ଦ୍ୱିତୀୟ ପ୍ୟାକେଜ ନେଇ ନିଷ୍ପତ୍ତି ଶୀଘ୍ର

ନୂଆଦିଲ୍ଲୀ,୧୬ା୪: ଦେଶର ଅର୍ଥ ବ୍ୟବସ୍ଥା ଉପରେ କୋଭିଡ-୧୯ର ଗଭୀର ପ୍ରଭାବ ରହିଛି। ପ୍ରଭାବକୁ କମ୍‌ କରିବା ଲାଗି ସରକାର ପ୍ରାଥମିକ ପର୍ଯ୍ୟାୟରେ ୧.୭ ଲକ୍ଷ କୋଟି ଟଙ୍କାର ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିଛନ୍ତି। ସାଧାରଣ ଲୋକଙ୍କ ଲାଗି ଏହି ପ୍ୟାକେଜ ଆସିଥିବା ବେଳେ ଗଭୀର ଭାବେ ପ୍ରଭାବିତ ଶିଳ୍ପ ଜଗତ, ଏମଏସ୍‌ଏମ୍‌ଇ, ପର୍ଯ୍ୟଟନ ଶିଳ୍ପ, ବିମାନ ଚଳାଚଳ ଭଳି ଅନ୍ୟ କ୍ଷେତ୍ର ଲାଗି ସରକାର ଏବେ ଯାଏ କିଛି ଘୋଷଣା କରିନାହାନ୍ତି। ଏହି କ୍ଷେତ୍ରଗୁଡିକ ସରକାରଙ୍କଠାରୁ ସହାୟତା ପାଇବା ଲାଗି ଚାହିଁ ରହିଛନ୍ତି। ଏହି କ୍ଷେତ୍ରଗୁଡିକର ଅସୁବିଧାକୁ ନଜରରେ ରଖି ଶୀଘ୍ର ଦ୍ୱିତୀୟ ପ୍ରୋତ୍ସାହନ ପ୍ୟାକେଜ ଆସିବା ନେଇ ସୂଚନା ରହିଛି। ଏ ନେଇ ସରକାର ଶୀଘ୍ର ନିଷ୍ପତ୍ତି ନେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏ ନେଇ ଶୀଘ୍ର ଜରୁରୀ ବୈଠକରେ ଏ ନେଇ ଆଲୋଚନା କରିବେ। ଏଠାରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ(ପିଏମ୍‌ଓ) ଏବଂ ଅର୍ଥମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗଦେବେ ବୋଲି ଜଣାପଡିଛି।
ଚଳିତ ସପ୍ତାହରେ ଏହି ପ୍ୟାକେଜ ଘୋଷଣା ହେବାର ସମ୍ଭାବନା ରହିଛି। ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ପ୍ରଭାବିତ ହୋଇଥିବା ସାଧାରଣ ଲୋକ, ଏମ୍‌ଏସ୍‌ଏମ୍‌ଇ ଏବଂ ଅନ୍ୟ କ୍ଷତିଗ୍ରସ୍ତ କ୍ଷେତ୍ରଗୁଡିକୁ ସରକାର ଏହି ପ୍ୟାକେଜ ମାଧ୍ୟମରେ ସହାୟତା କରିବେ। ଗତ ମାସରେ ଘୋଷଣା ହୋଇଥିବା ୧.୭ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ମଧ୍ୟରେ ମାଗଣା ଖାଦ୍ୟଶସ୍ୟ ଯୋଗାଣ, ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଅର୍ଥ ଯୋଗାଣ, ନିଶ୍ଚିତ କର୍ମ ନିଯୁକ୍ତି କାର୍ଯ୍ୟକ୍ରମରେ ବେତନ ବୃଦ୍ଧି ଭଳି ପଦକ୍ଷେପ ସରକାର ହାତକୁ ନେଇଛନ୍ତି। ନୂଆ ପ୍ୟାକେଜ ନେଇ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ଯେ, ପ୍ରୋତ୍ସାହନ ପ୍ୟାକେଜ ହୁଏତ ଗତ ଥରର ପ୍ୟାକେଜ ଭଳି ସମାନ ହୋଇ ନ ପାରେ। ସରକାର ସବୁ ଦିଗକୁ ବିଚାର କରି ଲକ୍‌ଡାଉନ ଉଠିବା ପରେ ମଧ୍ୟ ବିଭିନ୍ନ ଯୋଜନା ହାତକୁ ନେଇପାରିବେ।
ଏମ୍‌ଏସ୍‌ଏମ୍‌ଇଗୁଡିକ ଲାଗି ସହଜ କ୍ରେଡିଟ ସୁବିଧା, ଖାଦ୍ୟ ଶସ୍ୟ ଯୋଗାଣ ଏବଂ ଗରିବଙ୍କ ବ୍ୟାଙ୍କ ଖାତାକୁ ପୁଣି ଥରେ ଅର୍ଥ ଯୋଗାଣ ନେଇ ସରକାର ପୁଣି ଥରେ ବିଚାର କରିପାରନ୍ତି ବୋଲି ଅନ୍ୟ ଜଣେ ଅଧିକାରୀ କହିଛନ୍ତି। ସେହିଭଳି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ମଜୁରିରେ ବୃଦ୍ଧି ପ୍ରସ୍ତାବ ମଧ୍ୟ ରହିଛି। ଗ୍ରାମାଞ୍ଚଳରେ ନିଯୁକ୍ତି ସୃଷ୍ଟି ଲାଗି ଏମ୍‌ଜିଏନ୍‌ଆରଇଜିଏସରେ ଲୋକଙ୍କୁ କର୍ମଯୋଗାଣ ଉପରେ ବିଚାର କରାଯାଉଛି। ଗ୍ରାମାଞ୍ଚଳ ଏବଂ ଅର୍ଦ୍ଧ ସହରାଞ୍ଚଳଗୁଡିକରେ ଆର୍ଥତ୍କ କାର୍ଯ୍ୟକଳାପ ପୁଣି ଥରେ ଆରମ୍ଭ କରିବାକୁ ଧ୍ୟାନରେ ରଖାଯାଇଛି ବୋଲି ଅଧିକାରୀ କହିଛନ୍ତି। ସରକାର ଲକ୍‌ଡାଉନ ପରିସରକୁ କୃଷିକୁ ବାହାରେ ରଖିଛନ୍ତି। ରବି ଫସଲ ଯେଭଳି ଠିକ ଭାବେ ଅମଳ ହୋଇପାରିବ ତାକୁ ଧ୍ୟାନରେ ରଖାଯାଇଛି। ବର୍ତ୍ତମାନ କୃଷି ସାମଗ୍ରୀ ଯେଭଳି ଠିକ୍‌ ମୂଲ୍ୟରେ ବିକ୍ରି ହୋଇ ପାରିବ ତାକୁ ମଧ୍ୟ ସରକାର ଧ୍ୟାନରେ ରଖିଛନ୍ତି। ଏହା ହେଲେ କୃଷକଙ୍କ ସମସ୍ୟା କିଛି ପରିମାଣରେ ହ୍ରାସ ହୋଇ ପାରିବ ବୋଲି ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

ରୁଷିଆ ନିର୍ବାଚନରେ ପୁଟିନଙ୍କ ଦବଦବା, ୪୫୦ରୁ ୩୫୫ ଆସନ ଜିତିଲା ୟୁନାଇଟେଡ୍…

ମସ୍କୋ,୨୧।୯: ରୁଷିଆର ସଂସଦୀୟ ନିର୍ବାଚନରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମର୍ଥନ ଥିବା ୟୁନାଇଟେଡ୍ ରୁଷିଆ ପାର୍ଟି ବଡ଼ ବିଜୟ ହାସଲ କରିଛି । ପୁଟିନ୍‌ଙ୍କ ଦଳ ସଂସଦର…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ଆଜି ଅବପାତ ରୂପ ନେବ ଲଘୁଚାପ, ପାଣିପାଗ ବିଭାଗ କହିଲା ବୁଧବାର ସକାଳ ସୁଦ୍ଧା…

ଭୁବନେଶ୍ୱର,୨୧ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ରବିବାର ସକାଳେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରକୁ…

ଟେନସନ ବଢାଇଲେଣି ଅଭିଜିତ ଦୀପକେ, ଜାଣନ୍ତୁ ଏଥର କାହାର ଇସ୍ତଫା ଦାବି କରୁଛନ୍ତି

ନୂଆଦିଲ୍ଲୀ,୨୧।୯: ‘କକରୋଚ ଜନତା ପାର୍ଟି’(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ, ଛାତ୍ରୀଛାତ୍ରଙ୍କ ବିକ୍ଷୋଭ ପରେ ମହାରାଷ୍ଟ୍ର ପବ୍ଲିକ ସର୍ଭିସ କମିଶନ (MPSC) ଅଧିକାରୀଙ୍କ ଇସ୍ତଫା ଦାବି କରିଛନ୍ତି। ଯଦି…

ଇତିହାସ ପାଲଟିବ ବକିଂହାମ୍‌ ପ୍ରାସାଦର ଭାଲୁଛାଲ ଟୋପି

ବକିଂହାମ୍‌, ୨୧।୯: ଲଣ୍ଡନ ବକିଂହାମ୍‌ ପ୍ରାସାଦ ବାହାରେ ଉଜ୍ଜ୍ୱଳ ନାଲି ପୋଷାକ ଏବଂ ଉଚ୍ଚ, କଳା ଲୋମଶ ଟୋପି ପିନ୍ଧିଥିବା ସୈନିକଙ୍କ ଏକ ସ୍ବତନ୍ତ୍ର ପରିଚୟ ରହିଛି।…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

SIR ନୋଟିସ୍‌: ଜୟଶଙ୍କରଙ୍କଠାରୁ ଆଡଭାନିଙ୍କ ପର୍ଯ୍ୟନ୍ତ, ତାଲିକାରେ ଅନେକ VVIP ଭୋଟର

ନୂଆଦିଲ୍ଲୀ,୨୦।୯: ଦିଲ୍ଲୀରେ ଚାଲିଥିବା ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (SIR) ପ୍ରକ୍ରିୟାକୁ ନେଇ ଅନେକ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ ନିର୍ବାଚନ କମିଶନଙ୍କ ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?