‘ଦୀକ୍ଷା ଆପ୍‌’ରେ ପାଠ ପଢ଼ିବେ ଦଶମ ଶ୍ରେଣୀ ପିଲା

ଭୁବନେଶ୍ୱର, ୮।୪(ବ୍ୟୁରୋ): କରୋନା ଯୋଗୁ ସବୁକିଛି ବନ୍ଦ ହୋଇଯିବା ପରେ ପିଲାମାନଙ୍କ ପାଠପଢ଼ା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ସ୍କୁଲ, କଲେଜ ବନ୍ଦ ହେବାପରେ ଆଗକୁ ପିଲାଙ୍କ ଭବିଷ୍ୟତ କ’ଣ ହେବ ତାକୁ ନେଇ ସରକାର ଚିନ୍ତାରେ ପଡ଼ିଯାଇଛନ୍ତି। ପିଲାଙ୍କ ପାଠପଢ଼ା ଲାଗି ସରକାର ନୂଆ ଯୋଜନା ଆରମ୍ଭ କରିବାକୁ ଉଦ୍ୟମ ଚଳାଇଛନ୍ତି। ମୁଖ୍ୟତଃ ନୂଆକରି ଦଶମ ଶ୍ରେଣୀରେ ପାଦ ରଖିବାକୁ ଥିବା ପିଲାଙ୍କ ପାଇଁ ଅଧିକ ଚିନ୍ତା ବଢ଼ିଯାଇଛି। ସେମାନଙ୍କ ପାଠପଢ଼ା ପାଇଁ ଏବେ ସରକାର ଅନ୍‌ଲାଇନରେ ଶିକ୍ଷା ଆରମ୍ଭ କରିବାକୁ ଚିନ୍ତା କରୁଥିବା ଜାଣିବାକୁ ମିଳିଛି। ଦୀକ୍ଷା ଆପ୍‌ ଜରିଆରେ ପିଲାମାନେ ପାଠ ପଢ଼ିବେ। ଏ ସମ୍ପର୍କିତ ଖବର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରଥମେ ଧରିତ୍ରୀକୁ ସୂଚନା ଦେବାପରେ ତାହା ଗତ ସୋମବାର ପ୍ରକାଶ ପାଇଥିଲା। ଏନେଇ ମନ୍ତ୍ରୀ ଦାଶ ବିଭାଗୀୟ ସଚିବ ଚିତ୍ରା ଅରୁମୁଗମ୍‌ଙ୍କ ପରାମର୍ଶ ଲୋଡ଼ିଥିବା ବେଳେ ଏହା ଉପରେ ସେ ନିଜର ମତ ରଖିଥିବା ଜଣାପଡିଛି। ଖୁବ୍‌ଶୀଘ୍ର ଏନେଇ ଏକ ବିଧିବଦ୍ଧ ବୈଠକ ବସିବାପରେ ଅନ୍‌ଲାଇନ ପାଠପଢ଼ା ଆରମ୍ଭ ହେବ ବୋଲି ଜଣାପଡିଛି। ବିଭାଗୀୟ ସଚିବ ଏବେ ସୁରଟରେ ଥିବା ଓଡ଼ିଆଙ୍କ ଦାୟିତ୍ୱରେ ଥିବାବେଳେ ଓସେପା ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆ ମଧ୍ୟ ସ୍ବାସ୍ଥ୍ୟ ବିଭାଗର କିଛି ନିର୍ଦ୍ଦିଷ୍ଟ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ତେଣୁ ୧୪ ତାରିଖ ପରେ ଏହି ଦୁଇ ଅଧିକାରୀଙ୍କ ସହ ମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବା। ଏନେଇ ମନ୍ତ୍ରୀ ଦାଶ ମଙ୍ଗଳବାର କହିଛନ୍ତି ଯେ, ଦଶମ ଶ୍ରେଣୀ ପିଲାମାନେ ଅନ୍‌ଲାଇନରେ ପଢ଼ିବେ। କେନ୍ଦ୍ର ସରକାରଙ୍କ ଦୀକ୍ଷା ଆପ୍‌ ଦ୍ୱାରା ପାଠ ପଢ଼ିବାକୁ କୁହାଯିବ। ଯେଉଁ ଛାତ୍ରୀଛାତ୍ରମାନଙ୍କ ପାଖରେ କମ୍ପ୍ୟୁଟର ସୁବିଧା ରହିଥିବା ସେମାନେ ଅଧିକ ଲାଭବାନ ହେବେ। ଯାହା ପାଖରେ ନ ଥିବ ସେମାନଙ୍କ ପାଇଁ ସ୍ବତନ୍ତ୍ର ଯୋଜନା କରାଯିବ। ଅନ୍‌ଲାଇନ ପାଠପଢ଼ା ଲାଗି ସ୍କୁଲ ଶିକ୍ଷୟିତ୍ରୀ, ଶିକ୍ଷକମାନେ ପିଲାଙ୍କୁ ଗାଇଡ୍‌ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତରେ ଅସୁସ୍ଥ ହେଲେଣି ୭୧ଜଣ, ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଓଡିଶା ରାଜନୀତିର ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା...

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri