ଧୂଷୁରୀରେ ଭାଜପାର ବିଜୟ ସଂକଳ୍ପ ସମାବେଶ: ‘ସରକାର ପରିବର୍ତ୍ତନ ନିଶ୍ଚିତ’

ଧାମନଗର, ୨୭।୪ (ଡି.ଏନ.ଏ.) – ଭଦ୍ରକ ଜିଲା ଧାମନଗର ନିର୍ବାଚନମଣ୍ଡଳୀର ଧୂଷୁରୀ ବାସନ୍ତୀ ପଡ଼ିଆରେ ଭାଜପାର ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ୍‌ ଓରାମ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜ୍ୟରେ ଅପାରଗ ନବୀନ ସରକାରଙ୍କ ଯିବାର ସମୟ ଆସିଯାଇଛି ବୋଲି କହିଥିଲେ। ଚଳିତ ସାଧାରଣ ନିର୍ବାଚନରେ ସରକାର ପରିବର୍ତ୍ତନ ନିଶ୍ଚିତ। ଏଣୁ ରାଜ୍ୟ ଭାଜପାର ଜଣେ ଟାଣୁଆନେତା ଭାବେ ପରିଚିତ ଧାମନଗର ବିଧାୟକ ପ୍ରାର୍ଥୀ ବିଷ୍ଣୁ ସେଠୀ ଓ ଭଦ୍ରକ ଏମ୍‌ପି ପ୍ରାର୍ଥୀ ଅଭିମନ୍ୟୁ ସେଠୀଙ୍କୁ ଭୋଟ ଦେଇ ଜିତାଇବାକୁ ମନ୍ତ୍ରୀ ନିବେଦନ କରିଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଓ ରାଜ୍ୟ ନାରୀନେତ୍ରୀ ପିଙ୍କି ପ୍ରଧାନ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ଜିଲାପରିଷଦ ସଭ୍ୟା ରଞ୍ଜିତା ସ୍ବାଇଁ ଯୋଗଦେଇ ବିଜେଡିର ଜଣେ ନେତାଙ୍କର ବିଷ୍ଣୁଙ୍କ ପ୍ରତି ବିଶ୍ୱାସଘାତକତା ମହଙ୍ଗା ପଡ଼ିବ ବୋଲି ବକ୍ତବ୍ୟ ରଖିଥିଲେ। ପୂର୍ବତନ ଏମ୍‌ପି ଐର ଖାରବେଳ ସ୍ବାଇଁ ରାଜ୍ୟରେ ନବୀନ ସରକାରଙ୍କ ଅଫିସରମାନଙ୍କ ରାଜ୍‌ ଚାଲିଛି ବୋଲି କହିଥିଲେ। ବିଧାୟକ ପ୍ରାର୍ଥୀ ବିଷ୍ଣୁ ତାଙ୍କ ବକ୍ତବ୍ୟରେ କହିଥିଲେ, ସେ ଏକ ଦଶନ୍ଧି ଧରି ଧାମନଗରବାସୀଙ୍କ ସହିତ ସୁଖଦୁଃଖରେ ଠିଆ ହୋଇଛନ୍ତି। ଦୁଇଥର ସେ ଅଳ୍ପ ବ୍ୟବଧାନରେ ପରାଜିତ ହୋଇଥିବାବେଳେ ଚଳିତ ନିର୍ବାଚନରେ ତାଙ୍କୁ ଭୋଟର ନିଶ୍ଚିତ ଭାବେ ଆଶୀର୍ବାଦ କରିବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ଅଶୋକ କୁମାର ପୁହାଣ ଏଥିରେ ଅଧ୍ୟକ୍ଷତା କରିଥିଲେ। ଅଭିନେତ୍ରୀ ନିଲୁ, ଚତୁର୍ଭୁଜ ନାୟକ, ଜିଲାପରିଷଦ ସଭ୍ୟ ମନୋଜ ମଲ୍ଲିକ, ସୁରତ ସେଠୀ, ଉମାମଣି ସାହୁ, ଜିଲା ମିଡିଆ ସେଲ୍‌ ସଂଯୋଜକ ବୈକୁଣ୍ଠନାଥ ସାହୁ ପ୍ରମୁଖ ସମାବେଶରେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଜନ୍ମଦିନ ପାଳିବାକୁ ଆସିଥିଲେ, ଭଡ଼ା ଘରୁ ମିଳିଲା CDA ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ: ସୁଇସାଇଡ୍ ନୋଟ୍‌କୁ ନେଇ ବଢ଼ିଲା…

ବାଲେଶ୍ୱର,୧୭। ୭(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ ଆଜିମାବାଦ ଅଞ୍ଚଳର ଏକ ଭଡ଼ା ଘରୁ ଜଣେ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri