Posted inଜାତୀୟ

ଦିଲ୍ଲୀ ଗ୍ରାଉଣ୍ଡ ଜିରୋର ସ୍ଥିତି ଅନୁଧ୍ୟାନ କଲେ ଡୋଭାଲ

ନୂଆଦିଲ୍ଲୀ,୨୬।୨: କିଛି ଦିନ ହେଲା ଦେଶର ରାଜଧାନୀ ଦିଲ୍ଲୀ ଅଶାନ୍ତ ରହିଛି। ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ବିରୋଧୀ ହିଂସା ଦିଲ୍ଲୀରେ ଉଗ୍ର ରୂପ ଧାରଣ କରିଛି। ଏହି ହିଂସାରେ ୨୨ଜଣଙ୍କ ଜୀବନ ଯାଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ଦେଖାଦେଇଥିବା ହିଂସା ଯୋଗୁ ସାରା ଦେଇ ଚିନ୍ତିତ ଥିବା ବେଳେ ଦିଲ୍ଲୀରେ ଶାନ୍ତି ଫେରାଇ ଆଣିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଉଦ୍ୟମ ଚଳାଇଛନ୍ତି। ଏହି କ୍ରମରେ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କୁ ହିଂସା ରୋକିବାକୁ ଦାୟିତ୍ୱ ଦିଆଯାଇଛି। ଉତ୍ତର-ପୂର୍ବ ଦିଲ୍ଲୀର ସିଲମପୁରରେ ଥିବା ଡିସିପି କାର୍ଯ୍ୟାଳୟରେ ବୁଧବାର ଡୋଭାଲ ପହଞ୍ଚିଥିଲେ। ଏହାପରେ ହିଂସାରେ ପ୍ରଭାବିତ ଅଞ୍ଚଳ ବୁଲି ଗ୍ରାଉଣ୍ଡ ଜିରୋର ସ୍ଥିତି ପରଖିଥିଲେ। ସେଠାରେ ସେ ଲୋକଙ୍କ ସହ କଥାବାର୍ତ୍ତା ହୋଇ ସହରରେ ଶାନ୍ତି ବଜାୟ ରଖିବାକୁ ଅନୁରୋଧ କରିଛନ୍ତି। ତେବେ ସ୍ଥିତି ଅନୁଧ୍ୟାନ କରିବା ପରେ ଡୋଭାଲ କହିଛନ୍ତି, ଘଟଣାସ୍ଥଳରେ ଯଥେଷ୍ଟ ସଂଖ୍ୟକ ସୁରକ୍ଷାକର୍ମୀ ମୁତୟନ ରହି ସ୍ଥିତି ନିୟନ୍ତ୍ରଣ କରୁଛନ୍ତି। ତେଣୁ ହିଂସାକୁ କେନ୍ଦ୍ର କରି କେହି ଭୟଭୀତ ବା ଆତଙ୍କିତ ହେବାର କୌଣସି କାରଣ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ : କଳାହାଣ୍ଡି ଝିଅ ରେଶମା ବେହେରା ଜିତିଲେ ସ୍ୱର୍ଣ୍ଣ ପଦକ

ଭବାନୀପାଟଣା, ୨୬।୯ (ଉତ୍ତମ କୁମାର ଦାଶ): ବିହାରର ପାଟନାଠାରେ ଗତ ୩ ଦିନ ଧରି ପୂର୍ବାଞ୍ଚଳ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଆୟୋଜିତ ହୋଇଥିଲା। ଏଥିରେ କଳାହାଣ୍ଡିର ଝିଅ…

ତାମ୍ପରା ହ୍ରଦର ଜଳସ୍ତର : ଆଉ ୪ ଫୁଟ ପାଣି ବଢ଼ିଲା, ଜଳନିଷ୍କାସନ ନ ହେଲେ ବଢ଼ିବ ସମସ୍ୟା

ଛତ୍ରପୁର, ୨୬।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଉପକଣ୍ଠ ତାମ୍ପରା ହ୍ରଦ କୂଳରେ ଅବସ୍ଥିତ ବ୍ୟାଙ୍କ କଲୋନୀ ଅଞ୍ଚଳରେ ଜମି ରହିଥିବା ଜଳସ୍ତର ଶନିବାର ସକାଳୁ…

ମାଡ଼ି ଆସୁଛି ସମୁଦ୍ର: ଗର୍ଭରେ ଲୀନ ହେବାକୁ ବସିଲାଣି ଆଉ ଦୁଇ ମନ୍ଦିର

ଛତ୍ରପୁର, ୨୬।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ରକୂଳରେ ଦିନକୁ ଦିନ ସମୁଦ୍ର ଅତିକ୍ରମଣ କରିବା ସହ ଉଚ୍ଚ ଜୁଆର ଢେଉ…

ଘରେ ତାଲା ଭାଙ୍ଗି ଗହଣା ଲୁଟ୍‌

ଡେରାବିଶ, ୨୬।୯ (ବାର୍ତ୍ତାଦାତା ଅଜୟ ଦାସ): ନିକିରେଇ ଥାନା ଅନ୍ତର୍ଗତ ଡେରାବିଶ ବ୍ଲକ ଛୋଟୀ ପଞ୍ଚାୟତର ଛୋଟୀ ଗ୍ରାମରେ ଗୃହକର୍ତ୍ତାଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଶୁକ୍ରବାର ବିଳମ୍ବିତ…

ଆସନ୍ତା ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଜୋର୍‌ଦାର: ମୂର୍ତ୍ତି ନିର୍ମାଣରେ ନିମଗ୍ନ କାରିଗର

ଦାରିଙ୍ଗବାଡ଼ି,୨୬ା୯(ଅରୁଣ ସାହୁ): ଆଗକୁ ପାର୍ବଣ ଋତୁ। ଏଥିପାଇଁ ଚାରିଆଡ଼େ ଚଳଚଞ୍ଚଳ। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଏହି ପର୍ବ ପାଳନ ପାଇଁ ମା’…

ବିବାଦ ଭିତରେ ନିର୍ବାଚନ କମିଶନରଙ୍କ ବଡ଼ ବୈଠକ: CEC ଓ ଦୁଇ କମିଶନରଙ୍କ ଉପସ୍ଥିତିରେ ନେଲେ ବଡ଼ ନିଷ୍ପତ୍ତି!

ନୂଆଦିଲ୍‌ଲୀ,୨୬।୯: ଦେଶର ମୁଖ୍ୟ ନିର୍ୱାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଲାଗିରହିଥିବା ବିବାଦ ମଧ୍ୟରେ ନିର୍ୱାଚନ ଆୟୋଗ ଶନିବାର (୨୬ ସେପ୍ଟେମ୍ୱର, ୨୦୨୬) ଏକ ଗୁରୁତ୍ୱପୂର୍ଣ୍ଣ…

ବ୍ୟାଟେରି ଚୋରି କରି ବନ୍ଧାହେଲେ ଦୁଇ ଅଭିଯୁକ୍ତ

ଛତ୍ରପୁର,୨୬ା୯(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ପୋଲିସ ଶନିବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଚମାଖଣ୍ଡି ଥାନା ଅନ୍ତର୍ଗତ କଣମଣା ଗ୍ରାମର ଏସ.…

ମୁଖ୍ୟମନ୍ତ୍ରୀ ମୋହନଙ୍କୁ ହତ୍ୟା ଧମକ

ଇନ୍ଦୋର,୨୬।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ସେତେବେଳେ ଆତଙ୍କ ଖେଳିଗଲା ଯେତେବେଳେ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ହତ୍ୟା କରିବାର ଧମକ ମିଳିଲା। ଏହି ଘଟଣା ପୋଲିସ ଏବଂ ରାଜନୈତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?