Posted inଖେଳ

ଦ୍ୱିତୀୟ ଟି୨୦: ଭାରତର ସହଜ ବିଜୟ

ଇନ୍ଦୋର, ୮।୧(ପି.ଟି.)- ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ପରେ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ଉପଯୋଗୀ ବ୍ୟାଟିଂ ବଳରେ ଭାରତ ସ୍ଥାନୀୟ ହୋଲକାର ଷ୍ଟାଡିୟମରେ ମଙ୍ଗଳବାର ଅନୁଷ୍ଠିତ ଦ୍ୱିତୀୟ ଟି୨୦ କ୍ରିକେଟ ମ୍ୟାଚରେ ଶ୍ରୀଲଙ୍କାକୁ ୭ ଉଇକେଟରେ ପରାସ୍ତ କରିଛି। ଶ୍ରୀଲଙ୍କା ପକ୍ଷରୁ ଧାର୍ଯ୍ୟ ୧୪୩ ରନ ବିଜୟ ଲକ୍ଷ୍ୟକୁ ଭାରତ ୧୭.୩ ଓଭରରେ ୩ ଉଇକେଟ ହରାଇ ହାସଲ କରିଛି। ଫଳରେ ଟିମ୍‌ ଇଣ୍ଡିଆ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀଲାଭ କରିଛି। ଗୁଆହାଟୀରେ ରବିବାର ଅନୁଷ୍ଠିତ ପ୍ରଥମ ଟି୨୦ ବର୍ଷା କାରଣରୁ ବାତିଲ ହୋଇଥିଲା।
ଲୋକେଶ ରାହୁଲ ଓ ଶିଖର ଧାଓ୍ବନ ଓପନିଂ ଯୋଡ଼ିରେ ୫୫ ବଲ୍‌ରୁ ୭୧ ରନ ସଂଗ୍ରହ କରି ଦଳର ବିଜୟ ପାଇଁ ପଥ ପରିଷ୍କାର କରିଥିଲେ। ଆକ୍ରମଣାତ୍ମକ ଖେଳି ୩୨ ବଲ୍‌ରୁ ୬ ଚୌକା ସହାୟତାରେ ୪୫ ରନ କରିଥିବାବେଳେ ରାହୁଲ ଓ୍ବାନିନ୍ଦୁ ହସରଙ୍ଗାଙ୍କ ବଲ୍‌ରେ ବୋଲ୍ଡ ହୋଇ ପ୍ୟାଭିଲିୟନ ଫେରିଥିଲେ। ୨୯ ବଲ୍‌ରୁ ୨ ଚୌକା ସହ ୩୨ ରନ କରିଥିବା ଧାଓ୍ବନ ଓ୍ବାନିନ୍ଦୁଙ୍କ ଦ୍ୱିତୀୟ ଶିକାର ହେବାରୁ ୧୧.୨ ଓଭରରେ ଭାରତ ସ୍କୋର ୮୬/୨ ହୋଇଥିଲା। ଶ୍ରେୟାସ ଆୟାରଙ୍କ ସହ କ୍ରିଜ୍‌ରେ ଯୋଗଦେଇ ଅଧିନାୟକ ବିରାଟ କୋହଲି ଦ୍ରୁତ ହାରରେ ରନ ସଂଗ୍ରହ ସହ ଦଳର ବିଜୟକୁ ସହଜ କରି ଦେଇଥିଲେ। ଭାରତ ବିଜୟ ଲକ୍ଷ୍ୟଠାରୁ ୬ ରନ ଦୂରରେ ଥିବାବେଳେ ବଡ଼ ଶଟ୍‌ ଖେଳିବାକୁ ଯାଇ ଆୟାର ଲାହିରୁ କୁମାରଙ୍କ ବଲ୍‌ରେ ଆଉଟ ହୋଇଥିଲେ। ସେ ୨୬ଟି ବଲ୍‌ର ସମ୍ମୁଖୀନ ହୋଇ ୩ ଚୌକା ଓ ୧ ଛକା ସହାୟତାରେ ୩୪ ରନ କରିଥିଲେ। ଏହି ଓଭରରେ ରିଷଭ ପନ୍ତ ଏକ ସିଙ୍ଗଲ ନେଇଥିବାବେଳେ କୋହଲି ତୃତୀୟ ବଲ୍‌ରେ ଛକା ମାରି ମ୍ୟାଚର ରୋମାଞ୍ଚକ ପରିସମାପ୍ତି ଘଟାଇଥିଲେ। ୧୭ଟି ବଲ୍‌ ଖେଳିଥିବା ବିରାଟ ୧ ଚୌକା ଓ ୨ ଛକା ସହ ୩୦ ରନ କରି ଅପରାଜିତ ରହିଥିଲେ।
ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଶ୍ରୀଲଙ୍କା ଭଲ ଆରମ୍ଭ କରିଥିଲେ ମଧ୍ୟ ଭାରତୀୟ ବୋଲରଙ୍କ ସମ୍ମୁଖୀନ ହୋଇ ନ ପାରି ନିୟମିତ ବ୍ୟବଧାନରେ ଉଇକେଟ ହରାଇଥିଲା। ଫଳରେ ଦଳ ବଡ଼ ସ୍କୋର ହାସଲ କରିପାରି ନ ଥିଲା। ଦଳ ତରଫରୁ ଉଇକେଟକିପର ବ୍ୟାଟ୍ସମ୍ୟାନ କୁଶଲ ପେରେରା ୨୮ଟି ବଲ୍‌ ଖେଳି ୩ଟି ଛକା ସହ ସର୍ବାଧିକ ୩୪ ରନ ସଂଗ୍ରହ କରିଥିଲେ। ଓପନର ଦନୁଷ୍କା ଗୁଣତିଲକା ୨୦, ଅଭିଷ୍କା ଫର୍ନାଣ୍ଡୋ ୨୨ ରନ ଥିଲେ। ଭାରତ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ସର୍ବାଧିକ ୩, ନବଦୀପ ସଇନୀ ଓ କୁଲଦୀପ ଯାଦବ ୨ଟି ଲେଖାଏ, ଯଶପ୍ରୀତ ବୁମ୍‌ରା ଓ ଓ୍ବାଶିଂଟନ ସୁନ୍ଦର ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।
ସଂକ୍ଷିପ୍ତ ସ୍କୋର
ଶ୍ରୀଲଙ୍କା ୨୦ ଓଭରରେ ୧୪୨/୯(ପେରେରା-୩୪, ଅଭିଷ୍କା-୨୨, ଶାର୍ଦ୍ଦୁଳ-୩/୨୩, ସଇନୀ-୨/୧୮, କୁଲଦୀପ-୨/୩୮, ବୁମ୍‌ରା-୧/୩୨, ସୁନ୍ଦର-୧/୨୯)। ଭାରତ ୧୭.୩ ଓଭରରେ ୧୪୪/୩(ଲୋକେଶ-୪୫, ଆୟାର-୩୪, ଧାଓ୍ବନ-୩୨, କୋହଲି-୩୦*, ଓ୍ବାନିନ୍ଦୁ ହସରଙ୍ଗା-୨/୩୦, ଲାହିରୁ କୁମାର-୧/୩୦)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri