‘ଦେଶବ୍ୟାପୀ ଲାଗୁ ହେବ ଏକ ଟୋଲଦେୟ ବ୍ୟବସ୍ଥା’

ଭୁବନେଶ୍ୱର,୫।୧୦(ବ୍ୟୁରୋ)-ଦେଶର ଜାତୀୟ ରାଜପଥରେ ଯାଉଥିବା ଯାନବାହନ ଏଣିକି ଏକ ପ୍ରକାରର ଟୋଲ ଦେବେ। ଏ ନେଇ ଭାରତର ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ପଦକ୍ଷେପ ଆରମ୍ଭ କରିଛନ୍ତିି। ରେଡିଓ ଫ୍ରିକ୍ୱେନ୍ସିଂ ଆଇଡେଣ୍ଟିିଫିକେଶନ୍‌ (ଆର୍‌ଏଫ୍‌ଆଇଡି) ତଥା ଫାସ ଟ୍ୟାଗ୍‌ ଜାତୀୟ ଇଲେକଟ୍ରୋନିକ୍ସ କଲେକ୍ସନ (ଏନ୍‌ଇଟିସି) ଭଳି ଏକ କାର୍ଯ୍ୟକ୍ରମ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଫାସଟ୍ୟାଗ୍‌ ମେଶିନ୍‌ ଦ୍ୱାରା ଆର୍‌ଏଫ୍‌ଆଇଡି ସହାୟତାରେ ଏଣିକି କ୍ୟାସଲେସ୍‌ ପଦ୍ଧତିରେ ଟୋଲ ଆଦାୟ କରାଯିବ। ଏଥିରେ ଥିବା ୱିଣ୍ଡ ସ୍କ୍ରିନ୍‌ ସହ ଯାନର ଆକାଉଣ୍ଟ ଲିଙ୍କ୍‌ ହେବା ସହିତ ଟୋଲ ଆଦାୟ ସମ୍ବନ୍ଧୀୟ ପ୍ରକ୍ରିୟା ସମ୍ପାଦନ ହେବ। ଡିସେମ୍ବର ପହିଲାରୁ ଏହି ପ୍ରକ୍ରିୟାରେ ଟୋଲ ଆଦାୟ କରିବାକୁ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ରହିଥିବା ଜଣାପଡିଛି। ସେହିକ୍ରମରେ ଆସନ୍ତା ୧୪ରେ ଏ ସମ୍ପର୍କିତ ଏକ ସମ୍ମିଳନୀ ମନ୍ତ୍ରଣାଳୟ ପକ୍ଷରୁ ଅନୁଷ୍ଠିତ ହେବ। ରାଜ୍ୟରେ ଥିବା ପୁରୀ-ଭୁବନେଶ୍ୱର, ସମ୍ବଲପୁର-ଝାରସୁଗୁଡା ବିଜୁ ଏକ୍ସପ୍ରେସ ୱେରେ ମାନୁଆଲ୍‌ ଢଙ୍ଗରେ କରାଯାଉଥିବା ଟୋଲ ଆଦାୟ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛି। ତେଣୁ ଦେଶବ୍ୟାପୀ ଏକ ପ୍ରକାର ଟୋଲ ଆଦାୟ ବ୍ୟବସ୍ଥା ଉପାଦେୟ ହେବ ବୋଲି ଆଶା କରାଯାଉଛି। ହେଲେ ଏହା କେତେ ଫଳପ୍ରଦ ହେବ, ତାହା ଏବେଠୁ କହିବା ସମୟସାପେକ୍ଷ ବୋଲି ଅନେକେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହର୍ମୁଜ୍‌ ସମୁଦ୍ର ତଳେ ଚାଲୁଥିବା ଆମେରିକା ଡ୍ରୋନ୍‌କୁ କବ୍‌ଜା କରିଛି ଇରାନ, ଦାବି କରି କହିଲା…

ଓ୍ବାଶିଂଟନ,୯ା୯: ହର୍ମୁଜ୍‌ ଜଳପଥର ପ୍ରବେଶପଥଠାରେ ଆମେରିକାର ଏକ କର୍ମଚାରୀବିହୀନ ସମୁଦ୍ର ତଳ ଯାନ (ଡ୍ରୋନ୍‌)କୁ କବ୍‌ଜା କରିଥିବା ଇରାନର ରିଭଲ୍ୟୁଶନାରି ଗାର୍ଡସ ଦାବି କରିଛି। ସାମରିକ କାର୍ଯ୍ୟାନୁଷ୍ଠାନରେ…

ଗ୍ରାମ୍ୟ ଉନ୍ନୟନ ରାସ୍ତା ନିର୍ମାଣ ନିମ୍ନମାନର ଅଭିଯୋଗ ଆଣି ଗ୍ରାମବାସୀ…

ଛତ୍ରପୁର,୯ା୯(ଦିଲ୍ଲୀପ ସମାଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଚାଲିଥିବା ରାସ୍ତା ନିର୍ମାଣ କାମରମାନକୁ…

ରାତି ୧୦ଟା ପରେ ବାଜିବନି ଲାଉଡ୍‌ ସ୍ପିକର, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ଛତ୍ରପୁର,୯ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆସନ୍ତା ୧୪ ତାରିଖରେ ହେବାକୁ ଯାଉଥିବା ଶ୍ରୀଗଣେଶ ପୂଜାକୁ ଶୃଙ୍ଖଳିତ ଓ ଭକ୍ତିପୂର୍ଣ୍ଣ ପରିବେଶରେ ପାଳନ କରିବାକୁ ଛତ୍ରପୁର ପୋଲିସ ଏବଂ ପ୍ରଶାସନ…

ବିବାହ ପରେ ବି ପିଛା ଛାଡ଼ୁ ନ ଥିଲେ! ନାବାଳିକାଙ୍କୁ ଅସଦାଚରଣ କରି ବ୍ରହ୍ମପୁର ଜେଲ୍‌ ଗଲେ ରାଜମିସ୍ତ୍ରୀ

ଦିଗପହଣ୍ଡି, ୯।୯ (ଅଶେଷ ନାଥ ମିଶ୍ର): ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଅସଦାଚରଣ କରିବା ମାମଲାରେ ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ବୁଧବାର ଜଣେ ଯୁବକଙ୍କୁ ଗିରଫ…

ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’

ହାଟଡିହୀ, ୯।୯(ଶୁଭକାନ୍ତ ନାୟକ): ଇନଷ୍ଟାଗ୍ରାମରେ ପ୍ରେମ, ତା’ପରେ ପ୍ରତ୍ୟାଖ୍ୟାନ, ଆଉ ଶେଷରେ ରାସ୍ତା ମଝିରେ ଗୁଣ୍ଡାଗର୍ଦ୍ଦି। ବୁଧବାର ଏଭଳି ଏକ ଲଜ୍ଜାଜନକ ଘଟଣା କେନ୍ଦୁଝର ଜିଲା ହାଟଡିହୀ…

ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ, ୩ ବର୍ଷ ଝିଅକୁ ହତ୍ୟା ଉଦ୍ୟମ କରି ନିଜେ…

ବଲାଙ୍ଗୀର,୯ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବେଲପଡ଼ା ଅଞ୍ଚଳରେ ଦିନକୁ ଦିନ ଅପରାଧ ବଢ଼ିବାରେ ଲାଗିଛି, ବାରମ୍ବାର ଚୋରି ଡକାୟତ ପରେ ବୁଧବାର ପୁଣି ବେଲପଡ଼ା ଥାନା…

ବରଗଡ଼ରେ ସ୍କ୍ରବ୍ ଟାଇଫସ୍‌ ଆତଙ୍କ! ବୃଦ୍ଧଙ୍କ ଜୀବନ ଗଲା, ବଢ଼ୁଛି ସଂକ୍ରମଣ ଭୟ

ବରଗଡ଼, ୯।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଏବେ ଏହା ଏକ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି…

ଆଦିବାସୀ କଲ୍ୟାଣ ଓ ଅଧିକାର ନେଇ ସମୀକ୍ଷା: ରୋଗୀଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବା ନେଇ…

ଖୋର୍ଦ୍ଧା,୯ା୯(ପ୍ରଭାତ ପାଣିଗ୍ରାହୀ): ଅନୁସୂଚିତ ଜନଜାତିଙ୍କ କଲ୍ୟାଣ, ବିକାଶ ଏବଂ ଅଧିକାର ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ନେଇ ଜାତୀୟ ଅନୁସୂଚିତ ଜନଜାତି କମିଶନ ଅଧ୍ୟକ୍ଷ ଅନ୍ତର ସିଂ ଆର୍ଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri