Posted inଫୁରସତ

ଦେଶ ବିଦେଶରେ ନାମ କମାଇଛନ୍ତି ଓଡ଼ିଶାର ମେଢ କାରିଗର: କେମିତି ପ୍ରସ୍ତୁତ କରନ୍ତି ମେଢ, କ’ଣ ଥାଏ ତାଙ୍କର ଜୀବନଶୈଳୀ ଜାଣନ୍ତୁ…

ସୁନ୍ଦର ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ମେଢ ଦେଖି ସମସ୍ତେ ଆନନ୍ଦିତ ହୁଅନ୍ତି । କିନ୍ତୁ ମେଢତିଆରି କରିଥିବା କାରିଗରମାନଙ୍କ ସମ୍ପର୍କରେ କିଏ ଭାବିଛନ୍ତି କି? କେମିତି ପ୍ରସ୍ତୁତ କରନ୍ତି ମେଢ, କ’ଣ ଥାଏ ତାଙ୍କର ଜୀବନଶୈଳୀ…

ଓଡ଼ିଶାର କଳା କାରିଗରି କୌଣସି ଗୋଟିଏ ଗାଁରେ ସୀମିତ ନୁହେଁ ବରଂ ଦେଶ ବିଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଶିଳ୍ପୀଙ୍କ ବିଭିନ୍ନ ପାରମ୍ପରିକ କଳା କାରିଗରିରେ ରାଜ୍ୟର କଳା, ସଂସ୍କୃତି ଓ ଐତିହ୍ୟ ବେଶ୍‌ ସମୃଦ୍ଧ। କଳାକୃତିରେ ନିୟୋଜିତ କାରିଗରମାନେ ଏଥିରେ ରୋଜଗାର ପନ୍ଥା ପାଇଥାନ୍ତି। ପରସ୍ପରଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି ହୋଇଥାଏ। ମାଟିରେ ତିଆରି ମୃଣ୍ମୟୀ ପ୍ରତିମାର ଗଠନ ଯେତିକି ସୁନ୍ଦର, ଠିକ୍‌ ସେମିତି ମୂର୍ତ୍ତିଗୁଡ଼ିକ ବିରାଜମାନ କରୁଥିବା ମେଢ଼ର ସାଜସଜ୍ଜା । ଏହା ଦେଖଣାହାରିଙ୍କ ମନଙ୍କୁ ବେଶ୍‌ ଆକର୍ଷିତ କରିଥାଏ। ବିଭିନ୍ନ ପର୍ବପର୍ବାଣି ସମୟରେ ସ୍ବତନ୍ତ୍ର ମେଢ଼ ତିଆରି ପାଇଁ କାରିଗରଙ୍କ ନଁା ରହିଛି। ଶ୍ରୀଗଣେଶ,ବିଶ୍ୱକର୍ମା, ସରସ୍ବତୀ, ମା’ ଦୁର୍ଗା, ଲକ୍ଷ୍ମୀ କି କାଳୀପୂଜା ଆସିବା ପୂର୍ବରୁ ମେଢ଼ କାରିଗରମାନଙ୍କୁ ଖୋଜାପଡ଼େ।

ମେଢ଼ ପାଇଁ ଆବଶ୍ୟକ କଞ୍ଚାମାଲ
ବାଉଁଶ ପାତିଆ, ପ୍ଲାଏ ବୋର୍ଡରେ ମେଢ଼ର ନମୁନା କରାଯାଇ ତା’ପରେ ବିଭିନ୍ନ ଡିଜାଇନ ପାଇଁ କାଗଜ, ସୁତୁଲି,ଆଟା କାଗଜ, ଆଲପିନ କଣ୍ଟା, ସୋଲ, ଧଳାକାଡର୍ର୍ବୋର୍ଡ, ଜମ୍ବୁରା ଜରି, ଧଳା କାଗଜ, ଭେଲଭେଟ କାଗଜ, କାଚ ଆଇନା, ଜିଙ୍କ, ଲେସ, ରଙ୍ଗ, ଚୁମୁକି, ଡ଼ାଳି କଳିକାର ଚିତ୍ରକୁ ମଇଦା ଇତ୍ୟାଦି ଆବଶ୍ୟକ ସାମଗ୍ରୀକୁ ନେଇ ମେଢ ଖଞ୍ଜା ଯାଇଥାଏ। ମାତ୍ର ଦେଶୀ ସୋଲର ଅଭାବ ଏହି କାମ ପ୍ରତି ବାଧକ ସାଜୁଛି। ଏହି କଞ୍ଚାମାଲକୁ କଟକ, ବ୍ରହ୍ମପୁର ଓ ପୁରୀ ସହରରୁ କାରିଗରମାନେ କିଣି ଆଣିଥାନ୍ତି। ମେଢ ପ୍ରସ୍ତୁତିଠାରୁ ଭସାଣି ଯାଏ କାରିଗରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ।

ମେଢ଼ କାରିଗର ହରିହର: ପାର୍ବଣ ଋତୁ ଆସିଲେ ମେଢ଼ କାରିଗରମାନେ ଖୋଜାପଡ଼ନ୍ତି। ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ମାଲୁଦ ଗ୍ରାମପଞ୍ଚାୟତ ବଳରାମପୁରର ହରିହର ମହାରଣା ମେଢ଼ କାରିଗର ଭାବେ ବେଶ୍‌ ଜଣାଶୁଣା। ସେ କୁହନ୍ତି, କଳ୍ପନାର ଚିତ୍ରକୁ ବାସ୍ତବ ରୂପ ଦେବା ପାଇଁ କାରିଗରମାନେ ପ୍ରୟାସ କରିଥାନ୍ତି। ଏମାନଙ୍କ କଳାଚାତୁରି ଟିକେ ନିଆରା। ବଢ଼େଇ ପରିବାରରେ ମୋର ଜନ୍ମ। ବାପା ରଘୁନାଥ ମହାରଣାଙ୍କଠାରୁ ଫର୍ନିଚର, ମାଟିମୂର୍ତ୍ତି ଓ ମେଢ଼ କାମ ଶିଖିଥିଲି। ଗୋଟିଏ ଗୋଟିଏ ମେଢ଼ ତିଆରି ପାଇଁ ପ୍ରାୟ ୨/୩ ମାସ ସମୟ ଲାଗେ। ୧୦ରୁ ୧୫ଜଣ ଏହି କାମରେ ଲାଗିଥାନ୍ତି। ପ୍ରଥମେ କେଉଁ ଆକୃତିର ମେଢ଼ ହେବ ସେଥିପାଇଁ ଏକ ଫ୍ରେମ୍‌ ତିଆରି କରାଯାଏ। ତା’ ପରେ ଫ୍ରେମ୍‌ର ଆକାର ଅନୁଯାୟୀ ଛୋଟ ଛୋଟ ଫୁଲ, କାଗଜ, ସୋଲ କଳିକାକୁ ସେଥିରେ ଅଠା ଦ୍ୱାରା ଲଗାଯାଇଥାଏ। ଗୋଟିଏ ଗୋଟିଏ ମେଢ଼ର ଉଚ୍ଚତା ପ୍ରାୟ ୧୦ରୁ ୧୬ଫୁଟ ଯାଏ ରହିଥାଏ। ବର୍ଷକ ମଧ୍ୟରେ ପ୍ରାୟ ୨ରୁ ୩ଟି ମେଢ଼ ତିଆରି କରିବାକୁ ପଡ଼ିଥାଏ। ୪୫ବର୍ଷ ଧରି ଏମିିତି ମେଢ଼ ସାଜସଜ୍ଜା କରିଆସୁଛି। ଏହି କଳାକୃତି ଏବର ନୁହେଁ, ଯୁଗ ଯୁଗର । ଚିଲିକା ଅଞ୍ଚଳର ପଞ୍ଚଦୋଳରେ ମେଢ଼ ମେଳଣ ପାଇଁ ସ୍ଥାନୀୟ ଗାଁ କମିଟି ଓ କେତେକ କ୍ଲବ ତରଫରୁୁ ଅଗ୍ରିମ ଅର୍ଡର ଆସିଯାଇଥାଏ। ନବା ଜଗତେଶ୍ୱର, ନୂଆଗାଁ ରାଧାକୃଷ୍ଣ, ହରିପୁର ଶମ୍ଭୁ ମେଳନ, ବାଣପୁର ପଞ୍ଚଦୋଳ ଇତ୍ୟାଦିରେ ମେଢ଼ ପ୍ରସ୍ତୁତ କରିଥାଉ। ଏଥିପାଇଁ ଡିସେମ୍ବରରୁ କାମ ଚାଲେ। ମାର୍ଚ୍ଚ ମାସରେ ଏହି ମେଢ଼ସବୁକୁ ମେଳନ ପଡ଼ିଆକୁ ନିଆଯାଇଥାଏ। ଏହି ମେଢ଼ ମେଳନ ଦେଖିବା ପାଇଁ ଲୋକେ ଅପେକ୍ଷା କରିଥାନ୍ତି। ମୋ ପୁଅ ସୁନୀଲ ପେସାରେ ଜଣେ କମ୍ପ୍ୟୁଟର ଇଞ୍ଜିନିୟର କିନ୍ତୁ ସେ ଗୀତ ଲେଖିବା ବ୍ୟତୀତ ମେଢ଼ ତିଆରି କାର୍ଯ୍ୟରେ ମୋତେ ସହଯୋଗ କରିଥାଏ। ଏଯାଏ ୭୦/୭୫ଟି ମେଢ଼ କରିସାରିଲିଣି। ପ୍ରତିବର୍ଷ ପାରିଶ୍ରମିକ ହିସାବରେ ୬୦ରୁ ୮୦ହଜାର ଟଙ୍କା ମିଳିଥାଏ। ଏଥିପାଇଁ ଏକ ସ୍ବତନ୍ତ୍ର ପରିଚୟ ମିଳିଛି।

ଶ୍ୟାମାକାଳୀ ପୂଜାରେ ମେଢ଼ କରିଛି: ପୂଜାମଣ୍ଡପରେ ସୁନ୍ଦରସୁନ୍ଦର ମେଢକୁ ଦେଖିଲେ ମନକୁ ଖୁସୀଲାଗେ ବୋଲି କୁହନ୍ତି କାଳିଚରଣ ସାହୁ ଓରଫ ଜଗଦେବ। ପିତା କୃଷ୍ଣଚନ୍ଦ୍ର ସାହୁ , ଘର ଖୋର୍ଦ୍ଧା ଜିଲାର କୁହୁଡ଼ିରେ। ସେ କୁହନ୍ତି, ମୋ ବାପା କଲିକତାରୁ ମାଟିମୂର୍ତ୍ତି କାମ ଶିଖିକି ଆସିଥିଲେ। ମାତ୍ର କୁହୁଡ଼ିର ଜଣାଶୁଣା ସ୍ବାଧୀନତା ସଂଗ୍ରାମୀ ତଥା ବିଶିଷ୍ଟ ଚିତ୍ରଶିଳ୍ପୀ ନବକିଶୋର ପଟ୍ଟନାୟକଙ୍କଠାରୁ କାରିଗରି କାମ ଶିଖିଲି। ସମୟକ୍ରମେ ତାଙ୍କ ପାଖରେ ଯାଇ ମାଟି ଓ ସିମେଣ୍ଟରେ ବିଭିନ୍ନ ମୂର୍ତ୍ତି ତିଆରି ସହ ମେଢ କାରିଗରି କାମ ଶିଖିଲି । ପରେ ଆଯର୍‌ୟକଳା ନିଳୟ ତରଫରୁ କୁହୁଡ଼ି ବଜାରରେ ପାଳିତ ଶ୍ୟାମାକାଳୀ ପୂଜାରେ ମେଢ ତିଆରି କରିଥିଲି। ସେବେଠାରୁ ଏହିିକାମ ଚାଲିଛି। ବୟସ ପ୍ରାୟ ୬୪ବର୍ଷ ହେଲାଣି ଆଜି ପର୍ଯ୍ୟନ୍ତ ଶତାଧିକ ମେଢ ତିଆରି କରିସାରିଲାଣି । ସେତେବେଳେ ଗୋଟିଏ ମେଢ କରିବା ପାଇଁ ୫୦୦ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା। ଏବେ ପ୍ରାୟ ୨୦ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଗୋଟିଏ ମେଢର ଉଚ୍ଚତା ପ୍ରାୟ ୧୨ଫୁଟ ହୋଇଥାଏ। ଆମ ଅଞ୍ଚଳର ସୋରଣ, କୁହୁଡ଼ି,ବରଡ଼ି ,ଖୋର୍ଦ୍ଧାର ପୁବୁସାହି ଆଦି ଗ୍ରାମରେ ଗଣେଶ, ଦୁର୍ଗା ଓ ଗଜଲକ୍ଷ୍ମୀ ପୂଜାରେ ମେଢ ତିଆରି କରିଛି। ଏହି କାମକୁ ପରିବାର ପିଲାମାନେ ଆପଣେଇଛନ୍ତି । ବଡ଼ପୁଅ ନିରଞ୍ଜନ ସାହୁ ଯୁକ୍ତ ଦୁଇ ପରେ ସେ ଖଲ୍ଲିକୋଟ ଆର୍ଟ କଲେଜରେ ସ୍ଥାପତ୍ୟକଳାରେ କୋର୍ସ କରିଛି। ପାରମ୍ପରିକ କଳା କାରିଗରିକୁ ପରିବାରର ତିନିପିଢି କରିଆସୁଛୁ।

ଅଭାବ ଅନଟନରୁ ହିଁ କାରିଗର ହୋଇଛି:ବାଲୁକା ଶିଳ୍ପୀ ପ୍ରଶାନ୍ତ କୁମାର ସାହୁ । ପିତା ଯୁଧିଷ୍ଠିର ସାହୁ, ଘର ନୟାଗଡ଼ ଜିଲାର କଣ୍ଟିଲୋ ଖୁଦ୍‌ ବେହେରା ପାଟଣାସାହିରେ। ସେ କୁହନ୍ତି, ବାପାଙ୍କ ସହିତ କଂସା ଓ ପିତଳ କାରିଗର କାମରେ ସହଯୋଗ କରୁଥିଲି । ଆମ ପରିବାରର ଆର୍ଥିକ ଅବସ୍ଥା ବିଶେଷ ଭଲ ନ ଥିଲା । କଲେଜ ପଢା ସମୟରେ ଭାବଗ୍ରାହୀ ସାହୁଙ୍କଠାରୁ ବିଭିନ୍ନ ମୂର୍ତ୍ତି କାମ ଶିଖିଥିଲି। ସମୟକ୍ରମେ କେତେକ ମନ୍ଦିରରେ ଚିତ୍ରପେଣ୍ଟିଂ ସହ ବିଭିନ୍ନ ମୂର୍ତ୍ତି ତିଆରି କରିବାର ସୁଯୋଗ ମିଳିଲା। ଏପରିକି ଗଣେଶ, ଗଜଲକ୍ଷ୍ମୀ ପୂଜା ବେଳେ ସୁନ୍ଦର ସୁନ୍ଦର ମେଢ ତିଆରି ପାଇଁ କେତେକ ବ୍ୟକ୍ତି ମତେଖୋଜିଲେ। ନୂଆକରି ମେଢ କରୁଥିବାରୁ ଅନେକ ମତେ ପ୍ରଶଂସା କଲେ । ଏପରିକି ଢେଙ୍କାନାଳ, ଭୁବନେଶ୍ୱର, ଡୁମଡୁମା, ନୟାଗଡ଼, ଖଣ୍ଡପଡ଼ା, କଣ୍ଟିଲୋ ଆଦି ସ୍ଥାନରେ ବିଭିନ ମେଢ ତିଆରି କରିଥିଲି। ଏମିତିରେ ପ୍ରାୟ ୮୦ରୁ ଊର୍ଦ୍ଧ୍ୱ ମେଢ କରି ସାରିଲିଣି। ଗୋଟିଏ ଗୋଟିଏ ମେଢ଼ ତିଆରି ପାଇଁ ପ୍ରାୟ ୧୦ରୁ ୧୫ ଦିନ ଲାଗିଥାଏ। ଅନ୍ୟପକ୍ଷେ ବାଲୁକା ଶିଳ୍ପୀ ଭାବେ ମୋର ପରିଚୟ ରହିଛି। ଏହି ପାରମ୍ପରିକ କଳା କାରିଗରି କାମରେ ବର୍ଷକୁ ପ୍ରାୟ ୨ଲକ୍ଷରୁ ଅଧିକ ଟଙ୍କା ଆୟ କରିଥାଏ।

ମେଢ଼ ତିଆରି ପରିବାର ପାଇଁ କୁଟୀରଶିଳ୍ପ : ପାର୍ବଣ ଋତୁ ରେ ବିଭିନ୍ନ ପୂଜାମଣ୍ଡପରେ ପାରମ୍ପରିକ ମେଢର ସାଜସଜ୍ଜା ପାଇଁ କାରିଗରଙ୍କୁ ଖୋଜାପଡ଼େ। ପୁରୀ ଜିଲା ବ୍ରହ୍ମଗିରି ବ୍ଲକ ଅନ୍ତର୍ଗତ ବ୍ରହ୍ମଗିରି ଗାଁର ଭୀମସେନ ଦାସ ଓ ତାଙ୍କ ପୁଅ ଉମାକାନ୍ତ ଦାସ ା ଆଜକୁ ୪୫ବର୍ଷ ଧରି ମେଢ କାରିଗର ଭାବେ ବେଶ୍‌ ନାଁ କରିଛନ୍ତି। ଭୀମସେନ କୁହନ୍ତି, ମୋ ପରିବାର ଏହି କୁଟୀରଶିଳ୍ପକୁ ଚଳାଇ ଆସୁଛନ୍ତି ା ବ୍ରହ୍ମଗିରି ,ପୁରୀ, ଭୁବନେଶ୍ୱର, ବେଲପାହାଡ, ଯାଜପୁର, ଆସ୍କା, ବ୍ରହ୍ମପୁର, ବଡବିଲ ଆଦି ସ୍ଥାନରେ ମେଢକାମ କରି ବେଶ ପରିଚିତ ହୋଇପାରିଛି ା ଏଯାଏ ପ୍ରାୟ ୩ ହଜାରରୁ ଊର୍ଦ୍ଧ୍ୱ ମେଢ କରିସାରିଲିଣି। ଗୋଟିଏ ମେଢ ତିଆରି ପାଇଁ ଏକ ସପ୍ତାହ ଲାଗିଥାଏ ା ମେଢର ସାଇଜ୍‌ ଓ ଡିଜାଇନ ଅନୁଯାଇ ପାରିଶ୍ରମିକ ପାଇଥାଏା ଅନୂ୍ୟନ ୩ ହଜାରରୁ ୩୦ହଜାର ଟଙ୍କାର ସାମଗ୍ରୀ ଗୋଟିଏ ମେଢରେ ଖର୍ଚ୍ଚ ହୋଇଥାଏ।

ମେଢ଼ ପାଇଁ କଟକ ପରିଚିତି ନିଆରା: ସାଂସ୍କୃତିକ ଓ ଏତିହ୍ୟର ସହର କଟକ ଚାନ୍ଦିମେଢ଼, ତାରକସି କାମ ପାଇଁ ଖୁବପ୍ରସିଦ୍ଧ। ପାର୍ବଣ ଋତୁ ଆସିଲେ କଟକର ମେଢ଼ କାରିଗରମାନଙ୍କ କାରିଗରି ବେଶ ବାରି ହୋଇ ପଡ଼େ। କଟକର ବାଙ୍କାବଜାରରେ ରୁହନ୍ତି ମେଢ଼ କାରିଗର ଜାହିର ଖାନ୍‌ । ସେ କୁହନ୍ତି, ଆମ ପରିବାରର ବାପା, ଭାଇ ମେଢ଼ କାମ କରି ଆସୁଛନ୍ତି। ପ୍ରାୟ ୧୫ବର୍ଷ ଧରି ଏହି କାମରେ ବର୍ଷକୁ ୧୨/୧୩ଟି ମେଢ଼ କରିବାର ସୁଯୋଗ ମିଳିଥାଏ। ପ୍ରାୟ ୧୦ରୁ ୧୫ ଫୁଟ ଉଚ୍ଚତାର ମେଢ଼ ତିଆରି କରିଥାଏ। ଚୁମୁକି ମେଢ଼, ବୁଲିଆନ ମେଢ଼ ତିଆରି କରେ। ଜରି, ଜମ୍ବୁରା, ଭେଲ୍‌ଭେଟ କନା ମେଢ଼ ତିଆରିରେ ଲାଗେ। ଏମିତିରେ ମେଢ଼ର ଚାହିଦାକୁ ନେଇ ବର୍ଷକୁ ପ୍ରାୟ ୫ ଲକ୍ଷ ଟଙ୍କାଯାଏ ରୋଜଗାର ହୋଇପାରେ। ବକ୍ସିବଜାର, ଥୋରିଆସାହି, ଫିଲ୍ମ ବଜାର ଭଳି ବିଭିନ୍ନ ସ୍ଥାନରେ ମେଢ଼ କାରିଗରମାନଙ୍କୁ ଦେଖିବାକୁ ମିଳେ। ତେବେ କଟକର ମେଢ଼ କାରିଗରିର ନିଆରା ପରିଚିତି ରହିଛି।

ଥର୍ମୋକଲ ମେଢ଼ର ଚାହିଦା ବଢୁଛି: ଜଟଣୀ ଅଞ୍ଚଳର ଜର୍ଜ ଯୋଶେଫ ଜଣେ ରଙ୍ଗ ଓ ମେଢ଼ କାରିଗର। ସେ କୁହନ୍ତି, ମୋ ବାପା ରେଳବାଇରେ ଚାକିରି କରିଥିଲେ। ସେଥିପାଇଁ ଆମେ କେରଳରୁ ଓଡ଼ିଶାର ଜଟଣୀକୁ ଆସିଥିଲୁ। ଏଠାରେ ମୋର ପାଠପଢା ହୋଇଥିଲା। ପିଲାଟି ଦିନରୁ ଡ୍ରଇଂ କରିବାକୁ ଭଲ ପାଉଥିଲି। ଏପରିକି ମୁଁ ପ୍ରାଣନାଥ କଲେଜରେ ଜୁଲୋଜିରେ ଅନର୍ସ ସାରିଲି, ମାତ୍ର ବିଭିନ୍ନ ଆର୍ଟ ପ୍ରତି ମୋର ଥିଲା ପ୍ରବଳ ଆଗ୍ରହ। ଏବେ ମୁଁ ବିଭିନ୍ନ ପ୍ରିଣ୍ଟିଂକାମରେ ଏପରିକି ସ୍ଥାନୀୟ ରାଜାବଜାର, ରେତଙ୍ଗ କଲୋନୀ, ବିକାଶ ନଗର, ଲୋକୋ ଲାଇନରେ ଗଣେଶ ଓ ବିଶ୍ୱକର୍ମାଙ୍କ ପୂଜାବେଳେ ଥର୍ମୋକଲରେ ନୂଆ ଡିଜାଇନ୍‌ର ମେଢ ତିଆରି କରିଥାଏ। ଏଥିପାଇଁ ଗୋଟିଏ ମେଢ ତିଆରି ପାଇଁ ପ୍ରାୟ ୮ରୁ୧୦ ଦିନ ସମୟ ଲାଗିଥାଏ। ଏମିତି କାମକୁ ପିଲାଦିନେ ଦେଖି ଶିଖିଥିଲି। ଅଭ୍ୟାସ ଦ୍ୱାରା ସୁନ୍ଦର ସୁନ୍ଦର ମେଢ, ଚିତ୍ର କରିପାରିଥାଏ । ଏହି କାରିଗରି କାମ ପାଇଁ ବର୍ଷକୁ ପ୍ରାୟ ୩ଲକ୍ଷରୁ ଊର୍ଦ୍ଧ୍ୱ ଆୟ ହୋଇପାରିଥାଏ। ପ୍ରାୟ ୨୫ବର୍ଷଧରି ବିଭିନ୍ନ ଆର୍ଟକାମ ସହିତ ଏହି ମେଢ କାମକରି ପରିବାରର ଗୁଜୁରାଣ ମେଣ୍ଟାଉଛି। ସେହିପରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏହି ମେଢ କାରିଗରମାନଙ୍କ କଳା କାରିଗରି ଦେଖିବାକୁ ମିଳେ।
-ବନବିହାରୀ ବେହେରା
ତଥ୍ୟସହାୟତା:ଅଜୟ ମହାରଣା,
ଶ୍ରୀକାନ୍ତ ପରିଜା, ସ୍ବାଧୀନ ଚମ୍ପତ୍ତିରାୟ


Enter your email to get our daily news in your inbox.

All Right Reserved By Dharitri.Com

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?