ଦୁର୍ବିପାକ ସତ୍ତ୍ୱେ କୃଷି ଉତ୍ପାଦନ ବଢିଛି: ମନ୍ତ୍ରୀ

ଭୁବନେଶ୍ୱର,୩।୭(ବ୍ୟୁରୋ): ରାଜ୍ୟ ସରକାର କୃଷି ଓ କୃଷକର ଉନ୍ନତି ପାଇଁ ଦୃଢ ପ୍ରତିବଦ୍ଧ। କୃଷକମାନଙ୍କର କଲ୍ୟାଣ ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ଆମର ଚିର ସହଚର। ୨୦୦୦-୦୧ରୁ ୨୦୧୮ ମଧ୍ୟରେ ରାଜ୍ୟରେ ୮ଥର ମରୁଡି, ୯ଥର ବନ୍ୟା, ୩ଥର ବାତ୍ୟା ଓ ୩ ଥର ରୋଗ ପୋକ ଦ୍ୱାରା ଫସଲ ନଷ୍ଟ ହୋଇଛି। ଏହା ସତ୍ତ୍ୱେ କୃଷି କ୍ଷେତ୍ରର ଦ୍ରୁତ ପ୍ରଗତି ଯୋଗୁ ଗ୍ରାମାଞ୍ଚଳର ବିକାଶ ଓ କୃଷକମାନଙ୍କର ସର୍ବାଙ୍ଗୀନ କଲ୍ୟାଣ ସାଧିତ ହେଉଛି। ରାଜ୍ୟରେ କୃଷକମାନଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁ ଖାଦ୍ୟ ଶସ୍ୟ ଉତ୍ପାଦନ ବଢିଛି। ୨୦୦୦-୦୧ରେ ଖାଦ୍ୟ ଶସ୍ୟ ଉତ୍ପାଦନ ୫୫ ଲକ୍ଷ ମେଟ୍ରିକ ଟନ ଥିବା ବେଳେ ୨୦୧୪ରେ ଏହା ୧୧୮ ଲକ୍ଷ ମେଟ୍ରିକ ଟନରେ ପହଞ୍ଚିଛି ବୋଲି କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଅରୁଣ କୁମାର ସାହୁ କହିଛନ୍ତି। ମଙ୍ଗଳବାର ମୁଲତବୀ ପ୍ରସ୍ତାବର ଜବାବରେ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ଦୁଗ୍ଧ, ମତ୍ସ୍ୟ, ଅଣ୍ଡା ଉତ୍ପାଦନ ପାଇଁ ରାଜ୍ୟ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ୨୦୦୦-୦୧ରେ ଦୁଗ୍ଧ ଉତ୍ପାଦନ ୮.୭୫ ଲକ୍ଷ ମେଟ୍ରିକ ଟନ ଥିବା ବେଳେ ୨୦୧୮-୧୯ରେ ଏହା ୨୩.୦୯ ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି ପାଇଛି। ସେହିପରି ଅଣ୍ଡା, ମାଂସ, ମତ୍ସ୍ୟ, ଉତ୍ପାଦନ କ୍ଷେତ୍ରରେ ରାଜ୍ୟର ଅଭିବୃଦ୍ଧି ହେଉଛି ବୋଲି ମନ୍ତ୍ରୀ କହିଛନ୍ତି। କୃଷି କ୍ଷେତ୍ରକୁ ଅଧିକ ଅର୍ଥ ଦେବାକୁ ୨୦୧୩-୧୪ଠାରୁ ସ୍ବତନ୍ତ୍ର କୃଷି ବଜେଟ ବିଧାନସଭାରେ ଉପସ୍ଥାପନ କରାଯାଉଛି। ରାଜ୍ୟ ସରକାର କୃଷକମାନଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରିଛନ୍ତି। କୃଷକମାନଙ୍କର ଜୀବିକା ଏବଂ ଆୟ ବୃଦ୍ଧି ପାଇଁ କାଳିଆ ଯୋଜନା କାର୍ଯ୍ୟକାରୀ ହେଉଛି ବୋଲି ମନ୍ତ୍ରୀ କହିଥିଲେ। ହେଲେ ମନ୍ତ୍ରୀଙ୍କ ଉତ୍ତରରେ ସନ୍ତୁଷ୍ଟ ନ ହୋଇ କଂଗ୍ରେସ ଦଳର ସଦସ୍ୟମାନେ ବିଧାନସଭା କକ୍ଷ ଛାଡି ବାହାରକୁ ଚାଲି ଯାଇଥିଲେ।
ରାଜ୍ୟର କୃଷି ଓ କୃଷକ ସମସ୍ୟା ପ୍ରତି ରାଜ୍ୟ ସରକାର ଉଦାସୀନ ଶୀର୍ଷକ ମୁଲତବୀ ପ୍ରସ୍ତାବ ଆଗତ କରି କଂଗ୍ରେସ ସଦସ୍ୟ ନରସିଂହ ମିଶ୍ର ସରକାରଙ୍କୁ କଡା ସମାଲୋଚନା କରିଥିଲେ। ସେ କହିଥିଲେ ଯେ ଏ ସରକାରଙ୍କର ସବୁକିଛି କାଗଜ କଲମରେ ଚାଲିଛି। ୨୦୦୬ରେ ରାଜ୍ୟପାଳଙ୍କ ଅଭିଭାଷଣରେ ସରକାର କହିଥିଲେ ୫ ବର୍ଷରେ ସବୁ ବ୍ଲକକୁ ୩୦ ପ୍ରତିଶତ ଜଳସେଚନ ଯୋଗାଇ ଦେବେ। ୨୦୦୯ରେ ଚାଷୀଙ୍କୁ ମାଗଣାରେ ବିଦ୍ୟୁତ୍‌ ଶକ୍ତି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ସରକାର ତାହା ଯୋଗାଇ ଦେଇଛନ୍ତି କି ବୋଲି ସେ ପ୍ରଶ୍ନ କରିଥିଲେ। ସରକାରୀ ହିସାବ ଅନୁଯାୟୀ ଧାନ କୁଇଣ୍ଟାଲ ଉତ୍ପାଦନ ପାଇଁ ଜଣେ ଚାଷୀଙ୍କୁ ୨୩୪୪ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଧାନ ବିକୁଛନ୍ତି ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି)୧୭୫୦ ଟଙ୍କାରେ। ତାହା ବି ଅନେକ ସମୟରେ ଚାଷୀଙ୍କୁ ମିଳୁ ନାହିଁ ବୋଲି ମିଶ୍ର କହିଥିଲେ। ଆଳୁ ମିଶନ ଫେଲ୍‌ ମାରିଛି। ଏହାକୁ ଲକ୍ଷ୍ୟ କରି ସରକାର ଶୀତଳ ଭଣ୍ଡାର ସ୍ଥାପନ ପାଇଁ ପ୍ରୋତ୍ସାହନ ଦେଇଥିଲେ। ସେହି ଶୀତଳ ଭଣ୍ଡାରଗୁଡିକ ବନ୍ଦ ହେବାକୁ ଯାଉଛି। ସରକାର ଘୋଷଣା କରିଥିବା ସବ୍‌ସିଡି ସେମାନଙ୍କୁ ମିଳି ନାହିଁ। ଏସବୁ ପ୍ରଶ୍ନର ଜବାବ ମାଗିଥିଲେ। ଭାଜପା ସଭ୍ୟ ଜୟନାରାୟଣ ମିଶ୍ର କହିଥିଲେ ଆଗରୁ ଆମ ଲୋକମାନେ ବାହାରକୁ ଯାଉ ନ ଥିଲେ। ଚାଷ ଯାହାଙ୍କର ଥିଲା ତାଙ୍କୁ ଅନେକ ସମ୍ମାନ ମିଳୁଥିଲା। ଏବେ ଚାଷ କରୁଥିବା ଲୋକଙ୍କୁ ଝିଅ ବାହା ଦେବାକୁ ରାଜି ହେଉନାହାନ୍ତି । ଚାଷ ଉପରେ ୭୦ ଭାଗରୁ ଅଧିକ ଲୋକ ନିର୍ଭର କରୁଛନ୍ତି। ସରକାର ଜମିକୁ ଜଳସେଚନ କିମ୍ବା ଚାଷୀଙ୍କୁ ବିହନ ଯୋଗାଇ ଦେଇପାରୁ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

ନୟାଗଡ଼ ଡବଲ ମର୍ଡର: ଦୋଷୀଙ୍କୁ ଫାଶୀ

ନୟାଗଡ଼,୨୬ା୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ହୋଇଥିବା ଡବଲ ମର୍ଡର ଘଟଣାରେ ଶୁକ୍ରବାର ଓଡ଼ଗାଁ ଏଡିଜେ କୋର୍ଟ ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି। ଦୋଷୀ ନିରଞ୍ଜନ ମଲ୍ଲିକଙ୍କୁ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

ସୁରେଶ ପୂଜାରୀଙ୍କ ଘର ପରିସରରେ ଡ୍ରୋନ୍‌ ଖସିବା ଘଟଣା: ହେଲା ବଡ଼ ଖୁଲାସା

ଭୁବନେଶ୍ୱର,୨୬।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିପଡିଥିବା ଡ୍ରୋନ୍‌କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ତାହା ବନ ବିଭାଗର ବୋଲି ଜଣାପଡିଛି। ଏନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri