Posted inଖେଳ

ଧୋନୀଙ୍କ ପରାମର୍ଶ ମୋତେ ଶତକରୁ ବଞ୍ଚିତ ରଖିଥିଲା: ଗମ୍ଭୀର

ନୂଆଦିଲ୍ଲୀ,୧୮।୧୧- ପୂର୍ବତନ ଭରତୀୟ ଓପ୍‌ନର ତଥା ଭାଜପା ଏମ୍‌ପି ଗୌତମ ଗମ୍ଭୀର ନିକଟ ଅତୀତରେ ବିଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହି ଆସୁଛନ୍ତି। ଭାରତ-ବାଂଲାଦେଶ ମ୍ୟାଚ୍‌ବେଳେ ତାଙ୍କ ଜିଲାପି ଖାଇବାର ଫଟୋ ଭାଇରାଲ ହେବାଠାରୁ ଆରମ୍ଭ କରି ପ୍ରଦୂଷିତ ଦିଲ୍ଲୀ ସମ୍ପର୍କିତ ସଂସଦୀୟ ବୈଠକରେ ଅନୁପସ୍ଥିତ ରହିବା ପର୍ଯ୍ୟନ୍ତ ଖବରରେ ଶିରୋନାମା ମଣ୍ଡନ କରିଛନ୍ତି। ବିଶ୍ୱକପ୍‌ ଫାଇନାଲରେ ୯୭ ରନ୍‌ରେ ଆଉଟ୍‌ ହେବା ଲାଗି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଦୋଷ ଦେଇଛନ୍ତି। ସେ ଏକ ସାକ୍ଷାତ୍‌କାରରେ କହିଛନ୍ତି, ଶ୍ରୀଲଙ୍କା ବିପକ୍ଷ ବିଶ୍ୱକପ୍‌ ଫାଇନାଲରେ ଧୋନୀଙ୍କ ପରାମର୍ଶ ଯୋଗୁ ଶତକ ପୂରଣ କରିପାରି ନ ଥିଲି। ଏ ସମ୍ପର୍କରେ ମୋତେ ବହୁବାର ପ୍ରଶ୍ନ କରାଯାଉଛି। ୯୭ ରନ୍‌ରେ ଆଉଟ ହେବା ପୂର୍ବରୁ କଦାପି ମୋ ବ୍ୟକ୍ତିଗତ ସ୍କୋର କଥା ଚିନ୍ତା କରି ନ ଥିଲି। ମୋର ଏବେ ବି ମନେଅଛି, ଏକ ଓଭର ଶେଷହେବା ପରେ ମୁଁ ଓ ଧୋନୀ କ୍ରିଜ୍‌ରେ ଥିଲୁ। ସେତେବେଳେ ଅଧିନାୟକ ମୋତେ ଆଉ ୩ ରନ୍‌ କରି ଶତକ ପୂରଣ କରିବାକୁ କହିଥିଲେ। ହଠାତ୍‌ ଦଳୀୟ ପ୍ରଦର୍ଶନରୁ ବ୍ୟକ୍ତିଗତ କଥା ମନକୁ ଆସିଥିଲା। ଏହି ମୁହୂର୍ତ୍ତ ପୂର୍ବରୁ ମ୍ୟାଚ୍‌ ଜିତିବା ମୋର ଏକମାତ୍ର ଟାର୍ଗେଟ ଥିଲା। ଯଦି ଏହାକୁ ହିଁ ଲକ୍ଷ୍ୟ କରି ଖେଳିଥାନ୍ତି, ମୁଁ ସହଜରେ ଶତକ ହାସଲ କରିଥାନ୍ତି ବୋଲି ଗମ୍ଭୀର କହିଛନ୍ତି। ସେ ଆହୁରି କହିଛନ୍ତି, ମୁଁ ଆଉଟ ହୋଇ ଡ୍ରେସିଂ ରୁମ୍‌ ଫେରିଥିଲି। ଏହି ୩ ରନ୍‌ ମୋତେ ସାରା ଜୀବନ କଷ୍ଟଦେବ ବୋଲି ଚିନ୍ତା କରିଥିଲି। ଏହା ହିଁ ସତ ହେଲା। ଆଜିର ଦିନରେ ମଧ୍ୟ ଲୋକେ ମୋତେ ସେ ସମ୍ପର୍କରେ ପଚାରନ୍ତି। ଉଲ୍ଲେଖଥାଉ କି, ଗମ୍ଭୀର ୯୭ ରନ୍‌ରେ ଆଉଟ୍‌ ହେବା ପରେ ଧୋନୀ ଛକା ଲଗାଇ ଭାରତୀୟ ଦଳକୁ ବିଶ୍ୱକପ୍‌ ଜିତାଇବା ସହ ୯୧ ରନ୍‌ କରି ନଟ୍‌ଆଉଟ୍‌ ରହିଥିଲେ। ସେ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ମଧ୍ୟ ହାତେଇ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୁଲଦୀପଙ୍କୁ ପ୍ଲେଇଂ ଇଲେଭେନରୁ ବାଦ ଦେବା ନେଇ ଚର୍ଚ୍ଚା; ଭାରତୀୟ କୋଚ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୨୨।୮: କୁଲଦୀପ ଯାଦବଙ୍କୁ ନେଇ ଖୁବ ଆଲୋଚନା ହେଉଛି, ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ସେ ଖେଳିବେ କି ନାହିଁ ସେ ବିଷୟରେ ପ୍ରଶ୍ନ ବାକି ରହିଛି।…

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

ଲଡର୍‌ସରେ ଗାଙ୍ଗୁଲିଙ୍କ ସେଲିବ୍ରେଶନକୁ ପୁଣି ଦୋହରାଇଲେ ଭାରତୀୟ ଖେଳାଳି

ଲଣ୍ଡନ,୨୦ା୮: ଲଡର୍‌ସ କ୍ରିକେଟ ଗ୍ରାଉଣ୍ଡରେ ଗୁରୁବାର ଖେଳାଯାଇଥିବା ସପ୍ତମ ତଥା ଅନ୍ତିମ ମିକ୍ସଡ୍‌ ଭିନ୍ନକ୍ଷମ ଟି୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଇଂଲଣ୍ଡକୁ ୧୧୮ ରନରେ ହରାଇ ଭାରତ ବିଜୟ…

ବୈଭବଙ୍କ ପାଇଁ ବଡ଼ ସୁଯୋଗ, ଟିମ ଇଣ୍ଡିଆ ପୂର୍ବରୁ ଦୁଲୀପ ଟ୍ରଫିରେ ଖେଳିବେ, BCCI ଘୋଷଣା କଲା ପୂରା ସୂଚୀ

ନୂଆଦିଲ୍ଲୀ, ୨୦।୮: ବୈଭବ ସୂର୍ଯ୍ୟବଂଶୀ ଭାରତୀୟ T20I ଟିମର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ପାଲଟିଛନ୍ତି। ସେପ୍ଟେମ୍ବରରେ ଆଫଗାନିସ୍ତାନ ବିପକ୍ଷ T20I ସିରିଜ ଜରିଆରେ ସେ ଟିମ ଇଣ୍ଡିଆ…

ପାକିସ୍ତାନ ବିପକ୍ଷରେ କମାଲ! ୫-୫ ୱିକେଟ୍ ନେଲେ ୨ ବୋଲର, ଗୋଟିଏ ବଲ୍‌କୁ ୨ ଭାଗ କରି ବାଣ୍ଟିଲା ଇଂଲଣ୍ଡ

ହେଡିଂଲି,୨୦।୮: ହେଡିଂଲିରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ପାକିସ୍ତାନର ପ୍ରଥମ ପାଳି…

‘IPL ଖେଳ ନାହିଁ, ନଚେତ୍‌…’ ଭାରତୀୟ ଖେଳାଳିଙ୍କୁ ମିଳିଲା ବଡ଼ ଚେତାବନୀ

ନୂଆଦିଲ୍ଲୀ, ୨୦।୮: ମାନବ ସୁତାର ଟିମ ଇଣ୍ଡିଆର ନୂଆ ଷ୍ଟାର ପାଲଟିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ସେ ମୋଟ ୧୦ଟି ଉଇକେଟ୍‌ ନେଇ ଐତିହାସିକ…

ଡିଭିଲିୟର୍ସଙ୍କ ବଡ଼ ବୟାନ; ସଚିନ-ବିରାଟଙ୍କୁ ନେଇ କହିଦେଲେ ଏମିତି, ସବୁଠି ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୮: ଦକ୍ଷିଣ ଆଫ୍ରିକାର ‘ମିଷ୍ଟର ୩୬୦ ଡିଗ୍ରୀ’ ଭାବେ ପରିଚିତ ଏବି ଡିଭିଲିୟର୍ସ ଭାରତୀୟ କ୍ରିକେଟର ଦୁଇ ମହାନ ବ୍ୟାଟର ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri