ଦୁର୍ଦ୍ଦଶାରେ କ୍ୟାପସିକମ ଚାଷୀ

ବାରିପଦା ଅଫିସ, ୧୧ା୪-କରୋନା ସଂକ୍ରମଣକୁ ରୋକିବା ଲାଗି ସାରା ଦେଶରେ ଲକ୍‌ଡ଼ାଉନ ଜାରି ରହିଛି। ଏଥିଯୋଗୁ ଜନଜୀବନ ପ୍ରଭାବିତ ହେଉଥିବା ବେଳେ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଅଭାବୀ ବିକ୍ରି ସାଙ୍ଗକୁ ଫସଲ ନଷ୍ଟ ହେବା ଯୋଗୁ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ଏଭଳି ଦୁର୍ଦ୍ଦଶାର ଶିକାର ହୋଇଛନ୍ତି ମୟୂରଭଞ୍ଜ ଜିଲାର କ୍ୟାପିସିକମ୍‌ ଚାଷୀ।
ବିଶୋଇ ବ୍ଲକ ଅଧୀନ ମଣଦା ଗ୍ରାମର ସର୍ବେଶ୍ୱର ବେହେରା ୨.୫ ଏକର ଜମିରେ କ୍ୟାପସିକମ୍‌ ଚାଷ କରିଛନ୍ତି। ପ୍ରତିଦିନ କୁଇଣ୍ଟାଲ କୁଇଣ୍ଟାଲ କ୍ୟାପସିକମ୍‌ ତୋଳା ହେଉଥିବା ବେଳେ ବିକ୍ରି ହୋଇ ନ ପାରି ତାହା ନଷ୍ଟ ହେଉଛି। ଟମାଟୋ, ବାଇଗଣ ଲଗାଇ ସାରିବା ପରେ ବାହାଘର ସିଜିନକୁ ଆଖି ଆଗରେ ରଖି ପ୍ରତିବର୍ଷ ସେ କ୍ୟାପସିକମ୍‌ ଚାଷ କରନ୍ତି। ମାର୍ଚ୍ଚ ମାସରେ କ୍ୟାପସିକମ ଫଳୁଥିବାରୁ ସର୍ବେଶ୍ୱର ସେଥିରୁ ଭଲ ଦି’ପଇସା ରୋଜଗାର କରନ୍ତି। ଏପରିକି ସେ ପ୍ରତିବର୍ଷ ଚାଷ ହେଉଥିବା ଆୟରେ ପରିବାର ପ୍ରତିପୋଷଣ କରିବା ସହ ରିଟର୍ଣ୍ଣ ଫାଇଲ ମଧ୍ୟ କରନ୍ତି। ଏବେ କରୋନାକୁ ନେଇ ଲକଡାଉନ କରାଯାଇଥିବାରୁ ଫସଲ ନଷ୍ଟ ହେଉଥିବା ସେ ପ୍ରକାଶ କରିଛନ୍ତିି। ପୂର୍ବରୁ ସେ ପ୍ରତିଦିନ ହାରାହାରି ୧୦ କୁଇଣ୍ଟାଲ କ୍ୟାପସିକମ୍‌ ବାରିପଦା, ବାଲେଶ୍ୱର ଓ କଲିକତାକୁ ପଠାଇଥାନ୍ତି। ଏବେ କେବଳ ବାରିପଦାକୁ କ୍ୟାପସିକମ ପଠାଉଛନ୍ତି। ୨/୩ ଦିନରେ ଥରେ ୬ କୁଇଣ୍ଟାଲ କ୍ୟାପସିକମ୍‌ ସେ ବାରିପଦାକୁ ପଠାଉଥିବା ବେଳେ ବର୍ତ୍ତମାନ ଅଭାବୀ ବିକ୍ରି ଦେଖା ଦେଇଥିବାରୁ ଆଗ ଭଳି ବେପାର ହେଉ ନ ଥିବା କହିଛନ୍ତି। ଗଛରେ ଫଳ ଧରିଥିଲେ ମଧ୍ୟ କାହିଁକି ତୋଳି ଟଙ୍କା ଖର୍ଚ୍ଚ କରିବେ ଭାବି ନ ତୋଳି ଛାଡ଼ି ଦେଉଥିବାରୁ ତାହା ଗଛରେ ନଷ୍ଟ ହେଉଛି। ପୂର୍ବରୁ କ୍ୟାପସିକମ୍‌ କିଲୋ ୪୫ ଟଙ୍କାରେ ବିକ୍ରି କରୁଥିବା ବେଳେ ଏବେ ୧୨ଟଙ୍କାରେ ସେ ବେପାରୀମାନଙ୍କୁ ଦେଉଛନ୍ତି। ତୋଳିବା ଖର୍ଚ୍ଚ, ପ୍ୟାକିଂ, ଗାଡ଼ି ଭଡ଼ା ଆଦି ଖର୍ଚ୍ଚକୁ ବାଦ୍‌ ଦେଲେ ୧ କିଲୋ କ୍ୟାପସିକମ୍‌କୁ ମାତ୍ର ୫ରୁ ୬ଟଙ୍କାରେ ବିକ୍ରି କରୁଥିବା ସର୍ବେଶ୍ୱର କୁହନ୍ତି । ତେଣୁ ସରକାର ତାଙ୍କ ଭଳି ଫସଲ କ୍ଷତି ହୋଇଥିବା ଚାଷୀମାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନ: ମଇଦାନରେ ୨୩ ପ୍ରାର୍ଥୀ, ଜଣଙ୍କ ପ୍ରାର୍ଥିପତ୍ର ନାକଚ

ପୁରୁଷୋତ୍ତମପୁର, ୯/୧୦ (ସବିତା ମିଶ୍ର): ଗଞ୍ଜାମ ଜିଲାର ପୁରୁଷୋତ୍ତମପୁରସ୍ଥିତ ତାରାତାରିଣୀ କଲେଜରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଯାଞ୍ଚ ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା…

୨୨ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ: କ୍ୟାମ୍ପସ୍‌ରେ ରାଜନୈତିକ ଉଷ୍ମତା

ପାଟଣା, ୯/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ସ୍ୱାମପାଟଣାସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଯାଞ୍ଚ ଶେଷ ହୋଇଛି। ନାମାଙ୍କନ…

ସୁପରଷ୍ଟାର ସଲମାନଙ୍କ ନୂଆ ଇନିଂସ, କିଛି ଏଭଳି ଘୋଷଣା କରି ଚମକାଇଲେ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ନୂଆ ଇନିଂସ। ଆପଣ ଯଦି ଭାବୁଛନ୍ତି ସେ ବୋଧହୁଏ ବିବାହ କରିବାକୁ ଯାଉଛନ୍ତି, ତେବେ ନା। କେତେବେଳେ ସିନେମା ତ…

ପ୍ରଥମେ ସୋସିଆଲ ମିଡିଆରେ ପୋଷ୍ଟ, ଏବେ ଭାଜପାରୁ ଇସ୍ତଫା ଦେଇ ଚମକାଇଲେ ଧର୍ମେନ୍ଦ୍ର

ଲକ୍ଷ୍ନୌ, ୯।୧୦: ଉତ୍ତର ପ୍ରଦେଶରେ ରାଜ୍ୟ ସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ଭାରତୀୟ ଜନତା ପାର୍ଟିର ପୂର୍ବତନ MP ଧର୍ମେନ୍ଦ୍ର କଶ୍ୟପ…

ବାଲିଯାତ୍ରାରେ ରକ୍ତପାତ: ଛୁରାମାଡ଼ରେ ଜଣେ ମୃତ, ଅନ୍ୟଜଣେ ଗୁରୁତର

କଲ୍ୟାଣସିଂହପୁର, ୯।୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିଖରପାଇ ବାଲିଯାତ୍ରାରେ ଘଟିଛି ଏକ ଅଭାବନୀୟ ଘଟଣା। ସାମାନ୍ୟ ବଚସାକୁ କେନ୍ଦ୍ର କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?