ଦ୍ୱିତୀୟ ସୋପାନ ମାନ୍ୟତା ପାଇଁ ସ୍ଥିତି ଜଣାଇଲା ବିଏମ୍‌ସି

ଭୁବନେଶ୍ୱର,୧୫।୨ (ବ୍ୟୁରୋ): ସ୍ବଚ୍ଛ ଭାରତ ମିଶନ ଭଳି ପ୍ରମୁଖ ତଥା ଦୀର୍ଘମିଆଦୀ କାର୍ଯ୍ୟକ୍ରମରେ ସହରାଞ୍ଚଳଗୁଡ଼ିକ ମଧ୍ୟରେ ପ୍ରତିଯୋଗିିତା ଲାଗିରହିଛି। ଭୁବନେଶ୍ୱର ଖୋଲା ମଳତ୍ୟାଗମୁକ୍ତ ସହରର ପ୍ରଥମ ସୋପାନ ଅତିକ୍ରମ କରି ଦ୍ୱିତୀୟ ସୋପାନ ବା ଓଡିଏଫ୍‌ ++ ରେ ନିଜର ସ୍ଥାନ ନିର୍ଦ୍ଧାରଣ କରିଥିବା ମହାନଗର ନିଗମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରଣାଳୟ ଦ୍ୱାରା ସ୍ଥିରୀକୃତ ବିବିଧ ଭିତ୍ତିିଭୂମି ଏବଂ ଗୁଣାବଳୀ ଆଧାରରେ ଏହି ମାନ୍ୟତା ଦିଆଯାଇଥାଏ। ସ୍ଥିରୀକୃତ ଗୁଣାବଳୀ ମଧ୍ୟରେ ଖୋଲା ମଳତ୍ୟାଗ ଏବଂ ମୂତ୍ରତ୍ୟାଗ ନ ହେବା, ସମସ୍ତ ବ୍ୟକ୍ତିଗତ ପାଇଖାନାରେ ଜଳ ସଂଯୋଗ ହୋଇ ଏହା ସ୍ବଚ୍ଛ ରହିବା, ସମସ୍ତ ଗୋଷ୍ଠୀ ଏବଂ ପବ୍ଲିକ୍‌ ଟଏଲେଟ୍‌ ସମ୍ପୃକ୍ତ ଗୋଷ୍ଠୀଠାରୁ ୫୦୦ ମିଟର ଦୂରରେ ରଖିବା, ମଳ ଉପଚାର ବିଜ୍ଞାନ ସମ୍ମତ ଭାବେ ହେବା ଆଦି ରହିଛି। ସେହିପରି ସମସ୍ତ ପାଇଖାନା ସ୍ବେରେଜ୍‌ ନେଟ୍‌ୱର୍କକୁ ସଂଯୋଗ ହେବା କିମ୍ବା ଏହାର ନିଜସ୍ବ ସୋପିଟ୍‌ ଓ ସେପ୍ଟିକ୍‌ ଟାଙ୍କି ରହିବା, ପାଇଖାନା ଟାଙ୍କି ନିୟମିତ ବ୍ୟବଧାନରେ ଖାଲିହେବା, ସମସ୍ତ ସେପ୍ଟିକ୍‌ ଟାଙ୍କି ସଫା କରୁଥିବା ସେସ୍‌ପୁଲ୍‌ ମହାନଗର ନିଗମ ସହିତ ନିବନ୍ଧିତ ହେବା, ବାହାରେ ଓ ଡ଼୍ରେନ୍‌ ଇତ୍ୟାଦିରେ ଅଣଉପଚାରିତ ମଳ ନିସ୍ତାରଣ ଲାଗି ଜରିମାନା ଆଦାୟ କରାଯିବା, ପରିମଳଜନିତ ସେବା ବ୍ୟବସ୍ଥାର ମାନଦଣ୍ଡ ସମ୍ପୃକ୍ତ ପୌରସଂସ୍ଥା ଜଣାଇବା, କୌଣସି ପାଇଖାନା ଜଳରାଶିକୁ ସଂଯୋଗ ନ ହେବା, ସହରରୁ ନିର୍ଗତ ମଳର ଉପଚାର ହେବା ଇତ୍ୟାଦି ଗୁଣାବଳୀ ରହିଛି। ତେବେ ଏହି ସବୁକୁ ନିଶ୍ଚିତ କରିବା ନିମନ୍ତେ ମୁଖ୍ୟତଃ ୪ ପ୍ରକାର ମାନଦଣ୍ଡ ଜଳଯୋଗାଣ ସୂଚକ, ସ୍ବେରେଜ୍‌ ଏବଂ ପରିମଳ ସୂଚକ, କଠିନ ବର୍ଜ୍ୟବସ୍ତୁ ପରିଚାଳନା ସୂଚକ ଏବଂ ବର୍ଷାବିପତ୍ାତ ଜଳ ଓ ଡ଼୍ରେନେଜ୍‌ ସୂଚକ ଇତ୍ୟାଦିକୁ ବିଚାରକୁ ନିଆଯାଇଥାଏ। ଏହି କ୍ରମରେ ମୋଟ ୨୮ଟି ସୂଚକର ବିବିଧ ଦିଗ ଉପରେ ଆଲୋକପାତ କରି ସମ୍ପୃକ୍ତ ଅଧିକାରୀ ମାନଦଣ୍ଡ ନିର୍ଦ୍ଧାରଣ କରିଥାନ୍ତିି। ଏ ନେଇ ବିବିଧ ସୂଚକ ଉପରେ ବିଏମସି କାର୍ଯ୍ୟାଳୟରେ ଆଲୋକପାତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri