ଧରାପଡ଼ିଲେ ୯ ଜଣିଆ ଲୁଟେରା ଗ୍ୟାଙ୍ଗ: ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କୁ ଲୁଟୁଥିଲେ

ଛତ୍ରପୁର,୪ା୧୨(ଡି.ଏନ.ଏ)-କର୍ମଚାରୀଙ୍କଠାରୁ ଲୁଟପାଟ କରୁଥିବା ୯ ଜଣିଆ ଏକ ଲୁଟେରା ଗ୍ୟାଙ୍ଗକୁ ଗଞ୍ଜାମ ପୋଲିସ ଧରିବାରେ ସଫଳ ହୋଇଛି। ଗଞ୍ଜାମ ଓ ନୟାଗଡ ଜିଲାରେ ହୋଇଥିବା ୧୨ଟି ଲୁଟ୍‌ ଘଟଣା ଏବଂ ଏକ ହତ୍ୟା ମାମଲାରେ ଏମାନେ ସମ୍ପୃକ୍ତ ଥିଲେ। ଅଭିଯୁକ୍ତମାନଙ୍କ ମଧ୍ୟରେ ଜଣେ ନାବାଳକ ଥିବା ପୋଲିସ ସୂଚନା ଦେଇଛି। କବିସୂର୍ଯ୍ୟନଗର ଥାନା ଅର୍ଜୁନପଲ୍ଲୀ ଗାଁର ଯୋଗୀ ଗୌଡ, କବିସୂର୍ଯ୍ୟନଗର ଆଇବି ରୋଡ୍‌ର ସୁନିଲ ମହାନ୍ତି ଓରଫ୍‌ ସୁନିଲ ନାହାକ ଓରଫ୍‌ ମଲ୍ଲ, ବଡଆଗୁଳା ଗାଁର ତନୁଜ ସ୍ବାଇଁ ଓରଫ ତନ୍ମୟ, ଆଇବି ରୋଡ୍‌ର ସଞ୍ଜୟ ନାହାକ, ଖଲ୍ଲିକୋଟ ଥାନା ଲୋଚାପଡା ଗାଁର ଶିବରାମ ଦାସ ଓରଫ ଶିବ, ପାଟପୁର ଥାନା ଏସ୍‌. ଗୋପାଳପୁର ଗାଁର ଅଶ୍ୱିନୀ ଗୌଡ, ପୁରୁଷୋତ୍ତମପୁର ଥାନା ଅରଖପୁର ଗାଁର ମନୋଜ ଗୌଡ, କନ୍ଧମାଳ ଜିଲା ସଦର ଫୁଲବାଣୀ ଥାନା ମଲିକପଡା ଗାଁର ଭରତ ପ୍ରଧାନଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନଙ୍କ ଠାରୁ ୪ ପିସ୍ତଲ, ଗୋଟିଏ ଖେଳନା ପିସ୍ତଲ, ୧୪ଟି ଜୀବନ୍ତ ଗୁଳି, ଖଣ୍ଡା, ଛୁରି, ୪ଟି ଦୁଇଚକିଆ ବାଇକ୍‌/ସ୍କୁଟି ଓ ୧୬ଟି ମୋବାଇଲ ଫୋନ ଜବତ କରାଯାଇଛି । ଶୁକ୍ରବାର ଛତ୍ରପୁରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ପି ବ୍ରିଜେଶ କୁମାର ରଏ ଏହି ସୂଚନା ଦେଇଛନ୍ତି।
ଏସ୍‌ପି କହିଛନ୍ତି, ଏହି ଗ୍ୟାଙ୍ଗ ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କୁ ଟାର୍ଗେଟ କରୁଥିଲେ। ଗ୍ୟାଙ୍ଗରେ କିଏ ସୂଚନା ଦେଉଥିଲେ ତ ଆଉ କିଏ ଟ୍ରାକ୍‌ କରୁଥିଲେ ଏବଂ ଅନ୍ୟମାନେ ଲୁଟ୍‌ କରୁଥିଲେ । ଗ୍ୟାଙ୍ଗ୍‌ରେ ଆଉ କିଏ ଅଛନ୍ତି ତାହା ଜାଣିବା ଓ ଲୁଟ୍‌ ଟଙ୍କା ଜବତ ପାଇଁ ତଦନ୍ତ ଜାରି ରହିଛି। ଗିରଫ ଯୋଗୀ ଲୁଟ୍‌ କରି ବାଇକ୍‌ରେ ଦ୍ରୁତ ଗତିରେ ଯାଉଥିବାବେଳ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ତାଙ୍କ ଗୋଡରେ ଗଭୀର ଆଘାତ ଲାଗିଛି। ଲୁଟେରା ଗ୍ୟାଙ୍ଗକୁ ଧରିବା ପାଇଁ ଖଲ୍ଲିକୋଟ, ପୁରୁଷୋତ୍ତମପୁର, କବିସୂର୍ଯ୍ୟନଗର, ଗାଙ୍ଗପୁର ଓ କୋଦଳା ଥାନା ଆଇଆଇସି ଓ କର୍ମଚାରୀଙ୍କୁ ନେଇ ଏକ ଟିମ୍‌ ଗଠନ ହୋଇଥିଲା । ପୁରୁଷୋତ୍ତମପୁର ଓ ଛତ୍ରପୁର ଏସ୍‌ଡିପିଓ ଏବଂ ଅତିରିକ୍ତ ଏସ୍‌ପି ଏହାର ମନିଟରିଂ କରୁଥିଲେ ବୋଲି ଏସପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ନିଜ ନିର୍ବାଚନ ମଣ୍ଡଳୀରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ,୨୪ା୪(ଦ୍ୱିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାରଠାରୁ ନିଜ ନିଜାଚନ ମଣ୍ଡଳୀ ହିଞ୍ଜିଳିରୁ ୨୦୨୪ ନିର୍ବାଚନ ପ୍ରଚାରର ଶୁଭାରମ୍ଭ କରିଛନ୍ତି। ହିଞ୍ଜିଳିକାଟୁ...

ବିରୋଧୀ କେବେ ସଫଳ ହେବେନି, ବିଜେଡି ବିପୁଳ ବିଜୟ ହାସଲ କରିବ: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ହିଞ୍ଜିଳି ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିରୋଧୀ ଅପପ୍ରଚାର କରିବା ସହ ବିକାଶ କାମରେ ବାଧା...

ଓଡ଼ିଶାର ସାଢ଼େ ୪ କୋଟି ମୋର ପରିବାର: ନବୀନ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ଆଜିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏହି ସମୟରେ ନିଜ ନିର୍ବାଚନ ମଣ୍ଡଳୀର ହିଞ୍ଜିଳିକାଟୁରେ...

ହିଞ୍ଜିଳିକାଟୁରୁ ପ୍ରଚାର ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ହିଞ୍ଜିଳିକାଟୁ,୨୪।୪(ଦ୍ୱିତୀକୃଷ୍ଣ ପଣ୍ଡା): ବିଜେଡିର ଷ୍ଟାର ପ୍ରଚାରକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପାରମ୍ପରିକ ଆସନରୁ ହିଞ୍ଜିଳିରୁ ପ୍ରଚାର ଆରମ୍ଭ କରିଛନ୍ତି। ତାଙ୍କ ସହ ଫାଇଭ-ଟି...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri