ଧର୍ମଶାଳା ପଞ୍ଚାୟତ ସମିତି : ଏମଏଲଏ ଲାଡ ପାଣ୍ଠିର ଦୁରୂପଯୋଗ, ଲାଭଦାୟକ କଂକ୍ରିଟକରଣ କାର୍ଯ୍ୟକୁ ଅଧିକ ଗୁରୁତ୍ୱ

ଯାଜପୁର ଅଫିସ,୨୬ା୮: ବିଧାନସଭା ସଦସ୍ୟ ଆଞ୍ଚଳିକ ଉନ୍ନୟନ ପାଣ୍ଠି (ଏମଏଲଏଲାଡ୍ସ) ଯାଜପୁର ଜିଲା ଧର୍ମଶାଳା ବ୍ଲକରେ ଆଶାନୁରୂପକ ଏବଂ ଗାଇଡଲାଇନ ଅନୁସାରେ ଉପଯୁକ୍ତ ଖର୍ଚ୍ଚ ହୋଇ ନ ପାରି ବରବାଦ ହୋଇଛି। ୨୦୧୭-୧୮ ଆର୍ଥିକ ବର୍ଷର ଆୟବ୍ୟୟ ଉପରେ ହୋଇଥିବା ଅଡିଟ ରିପୋର୍ଟରେ ଏହା ଜଳଜଳ ଦିଶୁଛି। ପୂର୍ବ ବର୍ଷର ବକୈୟା ଓ ଅଡିଟ ବର୍ଷରେ ହୋଇଥିବା ଅନୁଦାନକୁ ମିଶାଇ ସମୁଦାୟ ୧କୋଟି ୮୬ ଲକ୍ଷ ୧୮ ହଜାର ୫୬୧ଟଙ୍କା ଏମଏଲଏ ଲାଡ ପାଣ୍ଠିରେ ମହଜୁଦ ରହିଥିଲା। ତେବେ ଅଡିଟ ବର୍ଷରେ ମାତ୍ର ୩୧ଲକ୍ଷ ୩୧ହଜାର ୪୫ଟଙ୍କା ଖର୍ଚ୍ଚ ହୋଇ ପାରିଥିଲା। ମହଜୁଦ ଅର୍ଥରୁ ମାତ୍ର ୧୭ ପ୍ରତିଶତ ଖର୍ଚ୍ଚ ହୋଇଛି। ଯଦ୍ୱାରା ବିଧାନସଭା ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପରାହତ ହୋଇଛି। ସ୍କୁଲ, ଲାଇବ୍ରେରୀ, ହଷ୍ଟେଲ ଗୃହ, ପାନୀୟ ଜଳ, ଗ୍ରାମ୍ୟ ରାସ୍ତା, କ୍ଲବଗୃହ, ଡାକ୍ତରଖାନା, ସରକାରୀ ଜମିରେ ଉଦ୍ୟାନ, ଫାର୍ମ ଫରେଷ୍ଟ୍ରି, ପାର୍କ ଓ ଗାର୍ଡେନ, ଡ୍ରେନେଜ ସିଷ୍ଟମ, ଅଙ୍ଗନଓ୍ବାଡି ଗୃହ, ଶୌଚାଳୟ ଆଦି ନିର୍ମାଣ କରିବାକୁ ଗାଇଡଲାଇନରେ ଉଲ୍ଲେଖ ରହିଛି। ଏହାସହ ଆବଣ୍ଟିତ ଅନୁଦାନର ଅନ୍ୟୁନ ୧୦ ପ୍ରତିଶତ ଦକ୍ଷତା ବୃଦ୍ଧି ଓ ବେକାର ଯୁବତୀଯୁବକଙ୍କୁ ନେଇ ତାଲିମ କାର୍ଯ୍ୟକ୍ରମ କରିବା କଥା। କିନ୍ତୁ ଏହି ଗାଇଡଲାଇନକୁ ସମ୍ପୂର୍ଣ୍ଣ ଭାବେ ଉଲ୍ଲଂଘନ କରାଯାଇଛି। ବିଦ୍ୟୁତୀକରଣ, ନିଯୁକ୍ତି, ପାନୀୟ ଜଳ ସମସ୍ୟା ଓ ସର୍ବସାଧାରଣର ଶୌଚାଳୟ ସମସ୍ୟା ରହିଥିଲେ ହେଁ ଏହି ପାଣ୍ଠିର ଦୁରୂପଯୋଗ କରାଯାଇ ମନଇଚ୍ଛା ଖର୍ଚ୍ଚ ହୋଇଛି ବୋଲି ଅଡିଟ ରିପୋର୍ଟରେ ଦର୍ଶାଯାଇଛି।
ଗତ ୨୦୧୭-୧୮ ଆର୍ଥିକ ବର୍ଷରେ ଏମଏଲଏ ଲାଡ ପାଣ୍ଠିରେ ସମ୍ପୂର୍ଣ୍ଣ ହୋଇଥିବା ୬୯ଟି ପ୍ରକଳ୍ପ କେବଳ କଂକ୍ରିଟକରଣ ରାସ୍ତା ନିର୍ମାଣ ହୋଇଛି। ଏଥିରୁ ଠିକାଦାରମାନଙ୍କ ଲାଭକୁ ଅଧିକ ଗୁରୁତ୍ୱ ଦିଆଯାଇଥିବା ସ୍ପଷ୍ଟ ହୋଇଛି। ଏପରିକି ଏହିସବୁ କାର୍ଯ୍ୟ ଅତି ନିମ୍ନମାନର ହୋଇଥିବା ନିର୍ମିତ ପ୍ରକଳ୍ପଗୁଡିକରୁ ଗେଟି, ସିମେଣ୍ଟ ଉପୁଡି ଆହୁରି ବିପଦାପନ୍ନ ହୋଇଛି। କୁଳନରସିଂହପୁର, ବେହେରାସାହି-ହାମଜାପୁର, ସୋଲେଇ, ଭେଜିଗୋଠ, ନାଥସାହି-ମର୍ଜିତାପୁର, ଗୁଡିଆସାହି ମର୍ଜିତାପୁର, ରାଧାକାନ୍ତ ଜିଉ ମନ୍ଦିର କବାଟବନ୍ଧ, ତରାସ, ରାଧାଦେଈପୁର ମଙ୍ଗଳା ମନ୍ଦିର, ବୁଧିଜାଗୁଳେଇ ମନ୍ଦିର କଣ୍ଟିଗଡିଆ, ହରିଜନସାହି ମହନ୍ତସୋଳା, ସିଦ୍ଧେଶ୍ୱର ମନ୍ଦିର, ଚାରିବାଟିଆ କଂକ୍ରିଟକରଣ, ଅଭୟପୁର ବେହେରାସାହି ହରିଜନଘାଟ, ଫାଜିଲପୁର ଦର୍ସଣି, ପାଇକରାପୁର ହରିଜନସାହି, ଅରାବଳ ହରିଜନସାହି, କୋଟପୁର ସାହୁସାହି, ରେଖିଦେଈପୁର ଲକ୍ଷ୍ମୀ, ଅନନ୍ତ ମଙ୍ଗଳା, ଭବାନୀପୁର, ଭଗବାନପୁର, ଲକ୍ଷ୍ମୀନାରାୟଣ ଖେଳପଡିଆ ପ୍ରଭୃତି ସ୍ଥାନରେ କଂକ୍ରିଟକରଣ କରାଯାଇଛି। କୌଣସି ଧାର୍ମିକ ପୀଠରେ ଏମଏଲଏଲାଡ ବିନିଯୋଗ ହେବାର ନିୟମ ନାହିଁ। କିନ୍ତୁ ଏଠାରେ ୨୦ରୁ ଊର୍ଦ୍ଧ୍ୱ ପ୍ରକଳ୍ପ ଧାର୍ମିକ ପୀଠଗୁଡିକରେ ବ୍ୟବହାର ହୋଇଛି। ଯାହାକି ଏମ୍‌ଏଲ୍‌ଏଲାଡର ମୁଖ୍ୟ ଲକ୍ଷ୍ୟ ବିଚ୍ୟୁତ ହୋଇଥିବା ମନେ ହୋଇଛି। ଧର୍ମଶାଳା ପଞ୍ଚାୟତ ସମିତିର ଅନେକ ଗ୍ରାମରେ ଏବେ ବି ପାନୀୟ ଜଳର ଘୋର ଅଭାବ ରହିଛି। ଏଥିପାଇଁ ଏମଏଲଏଲାଡରୁ ଅଧିକ ପାଣ୍ଠି ବିନିଯୋଗ ହେବା ବିଧେୟ। ତାହା ମଧ୍ୟ ପାଳନ ହୋଇନାହିଁ। ଉପରୋକ୍ତ ତଥ୍ୟକୁ ଅବଲୋକନ କଲେ ବିଧାୟକ ଅନାବଦ୍ଧ ପାଣ୍ଠିକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି। ପ୍ରଶାସନିକ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଓ ଆନ୍ତରିକତା ଅଭାବ ଏଥିପାଇଁ ଦାୟୀ ବୋଲି କୁହାଯାଉଛି। କେତେକ ପ୍ରକଳ୍ପରେ ଆଦୌ ଅର୍ଥ ବିନିଯୋଗ ନ ହୋଇ ମିଥ୍ୟା ବିଲ ଭାଉଚର କରି ଅର୍ଥ ଆମତ୍ାସାତ ମଧ୍ୟ ହୋଇଥିବା ଅଭିଯୋଗ ଉଠିଛି। ଅନୁଦାନ ଅର୍ଥ ଉପଯୁକ୍ତ ଭାବେ ଖର୍ଚ୍ଚ ହୋଇ ପାରୁ ନ ଥିବାରୁ ଏବେ ବି ଗ୍ରାମାଞ୍ଚଳରେ ପାନୀୟ ଜଳ, ସ୍ବାସ୍ଥ୍ୟ, ଶିକ୍ଷା ଆଦି ସମସ୍ୟା ଲାଗି ରହିଛି। ଏହି ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ସମ୍ପୃକ୍ତ ଲୋକପ୍ରତିନିଧି ବ୍ରତୀ ବୋଲି ବିଭିନ୍ନ ସଭାସମିତି ତଥା ଗଣମାଧ୍ୟମ ଆଗରେ ବାହାସ୍ଫୋଟ ମାରୁଛନ୍ତି। କିନ୍ତୁ ଏମଏଲଏ ଲାଡର ସ୍ଥିତିକୁ ଦେଖିଲେ ସାଧାରଣ ଗରିବ, ନୀରିହ ଲୋକଙ୍କ ପାଇଁ ନା କର୍ମୀଙ୍କ ପାଇଁ ଆବଣ୍ଟିତ ଅର୍ଥ ପ୍ରଜୁଯ୍ୟ ହୋଇଛି ତାହା ସ୍ପଷ୍ଟ ଜଣାପଡୁଛି। ଧର୍ମଶାଳା ପଞ୍ଚାୟତ ସମିତିର ଲୋକାଲ ଫଣ୍ଡ ଅଡିଟ କାର୍ଯ୍ୟ ୩୦ା୧୧ା୨୦୧୮ରୁ ୫ା୨ା୨୦୧୯ ପର୍ଯ୍ୟନ୍ତ ହୋଇଥିଲା। ଏହି ଅଡିଟ ରିପୋର୍ଟକୁ ଜିଲା ଅଡିଟ ଅଧିକାରୀଙ୍କ ନିକଟରେ ୨୯ା୫ା୨୦୧୯ରେ ଦାଖଲ ହୋଇଛି। ମୁଖ୍ୟ ଅଡିଟର ଉଦୟ କୁମାର ନାୟକ ଓ ଅଡିଟର ମନୋରମା ଭୋଇ ଅଡିଟ କାର୍ଯ୍ୟ ସମ୍ପାଦନ କରିଥିଲେ। ତେବେ ଅଡିଟ ସମ୍ପର୍କରେ ଧର୍ମଶାଳା ବିଡିଓ ହେମନ୍ତ କୁମାର ସ୍ବାଇଁଙ୍କୁ ପଚାରିବାରୁ ସେ ନୂଆ ହୋଇ ଆସିଛନ୍ତି ଏବଂ ଅଡିଟ ରିପୋର୍ଟ ଅନୁଧ୍ୟାନ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri