ଦିଲ୍ଲୀ ପୋଲିସ କବଳରୁ ଖସିଗଲା ଚୋର

ବାଲେଶ୍ୱର ଅଫିସ, ୨୦।୭: ଦିଲ୍ଲୀରୁ ୧୦ଲକ୍ଷ ଟଙ୍କାର ଗହଣା ଚୋରି କରି ପଳାଇ ଆସିଥିବା  ସୋର ଜିଲା ବାଲେଶ୍ୱର ଥାନା କରୁଣାକର  ଗ୍ରାମର ରଘୁନାଥ ଦାସ (୨୯)ଙ୍କୁ ଶୁକ୍ରବାର ଦିଲ୍ଲୀ ପୋଲିସ ସୋର ପୋଲିସ ସହାୟତାରେ ଗିରଫ କରିଥିଲା। କରୁଣାକରଙ୍କୁ ଦିଲ୍ଲୀ ନିଆଯାଉଥିବା ବେଳେ ବାଲେଶ୍ୱର ରେଳଷ୍ଟେଶନ ରାସ୍ତାରେ ପୋଲିସ୍‌ଙ୍କୁ ଚକ୍‌ମା ଦେଖାଇ କରୁଣାକରଙ୍କ ଅନ୍ୟ ସାଥିମାନେ ତାଙ୍କୁ ଫେରାର କରାଇ ନେବାରେ ସଫଳ ହୋଇଛନ୍ତି।
ଦିଲ୍ଲୀ ଆଦର୍ଶନଗର ଥାନା ଅଞ୍ଚଳର  କୁମାର ଖାରିଙ୍କ ଘରେ କରୁଣାକର କାମ କରୁଥିଲେ। ଗତ ଜୁନ୍‌ ୩ ତାରିଖରେ ଘରେ କେହି ନ ଥିବାବେଳେ ସେ ୨ଟି ହୀରା କାନଫୁଲ, ସୁନା ଚୁଡ଼ି, ଚେନ୍‌, ମଙ୍ଗଳସୂତ୍ର ଆଦି ୧୦ଲକ୍ଷ ଟଙ୍କାର ଗହଣା ଚୋରି କରି ପଳାଇଆସିଥିଲେ। ଏନେଇ ଗତ ଜୁନ୍‌ ୪ତାରିଖରେ ନିକଟସ୍ଥ ଥାନାରେ ଅଭିଯୋଗ କରିଥିଲେ। ସୋର ଆଇଆଇସି କ୍ଷମାସାଗର ପଣ୍ଡା ଅଭିଯୁକ୍ତ ଙ୍କୁ ଅଟକ ରଖି ଦିଲ୍ଲୀ ପୋଲିସକୁ ଖବର ଦେଇଥିଲେ। ଦିଲ୍ଲୀ ପୋଲିସ ସୋରରେ ପହଞ୍ଚତ୍ କରୁଣାକରଙ୍କୁ ବାଲେଶ୍ୱର ଜଜ୍‌ଙ୍କ ନିକଟରେ ହାଜର କରାଇ ଶୁକ୍ରବାର ମଧ୍ୟରାତ୍ରରେ ବାଲେଶ୍ୱର ରେଳଷ୍ଟେଶନ ରାସ୍ତାରେ ଦିଲ୍ଲୀ ନେଇ ଯାଉଥିଲେ। ଏହି ସମୟରେ ଦୁଇଜଣ ଯୁବକ ୨ଟି ମୋଟରସାଇକେଲରେ ଆସି ପଛପଟରୁ ଦିଲ୍ଲୀ ପୋଲିସକୁ ଧକ୍କା ଦେଇଥିଲେ। ପୋଲିସ କର୍ମଚାରୀ ପଡିଯିବା ପରେ ମୋଟରସାଇକେଲରେ  ବସି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ପାଚିଲା ଧାନ କ୍ଷେତରେ ହାତୀପଲଙ୍କ ଉପଦ୍ରବ:ଚାଷୀ ମୁଣ୍ଡରେ ଚଡକ

ରୂପସା,୨୩।୪(ବାଞ୍ଛାନିଧି ଦେ)ବାଲେଶ୍ବର ଜିଲା ବସ୍ତା ଥାନା ସଦାନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ନାଇକୁଡି ଗ୍ରାମରେ ଝାଡଖଣ୍ତି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି l ୫୦ରୁ ଊର୍ଦ୍ଧ ଝାଡଖଣ୍ତି...

ସରପଞ୍ଚରୁ ବିଧାୟିକା ପ୍ରାର୍ଥୀ

ବାଲେଶ୍ୱର,୨୧।୪(ମାନସ ବିଶ୍ୱାଳ)ବାଲେଶ୍ୱର ଜିଲାର ଦୁଇଟି ବିଧାନସଭା ଆସନର ପ୍ରାର୍ଥୀଙ୍କ ନାମ ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷଣା କରିଛି। ରେମୁଣା ବିଧାନସଭା କ୍ଷେତ୍ରରୁ ବିଦ୍ୟାସ୍ମିତା...

କାମ ସାରି ଘରକୁ ଫେରୁଥିବା ବେଳେ ପଛପଟୁ ଧକ୍କା ଦେଲା ପିକଅପ୍‌ ଭ୍ୟାନ୍‌

ବାଲେଶର ଅଫିସ,୨୦।୪( ମାନସ ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିବା ଛୋଟକାନପୁର ଗ୍ରାମର ଲକ୍ଷ୍ମୀଧର ଜେନା ( ୫୬) ଶନିବାର...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri