ଧାନର ଅଭାବୀ ବିକ୍ରି ଅଭିଯୋଗ: ଜିଲା ଯୋଗାଣ ଅଧିକାରୀଙ୍କଠାରେ ଅଭିଯୋଗ କଲେ ଚାଷୀ

ବାଲେଶ୍ୱର ଅଫିସ, ୫।୨-ବାଲେଶ୍ୱର ଜିଲା ସଦର ବ୍ଲକ ଅଧୀନ ରୂପ୍‌ସା ଅଞ୍ଚଳର କସିପଦା ସେବା ସମବାୟ ଅଧୀନରେ ଥିବା ଚାଷୀମାନେ ଧାନ ବିକ୍ରି କରି ନ ପାରି ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ଏହାର ପ୍ରତିବାଦ କରି ମଙ୍ଗଳବାର ଚାଷୀମାନେ ଜିଲା ଯୋଗାଣ ବିଭାଗ ଅଧିକାରୀ ରବି ନାରାୟଣ ପୃଷ୍ଟିଙ୍କ ନିକଟରେ ଅଭିଯୋଗ କରିଛନ୍ତି।
କସିପଦା ସେବା ସମବାୟ ଅଧୀନରେ ଥିବା ଆଙ୍କୋ, କସିପଦା, ରୂପ୍‌ସା ପଞ୍ଚାୟତର ୨୫ଟି ଗ୍ରାମର ପ୍ରାୟ ଶତାଧିକ ଚାଷୀ ଅନଲାଇନ୍‌ରେ ନିଜର ନାମ ପଞ୍ଜିକରଣ କରିଥିଲେ। ଧାନ ବିକ୍ରି ପାଇଁ ଟୋକନ ନ ପାଇବାରୁ ସେବା ସମବାୟ ସମ୍ପାଦକ ସତ୍ୟପ୍ରକାଶ ପାଢ଼ୀଙ୍କୁ ପଚାରିଥିଲେ। ସମ୍ପାଦକ ସେମାନଙ୍କ କୁପନ ଭୁବନେଶ୍ୱରରୁ ଆସି ନାହଁି ବୋଲି କହି ବାରମ୍ବାର ଫେରାଇବାରୁ ଯୁବନେତା ବିକ୍ରମ ପଣ୍ଡାଙ୍କ ନେତୃତ୍ୱରେ କମଳାକାନ୍ତ ଜ୍ୟୋତି, ମନୋରଞ୍ଜନ ନାୟକ, ବିନୟ ମହାପାତ୍ର, ଜଗନ୍ନାଥ ବେହେରା, ଚତୁର୍ଭୁଜ ମହାପାତ୍ର, ଅଶୋକ ଦତ୍ତ, ମିହିର ନାୟକ, ରନତ୍ାକର ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ଜ୍ୟୋତି, ସୃଷ୍ଟିଧର ବାରିକ, ଦିଦା ବିଶ୍ୱାଳ ପ୍ରମୁଖ ଚାଷୀ ଜିଲା ଯୋଗାଣ ବିଭାଗ ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ଯୋଗାଣ ଅଧିକାରୀ ପୃଷ୍ଟି ଚାଷୀଙ୍କ ସମ୍ପର୍କରେ ସହକାରୀ ଯୋଗାଣ ଅଧିକାରୀ ଅଜୟ ମଲ୍ଲିକଙ୍କୁ ଯଥାଶୀଘ୍ର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ସହକାରୀ ଯୋଗାଣ ଅଧିକାରୀ ମଲ୍ଲିକଙ୍କ କହିବାନୁସାରେ କସିପଦା ସେବା ସମବାୟର ଶତାଧିକ ଚାଷୀ ଅନଲାଇନ୍‌ରେ ଆବେଦନ କରିଥିବା ବେଳେ ସେମାନଙ୍କର ପଟ୍ଟା ଏବଂ ନାମ ତାଳମେଳ ଖାଇ ନ ଥିବା ଦର୍ଶାଇ ସ୍ଥାନୀୟ ଆର୍‌ଆଇ ସେମାନଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ଅଭିଯୋଗ ଆସିବା ପରେ ପୁନର୍ବାର ସେମାନଙ୍କର ଚାଷଜମି ଥିବା ଉପରେ ତଦନ୍ତ ରିପୋର୍ଟ ମଗାଯାଇଥିଲା। ରିପୋର୍ଟ ଅନୁଯାୟୀ ପୂର୍ବରୁ ଆର୍‌ଆଇ ଠିକ୍‌ ଭାବରେ ତଦନ୍ତ କରି ନ ଥିବା ସ୍ବୀକାର କରିଥିଲେ। ପରେ ସେମାନଙ୍କର ଜମି ସହ ନାମ ଠିକ୍‌ ଥିବାର ଅନ୍ୟ ଏକ ରିପୋର୍ଟ ପ୍ରଦାନ କରିଛନ୍ତି। ଅତିଶୀଘ୍ର ସେମାନଙ୍କର ଧାନ କିଣାଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଶାନ୍ତ ହେଉଛି ହିଞ୍ଜିଳି, ବୁଲିଲା ଖଣ୍ଡା

ହିଞ୍ଜିଳିକାଟୁ, ୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ଦିନକୁ ଦିନ ହିଞ୍ଜିଳି ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବାରେ ଲାଗିଛି। ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ସହ ଗୁଣ୍ଡାଗିରି ବଢୁଛି।...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୩।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

ନିର୍ମାଣର ବର୍ଷକ ମଧ୍ୟରେ ରାସ୍ତା ଦବିଲା

ଡେରାବିଶ,୨୩ା୪ (ବେବର୍ତ୍ତା ଅଜୟ ଦାସ):କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଡେରାବିଶ ଅଞ୍ଚଳର ମୁଖ୍ୟ ରାସ୍ତା କୁହାଯାଉଥିବା ୫୩ ନଂ. ଜାତୀୟ ରାଜପଥର ପଞ୍ଚୁପାଣ୍ଡବ ଛକ...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୨୩ା୪ (କଳ୍ପତରୁ ନାୟକ):ସରକାରୀ ଅନୁଦାନରେ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପଞ୍ଚାୟତ ସମିତିରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଆସୁଛି। ମାତ୍ର...

ପୋଲ ନିର୍ମାଣରେ ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ ବାଧକ

କୁଜଙ୍ଗ,୨୩।୪(ମନୋଜ ପ୍ରଧାନ):କୁଜଙ୍ଗ ବ୍ଲକ ବାଲିଆ ପଞ୍ଚାୟତ ଅନ୍ତର୍ଗତ ବଡ଼ଙ୍ଗ ଗ୍ରାମକୁ ସଂଯୋଗ କରୁଥିବା ତତ୍କାଳୀନ ଲୁଣା ନଦୀ ଉପରେ ଥିବା ଏକ ଅଣଓସାରିଆ ପୋଲକୁ ଓସାରିଆ...

ପାରାଦୀପରେ ଜଳାଭାବ: ଫାଇଦା ଉଠାଉଛନ୍ତି ଚୋରା ବ୍ୟବସାୟୀ

ପାରାଦୀପ,୨୧।୪(ଶରତ ରାଉତ):ପାରାଦୀପ ବନ୍ଦର ସହରରେ ଏବେ ପାନୀୟ ଜଳ ସଙ୍କଟ ଲାଗି ରହିଛି। ତାଳଦଣ୍ଡା କେନାଲରେ ପାଣି ଯୋଗାଣ ବନ୍ଦ ଯୋଗୁ ଏପରି ହୋଇଛି। ଏହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri