ଧାନକୁ ଛାଡ଼ି ସବୁ ଆମଦାନୀ ପଡୋଶୀ ରାଜ୍ୟରୁ; ଆଳୁ ମିଶନ ଫେଲ: ପଶ୍ଚିମବଙ୍ଗ ଭରସା

ଭୁବନେଶ୍ୱର, ୧୭।୭(ବ୍ୟୁରୋ): ରାଜ୍ୟରେ କୃଷକମାନଙ୍କ ଆୟ ୨ଗୁଣା ହୋଇଛି। କୃଷି ଉତ୍ପାଦନ ବଢ଼ିଯାଇଛି। ୫ଥର ରାଜ୍ୟକୁ କୃଷିକର୍ମଣ ପୁରସ୍କାର ମିଳିଲାଣି। ଧାନ ଚାଷରେ ବଡ଼ ବଡ଼ ରାଜ୍ୟକୁ ଓଡ଼ିଶା ପଛରେ ପକାଇ ଦେଇଛି। ବିଧାନସଭାଠାରୁ ଆରମ୍ଭକରି ନିର୍ବାଚନ ପ୍ରଚାରରେ ମଧ୍ୟ ରାଜ୍ୟ ସରକାର ଓ ଶାସକ ଦଳ ଏମିତି ବାହାସ୍ଫୋଟ ମାରୁଛନ୍ତି। ବାସ୍ତବରେ ଦେଖିବାକୁ ଗଲେ କେବଳ ଧାନକୁ ଛାଡ଼ିଦେଲେ ଅନ୍ୟ କୌଣସି ଚାଷରେ ଓଡ଼ିଶା ସ୍ବାବଲମ୍ବୀ ନୁହେଁ। ଏ କଥା ରାଜ୍ୟ ସରକାର ମଧ୍ୟ ସ୍ବୀକାର କରିଛନ୍ତି। କୃଷି ଓ କୃଷକଙ୍କ ଉନ୍ନତି ପାଇଁ କୃଷି ବଜେଟ, କୃଷି କ୍ୟାବିନେଟ ଏବଂ ଆଳୁ ଉତ୍ପାଦନ ବୃଦ୍ଧି ଲାଗି ଆଳୁ ମିଶନ ଆଉ କେତେକ’ଣ ବ୍ୟବସ୍ଥା କରାଯାଇଛି। ଡାଲି, ତେଲ, ଆଳୁ, ପିଆଜ ଓ ଚିନି ଇତ୍ୟାଦି ଅନ୍ୟାନ୍ୟ ଖାଉଟି ସାମଗ୍ରୀ ପାଇଁ ଅନ୍ୟ ରାଜ୍ୟ ଉପରେ ଓଡ଼ିଶାକୁ ନିର୍ଭର କରିବାକୁ ପଡ଼ୁଛି। ବୁଧବାର ବିଧାନସଭା ପ୍ରଶ୍ନକାଳରେ ଭାଜପା ସଭ୍ୟ ମୋହନ ଚରଣ ମାଝି ରାଜ୍ୟରେ କେଉଁ କେଉଁ ଖାଉଟି ସାମଗ୍ରୀର ବାର୍ଷିକ ଚାହିଦା କେତେ, ସେଥିରୁ ରାଜ୍ୟରେ କେତେ ଉତ୍ପାଦନ ହେଉଛି ଓ ରାଜ୍ୟ ବାହାରୁ କେତେ ଆମଦାନୀ ହେଉଛି ସେ ବିଷୟରେ ଜାଣିବା ପାଇଁ ଚାହିଁଥିଲେ। ପାଟକୁରା ନିର୍ବାଚନରେ ବ୍ୟସ୍ତଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଅନୁପସ୍ଥିତିରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ, ଓଡ଼ିଶା ଏକ ଖାଉଟି ରାଜ୍ୟ। ଚାଉଳ ବ୍ୟତୀତ ଗହମ, ଡାଲି, ଖାଇବା ତେଲ, ଆଳୁ, ପିଆଜ ଓ ଚିନି ଇତ୍ୟାଦି ପାଇଁ ଓଡ଼ିଶାକୁ ପଡୋଶୀ ରାଜ୍ୟ ମହାରାଷ୍ଟ୍ର, ଛତିଶଗଡ଼, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ରାଜ୍ୟରେ ଗହମର ଚାହିଦା ବାର୍ଷିକ ୫.୨୬ ଲକ୍ଷ ମେଟ୍ରିକ ଟନ୍‌ ଥିବାବେଳେ ଉତ୍ପାଦନ ହେଉଛି ମାତ୍ର ୦.୦୭ ଲକ୍ଷ ମେଟ୍ରିକ ଟନ୍‌। ଅବଶିଷ୍ଟ ୫.୧୯ ଲକ୍ଷ ମେଟ୍ରିକ ଟନ୍‌ ଗହମ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଓ ବିହାରରୁ ଆମଦାନୀ କରାଯାଉଛି। ସେହିପରି ଡାଲି ଓ ଡାଲିଜାତୀୟ ଶସ୍ୟ ରାଜ୍ୟର ବାର୍ଷିକ ଆବଶ୍ୟକତା ୨.୮୩ ଲକ୍ଷ ମେଟ୍ରିକ ଟନ୍‌ ଥିବାବେଳେ ରାଜ୍ୟରେ ଉତ୍ପାଦନ ହେଉଛି ୮.୦୧ ଲକ୍ଷ ମେଟ୍ରିକ୍‌ ଟନ୍‌। ଆବଶ୍ୟକ ସ୍ଥଳେ ମହାରାଷ୍ଟ୍ର, ଛତିଶଗଡ଼ ଓ ତେଲେଙ୍ଗାନାରୁ ଡାଲି ଆମଦାନୀ କରାଯାଉଛି। ରାଜ୍ୟରେ ଖାଇବା ତେଲର ଚାହିଦା ୨.୪୮ ଲକ୍ଷ ମେଟ୍ରିକ୍‌ ଟନ୍‌ ଥିବାବେଳେ ଉତ୍ପାଦନ ହେଉଛି ୨.୨୮ ଲକ୍ଷ ମେଟ୍ରିକ୍‌ ଟନ୍‌। ଅବଶିଷ୍ଟ ୦.୨୦ ଲକ୍ଷ ମେଟ୍ରିକ୍‌ ଟନ୍‌ ରାଜସ୍ଥାନ, ଗୁଜରାଟ, ଉତ୍ତରପ୍ରଦେଶ ଏବଂ ଆନ୍ଧ୍ରପ୍ରଦେଶରୁ ଆମଦାନୀ କରାଯାଉଛି। ରାଜ୍ୟରେ ଆଳୁର ଯଥେଷ୍ଟ ଅଭାବ ରହିଛି। ଆଳୁ ଉତ୍ପାଦନ ପାଇଁ ରାଜ୍ୟ ସରକାର ପଟାଟୋ ମିଶନ (ଆଳୁ ମିଶନ) ଆରମ୍ଭ କରିଥିଲେ ମଧ୍ୟ ତାହା ଅକାମୀ ହୋଇଛି। ରାଜ୍ୟ ପାଇଁ ବାର୍ଷିକ ୧୨.୭୦ ଲକ୍ଷ ମେଟ୍ରିକ୍‌ ଟନ୍‌ ଆଳୁର ଆବଶ୍ୟକତା ଥିବା ବେଳେ ଉତ୍ପାଦନ ହେଉଛି ମାତ୍ର ୨.୯୪ ଲକ୍ଷ ମେଟ୍ରିକ୍‌ ଟନ୍‌। ଅବଶିଷ୍ଟ ୯.୭୬ ଲକ୍ଷ ମେଟ୍ରିକ୍‌ ଟନ୍‌ ଆଳୁ ପଶ୍ଚିମବଙ୍ଗରୁ ଆମଦାନୀ କରାଯାଉଛି।
ସେହିପରି ରାଜ୍ୟରେ ପିଆଜର ଚାହିଦା ୩.୪୧ ଲକ୍ଷ ମେଟ୍ରିକ୍‌ ଟନ୍‌ ଥିବାବେଳେ ଉତ୍ପାଦନ ହେଉଛି ୩.୭୪ ଲକ୍ଷ ମେଟ୍ରିକ୍‌ ଟନ୍‌। ନିଅଣ୍ଟିଆ ବେଳେ କର୍ନାଟକ, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶରୁ ପିଆଜ ଅଣାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଓଡିଶା ରାଜନୀତିର ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା...

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri