେନ୍ନାଇରୁ ହଳେ ନୀଳଗିରି ବାନର ନନ୍ଦନକାନନକୁ ଆସିଥିଲା। ୩୧ ମେ ୨୦୧୯ରେ ଅଣ୍ଡିରା ବାନରଟି ମୃତ୍ୟୁ କରିଥିଲା। ସାଥୀ ହରାଇ ମାଈ ବାନରଟି ଏକାଥିବାବେଳେ ଏକ ଛୁଆ ଜନ୍ମ କରିଥିଲା। କିନ୍ତୁ ସେ ମଧ୍ୟ ଅଳ୍ପଦିନ ମଧ୍ୟରେ ମୃତ୍ୟୁ କରିଥିଲା। ସେହିଦିନଠାରୁ ମାଈ ବାନରଟି ଏକୁଟିଆ ଥିଲେ ମଧ୍ୟ ବେଶି ଦିନ ବଞ୍ଚତ୍ପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?