ଧୂଳିଧୂଆଁରେ ଲୋକେ ଅତିଷ୍ଠ

ଯୋଡ଼ା, ୨୯।୪(ଡି.ଏନ.ଏ.): ଯୋଡ଼ା ଖଣି ମଣ୍ଡଳର ୨ନଂ ରାଜ୍ୟ ରାଜପଥର ଜୁରୁଡି-ବାମେବାରୀ ରାସ୍ତା ମରଣଯନ୍ତା ପାଲଟିଛି। ଏହି ରାସ୍ତା ଦେଇ ଦୈନିକ ଶତାଧିକ ଟ୍ରକ୍‌ ଓ ଡମ୍ପର ବିଭିନ୍ନ ଖଣି କମ୍ପାନୀର ଖଣିଜ ବୋଝେଇ କରି ପରିବହନ କରୁଛି। ରାସ୍ତାର ବିଭିନ୍ନ ସ୍ଥାନରେ ଖାଲଖମା ସୃଷ୍ଟି ହୋଇଛି। ଜିଲା ଖଣିଜ ପାଣ୍ଠି ବ୍ୟୟ ବରାଦରେ  ବାମେବାରୀଠାରୁ-ଯୋଡା ରଣାଶାଳ ଘାଟି ପର୍ଯ୍ୟନ୍ତ ଚାରି ଲେନ୍‌ ରାସ୍ତା ନିର୍ମାଣ କରିବା ପାଇଁ ଅନୁମୋଦନ ହୋଇଛି। ଟେଣ୍ଡର ଜରିଆରେ ବାମେବାରୀଠାରୁ ବାଂଶପାଣି ପର୍ଯ୍ୟନ୍ତ ଶ୍ରୀ ଦୁର୍ଗା କଣ୍ଡେଭ ନାମକ ଏକ ଠିକା ସଂସ୍ଥା ଏହି ରାସ୍ତାର ନିର୍ମାଣ କାର୍ଯ୍ୟ କରୁଛି। ଏହି ଠିକାସଂସ୍ଥା ପକ୍ଷରୁ  ବିଭିନ୍ନ ସ୍ଥାନରେ ମେଶିନ ଲଗାଇ ମାଟି ଖୋଳି ଦିଆଯାଇଛି। ମାସ ମାସ ଧରି ରାସ୍ତା ନିର୍ମାଣ ନ କରି ଖୋଳିବା ଅବସ୍ଥାରେ ପକାଇ ରଖି ଦିଆଯାଉଛି। ଏହି ରାସ୍ତାର ବାଂଶପାଣି ସବ୍‌ପୋଷ୍ଟ ଅଫିସ ସମ୍ମୁଖ ରାସ୍ତାର ସଂପ୍ରସାରଣ ଓ ନିର୍ମାଣ ପାଇଁ ଗତ ଜାନୁଆରୀ ୩ ତାରିଖଠାରୁ  ମାଟି ଖୋଳାଯାଇଛି। ଖୋଳିବା ସମୟରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ  ଯାଇଥିବା ପାଇପ ଲାଇନ ଓ  ଅନ୍ୟ ଏକ ଘରୋଇ କମ୍ପାନୀର ପାଇପ ଲାଇନକୁ ମଧ୍ୟ କଟା ଯାଇଥିଲା। ଲୋକକଙ୍କ ପଟ୍ଟା ଜମିରେ ଠିକା ସଂସ୍ଥା ପକ୍ଷରୁ ରାସ୍ତା ପାଇଁ ମାଟି ଖୋଳା ଯାଇଥିବା ଅଞ୍ଚଳବାସୀ ଅମର ମହାନ୍ତି, ପ୍ରମୋଦ ଦାସ, ରବି ଗୋପ, ଏମ.ଡି ଚାନ୍ଦ, ଲାଦୁରା ବୋଦ୍ରା ପ୍ରମୁଖ ଅଭିଯୋଗ କରିଛନ୍ତି।

ଠିକାସଂସ୍ଥା ପକ୍ଷରୁ ବାଂଶପାଣିର ଅଟାଚକି ଛକ ରାସ୍ତାରେ ପାଣି ସିଞ୍ଚନର ବ୍ୟବସ୍ଥା କରାଯାଉନାହିଁ। ଏ ନେଇ ଠିକାସଂସ୍ଥାର ଅଧିକାରୀଙ୍କୁ ଜଣାଇଥିଲେ ହେଁ କର୍ଣ୍ଣପାତ କରାଯାଉ ନ ଥିବା ସ୍ଥାନୀୟ ମହିଳା ତୁଳସୀ ଗୋପ, ସୁକାନ୍ତୀ ମୁଣ୍ଡା, ଲତା ତିରିଆ, ସାର ମହାକୁଡ ପ୍ରମୁଖ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଉକ୍ତ ଠିକାସଂସ୍ଥାର ଯନ୍ତ୍ରୀ ହିମାଂଶୁ ଚୌଧୁରୀଙ୍କୁ ପଚାରିବାରୁ  ରାସ୍ତାରେ ପାଣି ପକାଇବା କାମ ଠିକାସଂସ୍ଥାର ନୁହଁ କେବଳ ଆମର କାମ ରାସ୍ତା ନିର୍ମାଣ କରିବା। ଯେହେତୁ ଏ ରାସ୍ତା ଦେଇ ବିଭିନ୍ନ ଖଣି କମ୍ପାନୀର ପରିବହନ କାର୍ଯ୍ୟ ହେଉଛି। ସେମାନେ ଏ ରାସ୍ତାରେ ପାଣି ପକାଇବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଜନ୍ମଦିନ ପାଳିବାକୁ ଆସିଥିଲେ, ଭଡ଼ା ଘରୁ ମିଳିଲା CDA ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ: ସୁଇସାଇଡ୍ ନୋଟ୍‌କୁ ନେଇ ବଢ଼ିଲା…

ବାଲେଶ୍ୱର,୧୭। ୭(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅଧୀନ ଆଜିମାବାଦ ଅଞ୍ଚଳର ଏକ ଭଡ଼ା ଘରୁ ଜଣେ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri