ଧର୍ମଶାଳା ପଞ୍ଚାୟତ ସମିତି : ଏମଏଲଏ ଲାଡ ପାଣ୍ଠିର ଦୁରୂପଯୋଗ, ଲାଭଦାୟକ କଂକ୍ରିଟକରଣ କାର୍ଯ୍ୟକୁ ଅଧିକ ଗୁରୁତ୍ୱ

ଯାଜପୁର ଅଫିସ,୨୬ା୮: ବିଧାନସଭା ସଦସ୍ୟ ଆଞ୍ଚଳିକ ଉନ୍ନୟନ ପାଣ୍ଠି (ଏମଏଲଏଲାଡ୍ସ) ଯାଜପୁର ଜିଲା ଧର୍ମଶାଳା ବ୍ଲକରେ ଆଶାନୁରୂପକ ଏବଂ ଗାଇଡଲାଇନ ଅନୁସାରେ ଉପଯୁକ୍ତ ଖର୍ଚ୍ଚ ହୋଇ ନ ପାରି ବରବାଦ ହୋଇଛି। ୨୦୧୭-୧୮ ଆର୍ଥିକ ବର୍ଷର ଆୟବ୍ୟୟ ଉପରେ ହୋଇଥିବା ଅଡିଟ ରିପୋର୍ଟରେ ଏହା ଜଳଜଳ ଦିଶୁଛି। ପୂର୍ବ ବର୍ଷର ବକୈୟା ଓ ଅଡିଟ ବର୍ଷରେ ହୋଇଥିବା ଅନୁଦାନକୁ ମିଶାଇ ସମୁଦାୟ ୧କୋଟି ୮୬ ଲକ୍ଷ ୧୮ ହଜାର ୫୬୧ଟଙ୍କା ଏମଏଲଏ ଲାଡ ପାଣ୍ଠିରେ ମହଜୁଦ ରହିଥିଲା। ତେବେ ଅଡିଟ ବର୍ଷରେ ମାତ୍ର ୩୧ଲକ୍ଷ ୩୧ହଜାର ୪୫ଟଙ୍କା ଖର୍ଚ୍ଚ ହୋଇ ପାରିଥିଲା। ମହଜୁଦ ଅର୍ଥରୁ ମାତ୍ର ୧୭ ପ୍ରତିଶତ ଖର୍ଚ୍ଚ ହୋଇଛି। ଯଦ୍ୱାରା ବିଧାନସଭା ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପରାହତ ହୋଇଛି। ସ୍କୁଲ, ଲାଇବ୍ରେରୀ, ହଷ୍ଟେଲ ଗୃହ, ପାନୀୟ ଜଳ, ଗ୍ରାମ୍ୟ ରାସ୍ତା, କ୍ଲବଗୃହ, ଡାକ୍ତରଖାନା, ସରକାରୀ ଜମିରେ ଉଦ୍ୟାନ, ଫାର୍ମ ଫରେଷ୍ଟ୍ରି, ପାର୍କ ଓ ଗାର୍ଡେନ, ଡ୍ରେନେଜ ସିଷ୍ଟମ, ଅଙ୍ଗନଓ୍ବାଡି ଗୃହ, ଶୌଚାଳୟ ଆଦି ନିର୍ମାଣ କରିବାକୁ ଗାଇଡଲାଇନରେ ଉଲ୍ଲେଖ ରହିଛି। ଏହାସହ ଆବଣ୍ଟିତ ଅନୁଦାନର ଅନ୍ୟୁନ ୧୦ ପ୍ରତିଶତ ଦକ୍ଷତା ବୃଦ୍ଧି ଓ ବେକାର ଯୁବତୀଯୁବକଙ୍କୁ ନେଇ ତାଲିମ କାର୍ଯ୍ୟକ୍ରମ କରିବା କଥା। କିନ୍ତୁ ଏହି ଗାଇଡଲାଇନକୁ ସମ୍ପୂର୍ଣ୍ଣ ଭାବେ ଉଲ୍ଲଂଘନ କରାଯାଇଛି। ବିଦ୍ୟୁତୀକରଣ, ନିଯୁକ୍ତି, ପାନୀୟ ଜଳ ସମସ୍ୟା ଓ ସର୍ବସାଧାରଣର ଶୌଚାଳୟ ସମସ୍ୟା ରହିଥିଲେ ହେଁ ଏହି ପାଣ୍ଠିର ଦୁରୂପଯୋଗ କରାଯାଇ ମନଇଚ୍ଛା ଖର୍ଚ୍ଚ ହୋଇଛି ବୋଲି ଅଡିଟ ରିପୋର୍ଟରେ ଦର୍ଶାଯାଇଛି।
ଗତ ୨୦୧୭-୧୮ ଆର୍ଥିକ ବର୍ଷରେ ଏମଏଲଏ ଲାଡ ପାଣ୍ଠିରେ ସମ୍ପୂର୍ଣ୍ଣ ହୋଇଥିବା ୬୯ଟି ପ୍ରକଳ୍ପ କେବଳ କଂକ୍ରିଟକରଣ ରାସ୍ତା ନିର୍ମାଣ ହୋଇଛି। ଏଥିରୁ ଠିକାଦାରମାନଙ୍କ ଲାଭକୁ ଅଧିକ ଗୁରୁତ୍ୱ ଦିଆଯାଇଥିବା ସ୍ପଷ୍ଟ ହୋଇଛି। ଏପରିକି ଏହିସବୁ କାର୍ଯ୍ୟ ଅତି ନିମ୍ନମାନର ହୋଇଥିବା ନିର୍ମିତ ପ୍ରକଳ୍ପଗୁଡିକରୁ ଗେଟି, ସିମେଣ୍ଟ ଉପୁଡି ଆହୁରି ବିପଦାପନ୍ନ ହୋଇଛି। କୁଳନରସିଂହପୁର, ବେହେରାସାହି-ହାମଜାପୁର, ସୋଲେଇ, ଭେଜିଗୋଠ, ନାଥସାହି-ମର୍ଜିତାପୁର, ଗୁଡିଆସାହି ମର୍ଜିତାପୁର, ରାଧାକାନ୍ତ ଜିଉ ମନ୍ଦିର କବାଟବନ୍ଧ, ତରାସ, ରାଧାଦେଈପୁର ମଙ୍ଗଳା ମନ୍ଦିର, ବୁଧିଜାଗୁଳେଇ ମନ୍ଦିର କଣ୍ଟିଗଡିଆ, ହରିଜନସାହି ମହନ୍ତସୋଳା, ସିଦ୍ଧେଶ୍ୱର ମନ୍ଦିର, ଚାରିବାଟିଆ କଂକ୍ରିଟକରଣ, ଅଭୟପୁର ବେହେରାସାହି ହରିଜନଘାଟ, ଫାଜିଲପୁର ଦର୍ସଣି, ପାଇକରାପୁର ହରିଜନସାହି, ଅରାବଳ ହରିଜନସାହି, କୋଟପୁର ସାହୁସାହି, ରେଖିଦେଈପୁର ଲକ୍ଷ୍ମୀ, ଅନନ୍ତ ମଙ୍ଗଳା, ଭବାନୀପୁର, ଭଗବାନପୁର, ଲକ୍ଷ୍ମୀନାରାୟଣ ଖେଳପଡିଆ ପ୍ରଭୃତି ସ୍ଥାନରେ କଂକ୍ରିଟକରଣ କରାଯାଇଛି। କୌଣସି ଧାର୍ମିକ ପୀଠରେ ଏମଏଲଏଲାଡ ବିନିଯୋଗ ହେବାର ନିୟମ ନାହିଁ। କିନ୍ତୁ ଏଠାରେ ୨୦ରୁ ଊର୍ଦ୍ଧ୍ୱ ପ୍ରକଳ୍ପ ଧାର୍ମିକ ପୀଠଗୁଡିକରେ ବ୍ୟବହାର ହୋଇଛି। ଯାହାକି ଏମ୍‌ଏଲ୍‌ଏଲାଡର ମୁଖ୍ୟ ଲକ୍ଷ୍ୟ ବିଚ୍ୟୁତ ହୋଇଥିବା ମନେ ହୋଇଛି। ଧର୍ମଶାଳା ପଞ୍ଚାୟତ ସମିତିର ଅନେକ ଗ୍ରାମରେ ଏବେ ବି ପାନୀୟ ଜଳର ଘୋର ଅଭାବ ରହିଛି। ଏଥିପାଇଁ ଏମଏଲଏଲାଡରୁ ଅଧିକ ପାଣ୍ଠି ବିନିଯୋଗ ହେବା ବିଧେୟ। ତାହା ମଧ୍ୟ ପାଳନ ହୋଇନାହିଁ। ଉପରୋକ୍ତ ତଥ୍ୟକୁ ଅବଲୋକନ କଲେ ବିଧାୟକ ଅନାବଦ୍ଧ ପାଣ୍ଠିକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି। ପ୍ରଶାସନିକ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଓ ଆନ୍ତରିକତା ଅଭାବ ଏଥିପାଇଁ ଦାୟୀ ବୋଲି କୁହାଯାଉଛି। କେତେକ ପ୍ରକଳ୍ପରେ ଆଦୌ ଅର୍ଥ ବିନିଯୋଗ ନ ହୋଇ ମିଥ୍ୟା ବିଲ ଭାଉଚର କରି ଅର୍ଥ ଆମତ୍ାସାତ ମଧ୍ୟ ହୋଇଥିବା ଅଭିଯୋଗ ଉଠିଛି। ଅନୁଦାନ ଅର୍ଥ ଉପଯୁକ୍ତ ଭାବେ ଖର୍ଚ୍ଚ ହୋଇ ପାରୁ ନ ଥିବାରୁ ଏବେ ବି ଗ୍ରାମାଞ୍ଚଳରେ ପାନୀୟ ଜଳ, ସ୍ବାସ୍ଥ୍ୟ, ଶିକ୍ଷା ଆଦି ସମସ୍ୟା ଲାଗି ରହିଛି। ଏହି ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ସମ୍ପୃକ୍ତ ଲୋକପ୍ରତିନିଧି ବ୍ରତୀ ବୋଲି ବିଭିନ୍ନ ସଭାସମିତି ତଥା ଗଣମାଧ୍ୟମ ଆଗରେ ବାହାସ୍ଫୋଟ ମାରୁଛନ୍ତି। କିନ୍ତୁ ଏମଏଲଏ ଲାଡର ସ୍ଥିତିକୁ ଦେଖିଲେ ସାଧାରଣ ଗରିବ, ନୀରିହ ଲୋକଙ୍କ ପାଇଁ ନା କର୍ମୀଙ୍କ ପାଇଁ ଆବଣ୍ଟିତ ଅର୍ଥ ପ୍ରଜୁଯ୍ୟ ହୋଇଛି ତାହା ସ୍ପଷ୍ଟ ଜଣାପଡୁଛି। ଧର୍ମଶାଳା ପଞ୍ଚାୟତ ସମିତିର ଲୋକାଲ ଫଣ୍ଡ ଅଡିଟ କାର୍ଯ୍ୟ ୩୦ା୧୧ା୨୦୧୮ରୁ ୫ା୨ା୨୦୧୯ ପର୍ଯ୍ୟନ୍ତ ହୋଇଥିଲା। ଏହି ଅଡିଟ ରିପୋର୍ଟକୁ ଜିଲା ଅଡିଟ ଅଧିକାରୀଙ୍କ ନିକଟରେ ୨୯ା୫ା୨୦୧୯ରେ ଦାଖଲ ହୋଇଛି। ମୁଖ୍ୟ ଅଡିଟର ଉଦୟ କୁମାର ନାୟକ ଓ ଅଡିଟର ମନୋରମା ଭୋଇ ଅଡିଟ କାର୍ଯ୍ୟ ସମ୍ପାଦନ କରିଥିଲେ। ତେବେ ଅଡିଟ ସମ୍ପର୍କରେ ଧର୍ମଶାଳା ବିଡିଓ ହେମନ୍ତ କୁମାର ସ୍ବାଇଁଙ୍କୁ ପଚାରିବାରୁ ସେ ନୂଆ ହୋଇ ଆସିଛନ୍ତି ଏବଂ ଅଡିଟ ରିପୋର୍ଟ ଅନୁଧ୍ୟାନ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ବଡ଼ ପଦକ୍ଷେପ: ଚାଉଳ ମିଲିଂ ଖର୍ଚ୍ଚ ୨ ଗୁଣ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର,୫।୬: ରାଜ୍ୟର ଚାଷୀମାନଙ୍କ ଠାରୁ ସୁରୁଖୁରୁରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ଆଗେଇ ନେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି।…

ଜେଲ୍‌ର ଜୁଲୁମ୍ ଆଗରେ ନଇଁବନି ଆଦିବାସୀଙ୍କ ଜଳ-ଜଙ୍ଗଲ-ଜମିର ଲଢ଼େଇ; କୁର୍କୁଟି ମୌଜାରୁ ସରକାରଙ୍କୁ ସିଧା ଚ୍ୟାଲେଞ୍ଜ

ଥୁଆମୂଳ ରାମପୁର, ୦୫/୦୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୁଣପୁର ଗ୍ରାମପଞ୍ଚାୟତର ପୁଲିଙ୍ଗପଦର ଗ୍ରାମରୁ ବିଶ୍ୱ ପରିବେଶ ଦିବସ ଅବସରରେ ‘ଖଣ୍ଡୁଆଳମାଳି ସ୍ଥାୟୀ…

ରବିରେ ଉଠିଲା ଖରିଫ ଧାନ: ଇଚ୍ଛାମୃତ୍ୟୁ ଆବେଦନ କରିଥିଲେ ଚାଷୀ

ବରଗଡ଼,୫।୬(ପ୍ରେମାନନ୍ଦ ଖମାରୀ)- ଗତ ଖରିଫ ଋତୁରେ ଧାନ ବିକ୍ରି ପଞ୍ଜୀକରଣରୁ ବାଦ୍ ପଡ଼ି ବରଗଡ଼ ଜିଲା ସହରାଟିକ୍ରା ମଣ୍ଡି ଉପରେ ନିର୍ଭରଶୀଳ ଅନେକ ଚାଷୀ ଧାନ ବିକ୍ରି…

ଭଞ୍ଜନଗରରେ କଂଗ୍ରେସ ପ୍ରଭାରୀ: ଜିଲା ସଂଗଠନ ସୁଦୃଢ଼ ଉପରେ…

ଭଞ୍ଜନଗର,୫।୬(ବାବୁଲା ପ୍ରଧାନ): ଓଡ଼ିଶା କଂଗ୍ରେସ ପ୍ରଭାରୀ ଜେ.ଟି. କୁସୁମ କୁମାର ଶୁକ୍ରବାର ଅପରାହ୍ନରେ ଭଞ୍ଜନଗର ଗସ୍ତରେ ଆସି ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଗଞ୍ଜାମ…

୪୪ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା,୫ା୬(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରା ଚାଲାଣ ବେଳେ ମୋହନା ପୋଲିସ ଚଢାଉ କରି ଗଞ୍ଜେଇ ଜବତ କରିଛି। ଏଥିରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରିଛି। ସେ ହେଲେ…

କଇଠଖଣ୍ଡି ପଞ୍ଚାୟତକୁ ପ୍ରକୃତି ମିତ୍ର ଏବଂ ଅଧ୍ୟକ୍ଷ ଚିନ୍ତାମଣି ଏବଂ ଚାଷୀ କେ. ଶ୍ୟାମ ସୁନ୍ଦରଙ୍କୁ ମିଳିଲା ପ୍ରକୃତି ବନ୍ଧୁ ପୁରସ୍କାର

ଦିଗପହଣ୍ଡି,୫|୬(ଅଶେଷ ନାଥ ମିଶ୍ର): ପ୍ରକୃତି ସଂରକ୍ଷଣ ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଦିଗପହଣ୍ଡି ବ୍ଳକର କଇଠଖଣ୍ଡି ପଞ୍ଚାୟତକୁ ପ୍ରକୃତି ମିତ୍ର ସମ୍ମାନରେ ସମ୍ମାନୀତ କରାଯିବା ସହ ପୁରସ୍କାର…

ଫେକ୍ ରିଭ୍ୟୁରୁ ସାବଧାନ! ଅନଲାଇନ୍ ଶପିଂ ସମୟରେ ଷ୍ଟାର୍ ରେଟିଂ ଦେଖି ଠକିଯାଉଛନ୍ତି କି? ଏମିତି କରନ୍ତୁ ଅସଲି-ନକଲିର ଚିହ୍ନଟ…

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଅନଲାଇନ ଶପିଂ ଆମର ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଗଲାଣି। ଘରେ ବସି ମନପସନ୍ଦର ସାମଗ୍ରୀ ପାଇବା ଯେତିକି ସହଜ, ଏଥିରେ…

ଭାରତକୁ ବଡ଼ ସଫଳତା: ଆଣ୍ଡାମାନ ସମୁଦ୍ର ଗର୍ଭରୁ ମିଳିଲା ପ୍ରାକୃତିକ ଗ୍ୟାସର ବିପୁଳ ଭଣ୍ଡାର!

ନୂଆଦିଲ୍ଲୀ,୫।୬: ଭାରତର ଶକ୍ତି ସୁରକ୍ଷା ଏବଂ ଦେଶ ଭିତରେ ଉତ୍ପାଦନ ବୃଦ୍ଧି କ୍ଷେତ୍ରରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦେଶର ପ୍ରମୁଖ ସରକାରୀ ତୈଳ କମ୍ପାନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri