ଦିନେ ଛୁଇଁଥିଲେ ସଫଳତାର ଶିଖର….

ବ୍ୟବସାୟ ଜଗତରେ କେତେକ ବ୍ୟକ୍ତି ସଫଳତା ସିଡି ଚଢି ଚାଲିଥିବା ବେଳେ ଆଉ କିଛି ସଫଳ ହୋଇ ମଧ୍ୟ ଏବେ ବିଫଳ ହୋଇଛନ୍ତି। ହଜାର ହାଜର କୋଟି ଟଙ୍କାର ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କର ମଧ୍ୟ ସ୍ଥିତି ବହୁତ ଖରାପ ହୋଇଛି। କେତେକେ ଜେଲ ଭୟରେ ଦେଶ ଛାଡି ଚାଲି ଯାଇଥିବା ବେଳେ କିଛି ବ୍ୟକ୍ତି ଆତ୍ମହତ୍ୟା ଏବଂ ଆଉ କିଛି ଏବେ ଜେଲରେ ରହିଛନ୍ତି। କିଛି ଏମିିତି ବ୍ୟବସାୟୀଙ୍କ ଜୀବନ ଉପରେ ନଜର ପକାଇବା….
ଅନିଲ ଅମ୍ବାନୀ (ରିଲାଏନ୍ସ ଟେଲିକମ୍‌)
ଦିନ ଥିଲା ଯେତେବେଳ ଅନିଲ ଅମ୍ବାନୀ ବିଶ୍ୱର ୬ ନମ୍ବର ଧନୀ ବ୍ୟକ୍ତି ଭାବେ ପରିଗଣିତ ହେଉଥିଲେ। କିନ୍ତୁ ସ୍ଥିତି ଏବେ ଏଭଳି ହୋଇଛି ଯେ, ଋଣ ଶୁଝିବାକୁ ସେ ସକ୍ଷମ ହେଉ ନାହାନ୍ତି। ସେ ଆଉ ଧନୀ ହୋଇ ନାହାନ୍ତି, ତାଙ୍କର ନେଟ ଓର୍ଥ ଜିରୋ ରହିଥିବା କୋର୍ଟଙ୍କୁ କହୁଛନ୍ତି। ଟେଲିକମ ଶିଳ୍ପରେ ପ୍ରତିଦ୍ୱନ୍ଦ୍ୱିତା ନ କରିପାରି ଏବେ ସେ ଦେବାଳିଆ ସ୍ଥିତିକୁ ଚାଲି ଆସିଛନ୍ତି ତାଙ୍କ କମ୍ପାନୀ ଉପରେ ୧ ଲକ୍ଷ କୋଟିର ଋଣ ରହିଛି। ଥରେ ଜେଲ ଯିବାରୁ ତାଙ୍କ ବଡ ଭାଇ ମୁକେଶ ଅନିଲଙ୍କୁ ବଞ୍ଚାଇଛନ୍ତି। ଲଣ୍ଡନ କୋର୍ଟରେ ମାମଲା ଲଢୁଥିବା ଅନିଲଙ୍କ ଓକିଲ କହିଛନ୍ତି ଯେ, ସେ କେବେ ଧନୀ ଥିଲେ ମାତ୍ର ଏବେ ଆଉ ନାହାନ୍ତି।
ବିଜୟ ମାଲ୍ୟା(କିଙ୍ଗଫିଶର ଏୟାର ଲାଇନ)
ମଦ ଠାରୁ ଆରମ୍ଭ କରି ବିମାନ ସେବା ବ୍ୟବସାୟ ପର୍ଯ୍ୟନ୍ତ ବିଜୟ ମାଲ୍ୟାଙ୍କ ଦିନେ କାଟତି ରହିଥିଲା। ତାଙ୍କ ବିଳାସପୂର୍ଣ୍ଣ ଜୀବନ ଶୈଳୀ ପାଇଁ ସେ ସାରା ଦୁନିଆରେ ପରିଚିତ ଥିଲେ। ଦିନ ଥିଲା ହଜାର ହଜାର କୋଟି ସହ ଖେଳୁଥିବା ଏହି ବ୍ୟବସାୟୀ ଏବେ ଋଣ ଶୁଝି ନ ପାରି ଲଣ୍ଡନ ପଳାୟନ କରିଛନ୍ତି। ଜେଲ ଭୟରେ ଦେଶ ଛାଡିଥିବା ମାଲ୍ୟାଙ୍କ ବିରୋଧରେ ପ୍ରତ୍ୟର୍ପଣ ମାମଲା ଚାଲୁ ରହିଛି।
ଭି.ଜି.ସିଦ୍ଧାର୍ଥ(କ୍ୟାଫେ କଫି ଡେ)
କଫି ଚେନ୍‌ କ୍ୟାଫେ କଫି ଡେ(ସିସିଡି)ର ପ୍ରତିଷ୍ଠାତା ଭି.ଜି.ସିଦ୍ଧାର୍ଥ ଗତ ବର୍ଷ ଋଣ ସମସ୍ୟା ଯୋଗୁ ଚିନ୍ତାଗସ୍ତ ହେବା ସହ ଆତ୍ମ ହତ୍ୟା କରିଥିଲେ। ଗତ ୨ ବର୍ଷ ହେବ ସିସିଡିକୁ ବୃହତ୍‌ ପରିମାଣର କ୍ଷତି ସହିବାକୁ ପଡୁଥିଲା। ଏଥିଯୋଗୁ କମ୍ପାନୀ ଏହାର ଅନେକ ଷ୍ଟୋର ବନ୍ଦ କରି ଦେଇଥିଲା। କମ୍ପାନୀର ବିଭିନ୍ନ ସମସ୍ୟା ଯୋଗୁ ସିଦ୍ଧାର୍ଥ ଚିନ୍ତାରେ ଥିଲେ। ସେ ଛାଡି ଯାଇଥିବା ଶେଷ ଚିଠିରେ ଆର୍ଥତ୍କ ସଙ୍କଟ କଥା ଉଲ୍ଲେଖ କରିଥିଲେ।
ସୁବ୍ରତ ରାୟ(ସାହାରା ଇଣ୍ଡିଆ)
ସାହାରା ଅଧ୍ୟକ୍ଷ ସୁବ୍ରତ ରାୟଙ୍କୁ ସଫଳତାଠାରୁ ଜେଲ ପର୍ଯ୍ୟନ୍ତ ରାସ୍ତା ଦେଇ ଯିବାକୁ ପଡିଛି। ଦିନ ଥିଲା ତାଙ୍କୁ ବ୍ୟବସାୟ ଆରମ୍ଭ କରିବା ଲାଗି ବ୍ୟାଙ୍କ ୫ ହଜାର ଟଙ୍କା ଦେବାକୁ ମନା କରିଦେଇଥିଲା। ତାଙ୍କର ଏକ ବନ୍ଧୁଙ୍କ ସହ ମିଶି ସେ ଏକ ଚିଟ ଫଣ୍ଡ କମ୍ପାନୀ ଆରମ୍ଭ କରିଥିଲେ। ସେହିଠାରୁ ତାଙ୍କର ସଫଳତା କାହାଣି ଆରମ୍ଭ ହୋଇ ୨୦୧୩ରେ ଅଟକି ଗଲା। ନିବେଶକଙ୍କ ଅର୍ଥ ନ ଫେରାଇବା ଯୋଗୁ ସେବି ସାହାରାର ଆକାଉଣ୍ଟ ଉପରେ କଟକଣା ଲଗାଇଲା। ସମୟ ଥିଲା ଯେତେବେଳେ ସାହାରା କମ୍ପାନୀର ସମ୍ପତ୍ତି ଦେଢ ଲକ୍ଷ କୋଟି ଟଙ୍କା ଥିଲା। ଏଥିରେ ୧୨ ହଜାର କର୍ମଚାରୀ କାମ କରୁଥିଲେ।
ରମେଶ ଚନ୍ଦ୍ର (ୟୁନିଟେକ)
ଦିନ ଥିଲା ରମେଶ ଚନ୍ଦ୍ରାଙ୍କର ରିୟଲ ଇଷ୍ଟେଟ କମ୍ପାନୀ ୟୁନିଟେକ ଦେଶର ଏକ ପ୍ରମୁଖ କମ୍ପାନୀଙ୍କ ମଧ୍ୟରେ ସ୍ଥାନିତ ଥିଲା। କମ୍ପାନୀର ସମ୍ପତ୍ତି ୭୦ ହଜାର କୋଟି ଟଙ୍କା ଛୁଇଁଥିଲା। ୨୦୦୧ରେ ତାଙ୍କର ଟେଲିକମ୍‌ କମ୍ପାନୀ ୨ଜି ଘୋଟାଲାରେ ଫସି ଗଲା। ଏହି ମାମଲାରେ ତାଙ୍କ ପୁତ୍ର ସଞ୍ଜୟ ଚନ୍ଦ୍ରାଙ୍କୁ ଜେଲ ଯିବାକୁ ପଡିଥିଲା। କରଜ ଶୁଝିବା ଲାଗି ତାଙ୍କୁ ସମ୍ପତ୍ତି ବିକ୍ରି କରିବାକୁ ପଡିଲା। ଏହା ପରଠାରୁ ସେ ଆଉ ଅଗ୍ରଗତି କରି ପାରିଲେ ନାହିଁ।
ବି.ରାମଲିଙ୍ଗା ରାଜୁ( ସତ୍ୟମ କମ୍ପ୍ୟୁଟର୍ସ)
ସତ୍ୟମ କମ୍ପ୍ୟୁଟର ସର୍ଭିସେସ ସ୍ଥାପନ ବି.ରାମଲିଙ୍ଗା ରାଜୁ ତାଙ୍କ ଶଳା ଡିଭିଏସ୍‌ ରାଜୁଙ୍କ ସହ ମିଶି ୧୯୮୭ରେ କରିଥିଲେ। ହାଇଦ୍ରାବାଦ ସ୍ଥିତ ଏହି କମ୍ପାନୀ ଦେଶର ଶୀର୍ଷ କମ୍ପାନୀଙ୍କ ମଧ୍ୟରେ ଏହାକୁ ସାମିଲ କରାଇ ପାରିଥିଲା। ୬୦ ହଜାର ଲୋକଙ୍କୁ ରୋଜଗାର ଦେଇଥିବା ଏହି କମ୍ପାନୀର ପତନ ଆରମ୍ଭ ହେଲା। ପରେ ଏହାକୁ ଟେକ୍‌ ମହିନ୍ଦ୍ରା ଅଧିଗ୍ରହଣ କରିଛି।
ସିଂ ଭ୍ରାତା( ଫୋର୍ଟିସ ଗ୍ରୁପ)
୨୦୦୧ରେ ସିଂ ଭ୍ରାତାଙ୍କ ନିକଟରେ କେବଳ ଗୋଟିଏ ହସ୍ପିଟାଲ ରହିଥିଲା। ୧୦ ବର୍ଷ ପରେ ଏହା ୬୬ରେ ପହଞ୍ଚି ଗଲା। ହେଲେ ଗୋଟିଏ ଭୁଲ ପାଇଁ ସଫଳତା ଛୁଇଁଥିବା ସିଂ ଭ୍ରାତାଙ୍କୁ ଜେଲ ଯିବାବୁ ପଡିଲା। ବେଆଇନ କାରବାର, ଠକେଇ ଅଭିଯୋଗରେ ଏବେ ସିବିନ୍ଦର ଏବଂ ମାଲବିନ୍ଦର ଜେଲରେ ଅଛନ୍ତି। ଫୋର୍ଟିସ ଗ୍ରୁପ ବିକ୍ରି ହୋଇ ସାରିଛି।
ଜୟ ପ୍ରକାଶ ଗୌଡା (ଜେପି ଗ୍ରୁପ)
ଜେ.ପି. ଗ୍ରୁପର ପ୍ରତିଷ୍ଠାତା ଜୟ ପ୍ରକାଶ ଗୌଡା ଜଣେ ସିଭିଲ ଇଞ୍ଜିନିୟର ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ସମୟ କ୍ରମେ ଏକ ବଡ ବାଣିଜ୍ୟ ଛିଡା କରିବାରେ ସେ ସକ୍ଷମ ହୋଇଥିଲେ। ୨୦୦୮ରେ ଷ୍ଟକ ବଜାରରେ ଏହି କମ୍ପାନୀ ଭଲ ପ୍ରଦର୍ଶନ କରୁଥିଲା। ବିଭିନ୍ନ ପରିଯୋଜନାକୁ ପୂରା କରିବା ଲାଗି ଏହି କମ୍ପାନୀ ବୃହତ୍‌ ପରିମାଣର ଋଣ କରିଥିଲା। ଏହା ଦେଶର ପ୍ରଥମ ଫର୍ମୁଲା ୧ ଟ୍ରାକ ତିଆରି କରିଥିଲା ଅତିରିକ୍ତ ଋଣ ବୋଝ ଯୋଗୁ କମ୍ପାନୀ ତଳିତଳାନ୍ତ ହୋଇଗଲା। କମ୍ପାନୀ ଉପରେ ଏବେ ୭୫ ହଜାର କୋଟି ଟଙ୍କାର ଋଣ ଥିବା ବେଳେ ଦେବାଳିଆ ଘୋଷିତ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରାରେ ସୁଯୋଗ ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଗଣବଳାତ୍କାର, ବନ୍ଧା ହେଲେ ଯାତ୍ରାପାର୍ଟିର ୨ ମ୍ୟାନେଜର

ପଟ୍ଟାମୁଣ୍ଡାଇ,୩୦।୫ କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରୁ ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଯାତ୍ରାପାର୍ଟିରେ ସୁଯୋଗ ଦେବାର ପ୍ରତିଶ୍ରୁତି ଦେଇ ଚଉଦକୁଲାଟ ଅଞ୍ଚଳର ଜଣେ ଯୁବତୀଙ୍କୁ ମୃଦୁପାନୀୟରେ…

୩ରୁ କୋରାପୁଟରେ ରବିଧାନ କିଣା ଆରମ୍ଭ

ଜୟପୁର,୩୦।୫(ପବନ ପାଣିଗ୍ରାହୀ): କୋରାପୁଟ ଜିଲାରେ ଆସନ୍ତା ଜୁନ ୩ରୁ ଚାଷୀଙ୍କ ଅମଳ ରବିଧାନ କ୍ରୟ ନେଇ ମଣ୍ଡି ଶୁଭାରମ୍ଭ ହେବ। ଏହା ପୂର୍ବରୁ ଶନିବାର ଜୟପୁର ଉପଖଣ୍ଡର…

ଆଫଗାନ ଶରଣାର୍ଥୀଙ୍କୁ ନେଇଯାଉଥିବା ଟ୍ରକ୍‌ ଦୁର୍ଘଟଣା, ଆଉ ତା’ପରେ…

କାବୁଲ,୩୦ା୫: ପାକିସ୍ତାନରୁ ଆଫଗାନ୍‌ ଶରଶାର୍ଥୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍‌ ଶନିବାର ପୂର୍ବ ଆଫଗାନିସ୍ତାନର ଜାତୀୟ ରାଜପଥରେ ଓଲଟିପଡ଼ି ଦୁର୍ଘଟଣଗ୍ରସ୍ତ ହୋଇଛି। ଫଳରେ ୨୨ଜଣଙ୍କ ମୃତ୍ୟୁ ଘଟିବା…

୩ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବକୁମାର

ବେଙ୍ଗାଲୁରୁ,୩୦ା୫: କର୍ନାଟକ ପ୍ରଦେଶ କଂଗ୍ରେସ ସଭାପତି ଡି.କେ. ଶିବକୁମାର ଶନିବାର ବିଧାୟକ ଦଳ ନେତା ନିର୍ବାଚିତ ହୋଇଛନ୍ତି। ଜୁନ୍‌ ୩ରେ ସେ କର୍ନାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ…

ତୁମୁଡିବନ୍ଧରେ କାଳବୈଶାଖୀର ଭୟଙ୍କର ତାଣ୍ଡବ: ପତ୍ର ଭଳି ଉଡ଼ିଲା ଆଜବେଷ୍ଟସ, ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ତୁମୁଡିବନ୍ଧ, ୩୦।୫ (ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଅଞ୍ଚଳରେ କାଳବୈଶାଖୀର କରାଳ କୋପ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟା ପ୍ରାୟ ୫ଟା ୩୦…

ଫାଇନାଲରେ ପହଞ୍ଚିଲେ ସାତ୍ତ୍ୱିକ-ଚିରାଗ ଯୋଡ଼ି

ସିଙ୍ଗାପୁର,୩୦ା୫: ଭାରତର ତାରକା ଯୋଡ଼ି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ସିଙ୍ଗାପୁର ଓପନ ସୁପର ୭୫୦ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଅନୁଷ୍ଠିତ…

ରେସଲିଂ ଫେରିବା ଆଶା ଧୂଳିସାତ

ନୂଆଦିଲ୍ଲୀ,୩୦ା୫- ଅଲିମ୍ପିଆନ ଭିନେଶ ଫୋଗତଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ରେସଲିଂକୁ ଫେରିବା ଆଶା ଧୂଳିସାତ ହୋଇଛି। ଶନିବାର ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ୫୩ କେଜି ସେମିଫାଇନାଲରେ ସେ ମୀନାକ୍ଷୀଙ୍କଠାରୁ…

ଟିଏମ୍‌ସି ନେତା ଅଭିଷେକଙ୍କୁ ଆକ୍ରମଣ

କୋଲକାତା,୩୦।୫: ଟିଏମ୍‌ସି ନେତା ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କ ଉପରେ ଶନିବାର ସନ୍ଧ୍ୟାରେ କିଛି ଲୋକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ମୁତାବକ, ଅଭିଷେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri