ଦୃଷ୍ଟିହୀନ ନାତିକୁ ଖତଗଦାରେ ଫିଙ୍ଗି ଦେଇଥିଲେ ଜେଜେବାପା

 

ନବରଙ୍ଗପୁର,୧୦।୧୨(ବି.ପ୍ର.)-ଦୃଷ୍ଟିହୀନ ଶିଶୁପୁତ୍ର ଜନ୍ମ କରିଥିଲେ ବୋହୂ। ଏହାକୁ ଶ୍ୱଶୁର ସହ୍ୟ କରି ପାରି ନ ଥିଲେ। ଜନ୍ମର ୨ ମାସ ପରେ ଦୃଷ୍ଟିହୀନ ନାତିକୁ ଜେଜେବାପା ଖତ ଗଦାରେ ଫୋପାଡି ଦେଇଥିଲେ। ଏହା ଦେଖି ଜନ୍ମ ଦାତ୍ରୀ ମାଆ ନିଜ କୋହ ସମ୍ଭାଳି ପାରି ନ ଥିଲେ ା ଖତଗଦାରୁ ଶିଶୁ ପୁତ୍ରକୁ ଉଠାଇ ବାପ ଘରକୁ ଚାଲି ଆସିଥିଲେ।
ନବରଙ୍ଗପୁର ଜିଲାରେ ଏଭଳି ଏକ ଘଟଣା ଘଟିଛି।
ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଅଧୀନ ପଡାଲଗୁଡା ଗାଁର ଫଗୁଣ ଭତରାଙ୍କ ଝିଅ ସୂର୍ଯ୍ୟ ସୌରା ବେଳଗାଁର ଖଗପତି ସୌରାଙ୍କୁ ବିବାହ କରିଥିଲେ ା ଉଭୟେ ଦିନ ମଜୁରିଆ। ରାୟଗଡା ଠାରେ ଏକ ଇଟା ଭାଟିରେ କାମ କରି ଜୀବିକା ନିର୍ବାହ କରିଥାନ୍ତି ା ତାଙ୍କର ଦୁଇଟି ପୁତ୍ର ସନ୍ତାନ ରହିଛି ା ବଡ ପୁଅକୁ ୪ ବର୍ଷ ହୋଇଥିବା ବେଳେ ଦ୍ୱିତୀୟ ପୁଅକୁ ବର୍ତ୍ତମାନ ୫ ମାସ ହୋଇଛି ା ୨ୟ ପୁଅ ଜନ୍ମରୁ ଦୃଷ୍ଟିହୀନ ା ଆର୍ଥିକ ଅନଟନ ଲାଗି ଦୃଷ୍ଟିହୀନ ଶିଶୁର ଚିକିତ୍ସା ମା’ ବାପା କରି ପାରି ନ ଥିଲେ ା ନାତି ଦୃଷ୍ଟିହୀନ ଏହା ଜାଣିବା ପରେ ଜେଜେବାପା ନେଇ ଖତଗଦାରେ ଫୋପାଡି ଦେଇଥିଲେ ବୋଲି ସୂର୍ଯ୍ୟ କହିଛନ୍ତି। ପୁଅକୁ ଧରି ପଡାଲଗୁଡା ବାପା ଘରକୁ ସୂର୍ଯ୍ୟ ଚାଲି ଆସିଥଲେ। ପୁଅର ଚିକିତ୍ସା ପାଇଁ ପ୍ରଶାସନର ସହାୟତା ଲୋଡିଥିଲେ। ପ୍ରଶାସନ ପକ୍ଷରୁ ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ଚିକିତ୍ସା ପାଇଁ ବ୍ୟବସ୍ଥା କରାଯାଇଛି ା ପ୍ରଶାସନ ପକ୍ଷରୁ ଜିଲା ଜରୁରିକାଳୀନ କାର୍ଯ୍ୟାଳୟର ବରିଷ୍ଠ କିରାଣି ତଥା ରାଜସ୍ବ ଅମଲା ସଂଘ ରାଜ୍ୟ ସଭାପତି ତ୍ରିପତି ବାଲାଜୀ ସାହୁ ଜିଲା ସଦର ମହକୁମ୍ମା ଡାକ୍ତରଖାନା ସାଥିରେ ଆଣି ଦୃଷ୍ଟି ବାଧିତ ଶିଶୁର କିଭଳି ଚିକିତ୍ସା ହୋଇପାରିବ ସେ ନେଇ ବିଭାଗ ସହ ଯୋଗାଯୋଗ କରିଥିଲେ ା ଏନେଇ ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ସଂଯୋଜକ ଫିରୋଜ ବାଗଙ୍କୁ ପଚାରିବାରୁ ଆସନ୍ତା ୧୭ ତାରିଖରେ ଉକ୍ତ ଶିଶୁ ପୁତ୍ରକୁ ଭୁବନେଶ୍ୱରସ୍ଥିତ ଏଲଭି ପ୍ରସାଦ ଚକ୍ଷୁ ଚିକିତ୍ସାଳୟ ପଠାଯାଇ ଚିକିତ୍ସା କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ନୂଆଖାଇ ଲଗ୍ନ ଧାର୍ଯ୍ୟ, ଏହି ମୁହୂର୍ତ୍ତରେ ଶୁଭବେଳା…

ବରଗଡ଼,୬ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମଦେବୀ ସମଲେଶ୍ୱରୀଙ୍କ ପୀଠରେ ରବିବାର ନୂଆଖାଇ ଲଗ୍ନ ନିରୂପଣ କରାଯାଇଛି। ବିଧି ଓ ପରମ୍ପରା ଅନୁଯାୟୀ ଆସନ୍ତା ୧୪ ତାରିଖ ନିଶାର୍ଦ୍ଧ…

ସ୍ତ୍ରୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଥିଲେ ସ୍ବାମୀ, ନିର୍ମମ ଭାବେ ହତ୍ୟା କରିବା ପରେ…

ସମ୍ବଲପୁର,୬ା୯(ପ୍ରମୋଦ ବହିଦାର): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ସେନ ପାର୍କ ନିକଟସ୍ଥ ପ୍ରାଣୀ ଚିକିତ୍ସାଳୟ ସମ୍ମୁଖରେ ଏକ ଅଭାବନୀୟ ତଥା ବର୍ବରୋଚିତ ହତ୍ୟାକାଣ୍ଡ ଘଟିଯାଇଛି। ଚରିତ୍ର ଉପରେ…

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି…

ପାରଳାଖେମୁଣ୍ଡି,୬ା୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ…

ଭାଜପାରେ ଯୋଗଦେଲେ ଅନେକ କର୍ମୀ, ପ୍ରଧାନମନ୍ତ୍ରୀଙ୍କ ଶାସନରେ…

ରିଷିଡ଼ା,୬ା୯(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହାସ୍ଥିତ ସୁବିଧା କେନ୍ଦ୍ରଠାରେ ଭାଜପାର ମାସିକ ବୈଠକ ଓ ମିଶ୍ରଣ ପର୍ବ ଶନିବାର ଭାଜପାର କର୍ଲାମୁଣ୍ଡା ମଣ୍ଡଳ ସଭାପତି ଡୋଳାମଣି…

ଗାଜଲବାଡ଼ି ଘାଟିରେ ଦୁର୍ଘଟଣା: ଗୁଗୁଲ୍‌ ମ୍ୟାପ୍‌’ ଦେଖି ଫସିଲା ଟ୍ରକ୍‌, ଅଟକି ରହିଛି ଶହ ଶହ…

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ସୀମାରେ ରହିଥିବା ଗାଜଲବାଡ଼ି ଘାଟିରେ ଏକ ୧୬ ଚକିଆ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା…

ପାଣି ଫ୍ୟାକ୍ଟେରୀରେ କରେଣ୍ଟ ଝଟକା, ଜୀବନ ସହ ଲଢ଼ୁଛନ୍ତି ଶ୍ରମିକ: ଗେଟ୍‌ରେ ଗଣଧାରଣା

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତ ଅଧୀନ ଏନ୍‌ଏଚ୍‌-୨୬ ପାର୍ଶ୍ୱରେ ଅବସ୍ଥିତ ଏକ ପାଣି ପାଉଚ୍‌ ଫ୍ୟାକ୍ଟେରୀରେ ଅଭାବନୀୟ ଘଟଣା…

ଶିକ୍ଷୟିତ୍ରୀଙ୍କୁ ପାଦ ଛୁଇଁ ପ୍ରଣାମ କଲେ ବିଡିଓ, ଭାବବିହ୍ୱଳ ହୋଇ କହିଲେ ମୋର ଶିକ୍ଷକ ସମାଜ ପ୍ରତି ଯଥେଷ୍ଟ ସମ୍ମାନ ରହିଛି

ଦାରିଙ୍ଗବାଡ଼ି, ୬।୯ (ଅରୁଣ ସାହୁ): ସେପ୍ଟେମ୍ବର ୫ ତାରିଖରେ ଶନିବାର ଗୁରୁଦିବସ ପାଳିତ ହୋଇଥିବା ଅବସରରେ ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସିଠାରେ ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା…

ନଳିନୀଙ୍କ ହାତରେ କେସିଙ୍ଗା ବିଜେଡିର ମଙ୍ଗ: ଗୁରୁଦାୟିତ୍ୱ ଦଲେ ନବୀନ

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri