Posted inଖେଳ

ଦେବାଶିଷ ଦ୍ୱିଶତକରୁ ବଞ୍ଚିତ: ଇନିଂସ ବିଜୟ ଆଶାରେ ଓଡ଼ିଶା

କଟକ ଅଫିସ,୨୦ା୧୨- ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ଓଡ଼ିଶା-ସର୍ଭିସେସ୍‌ ରଣଜୀ ମ୍ୟାଚ୍‌ର ୩ୟ ଦିବସ ଖେଳ ଶେଷ ହୋଇଛି। ଘରୋଇ ମାଟିରେ ଓଡ଼ିଶା ପାଇଁ ଇନିଂସ ବିଜୟ ସୁଯୋଗ ରହିଛି। ସର୍ଭିସେସ୍‌ର ପ୍ରଥମ ଇନିଂସ ୨୭୧ରନରେ ସୀମିତ ରହିବା ପରେ ଓଡ଼ିଶା ପ୍ରଥମ ଇନିଂସରେ ୫୪୦ରନ ରନ ସଂଗ୍ରହ କରିଛି। ବାମହାତୀ ବ୍ୟାଟ୍ସମ୍ୟାନ ଦେବାଶିଷ ସାମନ୍ତରାୟ ଏହି ମ୍ୟାଚ୍‌ରେ କ୍ୟାରିୟରର ଶ୍ରେଷ୍ଠ ଇନିଂସ ଖେଳିଛନ୍ତି। ୧୯୫ରନ କରିଥିବା ଦେବାଶିଷ ଅଳ୍ପକେ ଦ୍ୱିଶତକରୁ ବଞ୍ଚିତ ହୋଇଛନ୍ତି। ଗୁରୁବାର ଷ୍ଟମ୍ପ ଅପସାରଣ ବେଳକୁ ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିବା ସର୍ଭିସେସ୍‌ ୩ଉଇକେଟ ହରାଇ ୮୬ରନ କରିଛି। ସର୍ଭିସେସ୍‌ ୧୮୩ରନ ପଛରେ ଥିବା ବେଳେ ବିଜୟ ନିମନ୍ତେ ଓଡ଼ିଶାକୁ ୭ଉଇକେଟ ଆବଶ୍ୟକ ହେଉଛି।
ଦ୍ୱିତୀୟ ଦିବସର ଅସମାପ୍ତ ଇନିଂସ୍‌ ୨୮୦/୬ରୁ ଓଡ଼ିଶା ଗୁରୁବାର ଖେଳ ଆରମ୍ଭ କରିଥିଲା। ୯୬ରନରେ ଅପରାଜିତ ଥିବା ଦେବାଶିଷ ୨୪୯ ବଲରୁ ଶତକ ପୂରଣ କରିଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟରେ ଦେବାଶିଷଙ୍କର ଏହା ଦ୍ୱିତୀୟ ଶତକ। ୮ରନରେ ଅପରାଜିତ ଥିବା ପେସ୍‌ବୋଲର ଦେବବ୍ରତ ପ୍ରଧାନ ମଧ୍ୟ ଏଠାରେ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। ୭ଟି ଚୌକା ଓ ୨ଟି ଛକା ବଳରେ ଦେବବ୍ରତ ୫୭ରନରେ ଆଉଟ ହୋଇଥିଲେ। ନିମ୍ନକ୍ରମର ବ୍ୟାଟ୍ସମ୍ୟାନଙ୍କ ସହାୟତାରେ ଦେବାଶିଷ ଦଳୀୟ ସ୍କୋରକୁ ୫୦୦ରନ୍‌ ଅତିକ୍ରମ କରାଇଥିଲେ। ପେସ୍‌ ବୋଲର ସୂର୍ଯ୍ୟକାନ୍ତ ପ୍ରଧାନ ବିସ୍ପୋରକ ଇନିଂସ ଖେଳିଥିଲେ। ସେ ୨୮ଟି ବଲରୁ ୪ ଚୌକା ଓ ୬ ଛକା ସହାୟତାରେ ୬୪ରନ କରିଥିଲେ। ଏହାଛଡ଼ା ରାଜେଶ ମହାନ୍ତି ୨୭ ଓ ବସନ୍ତ ମହାନ୍ତି ୧୪ରନ କରିଥିଲେ। ୪୦୩ବଲ ଖେଳି ୨୩ଟି ଚୌକା ସହାୟତାରେ ୧୯୫ରନ କରି ଦେବାଶିଷ ଅନ୍ତିମ ବ୍ୟାଟ୍ସମ୍ୟାନ ଭାବେ ଆଉଟ ହୋଇଥିଲେ। ସର୍ଭିସେସ୍‌ ଅଲରାଉଣ୍ଡର ଅରୁଣ ବାମଲ ସର୍ବାଧିକ ୪ଟି ଏବଂ ଦିୱେଶ ପଠାନିଆ, ସାଦବ ନଜାର, ସଚିଦାନନ୍ଦ ପାଣ୍ଡେ ୨ଟି ଲେଖାଏ ଉଇକେଟହାସଲ କରିଥିଲେ। ପ୍ରଥମ ଇନିଂସରେ ଓଡ଼ିଶା ୨୬୯ରନର ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିବା ସର୍ଭିସେସ ପ୍ରଥମ ଉଇକେଟରେ ୫୯ରନ ଯୋଡ଼ିଥିଲା। ଓପନର ନକୁଲ ବର୍ମା ୩୧ରନ କରିଥିବା ବେଳେ ଅଭିଷେକ ରାଉତଙ୍କ ଦ୍ୱାରା ରନଆଉଟ ହୋଇଥିଲେ। ପରେ ଅନ୍ୟତମ ଓପନର ମୁମତାଜ କାଦିର ୩୧ରନରେ ଓ ରବି ଚୌହ୍ବାନ ୨ରନରେ ରାଜେଶ ମହାନ୍ତିଙ୍କ ଶିକାର ହୋଇଥିଲେ। ଅଧିନାୟକ ରଜତ ପଲିୱାଲ ୬ରନରେ ଓ ରାହୁଲ ସିଂ ୧୪ରନରେ ଅପରାଜିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୦ ସିଜନ…୪୦୦ପ୍ଲସ ରନ…,ଇତିହାସ ରଚିଲେ କୋହଲି, ଆଇପିଏଲରେ ଏମିତି କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୫।୪: ବିରାଟ କୋହଲି ଆଇପିଏଲ ୨୦୨୪ରେ ଭଲ ବ୍ୟାଟିଂ କରୁଛନ୍ତି। କୋହଲି ତାଙ୍କ ନାମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଏକ ବଡ଼ ସଫଳତା ହାସଲ...

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri