Posted inରାଜ୍ୟ

ଦୂରହେବ ଦୃଷ୍ଟିବାଧିତ ପିଲାଙ୍କ ପାଠପଢ଼ା ସମସ୍ୟା: ଜର୍ମାନୀରୁ ଆସିଲା ଉଚ୍ଚଶକ୍ତିସମ୍ପନ୍ନ ବ୍ରେଲ୍‌ ମେଶିନ

ଭୁବନେଶ୍ୱର, ୭ା୮(ବ୍ୟୁରୋ): ରାଜ୍ୟର ଦୃଷ୍ଟି ବାଧିତ ଛାତ୍ରୀଛାତ୍ରଙ୍କ ନିମନ୍ତେ ବ୍ରେଲ୍‌ ପାଠ୍ୟପୁସ୍ତକ ପାଇଁ ଉଚ୍ଚ କ୍ଷମତାବିଶିଷ୍ଟ ଅତ୍ୟାଧୁନିକ ବ୍ରେଲ୍‌ ମେଶିନ ଜର୍ମାନୀରୁ ଅଣାଯାଇଛି। ଏହି ମେଶିନ ଦ୍ୱାରା ମାଧ୍ୟମିକ ସ୍ତରରେ ପଢ଼ୁଥିବା ଦୃଷ୍ଟି ବାଧିତ ପିଲାଙ୍କ ନିମନ୍ତେ ପର୍ଯ୍ୟାପ୍ତ ପରିମାଣର ପାଠ୍ୟପୁସ୍ତକ ଛପାଯାଇପାରିବ। ଆସନ୍ତା ସେପ୍ଟେମ୍ବର ଦ୍ବିତୀୟ ସପ୍ତାହରେ ଏହାକୁ ବ୍ରହ୍ମପୁରସ୍ଥିତ ରାଜ୍ୟର ଏକମାତ୍ର ବ୍ରେଲ୍‌ ପ୍ରେସ୍‌ରେ ସ୍ଥାପନ କରାଯିବ। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଏହି ମେଶିନ ପାଇଁ ୧.୧୮ କୋଟି ଟଙ୍କା ବ୍ୟୟ କରିଛି। ଏହି ମେଶିନ କମ୍ପ୍ୟୁଟର ସହାୟତାରେ ଆଲୁମିନିୟମ୍‌ ମାଷ୍ଟର ପ୍ଲେଟ୍‌ରେ ପ୍ରତି ସେକେଣ୍ଡକୁ ୧୬ଟି ଅକ୍ଷର ଛାପିବ। ପରେ ମୋଟା କାଗଜରେ ଘଣ୍ଟାପ୍ରତି ୧୦ ହଜାର ପୃଷ୍ଠା ଛପାଯାଇପାରିବ। ଏହାଦ୍ୱାରା ବ୍ରେଲ୍‌ ଛାପା କାର୍ଯ୍ୟ ନିର୍ଭୁଲ ଓ ପରିମାଣ ଦୃଷ୍ଟିରୁ ଅଧିକ ହେବ।
୧୯୭୪ରେ ବ୍ରହ୍ମପୁରଠାରେ ପ୍ରତିଷ୍ଠିତ ରେଡ୍‌କ୍ରସ ଦୃଷ୍ଟିହୀନ ବିଦ୍ୟାଳୟରେ ୧୯୮୬ ନଭେମ୍ବରରେ ବ୍ରେଲ୍‌ ପ୍ରେସ୍‌ ଆରମ୍ଭ କରାଯାଇଥିଲା। ରାଜ୍ୟର ଏକମାତ୍ର ବ୍ରେଲ୍‌ ପାଠ୍ୟପୁସ୍ତକ ପ୍ରଣୟନ ସଂସ୍ଥା ଭାବରେ ଏହି ଅନୁଷ୍ଠାନ କାର୍ଯ୍ୟ କରୁଛି। ଦୃଷ୍ଟିବାଧିତ ଛାତ୍ରୀଛାତ୍ରଙ୍କ ନିମନ୍ତେ ପାଠ୍ୟ ପୁସ୍ତକ ପାଇଁ ୨୦୧୩ରେ ରାଜ୍ୟ ସରକାର ୧.୫୫ କୋଟି ଖର୍ଚ୍ଚ କରି ଦୁଇଟି ବ୍ରେଲ୍‌ ମେଶିନ ଆଣିଥିଲେ। ସେଥିରୁ ମାଷ୍ଟରପ୍ଲେଟ୍‌ ପ୍ରସ୍ତୁତ କରୁଥିବା ମେଶିନଟିର କ୍ଷମତା କମ୍‌ ଥିଲା। ଫଳରେ ପାଠ୍ୟପୁସ୍ତକ ପ୍ରସ୍ତୁତିରେ ବିଳମ୍ବ ହେଉଥିଲା। ଏଣିକି ଏହି ସମସ୍ୟା ବି ଦୂର ହେବ। ଭବିଷ୍ୟତରେ ଓଡ଼ିଆ ସାହିତ୍ୟର ପ୍ରମୁଖ ପୁସ୍ତକଗୁଡ଼ିକ ସମେତ ଉଚ୍ଚମାଧ୍ୟମିକ ସ୍ତରର ଦୃଷ୍ଟିବାଧିତ ବିଦ୍ୟାର୍ଥୀମାନଙ୍କ ପାଇଁ ମଧ୍ୟ ବ୍ରେଲ୍‌ ପୁସ୍ତକ ପ୍ରକାଶ କରାଯିବାର ଯୋଜନା ରଖାଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ରାଲିରେ ଟ୍ରମ୍ପ୍‌ଙ୍କ ବଡ଼ ଦାବି, ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ…

ଓ୍ବାଶିଂଟନ,୨୪ା୧୦: ଆମେରିକାରେ ମଧ୍ୟବର୍ତ୍ତିକାଳୀ ନିର୍ବାଚନ ପାଇଁ ପ୍ରଚାର ଜୋର୍‌ ଧରିଥିବା ବେଳେ ସେଥିରେ ଅପରେଶନ ସିନ୍ଦୂର ସ୍ଥାନ ପାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଉଚ୍ଚ ଟାରିଫ୍‌ ଧମକ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ତିଲକ ବର୍ମା, ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବନିଲେ ନମ୍ବର ୧…

ନୂଆଦିଲ୍ଲୀ, ୨୪।୧୦: ଭାରତୀୟ ଯୁବ କ୍ରିକେଟର୍ ତିଲକ ବର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଶନିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ…

ଭୁବନେଶ୍ୱର କୁମାରଙ୍କ ଜର୍ସି ନମ୍ବର ‘୮୭’ର ରହସ୍ୟ, କ୍ରିକେଟର୍‌ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୨୪।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ଯାଦୁ ଦେଖିବାକୁ ମିଳିନାହିଁ। ଦୀର୍ଘ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ…

ବୋମା ଖାଇ ୨ ଗୋରୁ ଗୁରୁତର, ତଦନ୍ତ ନିର୍ଦ୍ଦେଶ

ଖମାର,୨୪।୧୦(ରଜନୀକାନ୍ତ ମହାରଣା): ଅନୁଗୋଳ ଜିଲା ଖମାର ଥାନା ଅନ୍ତର୍ଗତ ରଜଡ଼ଙ୍ଗ ଗାଁ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ଜଙ୍ଗଲରେ ବିଛାଯାଇଥିବା ବୋମା ଖାଇ ୨ଟି ଗୋରୁ ଶୁକ୍ରବାର…

ବରଗଡ଼ ମୁଖ୍ୟ କେନାଲରେ ୨ମାସ ଆସିବନି ପାଣି: ଏହି ଦିନଠାରୁ ଯୋଗାଣ ବନ୍ଦ, ଚିନ୍ତାରେ ଚାଷୀ

ବରଗଡ଼, ୨୪।୧୦ (ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲରେ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଦୀର୍ଘ ୨ ମାସ…

ନଦୀରେ ଭାସୁଥିଲା ଅଖା, ଭିତରୁ ଯାହା ମିଳିଲା…

କାଲିମେଳା, ୨୪।୧୦ (ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅଧୀନ ଏମଭି-୬୪/୧୦ ଗ୍ରାମ ନିକଟସ୍ଥ ପଟେରୁ ନଦୀରୁ ଏକ ଗଳିତ ମୃତଦେହ ଶନିବାର ମିଳିଛି।…

ରାଜ୍ୟ ସ୍ତରୀୟ ସୁଟିଙ୍ଗ ପ୍ରତିଯୋଗିତା: କଳାହାଣ୍ଡିକୁ ମିଳିଲା ୯ ପଦକ

ଲାଞ୍ଜିଗଡ଼,୨୪।୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ୬୧ତମ ବାର୍ଷିକ ସୁଟିଙ୍ଗ ପ୍ରତିଯୋଗିତାରେ ଭାଗ ନେଇ ୪ଟି ସ୍ବର୍ଣ୍ଣ, ୨ଟି ରୌପ୍ୟ ଏବଂ…

ମା’ଙ୍କ ଶ୍ରାଦ୍ଧ ଲାଗି ଛୁଟିରେ ଗାଁକୁ ଆସିଥିଲେ, ଦୁର୍ଘଟଣାରେ ଚାଲିଗଲା ଯବାନଙ୍କ ଜୀବନ

କୋକସରା,୨୪।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦେଶ ସେବାରେ ନିୟୋଜିତ ଥିବା ଆସାମ ରାଇଫଲ୍ସ ହାବିଲଦାର ସରୋଜ କୁମାର ଶବରଙ୍କୁ ଶନିବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?