Posted inଖେଳ

ଦିବାରାତ୍ର ଟେଷ୍ଟ: ୭୨ ଏସ୍‌ଜି ପିଙ୍କ୍‌ ବଲ୍‌ ପାଇଁ ବିସିସିଆଇର ନିର୍ଦ୍ଦେଶ

ନୂଆଦିଲ୍ଲୀ,୩୧।୧୦(ପ.ଟି.)- ଆସନ୍ତା ୨୨ ତାରିଖରୁ କୋଲକାତାର ଐତିହାସିକ ଇଡେନ ଗାର୍ଡେନରେ ଭାରତ ଓ ବାଂଲାଦେଶ ମଧ୍ୟରେ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବ। ପ୍ରଥମଥର ପାଇଁ ଭାରତ ଦିବାରାତ୍ର ଟେଷ୍ଟ ଖେଳିବାକୁ ଯାଉଥିବା ବେଳେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏହି ମ୍ୟାଚ୍‌ ଲାଗି ୭୨ଟି ପିଙ୍କ୍‌ ବଲ୍‌ ଲୋଡିଛି। ଏଥିପାଇଁ ବିସିସିଆଇ ବଲ୍‌ ଉତ୍ପାଦକ କମ୍ପାନୀ ଏସ୍‌ଜିକୁ ଏହି ବଲ୍‌ ଦେବା ପାଇଁ ନିର୍ଦ୍ଦେଶ ଦେଇଛି।
ପୂର୍ବରୁ ନବନିର୍ବାଚିତ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏହି ଦିବାରାତ୍ର ଟେଷ୍ଟରେ ଏସ୍‌ଜି ପିଙ୍କ୍‌ ବଲ୍‌ ବ୍ୟବହାର କରାଯିବ ବୋଲି ସ୍ପଷ୍ଟ କରିଥିଲେ। ଫ୍ଲଡ ଲାଇଟ୍‌ ତଳେ ଟେଷ୍ଟ ମ୍ୟାଚ୍‌ ପାଇଁ ଏକ ଉପଯୋଗୀ ପିଙ୍କ୍‌ ବଲ୍‌ ପ୍ରସ୍ତୁତ କରିବା ଏସ୍‌ଜି ପାଇଁ ନିଶ୍ଚିତ ଭାବେ ଏକ ବଡ଼ ଚ୍ୟାଲେଞ୍ଜ। ଏପର୍ଯ୍ୟନ୍ତ ଏସ୍‌ଜିର ପିଙ୍କ୍‌ ବଲ୍‌ କୌଣସି କମ୍ପିଟିଟିଭ୍‌ ମ୍ୟାଚ୍‌ରେ ଖେଳାଯାଇ ନାହି ଓ ଏହାର ମାନର ପରୀକ୍ଷା ମଧ୍ୟ ହୋଇନାହିଁ। ପୂର୍ବରୁ ଦୁଲିପ୍‌ ଟ୍ରଫି କୁକାବୁରା ପିଙ୍କ୍‌ ବଲ୍‌ରେ ୩ଟି ସେସନ ପାଇଁ ଖେଳାଯାଇଥିଲା। ତେବେ ଏଥିରେ ଏସ୍‌ଜି ବଲ୍‌ ବ୍ୟବହୃତ ହୋଇ ନ ଥିଲା।
ବିସିସିଆଇ ୬ ଡଜନ ପିଙ୍କ୍‌ ବଲ୍‌ ଦେବା ପାଇଁ ନିର୍ଦ୍ଦେଶ ଦେଇଛି। ଆସନ୍ତା ସପ୍ତାହର ମଧ୍ୟଭାଗରେ ଆମେ ଏହି ବଲ୍‌ ପ୍ରଦାନ କରିବୁ ବୋଲି ଏସ୍‌ଜି କମ୍ପାନୀ ସେଲ୍ସ ଆଣ୍ଡ ମାର୍କେଟିଂ ଡାଇରେକ୍ଟର ପାରସ ଆନନ୍ଦ କହିଛନ୍ତି। ଗତ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ନାଲି ଏସ୍‌ଜି ବଲ୍‌ର ଆମେ ଯଥେଷ୍ଟ ଉନ୍ନତି ଆଣିବାରେ ସକ୍ଷମ ହୋଇଥିଲୁ। ଏବେ ପିଙ୍କ୍‌ ବଲ୍‌ ପାଇଁ ଆମେ ରିସର୍ଚ୍ଚ କରିଛୁ ବୋଲି ପାରସ କହିଛନ୍ତି।
ଉଲ୍ଲେଖଥାଉ କି, ଗତ ଘରୋଇ ସେସନରେ ବିରାଟ କୋହଲିଙ୍କ ସମେତ କେତେକ ଭାରତୀୟ ଖେଳାଳି ଏସ୍‌ଜି ନାଲି ବଲ୍‌କୁ ନିମ୍ନ ମାନର ବୋଲି କହି ସମାଲୋଚନା କରିଥିଲେ। ଏହି ବଲ୍‌ ଇଂଲଣ୍ଡରେ ଖେଳାଯାଉଥିବା ଡ୍ୟୁକ ଓ ଅଷ୍ଟ୍ରେଲିଆରେ ଖେଳାଯାଉଥିବା କୁକାବୁରା ବଲ୍‌ ତୁଳନାରେ ଶୀଘ୍ର ଖରାପ ହେଉଯାଉଥିବାର ଅଭିଯୋଗ ହେଉଥିଲା। ଚଳିତ ସେସନରେ ଅବଶ୍ୟ କୋହଲି ବଲ୍‌ରେ ଉନ୍ନତି ହୋଇଥିବା କହିଛନ୍ତି। ତେବେ ବଲ୍‌ ଅତିକମ୍‌ରେ ୬୦ ଓଭର ତିଷ୍ଠି ରହିବା ଆବଶ୍ୟକ ବୋଲି ସେ କହିଥିଲେ।
ଏବେ ପିଙ୍କ୍‌ ବଲ୍‌ ଟେଷ୍ଟ ଆୟୋଜନ ହେଉଛି। ତେଣୁ ଆମେ ୨୦୧୬-୧୭ ସେସନରୁ ଉନ୍ନତ ମାନର ପିଙ୍କ୍‌ ବଲ୍‌ ପ୍ରସ୍ତୁତ ନେଇ କାର୍ଯ୍ୟ ଆରମ୍ଭ କରିଛୁ ବୋଲି ପାରସ କହିଛନ୍ତି। ନାଲି ବଲ୍‌ ତୁଳନାରେ ପିଙ୍କ୍‌ ବଲ୍‌ ଅଧିକ ଧୂଳି ଧରିଥାଏ। ଫଳରେ ଏହା ଶୀଘ୍ର ଖରାପ୍‌ ହୋଇଥାଏ। କମ୍‌ ସମୟରେ ଆମେ ଭଲ ରେଡ ବଲ୍‌ ପ୍ରସ୍ତୁତ କରିଛୁ। ତେଣୁ ପିଙ୍କ୍‌ ବଲ୍‌ ବି ଠିକ୍‌ ସମୟରେ ପ୍ରସ୍ତୁତ କରିବୁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତକୁ ମିଳିଲା ପ୍ରଥମ ସ୍ବର୍ଣ୍ଣ

ଗ୍ଲାସ୍‌ଗୋ,୨୬ା୭: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି। ତାରକା ଭାରୋତ୍ତୋଳିକା ମୀରାବାଈ ଚାନୁ ମହିଳା ୪୮ କେଜି କାଟେଗୋରୀରେ ଏହି ସଫଳତା ପାଇଛନ୍ତି।…

ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ଭାରତର କ୍ଲିନ ସୁଇପ୍‌

ହରାରେ,୨୬ା୭: ଭାରତର ବ୍ୟାଟିଂ ସେନସେଶନ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତ ୩୫ ରନରେ…

ରିଶିକାନ୍ତଙ୍କୁ ମିଳିଲା ରୌପ୍ୟ ପଦକ

ଗ୍ଲାସ୍‌ଗୋ,୨୬ା୭: ଭାରତର ରିଶିକାନ୍ତ ସିଂ ଚନାମ୍ବାମ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ରବିବାର ପୁରୁଷ ୬୦ କେଜି ଭାରୋତ୍ତୋଳନ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି। ମଣିପୁରର ଏହି…

ଇତିହାସ ରଚିଲେ ଅଭିଷେକ ଶର୍ମା, ଟି-୨୦ କ୍ରିକେଟରେ ଏହି ସଫଳତା ହାସଲ କରିବାରେ ହେଲେ ପ୍ରଥମ ଭାରତୀୟ ଓପନିଂ ବ୍ୟାଟସମ୍ୟାନ

ନୂଆଦିଲ୍ଲୀ,୨୬।୭: ଜିମ୍ବାୱେ ବିପକ୍ଷରେ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ୯୦ ରନରେ ବିଜୟ ହାସଲ କରିଛି। ତଥାପି, ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଅଭିଷେକ ଶର୍ମା ପୁଣି ଥରେ…

ଇଶାନ, ତିଲକଙ୍କ ବିସ୍ଫୋରକ ବ୍ୟାଟିଂ, ୨-୦ରେ ଭାରତ ସିରିଜ୍‌ ଆଗୁଆ

ହରାରେ,୨୫ା୭: ଇଶାନ କିଶନ ଓ ତିଲକ ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଶନିବାର ଅନୁଷ୍ଠିତ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୯୦ ରନରେ ଜିମ୍ବାଓ୍ବେକୁ ପରାସ୍ତ କରିଛି।…

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ସ୍ବାନ ଜିତିଲେ ପ୍ରଥମ ସ୍ବର୍ଣ୍ଣ

ଗ୍ଲାସଗୋ,୨୫ା୭: ଇଂଲଣ୍ଡର ମାର୍କ ସ୍ବାନ ଚଳିତ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପ୍ରଥମ ସ୍ବର୍ଣ୍ଣ ବିଜେତା ହୋଇଛନ୍ତି। ଲାଇଟ୍‌ଓ୍ବେଟ୍‌ ପାଓ୍ବାରଲିଫ୍ଟିଙ୍ଗ ପ୍ରତିଯୋଗିତାରେ ସେ ୨୨୨କେଜି ଉତ୍ତୋଳନ କରି ପ୍ରଥମ…

ରୋହିତ ଶର୍ମାଙ୍କୁ ନେଇ ହୃଦୟସ୍ପର୍ଶୀ ବାର୍ତ୍ତା ଶେୟାର କଲେ ଜସ ବଟଲର୍‌

ନୂଆଦିଲ୍ଲୀ,୨୫।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକଦିବସୀୟ ସିରିଜ ଶେଷ ହେବା ପରେ, ଉଭୟ ଦଳର ଖେଳାଳିଙ୍କ ମଧ୍ୟରେ ଉତ୍କୃଷ୍ଟ ଖେଳ ମନୋଭାବ ଦେଖିବାକୁ ମିଳିଥିଲା। ଇଂଲଣ୍ଡର…

ରୋହିତଙ୍କ ଅବସରକୁ ନେଇ ରାଜୀବ ଶୁକ୍ଳାଙ୍କ ବଡ଼ ଘୋଷଣା, ୨୦୨୭ ବିଶ୍ବକପ୍…

ନୂଆଦିଲ୍ଲୀ,୨୫।୭: ଇଂଲଣ୍ଡ ଗସ୍ତ ସମୟରେ ଟିମ୍ ଇଣ୍ଡିଆର ଓପନର ରୋହିତ ଶର୍ମାଙ୍କ ଅବସର ନେଇ ସମ୍ପ୍ରତି ଅନେକ କଳ୍ପନାଜଳ୍ପନା ଚାଲିଥିଲା। ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri