ଦ୍ୱିତୀୟ ପ୍ୟାକେଜ ନେଇ ନିଷ୍ପତ୍ତି ଶୀଘ୍ର

ନୂଆଦିଲ୍ଲୀ,୧୬ା୪: ଦେଶର ଅର୍ଥ ବ୍ୟବସ୍ଥା ଉପରେ କୋଭିଡ-୧୯ର ଗଭୀର ପ୍ରଭାବ ରହିଛି। ପ୍ରଭାବକୁ କମ୍‌ କରିବା ଲାଗି ସରକାର ପ୍ରାଥମିକ ପର୍ଯ୍ୟାୟରେ ୧.୭ ଲକ୍ଷ କୋଟି ଟଙ୍କାର ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିଛନ୍ତି। ସାଧାରଣ ଲୋକଙ୍କ ଲାଗି ଏହି ପ୍ୟାକେଜ ଆସିଥିବା ବେଳେ ଗଭୀର ଭାବେ ପ୍ରଭାବିତ ଶିଳ୍ପ ଜଗତ, ଏମଏସ୍‌ଏମ୍‌ଇ, ପର୍ଯ୍ୟଟନ ଶିଳ୍ପ, ବିମାନ ଚଳାଚଳ ଭଳି ଅନ୍ୟ କ୍ଷେତ୍ର ଲାଗି ସରକାର ଏବେ ଯାଏ କିଛି ଘୋଷଣା କରିନାହାନ୍ତି। ଏହି କ୍ଷେତ୍ରଗୁଡିକ ସରକାରଙ୍କଠାରୁ ସହାୟତା ପାଇବା ଲାଗି ଚାହିଁ ରହିଛନ୍ତି। ଏହି କ୍ଷେତ୍ରଗୁଡିକର ଅସୁବିଧାକୁ ନଜରରେ ରଖି ଶୀଘ୍ର ଦ୍ୱିତୀୟ ପ୍ରୋତ୍ସାହନ ପ୍ୟାକେଜ ଆସିବା ନେଇ ସୂଚନା ରହିଛି। ଏ ନେଇ ସରକାର ଶୀଘ୍ର ନିଷ୍ପତ୍ତି ନେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏ ନେଇ ଶୀଘ୍ର ଜରୁରୀ ବୈଠକରେ ଏ ନେଇ ଆଲୋଚନା କରିବେ। ଏଠାରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ(ପିଏମ୍‌ଓ) ଏବଂ ଅର୍ଥମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗଦେବେ ବୋଲି ଜଣାପଡିଛି।
ଚଳିତ ସପ୍ତାହରେ ଏହି ପ୍ୟାକେଜ ଘୋଷଣା ହେବାର ସମ୍ଭାବନା ରହିଛି। ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ପ୍ରଭାବିତ ହୋଇଥିବା ସାଧାରଣ ଲୋକ, ଏମ୍‌ଏସ୍‌ଏମ୍‌ଇ ଏବଂ ଅନ୍ୟ କ୍ଷତିଗ୍ରସ୍ତ କ୍ଷେତ୍ରଗୁଡିକୁ ସରକାର ଏହି ପ୍ୟାକେଜ ମାଧ୍ୟମରେ ସହାୟତା କରିବେ। ଗତ ମାସରେ ଘୋଷଣା ହୋଇଥିବା ୧.୭ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ମଧ୍ୟରେ ମାଗଣା ଖାଦ୍ୟଶସ୍ୟ ଯୋଗାଣ, ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଅର୍ଥ ଯୋଗାଣ, ନିଶ୍ଚିତ କର୍ମ ନିଯୁକ୍ତି କାର୍ଯ୍ୟକ୍ରମରେ ବେତନ ବୃଦ୍ଧି ଭଳି ପଦକ୍ଷେପ ସରକାର ହାତକୁ ନେଇଛନ୍ତି। ନୂଆ ପ୍ୟାକେଜ ନେଇ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ଯେ, ପ୍ରୋତ୍ସାହନ ପ୍ୟାକେଜ ହୁଏତ ଗତ ଥରର ପ୍ୟାକେଜ ଭଳି ସମାନ ହୋଇ ନ ପାରେ। ସରକାର ସବୁ ଦିଗକୁ ବିଚାର କରି ଲକ୍‌ଡାଉନ ଉଠିବା ପରେ ମଧ୍ୟ ବିଭିନ୍ନ ଯୋଜନା ହାତକୁ ନେଇପାରିବେ।
ଏମ୍‌ଏସ୍‌ଏମ୍‌ଇଗୁଡିକ ଲାଗି ସହଜ କ୍ରେଡିଟ ସୁବିଧା, ଖାଦ୍ୟ ଶସ୍ୟ ଯୋଗାଣ ଏବଂ ଗରିବଙ୍କ ବ୍ୟାଙ୍କ ଖାତାକୁ ପୁଣି ଥରେ ଅର୍ଥ ଯୋଗାଣ ନେଇ ସରକାର ପୁଣି ଥରେ ବିଚାର କରିପାରନ୍ତି ବୋଲି ଅନ୍ୟ ଜଣେ ଅଧିକାରୀ କହିଛନ୍ତି। ସେହିଭଳି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ମଜୁରିରେ ବୃଦ୍ଧି ପ୍ରସ୍ତାବ ମଧ୍ୟ ରହିଛି। ଗ୍ରାମାଞ୍ଚଳରେ ନିଯୁକ୍ତି ସୃଷ୍ଟି ଲାଗି ଏମ୍‌ଜିଏନ୍‌ଆରଇଜିଏସରେ ଲୋକଙ୍କୁ କର୍ମଯୋଗାଣ ଉପରେ ବିଚାର କରାଯାଉଛି। ଗ୍ରାମାଞ୍ଚଳ ଏବଂ ଅର୍ଦ୍ଧ ସହରାଞ୍ଚଳଗୁଡିକରେ ଆର୍ଥତ୍କ କାର୍ଯ୍ୟକଳାପ ପୁଣି ଥରେ ଆରମ୍ଭ କରିବାକୁ ଧ୍ୟାନରେ ରଖାଯାଇଛି ବୋଲି ଅଧିକାରୀ କହିଛନ୍ତି। ସରକାର ଲକ୍‌ଡାଉନ ପରିସରକୁ କୃଷିକୁ ବାହାରେ ରଖିଛନ୍ତି। ରବି ଫସଲ ଯେଭଳି ଠିକ ଭାବେ ଅମଳ ହୋଇପାରିବ ତାକୁ ଧ୍ୟାନରେ ରଖାଯାଇଛି। ବର୍ତ୍ତମାନ କୃଷି ସାମଗ୍ରୀ ଯେଭଳି ଠିକ୍‌ ମୂଲ୍ୟରେ ବିକ୍ରି ହୋଇ ପାରିବ ତାକୁ ମଧ୍ୟ ସରକାର ଧ୍ୟାନରେ ରଖିଛନ୍ତି। ଏହା ହେଲେ କୃଷକଙ୍କ ସମସ୍ୟା କିଛି ପରିମାଣରେ ହ୍ରାସ ହୋଇ ପାରିବ ବୋଲି ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri