ଧାନକୁ ଛାଡ଼ି ସବୁ ଆମଦାନୀ ପଡୋଶୀ ରାଜ୍ୟରୁ; ଆଳୁ ମିଶନ ଫେଲ: ପଶ୍ଚିମବଙ୍ଗ ଭରସା

ଭୁବନେଶ୍ୱର, ୧୭।୭(ବ୍ୟୁରୋ): ରାଜ୍ୟରେ କୃଷକମାନଙ୍କ ଆୟ ୨ଗୁଣା ହୋଇଛି। କୃଷି ଉତ୍ପାଦନ ବଢ଼ିଯାଇଛି। ୫ଥର ରାଜ୍ୟକୁ କୃଷିକର୍ମଣ ପୁରସ୍କାର ମିଳିଲାଣି। ଧାନ ଚାଷରେ ବଡ଼ ବଡ଼ ରାଜ୍ୟକୁ ଓଡ଼ିଶା ପଛରେ ପକାଇ ଦେଇଛି। ବିଧାନସଭାଠାରୁ ଆରମ୍ଭକରି ନିର୍ବାଚନ ପ୍ରଚାରରେ ମଧ୍ୟ ରାଜ୍ୟ ସରକାର ଓ ଶାସକ ଦଳ ଏମିତି ବାହାସ୍ଫୋଟ ମାରୁଛନ୍ତି। ବାସ୍ତବରେ ଦେଖିବାକୁ ଗଲେ କେବଳ ଧାନକୁ ଛାଡ଼ିଦେଲେ ଅନ୍ୟ କୌଣସି ଚାଷରେ ଓଡ଼ିଶା ସ୍ବାବଲମ୍ବୀ ନୁହେଁ। ଏ କଥା ରାଜ୍ୟ ସରକାର ମଧ୍ୟ ସ୍ବୀକାର କରିଛନ୍ତି। କୃଷି ଓ କୃଷକଙ୍କ ଉନ୍ନତି ପାଇଁ କୃଷି ବଜେଟ, କୃଷି କ୍ୟାବିନେଟ ଏବଂ ଆଳୁ ଉତ୍ପାଦନ ବୃଦ୍ଧି ଲାଗି ଆଳୁ ମିଶନ ଆଉ କେତେକ’ଣ ବ୍ୟବସ୍ଥା କରାଯାଇଛି। ଡାଲି, ତେଲ, ଆଳୁ, ପିଆଜ ଓ ଚିନି ଇତ୍ୟାଦି ଅନ୍ୟାନ୍ୟ ଖାଉଟି ସାମଗ୍ରୀ ପାଇଁ ଅନ୍ୟ ରାଜ୍ୟ ଉପରେ ଓଡ଼ିଶାକୁ ନିର୍ଭର କରିବାକୁ ପଡ଼ୁଛି। ବୁଧବାର ବିଧାନସଭା ପ୍ରଶ୍ନକାଳରେ ଭାଜପା ସଭ୍ୟ ମୋହନ ଚରଣ ମାଝି ରାଜ୍ୟରେ କେଉଁ କେଉଁ ଖାଉଟି ସାମଗ୍ରୀର ବାର୍ଷିକ ଚାହିଦା କେତେ, ସେଥିରୁ ରାଜ୍ୟରେ କେତେ ଉତ୍ପାଦନ ହେଉଛି ଓ ରାଜ୍ୟ ବାହାରୁ କେତେ ଆମଦାନୀ ହେଉଛି ସେ ବିଷୟରେ ଜାଣିବା ପାଇଁ ଚାହିଁଥିଲେ। ପାଟକୁରା ନିର୍ବାଚନରେ ବ୍ୟସ୍ତଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଅନୁପସ୍ଥିତିରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ, ଓଡ଼ିଶା ଏକ ଖାଉଟି ରାଜ୍ୟ। ଚାଉଳ ବ୍ୟତୀତ ଗହମ, ଡାଲି, ଖାଇବା ତେଲ, ଆଳୁ, ପିଆଜ ଓ ଚିନି ଇତ୍ୟାଦି ପାଇଁ ଓଡ଼ିଶାକୁ ପଡୋଶୀ ରାଜ୍ୟ ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ରାଜ୍ୟରେ ଗହମର ଚାହିଦା ବାର୍ଷିକ ୫.୨୬ ଲକ୍ଷ ମେଟ୍ରିକ ଟନ୍‌ ଥିବାବେଳେ ଉତ୍ପାଦନ ହେଉଛି ମାତ୍ର ୦.୦୭ ଲକ୍ଷ ମେଟ୍ରିକ ଟନ୍‌। ଅବଶିଷ୍ଟ ୫.୧୯ ଲକ୍ଷ ମେଟ୍ରିକ ଟନ୍‌ ଗହମ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ବିହାରରୁ ଆମଦାନୀ କରାଯାଉଛି। ସେହିପରି ଡାଲି ଓ ଡାଲିଜାତୀୟ ଶସ୍ୟ ରାଜ୍ୟର ବାର୍ଷିକ ଆବଶ୍ୟକତା ୨.୮୩ ଲକ୍ଷ ମେଟ୍ରିକ ଟନ୍‌ ଥିବାବେଳେ ରାଜ୍ୟରେ ଉତ୍ପାଦନ ହେଉଛି ୮.୦୧ ଲକ୍ଷ ମେଟ୍ରିକ୍‌ ଟନ୍‌। ଆବଶ୍ୟକ ସ୍ଥଳେ ମହାରାଷ୍ଟ୍ର, ଛତିଶଗଡ଼ ଓ ତେଲେଙ୍ଗାନାରୁ ଡାଲି ଆମଦାନୀ କରାଯାଉଛି। ରାଜ୍ୟରେ ଖାଇବା ତେଲର ଚାହିଦା ୨.୪୮ ଲକ୍ଷ ମେଟ୍ରିକ୍‌ ଟନ୍‌ ଥିବାବେଳେ ଉତ୍ପାଦନ ହେଉଛି ୨.୨୮ ଲକ୍ଷ ମେଟ୍ରିକ୍‌ ଟନ୍‌। ଅବଶିଷ୍ଟ ୦.୨୦ ଲକ୍ଷ ମେଟ୍ରିକ୍‌ ଟନ୍‌ ରାଜସ୍ଥାନ, ଗୁଜରାଟ, ଉତ୍ତରପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶରୁ ଆମଦାନୀ କରାଯାଉଛି। ରାଜ୍ୟରେ ଆଳୁର ଯଥେଷ୍ଟ ଅଭାବ ରହିଛି। ଆଳୁ ଉତ୍ପାଦନ ପାଇଁ ରାଜ୍ୟ ସରକାର ପଟାଟୋ ମିଶନ (ଆଳୁ ମିଶନ) ଆରମ୍ଭ କରିଥିଲେ ମଧ୍ୟ ତାହା ଅକାମୀ ହୋଇଛି। ରାଜ୍ୟ ପାଇଁ ବାର୍ଷିକ ୧୨.୭୦ ଲକ୍ଷ ମେଟ୍ରିକ୍‌ ଟନ୍‌ ଆଳୁର ଆବଶ୍ୟକତା ଥିବା ବେଳେ ଉତ୍ପାଦନ ହେଉଛି ମାତ୍ର ୨.୯୪ ଲକ୍ଷ ମେଟ୍ରିକ୍‌ ଟନ୍‌। ଅବଶିଷ୍ଟ ୯.୭୬ ଲକ୍ଷ ମେଟ୍ରିକ୍‌ ଟନ୍‌ ଆଳୁ ପଶ୍ଚିମବଙ୍ଗରୁ ଆମଦାନୀ କରାଯାଉଛି।
ସେହିପରି ରାଜ୍ୟରେ ପିଆଜର ଚାହିଦା ୩.୪୧ ଲକ୍ଷ ମେଟ୍ରିକ୍‌ ଟନ୍‌ ଥିବାବେଳେ ଉତ୍ପାଦନ ହେଉଛି ୩.୭୪ ଲକ୍ଷ ମେଟ୍ରିକ୍‌ ଟନ୍‌। ନିଅଣ୍ଟିଆ ବେଳେ କର୍ନାଟକ, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶରୁ ପିଆଜ ଅଣାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri