ଧଳା ବଦଳରେ କଳା ହେଲେ ଜୋକ

ତୁଷାରକାନ୍ତ
ସେତେବେଳର ଲୋଭନୀୟ ଚାକିରି ଛାଡ଼ି ଜାତୀୟକବି ବୀରକିଶୋର ଦାସ ସ୍ବାଧୀନତା ସଂଗ୍ରାମରେ ଝାସ ଦେଇଥିଲେ ଓ ଅସୁମାରି କବିତା ଲେଖିଥିଲେ। ସେଥିମଧ୍ୟରୁ ଯେଉଁଟି ଅନ୍ୟମାନଙ୍କୁ ଯଥେଷ୍ଟ ଅନୁପ୍ରାଣିତ କରୁଥିଲା, ସେଇଟି ଥିଲା ‘ଆମେ କେତେଜଣ ଜୀବନକୁ ପାଣି ଛଡ଼େଇ ନ ଦେଲେ ଚଳିବ କି, ଦଧୀଚିଙ୍କ ହାଡ଼ ଉଜାଡ଼ି ନ ଦେଲେ ଏ ଦେଶର ଭାଗ୍ୟ ଫେରିବ କି?’ ସେଇ କବିତାରେ ମଧ୍ୟ ସେ ଆଶଙ୍କା ପ୍ରକାଶ କରିଥିଲେ ଯେ, ‘ଧଳା (ବ୍ରିଟିଶ) ବଦଳରେ କଳା (ଭାରତୀୟ) ହେଲେ ଜୋକ (ଶାସକ), କଟିବ କି କୋଟି ଜନତାଙ୍କ ଦୁଃଖ, ଚାଷୀମୂଲିଆଙ୍କ ଖପୁରିକୁ ଚିରି, ଦିଲ୍ଲୀ ଦରବାର ଗଢିବା କି, ଆମେ କେତେଜଣ ଜୀବନକୁ ପାଣି ଛଡ଼େଇ ନ ଦେଲେ ଚଳିବ କି?’
‘ଧଳା’ ବଦଳରେ ‘କଳା’ ଶାସକ, ପ୍ରଶାସକ ଓ ଧର୍ମାବତାର ହେଲେ, ଚାଷୀମୂଲିଆଙ୍କ ଦୁଃଖ ବି କିଛିମାତ୍ରାରେ କଟିଲା କିନ୍ତୁ ଗାନ୍ଧିଜୀଙ୍କଠାରୁ ବୀରକିଶୋରଙ୍କ ଯାଏ ଯେଉଁ ‘ଦୁଃଖ ହଟିବା’ ପାଇଁ ସଂଗ୍ରାମ କରିଥିଲେ, ସେ ଦୁଃଖ ସମୂଳେ ହଟିଲା ନାହିଁ। ବରଂ, ଧନୀଙ୍କ ସମ୍ପତ୍ତି ବଢିବାରେ ଲାଗିଛି ଓ ଚାଷୀମୂଲିଆଙ୍କ ସମ୍ପତ୍ତି କମି କମି ଚାଲିଛି।
ବୀରକିଶୋରଙ୍କ ପରି ଆଉ ଜଣେ ତ୍ୟାଗୀ ସ୍ବାଧୀନତା ସଂଗ୍ରାମୀ ଥିଲେ ସ୍ବର୍ଗତ ଗୌରାଙ୍ଗ ଚରଣ ଦାସ (ତା୨୬ା୦୧ା୧୮୯୯ରୁ ୧୯ା୦୨ା୧୯୭୨)। ଏଥିରେ ପ୍ରଦତ୍ତ ଫଟୋଟି କଟକର ସ୍ବରାଜ ଆଶ୍ରମରେ ଉଠାଯାଇଥିଲା, ଯେଉଁଟିରେ ଅଛନ୍ତି (ବାମରୁ) ନବକୃଷ୍ଣ ଚୌଧୁରୀ, ଗୌରାଙ୍ଗ ଚରଣ ଦାସ ଓ ଭଗବତୀ ଚରଣ ପାଣିଗ୍ରାହୀ (ତା୦୧ା୦୨ା୧୯୦୮ରୁ ତା୨୩ା୧୦ା୧୯୪୩ରିଖ)। ଏହି ଫଟୋଟି ଏବେ ବି ସ୍ବର୍ଗତ ଗୌରାଙ୍ଗ ଚରଣ ଦାସଙ୍କ ଘରେ ଶୋଭାପାଉଛି। ଏମାନେ ସମସ୍ତେ ଥିଲାବାଲା ପରିବାରର ଦାୟାଦ ଥିଲେ ଓ ବ୍ରିଟିଶ ସରକାରଙ୍କ ସମର୍ଥକ ହୋଇ ଅନେକ ସୁଖ ଓ ସୁବିଧା ପାଇବାକୁ ଯୋଗ୍ୟ ଥିଲେ। ଅଥଚ, ସେମାନେ ବ୍ରିଟିଶ ବିରୋଧରେ ଲଢି ଅନେକ କଷଣ ସହିଥିଲେ।
ଆଜି ଗୌରାଙ୍ଗ ଚରଣ ଦାସଙ୍କ ୪୮ତମ ବାର୍ଷିକ ସ୍ମୃତି ଦିବସ। ସିଏ ନିଜର ପୁଅ ଶଶିଭୂଷଣ ଦାସଙ୍କ ସହିତ ନିଜ ଗ୍ରାମ ବାଗଲପୁରର ଆଉ ୧୬ ଜଣଙ୍କୁ (ସମୁଦାୟ ୧୮ଜଣ) ସ୍ବାଧୀନତା ସଂଗ୍ରାମୀ କରେଇଥିଲେ। ସମସ୍ତଙ୍କ ‘ଚିତ୍ତଭାଇ’ (ସେମାନଙ୍କ ଭିତରୁ ଜଣେ) ଅବସରରେ ସେମାନଙ୍କ କଥା କାହିଁକି ମନେ ପକେଇଲେ କେଜାଣି ଭାରି ହତାଶାଭାବ ଘୋଟିଆସୁଛି। ଗାନ୍ଧିଜୀଙ୍କର ଶାସକ, ପ୍ରଶାସକ ତଥା ନ୍ୟାୟମୂର୍ତ୍ତିମାନଙ୍କ ଉଦ୍ଦେଶ୍ୟରେ ତାବିଜ (Talisman) (୧- ଯୋଜନାଟିଏ କଲାବେଳେ ଲକ୍ଷ୍ୟ ରଖିଥିବେ, ତାହାଦ୍ୱାରା ସମାଜର ସବୁଠାରୁ ତଳେ ଥିବା ଲୋକଟି କେତେ ମାତ୍ରାରେ ଉପକୃତ ହେଉଛନ୍ତି, ୨- ଯିଏ ତୁମମାନଙ୍କ ପାଖକୁ କୌଣସି କାମରେ ଆସୁଛନ୍ତି, ସେ ତୁମ କାମରେ ବାଧା ସୃଷ୍ଟି କରୁନାହାନ୍ତି, ତୁମର ନିଯୁକ୍ତି ସେମାନଙ୍କ ପାଇଁ ଏବଂ ୩- ପ୍ରକୃତି ସମସ୍ତଙ୍କ ଚଳିବା ପାଇଁ ଯଥେଷ୍ଟ ଦେଇଛି, ଲୋଭର ପରିପୂରଣ ପାଇଁ ନୁହେଁ।)କୁ ଯଦି ସେମାନେ ଯଥାର୍ଥରେ ଆପଣେଇଥାନ୍ତେ ତେବେ ହୁଏତ ଧଳା ବଦଳରେ କଳାଙ୍କ ଶାସନ ଯଥାର୍ଥ ହୋଇଥାନ୍ତା।
ଶାସକ ଓ ପ୍ରଶାସକଗଣ ଅବାଟରେ ଗଲେ ତାହା ବିରୋଧରେ ଲୋକଙ୍କ ସୁରକ୍ଷା ପାଇଁ ନ୍ୟାୟପାଳିକାର ସୃଷ୍ଟି ହୋଇଥିଲା। ସ୍ବାଧୀନ ଭାରତରେ ଗୋଟିଏ ସର୍ବୋଚ୍ଚ ନ୍ୟାୟାଳୟ ସ୍ଥାପନା ପାଇଁ ୧୯୩୦ ମସିହାରେ ମହାତ୍ମା ଗାନ୍ଧୀ ବ୍ରିଟିଶ ଲର୍ଡ ଚାନ୍‌ସେଲରଙ୍କୁ ଅନୁରୋଧ କରି କହିଥିଲେ ”ମୋ ସ୍ବପ୍ନର ନ୍ୟାୟାଳୟ ପ୍ରତିଷ୍ଠା ହେଲେ ତାହା ସମସ୍ତଙ୍କୁ ନ୍ୟାୟ ଦେବ ଯାହା ଦେବାରେ ହୁଏତ ମୁଁ (ଗାନ୍ଧିଜୀ) ସଫଳ ହେବି ନାହିଁ’। ଅଥଚ, ଶାସକ ଓ ପ୍ରଶାସକଙ୍କ ଅନ୍ୟାୟ ଓ ଅତ୍ୟାଚାରକୁ ଆଖି ବୁଜିଦେଇ ନ୍ୟାୟାଳୟର ଅଧୀଶ୍ୱରମାନେ ଯେତେବେଳେ ସେମାନଙ୍କ ସହିତ ମିଶିଯାଆନ୍ତି, ସେତେବେଳେ ‘ନାଗରିକ ସଂଶୋଧନ ଆଇନ୍‌’ (ସିଏଏ)ର ବିରୋଧ କରି ୨୫ଜଣ ମୃତ୍ୟୁବରଣ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଅଣଦେଖା କରି ସେହି ଆଇନ୍‌ ବିରୋଧରେ ଦିଲ୍ଲୀର ଶାହିନ୍‌ବାଗରେ ଚାଲୁଥିବା ଆନ୍ଦୋଳନରେ ଗୋଟିଏ ଶିଶୁର ମୃତ୍ୟୁକୁ ନେଇ ନିଜ ଆଡ଼ୁ ଶୁଣାଣି କରନ୍ତି।“ କର୍ନାଟକର ବିଦାରଠାରେ ଏକ ବିଦ୍ୟାଳୟରେ ଛୋଟ ଛୋଟ ପିଲାଏ ‘ସିଏଏ’ ବିରୋଧରେ ନାଟକଟିଏ ପରିବେଷଣ କରିଥିବାରୁ ପୋଲିସ ସେମାନଙ୍କୁ ବାରମ୍ବାର ଜେରା କରେ ଓ ଅଭିଭାବକଙ୍କୁ ଜେଲରେ ପୂରାଏ ଅଥଚ ସର୍ବୋଚ୍ଚ ନ୍ୟାୟାଳୟ ଚୁପ୍‌ ରହନ୍ତି। ଆସାମରେ ‘ଜାତୀୟ ନାଗରିକ ପଞ୍ଜିକା’ ଯୋଗୁ ଅଟକ ଶିବିରରେ ରଖାଯାଇଥିବା ଲୋକଙ୍କ ବାବଦରେ ବିଚାରପତିମାନେ ଚୁପ୍‌। ବାବ୍ରୀ ମସଜିଦ ଭଙ୍ଗାଯିବା ବେଆଇନ ବୋଲି ଘୋଷଣା କରିଥିବା ବିଚାରପତିଗଣ ସେଥିପାଇଁ ଦାୟୀମାନଙ୍କୁ ଦଣ୍ଡବିଧାନ କରୁନାହାନ୍ତି। ଦିଲ୍ଲୀର ବିଚାରାଳୟ ଭିତରେ ଅଭିଯୁକ୍ତ ତଥା ପୋଲିସଙ୍କୁ ମାଡ଼ ହେବା, ସଂଖ୍ୟାଲଘୁ ବିଶ୍ୱବିଦ୍ୟାଳୟରେ ବିନା ଅନୁମତିରେ ପୋଲିସ ପଶି ବାଡ଼େଇବା, କିନ୍ତୁ ଆଉ ଗୋଟିଏ ବିଶ୍ୱବିଦ୍ୟାଳୟରେ ଗୁଣ୍ଡାମାନେ ଛାତ୍ରୀଛାତ୍ରଙ୍କୁ ବାଡ଼େଇଲେ ମଧ୍ୟ ପୋଲିସ ଚୁପ୍‌ ରହିବା, ଗୋଟିଏ ମହିଳା ମହାବିଦ୍ୟାଳୟରେ ଗୁଣ୍ଡାମାନେ ପଶି ଛାତ୍ରୀମାନଙ୍କ ପ୍ରତି ଅସଦ୍‌ ବ୍ୟବହାର କଲେ ମଧ୍ୟ ପୋଲିସ ଚୁପ୍‌ ରହିବା ଉପରେ ବିଚାରପତିମାନେ ବି ଚୁପ୍‌ ରୁହନ୍ତି।
ଆମର ପ୍ରଚଳିତ ଢଗଟିଏ ଅଛି ‘ସେବା କାର୍ପଣ୍ୟ ତପ ବଳେ, କିବା ଅସାଧ୍ୟ ମହୀତଳେ’। ଗାନ୍ଧିଜୀଙ୍କଠାରୁ ଗୌରାଙ୍ଗ ଚରଣଙ୍କ ପର୍ଯ୍ୟନ୍ତ ସମସ୍ତେ ସେବା ପାଇଁ ଲାଗିଥିଲେ ଅଥଚ ଏବେ କଳା ଶାସକ, ପ୍ରଶାସକ ଓ ନ୍ୟାୟମୂର୍ତ୍ତିମାନେ ନିଜେ ସେବା ପାଇବା ପାଇଁ ବ୍ୟସ୍ତ ଓ ନିଜର ସ୍ବାର୍ଥ ପାଇଁ କ୍ଷମତାଧାରୀମାନଙ୍କ ରଜ୍ଜୁରେ ନିଜେ ନିଜେ ବାନ୍ଧି ହୋଇ ନାଚୁଛନ୍ତି।
ଅତଏବ, ଜାତୀୟ କବିଙ୍କଠାରୁ ଆରମ୍ଭ କରି ଗୌରାଙ୍ଗ ଚରଣଙ୍କ ଯାଏ ସମସ୍ତଙ୍କ ଆଶଙ୍କା ‘ଧଳା ବଦଳରେ କଳା ହେଲେ ଜୋକ, କଟିବ କି କୋଟି ଜନତାଙ୍କ ଦୁଃଖ’ଟି ଆଜି ବାସ୍ତବତାର ରୂପ ନେଇଛି। ତଥାପି, ସେମାନେ ଆମକୁ ସ୍ବାଧୀନ ଭୂଖଣ୍ଡଟିଏ ଦେଇଥିବାରୁ ଗୌରାଙ୍ଗ ଚରଣ ଦାସଙ୍କ ପୁଣ୍ୟତିଥି ଅବସରରେ ସେ ଗୋଷ୍ଠୀଙ୍କର ସମସ୍ତଙ୍କ ପ୍ରତି ସଭକ୍ତି ସମ୍ମାନ ଜଣାଉଛି।
ମୋ : ୮୮୯୫୮୫୭୩୧୮


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

ରାତ୍ରିଭୋଜନ ଓ ସଂଘର୍ଷ

ମ୍ପ୍ରତିକ ପରିସ୍ଥିତିରେ ଅନେକ ସମୟରେ ଦେଖାଯାଏ ରାତ୍ରିଭୋଜନ ଟେବୁଲଗୁଡ଼ିକ ପ୍ରାୟତଃ ଅଭିଭାବକଙ୍କ ଅପ୍ରତ୍ୟାଶିତ ଶ୍ରେଣୀଗୃହ ହୋଇଯାଏ। ପ୍ରାୟତଃ ପରିବାରରେ ଥିବା ପିଲାଟିର ଦିନସାରାର କାର୍ଯ୍ୟ ମୂଲ୍ୟାୟନ ମାତାପିତାମାନେ…

ଆଗ ଗଛ

ବର୍ତ୍ତମାନ ସମୟର ଇଏ ସବୁଠାରୁ ବଡ଼ ଆହ୍ବାନ। ଆମେ ସବୁ କାମକୁ ପଛରେ ପକାଇ ଆଗ ଗଛ ଲଗାଇବା ଉପରେ ପ୍ରାଧାନ୍ୟ ଦେବା। ଗଛ ଲଗାଇବା, ତା’ର…

ସଙ୍କଟରୁ ପରିବର୍ତ୍ତନର ଆଶା

ଆମେ ଏବେ ଏକ ନିରର୍ଥକ ଯନ୍ତ୍ରଣା ଏବଂ ଆସନ୍ନ ବିନାଶର ପୃଥିବୀରେ ବାସ କରୁଛୁ। ଏଠାରେ ନୈତିକ ବିକାଶ ଧାରଣା ମୂଲ୍ୟହୀନ ହୋଇଯାଇଥିବା ମନେହେଉଛି। ସମସାମୟିକ ସମାଜ…

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri